Excuse Me Odisha

ଯାହା କହିବୁ ସତ କହିବୁ

ଚମ-ତ୍କାର ଅଟେ ରୁଦ୍ରାଷ୍ଟକ ସ୍ତୋତ୍ର ପାଠ, ସନ୍ଧ୍ୟା ସମୟରେ ଏହାକୁ ପଢ଼ିବା ଦ୍ଵାରା ମିଳିଥାଏ ଭଗବାନ ମହାଦେବଙ୍କ କୃପା।

ସେୟାର୍ କରନ୍ତୁ

ରୁଦ୍ରାଷ୍ଟକ ସ୍ତୋତ୍ର: ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ। ଏହିଦିନ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିବା ଅତ୍ୟନ୍ତ ଲାଭକାରୀ ମାନା ଯାଇଥାଏ। ଶାସ୍ତ୍ର ଅନୁସାରେ ଏହିଦିନ କରିଥିବା ପୂଜାର୍ଚ୍ଚନା ଦ୍ଵାରା ଦୁଇଗୁଣ ଲାଭ ମିଳିଥାଏ ଏବଂ ପୂଜା ସଫଳ ହୋଇଥାଏ। ସୋମବାର ଦିନ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ଦ୍ୱାରା ଭୋଳାନାଥ ପ୍ରସନ୍ନ ହୋଇ ଯାଆନ୍ତି। ଅଧିକାଂଶ ସମୟ ଲୋକେ ସକାଳେ ମନ୍ଦିର ଯାଇ ଶିବ ପୂଜା କରିଥାନ୍ତି। କୁହାଯାଏ କି ସକାଳେ ଶିବ ପୂଜା ପାଇଁ ଅନୁକୂଳ ସମୟ ରହିଥାଏ। ଶାସ୍ତ୍ର ଅନୁସାରେ ମହାଦେବଙ୍କ ଆରାଧନା କୌଣସି ସମୟରେ କରାଯାଇ ପାରିବ।

ଧାର୍ମିକ ଶାସ୍ତ୍ର ଅନୁସାରେ ଶିବଙ୍କ ଆରାଧନା କହିବାକୁ ଗଲେ କୌଣସି ସମୟରେ ମଧ୍ୟ କରାଯାଇ ପାରିବ। କିନ୍ତୁ ସନ୍ଧ୍ୟା ସମୟରେ କରାଯାଇଥିବା ପୂଜା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଭଗବାନ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ପୂଜା ସନ୍ଧ୍ୟା ସମୟରେ କରନ୍ତୁ ଏବଂ ଏହି ସମ୍ବନ୍ଧୀୟ ସ୍ତୋତ୍ର ମଧ୍ୟ ପଢନ୍ତୁ। ସ୍ତୋତ୍ର ପଢ଼ିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ।

ରୁଦ୍ରାଷ୍ଟକ ସ୍ତୋତ୍ରର ଶ୍ରାଧାପୂର୍ବକ ପାଠ କରିବା ଦ୍ୱାରା ମହାଦେବ ଆପଣଙ୍କ ଜୀବନରେ ସବୁ ଦୁଃଖ ଦୂର କରି ଦେଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସ୍ତୋତ୍ର ପଢ଼ି କୌଣସି ବ୍ୟକ୍ତି ଶିବଙ୍କୁ ପ୍ରସନ୍ନ କରି ପାରିବେ।

ରୁଦ୍ରାଷ୍ଟକ ସ୍ତୋତ୍ର ପଢ଼ିବାର ନିୟମ –

ଏହି ସ୍ତୋତ୍ରକୁ ପଢ଼ିବାର କିଛି ନିୟମ ରହିଛି, ଯାହାକି ଏହି ପ୍ରକାରର ଅଟେ।

୧- ସର୍ବଦା ସ୍ନାନ କରିସାରି ରୁଦ୍ରାଷ୍ଟକ ସ୍ତୋତ୍ରର ପାଠ କରନ୍ତୁ।

Google

୨- ଏହି ପାଠ ପଢ଼ିବା ଦ୍ଵାରା ପ୍ରଥମେ ଶିବଙ୍କ ପୂଜା କରନ୍ତୁ ଏବଂ ଏହାପରେ ଏହି ପାଠକୁ ପଢ଼ିବା ଆରମ୍ଭ କରନ୍ତୁ।

୩- ଏହି ପାଠକୁ କେବଳ ସନ୍ଧ୍ୟା ସମୟରେ ପଢାଯାଏ। ଏଥିପାଇଁ ଆପଣ ଏହି ପାଠକୁ ସନ୍ଧ୍ୟା ୫ ଘଟିକା ପରେ ପଢନ୍ତୁ।

୪- ଆପଣ ଏହି ପାଠକୁ ମନ୍ଦିର ବା ଘରେ ରହି ପଢ଼ି ପାରିବେ।

୫- ଏହି ପାଠକୁ ପଢ଼ିବା ସମୟରେ ସାମ୍ନାରେ ଶିବଙ୍କ ଫୋଟଚିତ୍ର ଚୌକିରେ ରଖି ଦିଅନ୍ତୁ ଓ ଦୀପ ପ୍ରଜ୍ବଳନ କରନ୍ତୁ। ଏହାପରେ ଏହି ପାଠକୁ ପଢ଼ିବା ଆରମ୍ଭ କରନ୍ତୁ।

୬- ପାଠ କରିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ କି ପ୍ରତ୍ୟେକ ଶବ୍ଦର ଉଚ୍ଚାରଣ ସଠିକ ଢଙ୍ଗରେ ହେବ। ଯଦି ଆପଣ ଭୁଲ ଉଚ୍ଚାରଣ ସହିତ ଏହି ପାଠ କରିବେ, ତାହେଲେ ଆପଣଙ୍କୁ ଏହି ପାଠ କରିବାର କୌଣସି ଲାଭ ମିଳିବ ନାହିଁ।

୭- ଏହି ପାଠ କରିବାପରେ ମନରେ ନିଜର କାମନାକୁ କୁହନ୍ତୁ ଏବଂ ଶିବଙ୍କ ନାମ ନିଅନ୍ତୁ।

ରୁଦ୍ରାଷ୍ଟକ ସ୍ତୋତ୍ର ପାଠ –

ନମାମୀସମିସାନ ନିର୍ବାଣ ରୁପଂ, ବିଭୁଂ ବ୍ୟାପକଂ ବ୍ରହ୍ମ ବେଦଃ ସ୍ଵରୁପମ୍।

ନିଜଂ ନିର୍ଗୁଣଂ ନିର୍ବିକଳ୍ପଂ ନିରିହଂ, ଚିଦାକାଶ ମାକାଶବାସଂ ଭଜେହମ୍ ।।

ନିରାକାର ମୋଙ୍କାର ମୁଲଂ ତୁରୀୟଂ, ଗୀରାଗ୍ୟାନ ଗୋତିତମିସଂ ଗିରିସମ୍ ।

କରାଳଂ ମହାକାଳ କାଳଂ କୃପାଲୁଂ, ଗୁଣାଗାର ସଂସାର ପାରଂ ନତୋହମ୍।।

ତୁସାରାଦ୍ରି ସଙ୍କାସ ଗୌର ଗମ୍ଭୀରଂ, ମନୋଭୂତ କୋଟି ପ୍ରଭା ଶ୍ରୀ ଶରୀରମ୍।

ସ୍ଫ୍ରୁଣମୌଳି କଲ୍ଲୋଳିନୀ ଚାରୁ ଗଙ୍ଗା, ଲାସଦ୍ଧାଳ ବାଳେନ୍ଦୁ କଣ୍ଠେ ଭୁଜଙ୍ଗା।।

ଚଲତକୁଣ୍ଡଳଂ ଶୁଭ୍ର ନେତ୍ରଂ ବିଶାଲଂ, ପ୍ରସନ୍ନାନନଂ ନୀଳକଣ୍ଠଂ ଦୟାଲମ୍।

ମୃଗାଧୀଶ ଚର୍ମାମ୍ବରଂ ମୁଣ୍ଡମାଳଂ, ପ୍ରିୟ ଶଙ୍କରଂ ସର୍ବନାଥଂ ଭଜାମୀ।।

Google

ପ୍ରଚଣ୍ଡ ପ୍ରକଷ୍ଟଂ ପ୍ରଗଲଭଂ ପରେଶଂ, ଅଖଣ୍ଡ ଅଜଂ ଭାନୂ କୋଟି ପ୍ରକାଶମ୍।

ତ୍ରୟଶୁଳ ନିର୍ମୁଳନଂ ଶୂଳ ପାଣିଂ, ଭଜେହଂ ଭବାନୀପତିଂ ଭାବ ଗମ୍ୟମ୍।।

କଳାତୀତ କଲ୍ୟାଣ କଳ୍ପାନ୍ତକାରୀ, ସଦା ସଚ୍ଚିନାନ୍ଦ ଦାତା ପୁରାରୀ।

ଚିଦାନନ୍ଦ ସନ୍ଦୋହ ମୋହାପହାରୀ, ପ୍ରସୀଦ ପ୍ରସୀଦ ପ୍ରଭୋ ମନ୍ମଥାରୀ।।

ନ ଯାବଦ୍ ଉମାନାଥ ପାଦାରବିନ୍ଦଂ, ଭଜନ୍ତୀହ ଲୋକେ ପରେ ବା ନରାଣାମ୍।

ନ ତାବତ୍ ସୁଖଂ ଶାନ୍ତି ସନ୍ତାପ ନାଶଂ, ପ୍ରସୀଦ ପ୍ରଭୋ ସର୍ବଂ ଭୂତାଧୀ ବାସଂ।।

ନ ଯାନାମୀ ଯୋଗଂ ଜପଂ ନୈବ ପୂଜା, ନ ତୋହମ୍ ସଦା ସର୍ବଦା ଶମ୍ଭୁ ତୁଭ୍ୟମ୍।

ଜରା ଜନ୍ମ ଦୁଃଖ ତାତ୍ପ୍ୟମାନଂ, ପ୍ରଭୋପାହି ଆପନ୍ନାମାମିଶ ସମ୍ଭୋ।।

ରୁଦ୍ରାଷ୍ଟକ ଇଦଂ ପ୍ରୋକ୍ତଂ ବିପ୍ରେଣ ହର୍ଶୋତୟେ

ୟେ ପଠନ୍ତି ନରା ଭକ୍ତାୟାଂ ତେଶାଂ ସଂଭୋ ପ୍ରସିଦତୀ।।

।। ଇତି ଶ୍ରୀଗୋସ୍ୱାମୀତୁଳସୀଦାସକୃତଂ ଶ୍ରୀରୁଦ୍ରାଷ୍ଟକଂ ସମ୍ପୂର୍ଣ୍ଣମ୍।।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *