Excuse Me Odisha

ଯାହା କହିବୁ ସତ କହିବୁ

୨୮ ମଇ ପର୍ଯ୍ୟନ୍ତ ବୃଷ ରାଶିରେ ବିରାଜମାନ ରହିବେ ଶୁକ୍ର, ଏହି ୫ଟି ରାଶି ଉପରେ ପଡ଼ିବ ଶୁଭ ପ୍ରଭାବ।

ସେୟାର୍ କରନ୍ତୁ

୪ ମଇକୁ ଶୁକ୍ର ଗ୍ରହର ଗୋଚର ବୃଷ ରାଶିରେ ହେଉଛି ଏବଂ ଏହି ଗ୍ରହ ୨୮ ମଇ ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହକୁ ଆକର୍ଷଣ,ଐଶ୍ୱର୍ଯ୍ୟ, ସୌଭାଗ୍ୟ, ଧନ,ପ୍ରେମ ଏବଂ ବୈଭବର କାରକ ମାନା ଯାଇଥାଏ। ଶୁକ୍ରର ଏହି ରାଶି ପରିବର୍ତ୍ତନର ପ୍ରଭାବ ସବୁ ରାଶି ଉପରେ ଦେଖିବାକୁ ମିଳିବ ଏବଂ ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳି ଯାଇପାରେ।

ମେଷ ରାଶି –

ମେଷ ରାଶିର ଲୋକଙ୍କ ପାଇଁ ଶୁକ୍ରର ରାଶି ପରିବର୍ତ୍ତନ ଲାଭକାରୀ ସାବ୍ୟସ୍ତ ହେବ ଏବଂ ଏହି ରାଶିର ଲୋକଙ୍କୁ ଧନଲାଭ ହେବ। ପରିବାର ତରଫରୁ ଶୁଭ ସମାଚାର ପ୍ରାପ୍ତ ହେବ। ଯେଉଁମାନଙ୍କର ବିବାହ ହୋଇ ନାହିଁ, ସେମାନଙ୍କର ବିବାହ ସମ୍ପର୍କ ପକ୍କା ହୋଇଯିବ। ଏହି ରାଶିର ଲୋକେ ନିଜ ସ୍ୱାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ।

Google

ବୃଷ ରାଶି –

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ରର ଗୋଚର ଉତ୍ତମ ସାବ୍ୟସ୍ତ ହେବ। ଏହି ସମୟରେ କରିଥିବା କାର୍ଯ୍ୟରେ ସଫଳତା ମିଳିବ। ଆପଣ ବିଚାର କରିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ନୂଆ ବାହନ କିଣି ପାରନ୍ତି। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଚାର କରି ପାରନ୍ତି। ଏଥିପାଇଁ ଏହି ସମୟ ଉତ୍ତମ ହେବାକୁ ଯାଉଛି।

କର୍କଟ ରାଶି –

ଶୁକ୍ରର ପରିବର୍ତ୍ତନ ହେବାଦ୍ବାରା କର୍କଟ ରାଶିର ଲୋକଙ୍କ ଭାଗ୍ୟ ଚମକି ଉଠିବ। ଏହି ରାଶିର ଲୋକଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଏହି ସମୟ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ସାବ୍ୟସ୍ତ ହେବ। ଜୀବନସାଥୀଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ଆର୍ଥିକ ପକ୍ଷ ସୁଦୃଢ ରହିବ।

ସିଂହ ରାଶି –

ସିଂହ ରାଶିର ଲୋକଙ୍କ ଉପରେ ଏହି ଗୋଚରର ଅନୁକୂଳ ପ୍ରଭାବ ଦେଖିବାକୁ ମିଳିବ। ସିଂହ ରାଶିର ଲୋକଙ୍କୁ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ସମ୍ମାନ ହାସଲ କରିବେ। ବ୍ୟାପାର ବା ଚାକିରି କରୁଥିବା ଲୋକଙ୍କ ପାଇଁ ସମୟ ପରିବର୍ତ୍ତନ ହୋଇପାରେ। ଯେଉଁ ମାନେ ବ୍ୟାପାର କରିବାକୁ ଇଛା ରଖୁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ନୂଆ ଘର ବା ନୂଆ ବାହନ କିଣିବା ପାଇଁ ସମୟ ଅନୁକୂଳ ରହିଛି। ଜମିବାଡ଼ି ସହିତ ଚାଲିଥିବା ବିବାଦ ସମ୍ପନ୍ନ ହେବ। ପରିଜନଙ୍କ ସହିତ ସମ୍ପର୍କରେ ସୁଧାର ଆସିବ।

Google

ମକର ରାଶି –

ମକର ରାଶିର ଲୋକଙ୍କୁ ପରିବାର ତରଫରୁ ସୁଖ ପ୍ରାପ୍ତ ହେବ। ବିବାହର ଯୋଗ ଉତ୍ପନ୍ନ ହେଉଛି। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟରେ ଭାଗ ନେଇ ପାରନ୍ତି। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। କୌଣସି ଲମ୍ବା ଯାତ୍ରାରେ ଯାଇ ପାରନ୍ତି। ବିଚାର କରିଥିବା କାର୍ଯ୍ୟ ଆପେ ଆପେ ପୂରଣ ହୋଇଯିବେ।

ତେବେ ଏହା ଥିଲା ସେହି ରାଶି ଗୁଡ଼ିକ , ଯାହା ଉପରେ ଶୁକ୍ରର ଶୁଭ ପ୍ରଭାବ ଦେଖିବାକୁ ମିଳିବ। ଅନ୍ୟ ରାଶିର ଲୋକଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବ। ଅନ୍ୟ ରାଶିର ଲୋକେ ତଳେ ଦିଆଯାଇଥିବା ଉପାୟ ଗୁଡ଼ିକୁ କରନ୍ତୁ। ଏହାଦ୍ବାରା ଶୁକ୍ର ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ।

୧ – ଶୁକ୍ରବାର ଦିନ ଶୁକ୍ରଦେବଙ୍କ କଥା ପଢନ୍ତୁ ଏବଂ ଆଳତୀ କରନ୍ତୁ।

୨- ଶୁକ୍ରର ଦଶା ଠିକ କରିବା ପାଇଁ ଧଳା ସ୍ପଷ୍ଟୀକ ମାଳା ପରିଧାନ କରିବା ଆବଶ୍ୟକ।

୩- ଗାଈକୁ ଧଳା ରଙ୍ଗର ବସ୍ତୁ ଖାଇବାକୁ ଦିଅନ୍ତୁ ଏବଂ ଗାଈର ସେବା କରନ୍ତୁ।

୪- ଧଳା ରଙ୍ଗର ବସ୍ତୁକୁ ଦାନ କରନ୍ତୁ ଏବଂ ଗରିବଲୋକଙ୍କୁ ଭୋଜନ କରାନ୍ତୁ। କହିବାକୁ ଗଲେ ଶୁକ୍ର ଗ୍ରହ ଧଳା ରଙ୍ଗ ସହିତ ଜଡ଼ିତ ଅଟେ ଏବଂ ଶୁକ୍ର ଗ୍ରହକୁ ଧଳା ରଙ୍ଗ ଅଧିକ ପ୍ରିୟ ଅଟେ।

Google

୫- ଶୁକ୍ରବାର ଦିନ ଧଳା ବସ୍ତ୍ର ଧାରଣ କରନ୍ତୁ ଏବଂ ମନ୍ଦିର ଯାଆନ୍ତୁ। ଶିବଲିଙ୍ଗର ପୂଜାର୍ଚ୍ଚନା କରନ୍ତୁ। ପୂଜା କରିବା ସମୟରେ ଧଳା ରଙ୍ଗର ବସ୍ତୁ ଯେପରି ଦୁଧ, ଦହି, ଚିନି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ।

୬ – ଶୁକ୍ର ଗ୍ରହକୁ ଅନୁକୂଳ ବନେଇବା ପାଇଁ ଧଳା ରଙ୍ଗର ସ୍ପଷ୍ଟୀକ ମାଳା ପରିଧାନ କରନ୍ତୁ।

୭- ଶୁକ୍ର ଗ୍ରହକୁ ସୁନ୍ଦରତାର ଦେବତା ମାନା ଯାଇଛି। ସର୍ବଦା ନିଜ ଶରୀରକୁ ସଫା ରଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *