Excuse Me Odisha

ଯାହା କହିବୁ ସତ କହିବୁ

ରସୁଣର ଚାହା ସେବନ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପଡ଼ିଥାଏ ଉତ୍ତମ ପ୍ରଭାବ, ଜାଣନ୍ତୁ ଏଥିରୁ ମିଳୁଥିବା ଫାଇଦା ଏବଂ ପ୍ରସ୍ତୁତ କରିବାର ବିଧି।

ସେୟାର୍ କରନ୍ତୁ

ରସୁଣର ପ୍ରୟୋଗ ଖାଦ୍ୟ ରନ୍ଧା ସମୟରେ କରା ଯାଇଥାଏ। ଏହାକୁ ଖାଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ।ଅନେକ ଲୋକ ରସୁଣକୁ ଚାହା କରି ମଧ୍ୟ ସେବନ କରିଥାନ୍ତି। ରସୁଣର ଚାହା ଅନେକ ଲାଭକାରୀ ସାବ୍ୟସ୍ତ ହୋଇଥାଏ ଏବଂ ଏହାକୁ ସେବନ କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ଏହି କୋରୋନା ମହାମାରୀ ସମୟରେ ରସୁଣର ଚାହା କରି ଅବସ୍ଥା ସେବନ କରନ୍ତୁ। ଏହାକୁ ନିଜର ଡାଏଟରେ ସାମିଲ କରନ୍ତୁ। କହିବାକୁ ଗଲେ ରସୁଣରେ ଜୀବାଣୁରୋଧୀ ଏବଂ ଆଣ୍ଟି ଭାଇ-ରାଲ ଗୁଣ ରହିଛି। ଯାହାକି ଭାଇରସ ଠାରୁ ଶରୀରକୁ ରକ୍ଷା କରିଥାଏ।

ରସୁଣ ଚାହାର ଫାଇଦା –

ରସୁଣର ଚାହା ସେବନ କରିବା ଦ୍ୱାରା ଓଜନ କମ୍ କରାଯାଇ ପାରିବ। ଏହି ଚାହା ଚର୍ବିକୁ କମ୍ କରିବାର କାର୍ଯ୍ୟ କରିଥାଏ।ଏଥିପାଇଁ ଯଦି ଅଧିକ ଓଜନ ରହିଛି ତାହେଲେ ରସୁଣର ଚାହା ସେବନ କରିବା ଆରମ୍ଭ କରି ଦିଅନ୍ତୁ। ଏହି ଚାହାକୁ ସେବନ କରିବା ଦ୍ୱାରା ଗୋଟେ ମାସ ମଧ୍ୟରେ ପେଟରେ ଜମା ହୋଇଥିବା ଚର୍ବି କମିବାକୁ ଲାଗିଥାଏ। କହିବାକୁ ଗଲେ ଏଥିରେ ଚୟାପଚୟ ବଢ଼ାଉଥିବା ଗୁଣ ମିଳିଥାଏ। ଯାହା ଓଜନ କମାଇବାର କାର୍ଯ୍ୟ କରିଥାଏ।

ରସୁଣର ଚାହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ। ଏହି ଚାହା ସେବନ କରିବା ଦ୍ୱାରା ଶରୀରରେ ବ୍ଲଡ଼ ସୁଗାରର ସ୍ତର କମି ଯାଇଥାଏ ଏବଂ ସୁଗାର ନିୟନ୍ତ୍ରଣ ମଧ୍ୟରେ ଆସିଯାଏ। ସୁଗାର ଥିବା ଲୋକଙ୍କୁ ଏହି ଚାହା ସପ୍ତାହକୁ ଦୁଇଥର ସେବନ କରିବା ଆବଶ୍ୟକ। ଏହାଦ୍ବାରା ସୁଗାର ବଢିବ ନାହିଁ।

Google

ଯେଉଁ ଲୋକେ ରସୁଣର ଚାହା ସେବନ କରନ୍ତି, ସେମାନଙ୍କ ଶରୀରରୁ କେବେ ଦୁର୍ଗନ୍ଧ ବାହାରେ ନାହିଁ। ଏଥିପାଇଁ ଶରୀରରୁ ଦୁର୍ଗନ୍ଧ ଦୂର କରିବା ପାଇଁ ମଧ୍ୟ ଏହି ଚାହା ସେବନ କରନ୍ତି । ଖାଲି ଏହା ନୁହେଁ ଏହି ଚାହା ସେବନ କରିବା ଦ୍ୱାରା ମୁହଁରୁ ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।

ରସୁଣ ଚାହା ହୃଦୟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ଏହି ଚାହା ସେବନ କରିବା ଦ୍ୱାରା ଖରାପ କଲେଷ୍ଟ୍ରଲର ସ୍ତରକୁ କମ୍ କରିଥାଏ। ହୃତପିଣ୍ଡ ସୁସ୍ଥ ରହିବା ସହିତ ଅନେକ ରୋଗରୁ ମୁକ୍ତି ମିଳିଥାଏ।

ରସୁଣର ଚାହା ସେବନ କରିବା ଦ୍ୱାରା ଶ୍ଵସନ ସମ୍ବନ୍ଧିତ ବେମାରୀ ଦୂର ହୋଇଥାଏ। ସର୍ଦ୍ଦି ଲାଗିଲେ ରସୁଣର ଚାହା ସେବନ କରନ୍ତୁ। ଏହି ଚାହାକୁ ଆଣ୍ଟିବାୟୋଟିକ ଡ୍ରିଙ୍କ କୁହାଯାଏ। ଏହାକୁ ସେବନ କରିବା ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ ହେବାଦ୍ବାରା ରୋଗ ହେବାର ଆଶଙ୍କା କମ୍ ରହିଥାଏ।

ରସୁଣ ଚାହା ସେବନ କରି ଶରୀରର ସୂଜନକୁ କମ୍ କରାଯାଇ ପାରିବ। ଶରୀରରେ କୌଣସି ଜାଗାରେ ବ୍ୟଥା ହେଲେ ରସୁଣ ଚାହା ପିଇବା ଆବଶ୍ୟକ। ଏହାଦ୍ବାରା ବ୍ୟଥା କମ୍ ହୋଇଯିବ।

ରସୁଣ ଚାହାର ସେବନ ଦ୍ଵାରା କ୍ଷତି –

୧- ରସୁଣ ଚାହା ସେବନ ଦ୍ଵାରା ଅନେକଥର ଛାତିରେ ଜ୍ଵଳନ ହେବାର ସମସ୍ୟା ରହିଥାଏ।

୨- ରସୁଣ ଗରମ ହୋଇଥାଏ, ଏଥିପାଇଁ ଅଧିକ ମାତ୍ରାରେ ରସୁଣ ଚାହା ସେବନ କରନ୍ତୁ ନାହିଁ।

୩- ଗର୍ଭବତୀ ମହିଳା ଏହି ଚାହାର ସେବନ କରିବା ଉଚିତ ନୁହେଁ।

୪- ଗରମ ଦିନରେ ପ୍ରତ୍ୟେକଦିନ ଚାହାର ସେବନ କରିବାରୁ ବଞ୍ଚିତ ହୁଅନ୍ତୁ।

Google

କିପରି ବନେଇବେ ରସୁଣର ଚାହା –

ରସୁଣର ଚାହା ବାନେଇବାର ବିଧି ଅଧିକ ସରଳ ଅଟେ। ବିଧି ଅନୁସାରେ ଆପଣ ଗୋଟେ ଗ୍ଲାସ ପାଣିକୁ ଗ୍ୟାସରେ ଗରମ କରି ନିଅନ୍ତୁ। ଏହା ଭିତରେ ରସୁଣକୁ ଛେଚି ପକାନ୍ତୁ। ଗୋଟେ ଚାମୋଚ କଳା ଲୁଣ ପକାଇ ଦିଅନ୍ତୁ। ପାଞ୍ଚ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ। ପାଞ୍ଚ ମିନିଟ ପରେ ଗ୍ୟାସ ବନ୍ଦ କରି ଚାହାକୁ ଛାଣି ନିଅନ୍ତୁ। ଏବେ ଚାହା ପ୍ରସ୍ତୁତ। ଯଦି ଆପଣ ଚାହିଁବେ ଏହି ଚାହା ମଧ୍ୟରେ ଅଦା ଏବଂ ଡାଲଚିନି ପକାଇ ପାରିବେ। ଏହାକୁ ପକାଇବା ଦ୍ଵାରା ଚାହା ଅଧିକ ସ୍ଵାଦିଷ୍ଟ ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *