Excuse Me Odisha

ଯାହା କହିବୁ ସତ କହିବୁ

ଶରୀରରେ କ୍ୟାଲସିୟମର ଅଭାବ ଦୂର କରିଥାଏ ଏହି ୧୦ଟି ଖାଦ୍ୟ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ଏପରି କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛି, ଯାହାକୁ ଖାଇବା ଦ୍ଵାରା ଆପଣ କୌଣସି ସପ୍ଲିମେଣ୍ଟ ସେବନ ନକରି ପ୍ରାକୃତିକ ଉପରେ ନିଜ ଶରୀରରେ କ୍ୟାଲସିୟମ ଅଭାବକୁ ଦୂର କରି ପାରିବେ। ଏହା ଦେଖାଯାଉଛି ଯେ କିଛି ଲୋକଙ୍କ ଶରୀରରେ କ୍ୟାଲସିୟମ ଅଭାବ ଦେଖିବାକୁ ମିଳିଥାଏ। ତାଙ୍କ ଶରୀରରେ ଭିଟାମିନ ଡି ଥ୍ରୀ,ଭିଟାମିନ ବି ୧୨ ର ଅଭାବ ପରିଲକ୍ଷିତ ହୋଇଥାଏ। ଆମେ ସମସ୍ତେ ଜାଣିଛୁ ଯେ ହାଡ଼ ଓ ଦାନ୍ତ ପାଇଁ କ୍ୟାଲସିୟମ ଅଧିକ ଆବଶ୍ୟକ। ଶରୀରର ପ୍ରତ୍ୟେକ କୋଷକୁ ସୁଦୃଢ କରିବା ପାଇଁ ଏହା କାର୍ଯ୍ୟକାରୀ ହୋଇଥାଏ।

ଆମକୁ ଯଦି ଭୋଜନରୁ ସଠିକ ପରିମାଣରେ ଆମକୁ କ୍ୟାଲସିୟମ ନମିଳେ ତେବେ ଏହି କୋଷ ଆମ ଶରୀରରେ ଗଚ୍ଛିତ ହୋଇ ରହିଥିବା କ୍ୟାଲସିୟମକୁ ଉପଯୋଗ କରିବାକୁ ଲାଗେ। ତେଣୁ ଧୀରେ ଧୀରେ ଶରୀରର ଅସ୍ଥି ଦୁର୍ବଳ ହେବାକୁ ଲାଗିଥାଏ ଏବଂ ଆପଣକୁ କ୍ୟାଲସିୟମ ଅଭାବ ଜନିତ ରୋଗ ଯଥା ଅଷ୍ଟିଓପୋରୋଷିଷ ହୋଇ ଯାଇଥାଏ। ତେବେ ଆଜିଠାରୁ କ୍ୟାଲସିୟମ ଯୁକ୍ତ ଖାଦ୍ୟକୁ ନିଜ ଭୋଜନରେ ସାମିଲ କରନ୍ତୁ। ଯାହାଦ୍ଵାରା ଆପଣଙ୍କ ଅସ୍ଥି ଓ ଦାନ୍ତ ଦୀର୍ଘଦିନ ପର୍ଯ୍ୟନ୍ତ ସୁଦୃଢ ରହିବ। ଏବେ ଚାଲନ୍ତୁ ଜାଣିବା ସେହି ଖାଦ୍ୟ ଗୁଡ଼ିକ ବିଷୟରେ,ଯାହା ଖାଇବା ଦ୍ଵାରା ଆମ ଶରୀରର କେବେବି କ୍ୟାଲସିୟମର ଅଭାବ ହୋଇ ନଥାଏ।

ପ୍ରଥମେ ହେଉଛି ଗାଈ କ୍ଷୀର। ଆପଣ ଆମିଷ ଖାଆନ୍ତୁ ବା ନିରାମିଷ, ଆପଣଙ୍କ ପାଇଁ କ୍ୟାଲସିୟମର ଉତ୍ତମ ଉତ୍ସ ହେଉଛି ଗାଈ କ୍ଷୀର। ଏହା ଆମ ଶରୀରରେ ଭଲଭାବରେ ଉପଯୋଗ ହୋଇଥାଏ। କ୍ଷୀର ବ୍ୟତୀତ କ୍ଷୀରରୁ ପ୍ରସ୍ତୁତ ସମସ୍ତ ଖାଦ୍ୟ ପଦାର୍ଥ ଯଥା ଦହି, ପନିର, ଛେନା କ୍ୟାଲସିୟମରେ ଭରପୁର ହୋଇଥାଏ। ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମ ଅଭାବ ଦେଖା ଯାଉଥାଏ ତେବେ ପ୍ରତିଦିନ କ୍ଷୀର ସେବନ କରନ୍ତୁ। ଗୋଟେ ଗ୍ଲାସ କ୍ଷୀରରେ ଗୋଟେ ଏମଜି ପର୍ଯ୍ୟନ୍ତ କ୍ୟାଲସିୟମ ରହିଥାଏ। ଏହାଛଡା ବଢୁଥିବା ଶିଶୁଙ୍କୁ ପ୍ରତ୍ୟେକଦିନ ଗୋଟେ ଗ୍ଲାସ କ୍ଷୀର ପିଇବାକୁ ଦେଲେ ତାଙ୍କର ଶୀଘ୍ର ଗ୍ରୋଥ ହୋଇଥାଏ। ଯଦି ଆପଣଙ୍କୁ କ୍ଷୀର ପସନ୍ଦ ନୁହେଁ ତାହେଲେ ଅପଣ ଦହି , ଛେନା ଆଦି ସେବନ କରି ପାରିବେ। ଏହାଦ୍ବାରା ଶରୀରରେ ଥିବା କ୍ୟାଲସିୟମ ଅଭାବ ଦୂର କରି ପାରିବେ।

ଦ୍ଵିତୀୟ ହେଉଛି ସବୁଜ ପନିପରିବା। ସବୁଜ ପନିପରିବା କ୍ୟାଲସିୟମରେ ଭରପୁର ହୋଇଥାଏ। ତଥାପି କହିବାକୁ ଗଲେ ପାଳଙ୍ଗ ଶାଗ, ନେଉଟିଆ ଶାଗ, ବ୍ରକୋଲି, ମୂଳା ଶାଗ,ଭେଣ୍ଡିରେ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥାଏ। ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମ ଅଭାବ ରହିଛି ତାହେଲେ ଏହିସବୁ ପରିବାର ପ୍ରଚୁର ପରିମାଣରେ ସେବନ କରିବା ଉଚିତ।

ତୃତୀୟ ହେଉଛି ଅଁଳା। ଅଁଳାରେ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଛି। ଏହାକୁ ସେବନ କଲେ ପ୍ରଚୁର ପରିମାଣରେ କ୍ୟାଲସିୟମ ମିଳିଥାଏ। ଏହାସହିତ ବିଲାତିରେ ମଧ୍ୟ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଛି। ଯାହା ଅସ୍ଥିକୁ ସୁଦୃଢ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବିଲାତିରେ ଲାଇକୋପିନ ରହିଛି। ଏହା ଅସ୍ଥିକୁ ସୁଦୃଢ ରଖିଥାଏ।

ଏବେ ଜାଣିବା କିଛି ଫଳ ବିଷୟରେ ଯେଉଁଥିରେ କ୍ୟାଲସିୟମ ପରିମାଣ ଅଧିକ ରହିଥାଏ। ଫଳ ଭିତରେ କମଳା, ପିଜୁଳି, ଅମୃତଭଣ୍ଡା ଭଳି ଫଳରେ କ୍ୟାଲସିୟମ ପରିମାଣ ଅଧିକ ରହିଥାଏ। କ୍ୟାଲସିୟମର ସନ୍ତୁଳନ ରଖିବା ପାଇଁ ଏହିସବୁ ଫଳ ଓ ପନିପରିବାର ସେବନ ପ୍ରଚୁର ପରିମାଣରେ କରନ୍ତୁ।

ଏପରି କିଛି ଡ୍ରାଏ ଫ୍ରୁଟସ ବିଷୟରେ କହିବାକୁ ଯାଉଛି ଯାହା ମଧ୍ୟରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଛି। ବାଦାମ ଓ ଖଜୁରୀ ମଧ୍ୟରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ।ଯଦି ଆପଣ ପ୍ରତ୍ୟେକ ଦିନ ଏହି ଡ୍ରାଏ ଫ୍ରୁଟସ ର ସେବନ କରିବେ ତାହେଲେ ନିଜ ଶରୀରର କ୍ୟାଲସିୟମ ଅଭାବକୁ ପୂରଣ କରି ପାରିବେ। ଏବେ ଜାଣିବା କିଛି ଖାଦ୍ୟ ବିଷୟରେ ଯାହା ଆମ ରୋଷେଇ ଘରେ ଉପଲବ୍ଧ ରହିଥାଏ ଏବଂ କ୍ୟାଲସିୟମର ଉତ୍ତମ ଉତ୍ସ ହୋଇଥାଏ। ଅଳସିର ମଞ୍ଜିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ। ରାଜମା ବା କିଡନୀ ମଞ୍ଜିରେ ମଧ୍ୟ ପ୍ରଥମ ପରିମାଣରେ କ୍ୟାଲସିୟମ ରହିଛି।

ଏହାସହିତ କାବୁଲି ଚଣା, ସୋୟାବିନ, ବାଦାମ ମଧ୍ୟରେ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥାଏ। ତେଣୁ ଆପଣ ଏହି ସବୁ ଖାଦ୍ୟକୁ ନିଜ ଭୋଜନରେ ସାମିଲ କରି ପାରିବେ। ଏହାସହିତ ଓଟସରେ ମଧ୍ୟ କ୍ୟାଲସିୟମ ରହିଥାଏ ।ଏହାକୁ ପ୍ରତ୍ୟେକଦିନ ସେବନ କଲେ ଆପଣ ନିଜ ଶରୀରର କ୍ୟାଲସିୟମ ଆବଶ୍ୟକତା ପୂରଣ କରି ପାରିବେ। ଯଦି ଆପଣ ଆମିଷ ପସନ୍ଦ କରୁଛନ୍ତି ତାହେଲେ ସେଥିରେ ମଧ୍ୟ କ୍ୟାଲସିୟମ ରହିଛି ଯଥା ଅଣ୍ଡାରେ ମଧ୍ୟ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଛି।ଏହା ଥିଲା କିଛି ସହଜରେ ମିଳୁଥିବା ଖାଦ୍ୟ ଯେଉଁଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *