Excuse Me Odisha

ଯାହା କହିବୁ ସତ କହିବୁ

ଚାଲାକିରେ କଥା କହିବା ଶିଖନ୍ତୁ, ଯେମିତି ସମସ୍ତେ ଆପଣଙ୍କୁ ଭଲ ପାଇବେ

ସେୟାର୍ କରନ୍ତୁ

ସାଙ୍ଗ କେହିଜଣେ ଭଲ କଥା କହିଥିଲେ – ଆଜ ହମ୍ ପର ହେ ଜୋ କଲ ତୁମ ପର ବି ଆଏଗା, ୟେ ୱକ୍ତ ହେ ଦୋସ୍ତ ବଦଲ ହି ଯାଏଗା। ବନ୍ଧୁ କାହା ସହିତ ଚାଲାକିରେ କଥା ହେବା କିପରି। ଚାଲାକିରେ ଏପରି କଥା ହେବା ଯେ ଜଣା ପଡ଼ିବ ନାହିଁ ତୁମେ ଚାଲାକିରେ କଥା ହେଉଛ। ତାକୁ ଏପରି କଥା କହିବା ଯେ ତୁମ କାମ ପାଇଁ ତାକୁ ପଟେଇ ଦେବା। ଚାଲାକିରେ କଥା ହେବା ଅର୍ଥ ସେ ଲୋକଟି ଜାଣିବ ଯେ ତାର କାମ ହେଉଛି। ସତ କହିବାକୁ ଗଲେ କାର୍ଯ୍ୟ ଆପଣଙ୍କର ହେଉଥିବ ଆପଣଙ୍କର ବିଜୟ ହେଉଥିବ। ଜୀବନରେ ଆପଣଙ୍କର କ୍ୱାଲିଫିକେଶନ ଡିଗ୍ରୀ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣଙ୍କର କମ୍ୟୁନିକେସନ ସ୍କିଲ। ଏହି ମୁଁ ଆପଣଙ୍କୁ ଲୋକଙ୍କ ସହିତ କିପରି ଚାଲାକି ସହିତ କଥା ହେବେ ସେହି ବିଷୟରେ କହିବି।

ବନ୍ଧୁ ଟ୍ରିକ ଓ ଟିପ୍ସ କହିବା ପୂର୍ବରୁ ମୁଁ ଆପଣଙ୍କୁ କହି ରଖୁଛି ଏହି ଦୁନିଆରେ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେଉଛି ଶବ୍ଦ, ସେ ଲେଖା ହୋଇଥିବା ଶବ୍ଦ ହେଉ ବା ଆମ ପାଟିରୁ ବାହାରିଥିବା ଶବ୍ଦ। ଏହି ଶବ୍ଦ ବା ଆମ କଥା ମାଧ୍ୟମରେ ଆମେ କାହାକୁ ଶତ୍ରୁ ବା ମିତ୍ର କରିପାରୁ। ଯେତେବେଳେ ଆପଣ କାହା ସହିତ କଥା ହେଉଛନ୍ତି ସେତେବେଳେ ପ୍ରଥମେ ୩ ଥର ବିଚାର କରନ୍ତୁ। ପ୍ରଥମେ ଭାବନ୍ତୁ ମୁଁ କଣ କହିବାକୁ ଚାହୁଁଛି? ତାପରେ ଭାବନ୍ତୁ ମୁଁ କାହାକୁ କହିବା ପାଇଁ ଯାଉଛି ? ତୃତୀୟରେ ଭାବନ୍ତୁ ଏହାର ପରିଣାମ ମୋ ଉପରେ କଣ ପଡ଼ିବ? ଯଦି ଏହି ତିନୋଟି କଥା ଆପଣ ନିଜ ମନ ଭିତରେ ଭାବି ନେବେ ତାହେଲେ କାହାକୁ ମଧ୍ୟ ଆପଣ ନିଜର କରି ପାରିବେ। ଚାଲନ୍ତୁ ବନ୍ଧୁ ସେହି ବିଷୟରେ ଆଲୋଚନା କରିବା।

Google

ଟିପ ୧ – connect to people –

ସାମ୍ନାରେ ଥିବା ଲୋକଙ୍କ ସହିତ ଯୋଡ଼ି ହେବା। ଆପଣ କୌଣସି ଲୋକଙ୍କ ସହିତ କଥା ହେବା ସମୟରେ ପ୍ରଥମେ ତାଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ନିଜ ବିଷୟରେ ଅଳ୍ପ କୁହନ୍ତୁ। ଭଗବାନ ଆମକୁ ସେଥିପାଇଁ ଦୁଇଟି କାନ ଦେଇଛନ୍ତି ଓ ଗୋଟିଏ ପାଟି ଦେଇଛନ୍ତି। ଏହାର ଅର୍ଥ ଆମେ ବେଶୀ ଶୁଣିବା ଓ ଅଳ୍ପ କହିବା। ଆମେ କିନ୍ତୁ ସବୁବେଳେ ଓଲଟା କରି ଥାଉ। ଅଧିକ କହିଥାଉ ଓ ଅଳ୍ପ ଶୁଣି ଥାଉ। ସବୁବେଳେ ସଫଳ ବ୍ୟକ୍ତି ସବୁବେଳେ ଶୁଣନ୍ତି ଏବଂ ଅଳ୍ପ କୁହନ୍ତି। ସେଥିପାଇଁ ସେମାନେ ବଡ଼ ଲକ୍ଷ୍ୟକୁ ପୂରଣ କରି ପାରନ୍ତି। ମହାଭାରତ ଯୁଦ୍ଧରେ ପ୍ରଥମେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କ କଥା ଶୁଣିଥିଲେ। ଯେତେବେଳେ ଅର୍ଜୁନ ନିଜ ମନର ବ୍ୟଥାକୁ ପରିପ୍ରକାଶ କରୁଥିଲେ, ସେତେବେଳେ ଭାଗଣ ଶ୍ରୀକୃଷ୍ଣ ଅର୍ଜୁନଙ୍କ ମନର ବ୍ୟଥାକୁ ଶୁଣୁ ଥିଲେ। ଯେତେବେଳେ ଶ୍ରୀକୃଷ୍ଣ ଜାଣିପାରିଲେ ଏହି ସମୟ ହେଉଛି ଜ୍ଞାନ ଦେବାର ଉଚିତ ସମୟ , ସେ ଜ୍ଞାନ ଦେବାକୁ ଲାଗିଲେ। ସେହି ଜ୍ଞାନ ଯାହାକି ଆମର ଭାଗବତ ଗୀତା ନାମରେ ପରିପ୍ରକାଶ ହେଲା। ପ୍ରଥମେ ସାମ୍ନା ଲୋକର ମୁଡ଼ କିପରି ରହିଛି ତାହା ଦେଖନ୍ତୁ। ଯଦି ସାମ୍ନା ଲୋକର ମୁଡ଼ ଖରାପ ରହିଛି, ତେବେ ଯଦି ଆପଣ କିଣାକିଣି କରିବା କାଠ କହିବେ ତାହେଲେ ସେ ବିରକ୍ତ ହୋଇଯିବେ। ସେଥିପାଇଁ ଆପଣ କଥା ହେବା ପୂର୍ବରୁ ସାମ୍ନା ଲୋକର ମୁଡ ଦେଖି ନିଜର କଥାକୁ ପରିପ୍ରକାଶ କରନ୍ତୁ।

ଟିପ ୨- connect to people heart’s –

ଲୋକଙ୍କ ସହିତ ଯୋଡି ରୁହନ୍ତୁ। ଲୋକଙ୍କ ସହିତ ଯୋଡି ରହିବା ପାଇଁ ଲୋକଙ୍କର ପ୍ରଶଂସା କରନ୍ତୁ। ତାଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଉତ୍ସାହିତ କରନ୍ତୁ। ତେଣୁ କାହାର ପ୍ରଶଂସା କଲେ ସେହି ଲୋକ ଆପଣଙ୍କ ଆଡକୁ ଆକର୍ଷିତ ହେବ। ଆପଣ ତାଙ୍କୁ ପ୍ରଶଂସା କଲା ସମୟରେ ସେ ଯେପରି ଜାଣି ନ ପାରିବେ ତୁମେ ନିଜ କାମ ପାଇଁ ତାଙ୍କ ପ୍ରଶଂସା କରୁଛ।

ଟିପ ୩- Be an intelligent –

ଚତୁର ହେବାକୁ ପ୍ରୟାସ କର। ଅର୍ଥାତ ଅଳ୍ପ କଥା କହି ନିଜର ଚତୁରତାର ସହିତ କାମ କରି ପାରିବେ। ଏଥିପାଇଁ ଆପଣଙ୍କୁ ସବୁ କ୍ଷେତ୍ରରେ କିଛି ଜ୍ଞାନ ଆହରଣ କରିବାକୁ ପଡ଼ିବ। କାରଣ ଯଦି କେହି ବ୍ୟକ୍ତି ଆପଣଙ୍କୁ କୌଣସି କ୍ଷେତ୍ର ବିଷୟରେ କିଛି ପ୍ରଶ୍ନ ପଚାରିବେ ତାହେଲେ ଆପଣଙ୍କୁ ସେହି ବିଷୟରେ କିଛି ଉତ୍ତର ଦେବାକୁ ପଡ଼ିବ। ଯେପରି କୌଣସି ଏକ କ୍ୟାମିକାଲ ଭିତରେ ଯେତେ ପାଣି ମିଶାଇବେ ତାହାର ମୂଲ୍ୟ କମି ଯିବ। ସେହିପରି ଆପଣ ଯେତେ ଅଧିକ କଥା କହିବେ ଆପଣଙ୍କ ଶବ୍ଦର ମୂଲ୍ୟ କମିଯିବ।

Google

ଟିପ ୪ – modify your talking style –

ଅର୍ଥାତ କଥା କହିବାର ଶୈଳୀକୁ ପରିବର୍ତ୍ତନ କରନ୍ତୁ। କିଛି ଲୋକ ଧୀର ହୋଇ କଥା ହୁଅନ୍ତୁ। ଆଉକିଛି ଲୋକ ଅଛନ୍ତି ସେମାନେ ଉଚ୍ଚ ସ୍ଵରରେ କଥା ହୁଅନ୍ତି। କିନ୍ତୁ ଆପଣ ସବୁବେଳେ ପ୍ରୟାସ କରନ୍ତୁ ଅଳ୍ପ କହିବା ପାଇଁ । ଯଦି ଜଣେ ଖୁସି ଅଛି ତାହେଲେ ଆପଣ ତାଙ୍କ ସହିତ ଖୁସି ହୋଇ କଥା ହୁଅନ୍ତୁ। ଯଦି କେହି ଦୁଃଖିତ ଅଛନ୍ତି ତାହେଲେ ଆପଣ ସେହିଭଳି ଇମୋଷନ ହୋଇ କଥା ହୁଅନ୍ତୁ। ପରିସ୍ଥିତି ଦେଖି ମୁହଁରେ ସବୁବେଳେ ହସ ରଖିଥାନ୍ତୁ ଦେଖିବେ ଲୋକେ ଆପଣଙ୍କ ସହ କଥା ହେବାପାଇଁ ପାଗଳ ହୋଇଯିବେ।

ଟିପ ୫ – Give surprise and help others –

ଆମେ ସମସ୍ତେ ଜାଣିଛୁ ସମସ୍ତେ ହୃଦୟଖୋଲା ଲୋକଙ୍କୁ ଅଧିକ ପସନ୍ଦ କରିଥାନ୍ତି। ଆମେ ଭାବୁ ତାଙ୍କ ପାଖରେ ଉତ୍ତମ ମଣିଷତ୍ଵ ରହିଛି। ଆପଣ ସମସ୍ତେ ଜାଣିଥିବେ ଗିଫ୍ଟ ସମସ୍ତଙ୍କୁ ଭଲ ଲାଗିଥାଏ। ଦୈନନ୍ଦିନ ଜୀବନରେ ଆପଣ ଯାହାକୁ ଚାହିଁବେ ଗିଫ୍ଟ ଦେଇ ପାରିବେ। ଯଦି କେହି ପଚାରିବେ ଆଜି କିଛି ଉତ୍ତମ ଦିନ କି ? ଆପଣ କହିବେ ତୁମେ ମୋର ପାଖରେ ଥିଲେ ସବୁ ଦିନ ଭଲ। ଆଶା କରୁଛି ଏହି ସବୁ ଟିପ ଗୁଡ଼ିକ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *