Excuse Me Odisha

ଯାହା କହିବୁ ସତ କହିବୁ

ନିଜକୁ ଭଲ ପାଇଲେ କଣ ହୋଇ ଥାଏ, ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ସାଙ୍ଗ କେହି ଜଣେ କହିଥିଲେ – ଇଜ୍ଜତ ଓର ତାରିଫ ମାଙ୍ଗି ନହିଁ ଜାତି ହେ, ଉସ୍କୋ କମାୟା ଜାତା ହେ। ଏହି କାହାଣୀ ହେଉଛି ଗୋଟିଏ ଗରିବ ପରିବାରର କାହାଣୀ। ଗୋଟିଏ ଗାଁରେ ଜଣେ ଗରିବ ଲୋକ ରହୁଥିଲା ଏବଂ ଜଙ୍ଗଲରୁ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ସେ ନିଜ ପରିବାରକୁ ପ୍ରତିପୋଷଣ କରି ଥାଏ। ଦିନେ ସକାଳୁ ସକାଳୁ ସେ ଜଙ୍ଗଲ ଯିବା ସମୟରେ ତାର ଛୋଟ ପୁଅ ଆସି କହିଲା – ବାପା ମୁଁ ତମ ସହିତ ଜଙ୍ଗଲକୁ ଯିବି। ପୁଅକୁ ନେଇ ଲୋକଟି ଜଙ୍ଗଲକୁ ଗଲା। ଜଙ୍ଗଲର ରାସ୍ତା ଭାରି ପଥୁରିଆ ଓ କଣ୍ଟକ ଭରା ଥିଲା। ପିଲାଟିକୁ ଖୁସି ଲାଗୁଥିଲା ଯେହେତୁ ସେ ପ୍ରଥମଥର ପାଇଁ ଜଙ୍ଗଲକୁ ଯାଉଥିଲା। ସେ କଣ୍ଟା, ପଥର କାହାକୁ ଖାତିର ନକରି ସେ ଜଙ୍ଗଲର ଦୃଶ୍ୟକୁ ଖାତିର ନକରି ବାପାର ହାତ ଧରି ପୁଅଟି ଚାଲି ରହିଥିଲା। ହଠାତ୍ ଅନ୍ୟମନସ୍କ ଥିବା ପିଲାଟି ଦେହରେ ଗୋଟେ ବଡ଼ ପଥର ବାଜିଗଲା। ସେ ଜୋରରେ ଓଃ ଚିତ୍କାର କଲା। ସେହି ଚିତ୍କାର ପାହାଡ଼ରେ ଗୁଞ୍ଜରିତ ହେଲା। ସେ ପିଲାଟି ଏହାପୂର୍ବରୁ ନିଜର ପ୍ରତିଧ୍ୱନୀ ଶୁଣି ନଥିଲା। ଏହି ପ୍ରତିଧ୍ୱନୀ ଶୁଣି ସେ ପିଲାଟି ଟିକେ ଭ-ୟ ପାଇ ଭାବିଲା ଏହି ପାହାଡ଼ରେ ମୋତେ କିଏ ଲୁଚିକରି ଦେଖୁଛି ଓ ମୋର ମଜାକ ଉଡ଼ାଉଛି। ପିଲାଟି ଏବେ ଚିନ୍ତା କରି କହିଲା ତମେ କିଏ ମୋର ମଜାକ କରୁଛ? ପିଲାଟିର କଥା ପୁଣିଥରେ ପ୍ରତିଧ୍ୱନୀ ହେଲା। ପିଲାଟି କହିଲା ତମେ ଯିଏ ବି ହୁଅ ମୁଁ ତୁମକୁ ଛାଡ଼ିବି ନାହିଁ। ଏହିକଥା ମଧ୍ୟ ପ୍ରତିଧ୍ୱନୀ ହେଲା।

ଏଭଳି ବାରମ୍ବାର ତାର କଥା ପ୍ରତିଧ୍ୱନୀ ହେବା ଯୋଗୁଁ ପିଲାଟି ଭୟ ପାଇଯାଇ ତାର ବାପାଙ୍କ ହାତକୁ ଜୋରରେ ଜାବୁଡ଼ି ଧରିଲା। ପିଲାଟିର ଏପରି ହାବଭାବକୁ ତାର ବାପା ଭଲଭାବରେ ବୁଝି ଯାଇଥିଲେ। ପିଲାଟିର ବାପା ଏବେ ଜୋରରେ ପାଟିକରି କହିଲେ ମୁଁ ତୁମକୁ ବହୁତ ଭଲ ପାଏ। ସେହି କଥା ମଧ୍ୟ ପ୍ରତିଧ୍ୱନୀ ହେଲା ଏବଂ ତାର ବାପା କହିଲେ ତମେ ବହୁତ ଭଲ। ଏହି ପ୍ରତିଧ୍ଵନି ଶୁଣି ପିଲାଟି ବାପାଙ୍କୁ ପଚାରିଲା – ବାପା ଏହି ଶବ୍ଦ କାହାର ଯିଏ ମୋତେ ପୂର୍ବରୁ ଗାଳି ଦେଉଥିଲା ସେ ଏବେ ତୁମକୁ ବହୁତ ଭଲ ବୋଲି କହୁଛି। ତାର ବାପା କହିଲେ ଏହା ଆଉ କାହାର ଶବ୍ଦ ନୁହେଁ ଏହା ଆମର ଶବ୍ଦ। ଏହା ହେଉଛି ଆମର ପ୍ରତିଧ୍ୱନୀ। ଆମେ ରାଗରେ ଯେତେବେଳେ କିଛି ଥାଉ, ତାହା ଆମ ପାଖକୁ ପ୍ରତିଧ୍ଵନି ହୋଇ ଫେରି ଆସିଥାଏ। ଯଦି ଆମେ କିଛି ଭଲ କହିବା ତାହେଲେ ସେହି ଶବ୍ଦର ଆମ ପାଖକୁ ଭଲ ପ୍ରତିଧ୍ୱନୀ ହୋଇ ଫେରି ଆସିଥାଏ। ଠିକ ଅନ ଜୀବନ ମଧ୍ୟ ସେହିପରି ହୋଇଥାଏ। ଯଦି ଆମେ ନିଜ ମନରେ ଜୀବନକୁ ନେଇ ଭଲ ଚିନ୍ତା କରିବା ଓ ସକାରାତ୍ମକ ଦୃଷ୍ଟିକୋଣ ରଖିବା ତାହେଲେ ଜୀବନ ମଧ୍ୟ ସୁଖମୟ ରହିବ। ଯଦି ମନରେ ସବୁବେଳେ ନିଜ ଜୀବନ ପାଇଁ ବିରକ୍ତ ଭାବ ଆଣିବା ବା ନକାରାତ୍ମକ ଚିନ୍ତା ରଖିବା, ଠିକ୍ ସେହିଭଳି ଆମ ଜୀବନ ଆମକୁ ପରିଣାମ ମଧ୍ୟ ଦେଇଥାଏ। ଆମ ଚିନ୍ତାଧାରା ଯେପରି ହୋଇଥାଏ ପ୍ରକୃତି ଆମକୁ ସେହିପରି ପରିଣାମ ଦେଇଥାଏ। ତମେ ଯଦି କାହା ପାଇଁ ଖରାପ ଚିନ୍ତା କରିବା ସେହି ଖରାପ ଚିନ୍ତା ତୁମ ଉପରେ ହିଁ ପ୍ରତିଫଳିତ ହେବ। ସେଥିପାଇଁ ସୁନ୍ଦର କଥାଟିଏ ରହିଛି – ଯାହା ମନ ଯେପରି ତାପାଇଁ ସେପରି ଫଳ ଖଞ୍ଜି ଥାଏ ବିଶ୍ଵ,ଉଚ୍ଚ ମନା ଉଚ୍ଚ ଲଭଇ ଅମୃତ ନୀଚ ମନା ଲଭେ ବିଷ। ନିଜକୁ ଥରେ ଭଲପାଇ ଦେଖ। ଦେଖିବା ଏହି ପ୍ରକୃତି ତୁମକୁ ବହୁତ ଭଲପାଇବା ଦେବ। ଏଥର ପିଲାଟି ସବୁକଥା ବୁଝି ପାଇଲା ଏବଂ ପାହାଡ଼ ଉପରକୁ ଯାଇ ଜୋରରେ ପାଟି କରି କହିଲା ମୁଁ ତୁମକୁ ବହୁତ ଭଲ ପାଏ। ସେହି କଥାଟି ତାର ଚତୁର୍ଦ୍ଦିଗରେ ପ୍ରତିଧ୍ବନିତ ହୋଇ ଉଠିଲା।

ବନ୍ଧୁଗଣ ମୁଁ ଖାଲି ଏତିକି କହିବା ପାଇଁ ଚାହୁଁଚି ଆମ ଯଦି ନିଜକୁ ମଧ୍ୟ ଭଲ ପାଇବା, ସମ୍ମାନ କରିବା, ସ୍ନେହ ଦେବା ତାହେଲେ ଯାଇ ଏହି ଦୁନିଆ ଆମକୁ ବହୁତ ଭଲ ପାଇବା ଦେବ। ତେଣୁ ନିଜକୁ ନିଜେ ଭଲ ପାଇବା ଦିଅନ୍ତୁ। ନିଜକୁ ନିଜେ ସମ୍ମାନ ଦେବା ମଧ୍ୟ ଶିଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *