Excuse Me Odisha

ଯାହା କହିବୁ ସତ କହିବୁ

ଗର୍ଭାବସ୍ଥାର ପ୍ରଥମ ମାସ ପାଇଁ କିଛି ମୂଲ୍ୟବାନ କଥା, ଆଜି ହିଁ ଜାଣି ନିଅନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କହିବି ଗର୍ଭାବସ୍ଥାର ପ୍ରଥମ ମାସରେ କଣ ସବୁ ହୋଇଥାଏ। କାରଣ ଗର୍ଭାବସ୍ଥାର ପ୍ରଥମ ମାସରେ ମା ଓ ଶିଶୁଙ୍କ ପାଇଁ ବହୁତ ଗୁରୁତ୍ବପୁର୍ଣ ହୋଇଥାଏ। ଏହି ସମୟରେ ସାମାନ୍ୟ ଅସାବଧାନତା ଗର୍ଭକୁ ନଷ୍ଟ କରି ଦେଇଥାଏ। ତେଣୁ ଆମେ ଜାଣିବା ଗର୍ଭାବସ୍ଥାର ପ୍ରଥମ ମାସରେ ମାଆ ମାନଙ୍କୁ ନିଜର କିପରି ଯତ୍ନ ନେବାକୁ ପଡ଼ିଥାଏ ଏବଂ ଏହି ସମୟରେ ଗର୍ଭରେ ଥିବା ଶିଶୁର କଣ ପରିବର୍ତ୍ତନ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେହି ବିଷୟରେ।

ଗର୍ଭାବସ୍ଥାର ପ୍ରଥମ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାରଣ ଏହି ସମୟରେ ଆପଣଙ୍କ ଶିଶୁର ମୂଳଦୁଆ ବଢ଼ିଥାଏ। ଏହି ସମୟରେ ଆପଣଙ୍କ ଶିଶୁର ପ୍ରଥମ ଅବସ୍ଥା ସୃଷ୍ଟି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାର ପ୍ରଥମ ମାସରେ ଆପଣଙ୍କ ମଧ୍ୟରେ କଣ ସବୁ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଯେମିତି ଆପଣଙ୍କ ପିରିୟଡ଼ ବନ୍ଦ ହୋଇଥାଏ ଆପଣ ଗର୍ଭ ପରୀକ୍ଷା କରିଥାନ୍ତି। ଯଦି ଗର୍ଭ ପରୀକ୍ଷାରୁ ସକାରାତ୍ମକ ଫଳାଫଳ ଆସିଲା ତାହେଲେ ଆପଣଙ୍କୁ ଲାଗୁଥିବ ଯେ ଆପଣଙ୍କ ଗର୍ଭାବସ୍ଥା ଆରମ୍ଭ ହେଲା। କିନ୍ତୁ ପ୍ରକୃତରେ ଆପଣଙ୍କର ପ୍ରଥମ ମାସ ଯାଇ ଦ୍ଵିତୀୟ ମାସ ଆରମ୍ଭ ହେଲା ଭଳି ଜଣା ପଡ଼ିଥାଏ। ଗର୍ଭାବସ୍ଥାର ପ୍ରଥମ ମାସ ସେହି ସମୟରେ ଆରମ୍ଭ ହୋଇଥିଲା ଯେଉଁ ସମୟରେ ଆପଣଙ୍କର ଶେଷ ମାସିକ ଧର୍ମ ଆରମ୍ଭ ହୋଇଥିଲା। ଧରାଯାଉ ଆପଣଙ୍କ ମାସିକ ଧର୍ମ ୧ ଜାନୁଆରୀରେ ଆପଣଙ୍କ ମାସିକ ଧର୍ମ ଆରମ୍ଭ ହୋଇଥିଲା। ତେବେ ଆମେ ୧ ଜାନୁଆରୀକୁ ଗର୍ଭାବସ୍ଥାର ପ୍ରଥମ ମାସ ଧରିବା। ପ୍ରଥମ ସପ୍ତାହରେ ମହିଳାଙ୍କ ଓଭାରୀରେ ଅଣ୍ଡା ସୃଷ୍ଟି ହୋଇଥାଏ। ଦ୍ଵିତୀୟ ସପ୍ତାହରେ ଓଭାରୀ ମଧ୍ୟରେ ଥିବା ଅନେକ ଗୁଡ଼ିଏ ଫଳିକିଲ ମଧ୍ୟରୁ ଗୋଟିଏ ମେଚ୍ୟୋର ହୋଇ ଯାଇଥାଏ। ଏହାକୁ ପୋଷଣ ଦେଇ ସୁସ୍ଥ କରାଯାଇଥାଏ। ଯେପରି ଆପଣଙ୍କର ହେବାକୁ ଥିବା ଶିଶୁ ସୁସ୍ଥ ହେଉ।ଯଦି ଅଣ୍ଡା ବା ଅଭ୍ୟୁମ ସବଳ ହେବ ନାହିଁ ତାହେଲେ ଶିଶୁ ସୁଦୃଢ ରହିବ ନାହିଁ। ଆପଣମାନେ ଦେଖିଥିବେ ଯେ ଅନେକ ଶିଶୁଙ୍କ ମଧ୍ୟରେ ଜନ୍ମଗତ ସମସ୍ୟା ଦେଖିବାକୁ ମିଳିଥାଏ। ଯଦି ଅଣ୍ଡାରେ କୌଣସି ସମସ୍ୟା ଦେଖା ଦେଇଥାଏ ତାହେଲେ ଏହା ନଷ୍ଟ ମଧ୍ୟ ହୋଇ ଯାଇଥାଏ। ତେଣୁ ଗର୍ଭାବସ୍ଥାର ଦ୍ଵିତୀୟ ସପ୍ତାହରେ ଅଣ୍ଡାର ମେଚ୍ୟୋରିଟି ହୋଇଥାଏ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଛୁଆ ସୁସ୍ଥ ହେଉ ତାହେଲେ ଗର୍ଭାବସ୍ଥାର ଯୋଜନା ଠାରୁ ଆରମ୍ଭ କରି ଆପଣ ଆଇରବ, ଫଲିକ ଏସିଡ ର ଔଷଧ ସେବନ କରନ୍ତୁ। ଗର୍ଭାବସ୍ଥାର ତୃତୀୟ ସପ୍ତାହରେ ଯଦି ଅଣ୍ଡା ଗର୍ଭାଶୟର କାନ୍ଥରେ ଲାଗିଯାଏ, ତାହେଲେ ଗର୍ଭାବସ୍ଥାର ଲକ୍ଷଣ ଆରମ୍ଭ ହୋଇ ଯାଇଥାଏ। ଯେଉଁଦିନ ଆପଣଙ୍କର ଅଣ୍ଡା ଫଟିଲାଇଯ ହୋଇ ଯାଇଥାଏ, ସେହିଦିନ ଠାରୁ ଗର୍ଭବତୀ ହେବାର ଲକ୍ଷଣ ଦେଖା ଦେଇଥାଏ। ଯଥା ମୁହଁରେ ପାଣି ଆସିବା, ଖାଦ୍ୟ ରୁଚିକର ନ ଲାଗିବା,ଖାଇବାକୁ ଇଚ୍ଛା ନହେବା, ମୁଣ୍ଡ ବିନ୍ଧା, ଦୁର୍ବଳ ଲାଗିବା ଆଦି ଲକ୍ଷଣ ଦେଖା ଦେଇଥାଏ।

Google

ଯଦି ଚତୁର୍ଥ ସପ୍ତାହରେ ଏପରି କିଛି ଲକ୍ଷଣ ଦେଖା ଦେଉଛି, ତେବେ ଆପଣ ଜାଣି ପାରିବେ ଗର୍ଭବତୀ ହୋଇଛନ୍ତି ବୋଲି। କିନ୍ତୁ କିଛି ମହିଳା ରହିଛନ୍ତି ଏପରି କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ,ସେମାନେ ଜାଣି ପାରନ୍ତି ନାହିଁ ଗର୍ଭବତୀ ହୋଇଛନ୍ତି ବୋଲି। ଚତୁର୍ଥ ସପ୍ତାହରେ ଯେତେବେଳେ ଆପଣଙ୍କ ମାସିକ ଧର୍ମ ବନ୍ଦ ହୋଇଯାଏ, ସେତେବେଳେ ଆପଣ ଗର୍ଭ ପରୀକ୍ଷା କରିଥାନ୍ତି, ଆପଣ ୟୁରିନ ଟେଷ୍ଟ କରି ଥାଆନ୍ତି। ଆପଣ ଚତୁର୍ଥ ସପ୍ତାହରେ ହିଁ ଜାଣି ପାରନ୍ତି ଯେ ଆପଣ ଗର୍ଭବତୀ ହୋଇଛନ୍ତି ବୋଲି। ଅର୍ଥାତ ଯେତେବେଳେ ଆପଣ ଗର୍ଭବତୀ ବୋଲି ଜାଣନ୍ତି ସେତେବେଳେ ଆପଣଙ୍କର ପ୍ରଥମ ମାସ ସରି ଯାଇଥାଏ। ବର୍ତମାନ ଆମେ ଜାଣିବା କି ଶିଶୁର ପ୍ରଥମ ମାସରେ କଣ ହୋଇଥାଏ। ଗର୍ଭାବସ୍ଥାର ପ୍ରଥମ ମାସରେ ଶିଶୁର ବିକାଶ ଆରମ୍ଭ ହୋଇ ଯାଇଥାଏ। ଯେଉଁଦିନ ଶୁକ୍ରାଣୁ ଡିମ୍ବ ସହିତ ଫଟିଲାଇଯ ହୁଏ, ସେହିଦିନଠାରୁ ଆପଣଙ୍କ ଶିଶୁର ବିକାଶ ହେବାର ପ୍ରାଥମିକ ଅବସ୍ଥା ଆରମ୍ଭ ହୋଇ ଯାଇଥାଏ। ଅଣ୍ଡା ଫଟିଲାଇଜ ହେବାପରେ କୋଷ ବିଭାଜନ ହୋଇଥାଏ। ଅର୍ଥାତ ଗୋଟେରୁ ଦୁଇଟି , ଦୁଇରୁ ଚାରିଟି, ଚାରିରୁ ଆଠଟି ହୋଇ ବିଭାଜନ ହୋଇଥାଏ। ଏହାକୁ ଜାଇଗୋଟ କୁହାଯାଏ। ଜାଇଗୋଟ ସୃଷ୍ଟି ହେବା ଯାଏ ସବୁ ପ୍ରକ୍ରିୟା ଗର୍ଭନଳୀ ଭିତରେ ହୋଇଥାଏ। ଏହାପରେ ଏହା ଗର୍ଭନଳୀରୁ ଖସି ଆସି ଗର୍ଭାଶୟ ପାଖକୁ ଆସିଥାଏ। ଏହି ସମସ୍ତ ପ୍ରକ୍ରିୟା ତୃତୀୟ ସପ୍ତାହରେ ଦେଖା ଦେଇଥାଏ। ଚତୁର୍ଥ ସପ୍ତାହର ଆରମ୍ଭରେ ଆପଣଙ୍କ ଜାଇଗୋଟରୁ ଅର୍ଥାତ ଶିଶୁର ଭୃଣରୁ ଗୋଟିଏ କେମିକାଲ ବାହାରି ଥାଏ। ଏହା ଭ୍ରୁଣକୁ ଗର୍ଭାଶୟ କାନ୍ଥରେ ଯୋଡିବା ପାଇଁ ସାହାଯ୍ୟ କରିଥାଏ। ଯଦି ଏହା ଯୋଡି ଯାଏ ତାହେଲେ ଗର୍ଭ ରହିଯାଏ। ବେଳେବେଳେ ଏହି ଭୄଣରୁ ଉତ୍ତମ କେମିକାଲ ବାହାରି ନଥାଏ। ତେଣୁ ଭ୍ରୁଣ ଗର୍ଭାଶୟ ମଧ୍ୟ ନ ଲାଗି ମାସିକ ଧର୍ମ ଆରମ୍ଭ ହୋଇ ଯାଇଥାଏ। ଭ୍ରୁଣ ବାହାରକୁ ଆସି ଯାଇଥାଏ। ଏହାକୁ ଆବର୍ଶନ କୁହାଯାଏ। ତେଣୁ ଗର୍ଭାବସ୍ଥାର ଚତୁର୍ଥ ସପ୍ତାହରେ ଆପଣଙ୍କୁ ଅଧିକ ସାବଧାନ ରହିବାକୁ ପଡିବ। ଏହି ସମୟରେ କୌଣସି ଭାରୀ ଜିନିଷ ଉଠାଇବେ ନାହିଁ। ଏହାଦ୍ବାରା ଗର୍ଭ ନଷ୍ଟ ହୋଇ ଯାଇଥାଏ। ଯଦି ଭ୍ରୁଣଟି କାନ୍ଥରେ ଲାଗି ଯାଏ। ଭ୍ରୁଣ ଇମ୍ପ୍ଲାଣ୍ଟ ହେବାପରେ ଏହା ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥାଏ। ଭିତର ଭାଗରୁ ଆପଣଙ୍କ ଶିଶୁର ଅଙ୍ଗ ତିଆରି ହୋଇଥାଏ। ବାହାର ଭାଗରୁ ଭ୍ରୁଣକୁ ଖାଦ୍ୟ ଯୋଗାଇବା ପାଇଁ ତିଆରି ହୋଇଥାଏ । ଏହା ବୁଝିବା କଷ୍ଟକର କିନ୍ତୁ ଜାଣି ରଖିବା ଦରକାର ଯେ ଭ୍ରୁଣର ଭିତର ଭାଗ ତିନିଟି ଭାଗରେ ବିଭକ୍ତ ହୋଇଥାଏ। ଯଥା ବାହାର ସ୍ତର, ମଝି ସ୍ତର ଓ ଭିତର ସ୍ତର। ଭିତର ସ୍ତରରୁ ଭ୍ରୁଣର ଅଙ୍ଗ ସୃଷ୍ଟି ହୋଇ ଥାଏ। ଭ୍ରୁଣର ବାହାର ସ୍ତରରୁ ଆପଣଙ୍କ ଶିଶୁର ମସ୍ତିଷ୍କ, ମେରୁଦଣ୍ଡ, ଚର୍ମ , କେଶ, ନଖ ଆଦି ସୃଷ୍ଟି ହୋଇଥାଏ। ମଝି ସ୍ତରରୁ ଆପଣଙ୍କ ଶିଶୁର ମାଂସପେଶୀ, ହାଡ଼, ଫୁସଫୁସ, ହୃତପିଣ୍ଡ ଆଦି ତିଆରି ହୋଇଥାଏ। ଭ୍ରୁଣର ଭିତର ସ୍ତରରୁ କିଡନୀ, ଅନ୍ତନଳୀ, ଆଦି ତିଆରି ହୋଇଥାଏ। ଏବେ ଆପଣ ଭାବୁଥିବେ ଏତେ ସବୁ ପ୍ରକ୍ରିୟା ପାଇଁ ଭ୍ରୁଣ କେତେ ବଡ଼ ହୋଇଥିବ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ଶିଶୁ ଏବେ ଖସା ମଞ୍ଜି ଆକାରର ହୋଇଥିବ। ଯେବେଠୁ ଆପଣ ଗର୍ଭବତୀ ହେବା ପାଇଁ ଯୋଜନା କରୁଛନ୍ତି ତାହେଲେ ଏବେ ଠାରୁ ଉତ୍ତମ ପନିପରିବା, ଫଳ ମୂଳର ସେବନ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *