Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ହାରି ଯାଇ ଥିଲେ, ଏହି ଆର୍ଟିକିଲଟି ନିଶ୍ଚିତ ପଢନ୍ତୁ , ଆପଣଙ୍କୁ କେବେ ହାରିବାକୁ ଦେବ ନାହିଁ

ସେୟାର୍ କରନ୍ତୁ

ସାଙ୍ଗ ଜୀବନକୁ ସେହି ମୁହୂର୍ତ୍ତରେ ବଞ୍ଚିବା ଶିଖ ଯେଉଁ ସମୟରେ ଜୀବନକୁ ତମକୁ ମାରୁଥିବ। ଯେତେବେଳେ ଥକି ପଡିବ, ମନଦୁଃଖ ହେବ, ଚାପଗ୍ରସ୍ତ ଲାଗିବ, ଇଛା ହେଉଥିବ ସବୁକିଛି ଛାଡ଼ି ଦେବା ପାଇଁ ସେତେବେଳେ ଗୋଟେ ସେକେଣ୍ଡ ପାଇଁ ଭାବ ଭଗବାନ ତୁମକୁ ଏହି ଜୀବନ କଣ ପାଇଁ ଦେଇଛନ୍ତି। ଜୀବନ ଯମୁନାର ଜୁଆର ଭଟ୍ଟା ଆସିବା ଏକ ସ୍ଵାଭାବିକ କଥା। ସମୁଦ୍ରର ଜାହାଜ ମଧ୍ୟ ଜୁଆର ଭଟ୍ଟା ଦେଇ ଆଗକୁ ମାଡି ଚାଲିଥାଏ। ଜୀବନ ହେଉଛି ଏକ ସମୁଦ୍ରର ଜୁଆର , ସୁଖ ଦୁଃଖ ସବୁବେଳେ ଲାଗି ରହିବ।

ସୁଖରେ ଚାତର ହେବନାହିଁ କି ଦୁଃଖରେ କାତର ହେବ ନାହିଁ। ସବୁବେଳେ ମନେ ରଖ ଲକ୍ଷ୍ୟ ଯେତେ ଦୂରରେ ଥାଉ କେବେ ନିରାଶ ହୁଅ ନାହିଁ। ଚୁପ ହେଇ ବସ ନାହିଁ। ଭଗବାନଙ୍କ ପାଖରେ ପ୍ରତିଜ୍ଞା କର କି ସେଇ ଲୋକଙ୍କ ପାଇଁ ପାଖରେ ତୁମେ ଉଦାହରଣ ହୋଇ ଦେଖାଇବ ଯେଉଁମାନେ ତୁମକୁ ଦିନେ ମଜାକ କରୁଥିଲେ। ନିଜ ପାଖରେ ପ୍ରତିଜ୍ଞା କର ସେହି ଲୋକଙ୍କ ପାଇଁ ଯେଉଁମାନେ ତୁମକୁ ଅସଫଳ ଦେଖିବାକୁ ଚାହୁଁଥିଲେ। ତୁମେ ଗୋଟେ ମିଶାଇଲ ହୋଇ ବାହାରିବ। ପ୍ରତିଜ୍ଞା କର ନିଜ ପାଖରେ ତାଙ୍କୁ ତମେ କେବେବି ଦୁଃଖ ଦେବ ନାହିଁ ଯେଉଁମାନେ ତୁମର କୁନି କୁନି ଆଙ୍ଗୁଳି ଧରି ବାଟ ଚଲାଇବା ଶିଖାଇଛନ୍ତି। ମନରେ ଏହା ରଖ ମୁଁ ନିଶ୍ଚୟ ଜିତିବି,ଯେତିକି ଭାବୁଛ ତାଠାରୁ ଅଧିକ ପ୍ରୟାସ କର। ଭାଗ୍ୟ ଆପଣଙ୍କ ପାଦ ତଳେ ରହିବା ପାଇଁ ଆପଣଙ୍କୁ କଠିନ ପ୍ରୟାସ କରିବାକୁ ପଡ଼ିବ। ଆମେ ସବୁବେଳେ ଏହିକଥା ଶୁଣୁଥାଉ କି ତୁମକୁ ଯାହା ଭଲ ଲାଗୁଛି କର। ସଫଳତା ପାଇଁ ଯେଉଁ କାର୍ଯ୍ୟ ଆଗ କରିବା ଉଚିତ ତାହା କର।

ଆରେ ସାଙ୍ଗ ଅଧା ରାତିରେ ଛୁଆ କାନ୍ଦିଲେ ମାଆ ମଧ୍ୟ ଉଠିପଡ଼ି ଥାଏ ପିଲାକୁ ତୁନି କରିବା ପାଇଁ । ମାଆକୁ କଣ ନିଦ ଭଲ ଲାଗେ ନାହିଁ। ସେ ଯେତେବେଳେ ଉଠେ ତାକୁ ଅଧ୍ୟ କଷ୍ଟ ହୋଇଥାଏ। ସେ ଏଥିପାଇଁ ଉଠନ୍ତି, କାରଣ ମାଆ ଆମକୁ ବହୁତ ଭଲ ପାଇଥାନ୍ତି। ଆମେ ମଧ୍ୟ ଆମ କାମକୁ ଭଲ ପାଇବା ଉଚିତ। ତେଣୁ କାର୍ଯ୍ୟକୁ ଭଲ ପାଅ। ଦେଖିବ ସେହି ଭଲପାଇବା ଆମକୁ ଦିନେ ସଫଳତା ଆଣିଦେବ। ତୁମେ କେବେ ଏକ ନୁହେଁ। ତୁମେ ହେଲ ତିନିଜଣ। ତୁମ ଭିତରେ ତିନି ଜଣଙ୍କ ଶକ୍ତି ରହିଛି। ଜଣେ ଯିଏ ଭାବୁଛି। ଦ୍ଵିତୀୟ ଜଣକ ଯିଏ ତୁମଭିତରେ କରୁଛି। ଅନ୍ୟ ଜଣେ ଯିଏ ତୁମକୁ ଶକ୍ତି ଯୋଗାଉଛି।

ମନ ଓ ଆତ୍ମାକୁ ଶୁଦ୍ଧ ରଖ। ସବୁବେଳେ ସକାରାତ୍ମକ ରୁହ। ମାନନୀୟ ରାଷ୍ଟ୍ରପତି ଅବଦୁଲ କଲାମ ଏହି ୫ ଟି ମୂଳ ମନ୍ତ୍ର କହିଛନ୍ତି ଏବଂ କହିଥିଲେ ଏହି ମୂଳମନ୍ତ୍ର ଯିଏ ପ୍ରତ୍ୟେକ ଦିନ ଏହାକୁ ଶୁଣିବ, ତାର ଜୀବନର ଧାରା ନିଶ୍ଚିତ ବଦଳି ଯିବ। ସେଗୁଡିକ ହେଉଛି ମୁଁ ସର୍ବଶ୍ରେଷ୍ଠ , ମୁଁ ସବୁକିଛି ପାରିବି। ମୋ ପାଖରେ ଭଗବାନ ରହିଛନ୍ତି। ମୁଁ ସବୁବେଳେ ବିଜୟୀ ହେବି ଏବଂ ଆଜି ହେଉଛି ମୋର ଦିନ। ବନ୍ଧୁ ଏହି ପାଞ୍ଚଟି ମହା ମନ୍ତ୍ର ୭ ଦିନ ଶୁଣିଲେ ଦେଖିବେ ଆପଣଙ୍କ ଜୀବନର ଏକ ନୂଆ ଉର୍ଜା ପ୍ରାପ୍ତ ହେବ। ଈଶ୍ୱର ତୁମକୁ କିଛି ଉଦ୍ଦେଶ୍ୟ ରଖି ପୃଥିବୀକୁ ପଠାଇଛନ୍ତି।

ଏଥିରେ କିଛି ସନ୍ଦେହ ନାହିଁ। ଯଦି ମନରେ କିଛି ସନ୍ଦେହ ରହିଛି ତାହେଲେ ବାହାର କରି ଦିଅ। କାରଣ ଆପଣ ପରମାତ୍ମାଙ୍କ ସନ୍ତାନ ଅଟନ୍ତି। ମନରେ ଯେପରି କୌଣସି ନକାରାତ୍ମକ ଭାବନା ଜାଗ୍ରତ କର ନାହିଁ। ତୁମେ ମନୁଷ୍ୟ ଜନ୍ମ ପାଇଛ ତୁମ ମଧ୍ୟରେ ଅସୀମ କ୍ଷମତା ରହିଛି। ଯାହାକି ଇଶ୍ୱରଙ୍କର ସର୍ବଶ୍ରେଷ୍ଠ ରଚନା। ଆପଣଙ୍କ ମଧ୍ୟରେ ଅସୀମ କ୍ଷମତା ରହିଛି,ସେଥିପାଇଁ ତାହାକୁ ଉପଯୋଗ କରନ୍ତୁ। କାରଣ ମନୁଷ୍ୟ ପାଖରେ ସେହି କ୍ଷମତା ରହିଛି ଯାହା ସେ ନିଜ ବିଚାରକୁ ସାକାର ରୂପ ଦେଇ ପାରିବ। ମନୁଷ୍ୟ କେବଳ ସ୍ବପ୍ନ ଦେଖିପାରେ ଏବଂ ତାକୁ ପୂରଣ ମଧ୍ୟ କରିପାରେ। ସବୁବେଳେ ନିଜକୁ ସର୍ବଶ୍ରେଷ୍ଠ କରିବା ପାଇଁ ପ୍ରୟାସ କର।

ଏହା ନିଜ ସହିତ ସମାଜର ପ୍ରଗତି ଆଡକୁ ଯିବା ଦରକାର। ଆଜି ତୁମେ ଅଛ କାଲି ତୁମେ ନଥିବ। କିନ୍ତୁ ଏପରି କିଛି କର୍ମ କର ଏହି ଦୁନିଆ ତୁମକୁ ସବୁବେଳେ ମନେ ରଖିବ। ତୁମେ ତୁମ ଜନ୍ମକୁ ସାର୍ଥକ କରିବା ପାଇଁ ପ୍ରୟାସ କର। ଆମେ ଫୋଟ ଉଠାଇଲା ବେଳେ ସବୁବେଳେ ହସିଥାଉ। ସେହିଭଳି ଆମେ ଯଦି ହସି ହସି ଜୀବନର ସବୁ ସମସ୍ୟା ସୁର କରିବା ତାହେଲେ ଆମ ଜୀବନ ସୁଖମୟ ରହିବ। ତେଣୁ ସବୁବେଳେ ହସୁ ଥାଆନ୍ତୁ। ଅନ୍ୟମାନଙ୍କୁ ଖୁସି ରଖିବାକୁ ପ୍ରୟାସ କରନ୍ତୁ। ଦେଖିବେ ଆପଣଙ୍କ ଜୀବନ ସବୁବେଳେ ସୁଖଦ ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *