Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ତ୍ରୀ ଲୋକମାନେ ମୁଣ୍ଡରେ ଓଢଣୀ ଦିଅନ୍ତି ନାହିଁ କଣ ହୋଇଥାଏ।ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ବିବାହିତ ମହିଳାମାନେ ମୁଣ୍ଡରେ ଓଢଣୀ ନଦେବା ଦ୍ୱାରା ଏହିସବୁ ଅସୁବିଧା ହୋଇଥାଏ। ବନ୍ଧୁଗଣ ଆମ ଭାରତୀୟ ସଂସ୍କୃତିରେ ପୁରୁଷ ମାନଙ୍କ ପାଇଁ ଯେମିତି ସଭ୍ୟ ଆଚରଣ ବିଷୟରେ କୁହାଯାଇଛି ଠିକ ସେମିତି ମହିଳା ମାନଙ୍କ ପାଇଁ ମଧ୍ୟ କିଛି ନିୟମ ରଖାଯାଇଛି। ଯାହା ତାଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ। ତେବେ ଯେଉଁ ଘରର ମୁଖ୍ୟ ମହିଳାମାନେ ଯେଉଁ ଭଳି ଆଚରଣ କରିଥାନ୍ତି ତାଙ୍କର ଆସନ୍ତା ବଂଶ ଠିକ ସେମିତି କାମ କରିଥାନ୍ତି। ଓ ମହିଳାମାନଙ୍କର ଆଚରଣରୁ ଜଣା ପଡିଥାଏ ଯେ ଘରର ଉନ୍ନତି ହେବ ବା ଅବନତି ହେବ। ତେଣୁ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଇଥାଏ। ଜଣେ ମହିଳା ଚାହିଁଲେ ଗୋଟିଏ ଘରକୁ ସ୍ୱର୍ଗ କରିପାରେ ଆଉ ସେ ମହିଳା ଚାହିଁଲେ ଘରକୁ ନର୍କ ମଧ୍ୟ କରିପାରେ। ସେଥିପାଇଁ ମହିଳା ମାନଙ୍କର ଅପମାନ ଠାରୁ ବଡ଼ ଅଧର୍ମ ଏହି ଦୁନିଆରେ କିଛି ହିଁ ନାହିଁ। ତେବେ ଆସନ୍ତୁ ଜାଣିନେବା ମହିଳା ମାନେ ମୁଣ୍ଡରେ କାହିଁକି ଓଢଣା ଦିଅନ୍ତି। ଏବଂ ନଦେବାର ଫଳ କଣ ହୋଇଥାଏ।

Google

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ମହିଳା ମାନଙ୍କୁ ନିଜ ମୁଣ୍ଡରେ ଓଢଣା ଦେବା ଉଚିତ ହୋଇଥାଏ। କାହିଁକିନା ଆମ ମୁଣ୍ଡରେ ଗୋଟିଏ ଚକ୍ର ରହିଥାଏ। ଯାହା ଏପଟ ସେପଟ କଥା ବିଚାର କରୁଥାଏ। କିନ୍ତୁ ମୁଣ୍ଡରେ ଓଢଣା ଦେବା ଦ୍ୱାରା ଆମ ଶରୀରର ଚକ୍ର ସହ ମୁଣ୍ଡର ଚକ୍ର ଏକାଗ୍ର ହୋଇ ରହିଥାଏ। ଏବଂ ଏହା ଗୋଟିଏ ଧ୍ୟାନ ସୃଷ୍ଟି କରିଥାଏ। ଯାହା ଦ୍ୱାରା ମନୁଷ୍ୟର ମନ ଶାନ୍ତ ରହିଥାଏ। ଏବଂ ମନୁଷ୍ୟ ଭଗବାନଙ୍କୁ ନିଜର ମନର ସୁଖ ଏବଂ ଦୁଃଖ କଥା କହିପାରିଥାଏ। ତେବେ ଏହା ଦ୍ୱାରା ଆମ ମନରେ କିଛି ଖରାପ ବିଚାର ମଧ୍ୟ ଆସିନଥାଏ। ଆଉ ଆମ ଶରୀରରେ ସକାରାତ୍ମକ ବିଚାରର ସଂଚାର ହୋଇଥାଏ। ତେବେ ମହିଳା ମାନଙ୍କ ମୁଣ୍ଡରେ ଓଢଣା ଦେବା ଆବଶ୍ୟକ। ଯେତେବେଳେ କୌଣସି ଗୁରୁଜନ ଲୋକ ଆପଣଙ୍କ ଘରକୁ ଆସନ୍ତି ସେତେବେଳେ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଆପଣ ମୁଣ୍ଡରେ ଓଢଣା ଦେଲେ ସେମାନେ ଖୁସି ହୋଇ ଆପଣଙ୍କୁ ଭଲ ଆଶୀର୍ବାଦ ଦେଇଥାନ୍ତି। ଯାହା ଆପଣଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ। ତେବେ ଶାସ୍ତ୍ର ଅନୁଯାୟୀ ଏହା ମଧ୍ୟ କୁହାଯାଇଛି ଯେ ଭଗବାନଙ୍କର ପୂଜାରେ ଭୋଗ କରିବା ବେଳେ ଭୋଗରୁ ଯଦି ଚୁଟି ବାହାରିଥାଏ ତେବେ ସେହି ଭୋଗ ଅଶୁଦ୍ଧ ହୋଇଯାଇଥାଏ। ସେଥିପାଇଁ ମହିଳା ମାନଙ୍କୁ ପୂଜା କରିବା ସମୟରେ ମୁଣ୍ଡରେ ଓଢଣା ଦେବା ଆବଶ୍ୟକ। ଯାହା ଦ୍ୱାରା ଚୁଟି ଭୋଗରେ ପଡିନଥାଏ। ଏହା ଛଡା ପୂଜା ପର୍ବାଣୀରେ ମହିଳା ମାନେ ମୁଣ୍ଡ ଧୋଇ ଗାଧୋଇଥାନ୍ତି। ଯାହାର ଫଳ ସ୍ୱରୂପ ସେ ଚୁଟି ଖୋଲା ରଖିଥାନ୍ତି। ତେବେ ଅନ୍ୟ ପୁରୁଷ ମାନଙ୍କର ନଜର ତାଙ୍କର ଚୁଟି ଉପରେ ପଡିଲେ ଖରାପ ବୋଲି କୁହାଯାଇଥାଏ। ସେଥିପାଇଁ ଚୁଟି ଖୋଲା ନରଖି ଓଢଣା ଦେବା ବହୁତ ଆବଶ୍ୟକ ହୋଇଥାଏ। ତେବେ ଏହା ଛଡା ମହିଳା ମାନେ ମୁଣ୍ଡରେ ଓଢଣୀ ଦେବା ଦ୍ୱାରା ତାଙ୍କର ସୌନ୍ଦର୍ଯ୍ୟ ଦୁଇଗୁଣା ହୋଇଯିବା ସହିତ ଅଧିକ ସମ୍ମାନ ମଧ୍ୟ ମିଳିଥାଏ। ତେବେ ବନ୍ଧୁଗଣ ମହିଳା ମାନେ ଠାକୁରଙ୍କ ପୂଜା କରିବା ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ଏବଂ ପିତା ମାତା ଓ ଗୁରୁଜନ ମାନଙ୍କୁ ପ୍ରଣାମ କରିବା ସମୟରେ ମୁଣ୍ଡରେ ନିଶ୍ଚୟ ଭାବରେ ଓଢଣା ଦେବା ଆବଶ୍ୟକ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *