Excuse Me Odisha

ଯାହା କହିବୁ ସତ କହିବୁ

ଆର୍ଥିକ ଲାଭ ପାଇବା ପାଇଁ ଶରୀରର ଏହି ଅଙ୍ଗରେ ବାନ୍ଧି ନିଅନ୍ତୁ କଳା ସୂତା , ଧନରେ ଭରି ଉଠିବ ଘର

ସେୟାର୍ କରନ୍ତୁ

କଳା ସୂତାକୁ ବାନ୍ଧିବା ଦ୍ୱାରା ଅନେକ ପ୍ରକାରର ଲାଭ ଯୋଡି ହୋଇ ରହିଛି। ଶରୀରରେ ଏହି ସୂତାକୁ ବାନ୍ଧିବା ଦ୍ୱାରା ଅନେକ ପ୍ରକାରର ଅସୁବିଧା ଦୂର ହୋଇ ଯାଇଥାଏ। ସାଧାରଣ ଭାବରେ କଳା ସୂତାକୁ ଗଳା , ହାତ , ଅଣ୍ଟା କିମ୍ବା ଗୋଡରେ ବନ୍ଧା ଯାଇଥାଏ। ଲାଲ ପୁସ୍ତକ ଅନୁଯାୟୀ କଳା ସୂତାକୁ ପିନ୍ଧିବା ବହୁତ ଲାଭକାରୀ ହୋଇଥାଏ। ତେବେ କଳା ସୂତାକୁ ବାନ୍ଧିବା ସମୟରେ କିଛି ନିୟମକୁ ପାଳନ କରିବାକୁ ପଡିଥାଏ। ଯଦି ଏହି ନିୟମ ଗୁଡିକ ଅନୁଯାୟୀ ସୁତାକୁ ଧାରଣ କରାଯାଏ , ତେବେ ହିଁ ଲାଭ ମିଳିବ।

ଶରୀରରେ କଳା ସୂତା ବାନ୍ଧିବାର ଲାଭ:-

Google

୧) ଖରାପ ଦୃଷ୍ଟିରୁ ରକ୍ଷା କରିଥାଏ:-

କଳା ସୂତାକୁ ବାନ୍ଧିବା ଦ୍ୱାରା ଖରାପ ଦୃଷ୍ଟିରୁ ରକ୍ଷା ମିଳିଥାଏ। ଯେଉଁ ଲୋକମାନଙ୍କୁ ସହଜରେ ଦୃଷ୍ଟି ଲାଗିଯାଏ , ସେମାନେ ନିଶ୍ଚିତ ଭାବରେ ଏହାକୁ ଧାରଣ କରନ୍ତୁ। ଖରାପ ଦୃଷ୍ଟିରୁ ରକ୍ଷା ପାଇବାପାଇଁ ଏହାକୁ ଗୋଡ଼ରେ ଧାରଣ କରନ୍ତୁ। ଅନ୍ୟପକ୍ଷରେ ପିଲାମାନଙ୍କୁ ଏହି ଖରାପ ଦୃଷ୍ଟିରୁ ରକ୍ଷା କରିବାପାଇଁ ଏହି ସୂତାକୁ ସେମାନଙ୍କ ହାତରେ ବାନ୍ଧନ୍ତୁ।

Google

୨) ଶନି ଗ୍ରହ ରହିବ ଶାନ୍ତ:-

କଳା ସୁତାର ସମ୍ବନ୍ଧ ଶନି ଗ୍ରହ ସହ ରହିଛି ବୋଲି ବିଶ୍ୱାସ କରାଯାଏ। ଏହି ସୁତାକୁ ଧାରଣ କରିବା ଦ୍ଵାରା କୁଣ୍ଡଳୀରେ ଶନି ଗ୍ରହ ଦୃଢ଼ ହୋଇଥାନ୍ତି ଏବଂ ଶନି ଦୋଷରୁ ମୁକ୍ତି ମିଳିଥାଏ। ବାସ୍ତବରେ ଶନି କଳା ରଙ୍ଗର କାରକ ହୋଇଥାନ୍ତି। ଏଥିପାଇଁ କଳା ସୂତା ଧାରଣ କରିବା ଲାଭକାରୀ ବୋଲି ବିବେଚନା କରାଯାଇଥାଏ । ଏହି ସୂତାକୁ କେବଳ ଶନିବାର ଦିନ ହିଁ ଆପଣ ଧାରଣ କରିପାରିବେ। ଏହି କଳା ସୂତାକୁ ଧାରଣ କରିବା ପୂର୍ବରୁ ପ୍ରଥମେ ଶନିଦେବଙ୍କ ଚରଣରେ ଅର୍ପଣ କରିବେ ଓ ତାପରେ ପୂଜା କରିବେ। ପୂଜା କରିବା ପରେ କଳା ସୂତାକୁ ପିନ୍ଧିବେ। ଏହାକୁ ବେକ ଓ ହାତରେ ଧାରଣ କରନ୍ତୁ।

Google

୩) ଆର୍ଥିକ ଲାଭ ପାଇଁ:-

କେତେକ ଲୋକ ଆର୍ଥିକ ଲାଭ ପାଇଁ ମଧ୍ୟ କଳା ସୂତାକୁ ଧାରଣ କରନ୍ତି। କଳା ସୂତାକୁ ଧାରଣ କରିବା ଦ୍ଵାରା ଧନ ସହ ଜଡ଼ିତ ସମସ୍ୟା ଗୁଡିକ ଦୂର ହୋଇଥାଏ ଓ ଘରକୁ ସମୃଦ୍ଧି ଆଗମନ କରିଥାଏ। ଆର୍ଥିକ ଲାଭ ପାଇବା ପାଇଁ ମଙ୍ଗଳବାର ଦିନ ଡାହାଣ ଗୋଡରେ କଳା ସୂତା ବାନ୍ଧନ୍ତୁ।

Google

୪) ସ୍ୱାସ୍ଥ୍ୟ ପାଇଁ:-

କଳା ସୂତା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉତ୍ତମ ଭାବରେ ବିବେଚନା କରାଯାଇଥାଏ। ଯେଉଁ ଲୋକମାନଙ୍କ ପେଟରେ ଯନ୍ତ୍ରଣାର ଅଭିଯୋଗ ରହିଥାଏ , ସେହି ଲୋକମାନେ ନିଜ ପାଦର ଆଙ୍ଗୁଠିରେ ଏହି ସୁତାକୁ ବାନ୍ଧନ୍ତୁ। ଏଭଳି କରିବାଦ୍ୱାରା ପେଟ ଯନ୍ତ୍ରଣା କମ ହୋଇ ଯାଇଥାଏ ଏବଂ ଆରାମ ମିଳିଥାଏ। କେବଳ ଏତିକି ନୁହେଁ ଗୋଡ଼ରେ କଳା ସୂତା ବାନ୍ଧିବା ଦ୍ୱାରା ଗୋଡ଼ର ଆଘାତ ମଧ୍ୟ ଠିକ ହୋଇ ଯାଇଥାଏ। ଯେଉଁ ପିଲାମାନଙ୍କର ରୋଗପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇଯାଏ , ସେମାନଙ୍କୁ ମଧ୍ୟ ପାଦ ଆଙ୍ଗୁଠିରେ କଳା ସୂତା ବାନ୍ଧି ଦିଅନ୍ତୁ। ଏଭଳି କରିବାଦ୍ୱାରା ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।

Google

୫) ଘରକୁ ଖରାପ ଦୃଷ୍ଟିରୁ ବଞ୍ଚାନ୍ତୁ:-

ଘରକୁ ଖରାପ ଦୃଷ୍ଟିରୁ ରକ୍ଷା ରକ୍ଷା କରିବାପାଇଁ କଳା ସୂତା ମୁଖ୍ୟ ଦ୍ୱାର ସମ୍ମୁଖରେ ବାନ୍ଧି ଦିଅନ୍ତୁ। ଏଭଳି କରିବା ଦ୍ୱାରା ଘରର ରକ୍ଷା ଖରାପ ଦୃଷ୍ଟିରୁ ହୋଇଥାଏ। ଉପାୟ ଅନୁଯାୟୀ , ଆପଣ କଳା ସୁତାରେ ଲେମ୍ବୁ ଲଙ୍କା ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ପାରନ୍ତି ଏବଂ ସମୟ ସମୟରେ ଏହାକୁ ପରିବର୍ତ୍ତନ କରନ୍ତୁ। ଏହି ସୁତାକୁ ବ୍ୟବସାୟ ସ୍ଥଳରେ ମଧ୍ୟ ବାନ୍ଧିପାରିବେ। ବ୍ୟବସାୟ ସ୍ଥଳରେ ଏହାକୁ ବାନ୍ଧିବା ଦ୍ୱାରା ବ୍ୟବସାୟରେ ଲାଭ ହୋଇଥାଏ।

ଏହି କଥା ଗୁଡିକୁ ଧ୍ୟାନରେ ରଖନ୍ତୁ:-

କଳା ସୂତା ବାନ୍ଧିବା ପୂର୍ବରୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ। ଯାହା ଏହି ପ୍ରକାରର ଅଟେ।

ଶରୀରର ଯେଉଁ ଅଂଶରେ କଳା ସୁତାକୁ ବାନ୍ଧିବେ , ସେହି ଅଂଶରେ ଆଉ କୌଣସି ସୂତା ବାନ୍ଧିବା ଉଚିତ ନୁହେଁ। ଯଦି ପୂର୍ବରୁ ଆଉ କୌଣସି ସୂତା ପିନ୍ଧିଛନ୍ତି, ତେବେ ତାହାକୁ ବାହାର କରି କଳା ସୁତାକୁ ବାନ୍ଧନ୍ତୁ।

କଳା ସୂତା ବାନ୍ଧିବା ପାଇଁ ଶନିବାର ଦିନ ସବୁଠାରୁ ଭଲ ଅଟେ।

Google

କଳା ସୁତାକୁ ଅଭିମନ୍ତ୍ରିତ କରିବା ପରେ ହିଁ ଧାରଣ କରିବା ଉଚିତ। ଏହି ସୁତାକୁ ଅଭିମନ୍ତ୍ରିତ କରିବାପାଇଁ ଆପଣ କୌଣସି ଜ୍ୟୋତିଷଙ୍କର ସାହାଯ୍ୟ ନେଇପାରନ୍ତି।

ଥରେ ଏହି ସୁତାକୁ ଧାରଣ କରିବାପରେ ବାରମ୍ବାର ଏହାକୁ ଖୋଲନ୍ତୁ ନାହିଁ। ଏଭଳି କରିବାଦ୍ୱାରା ଏହାର ପ୍ରଭାବ କମ ହେବାକୁ ଲାଗିଥାଏ।

କଳା ସୂତା ବାନ୍ଧିଥିବା ବ୍ୟକ୍ତିଙ୍କୁ ରୁଦ୍ର ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ। ଏହି ମନ୍ତ୍ର ଏହି ପ୍ରକାରର ଅଟେ:-

ଓଁ ତତପୁରୁଷାୟ ବିଜ୍ଞହେ ମହାଦେବାୟ ଧୀମାହି

ତନ୍ନୋ ରୁଦ୍ରହ ପ୍ରଚୋଦୟାତ ।।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *