Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ଏହି ୬ଟି ଭୁଲ ପାଇଁ ଜୀବନ ବ-ର୍ବା-ଦ ହୋଇଥାଏ, ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ସାଙ୍ଗ କେହି ଜଣେ କହିଥିଲେ ଇଁସାନ୍ କୋ କଭିବି ହିମ୍ମତ ହାରନା ନେହିଁ ଚାହିୟେ, କ୍ୟୁଙ୍କୀ ପାହାଡ ସେ ନିକ୍ଲା ହୁଆ ନଦୀ ସେ କୋଇ ନହିଁ ପୁଛତା ସମୁନ୍ଦର କିତ୍ନା ଦୂର ହେ।

ଆମ ଜୀବନ ହେଉଛି ସୁନ୍ଦର। ଏହି ସୁନ୍ଦର ମଣିଷ ଜୀବନଟି ଅନର ବହୁତ ଜନ୍ମର ସ୍ଵୀକୃତ କର୍ମଫଳରୁ ଆମକୁ ମିଳିଥାଏ। ଏହି ଜୀବନର ପରିଭାଷା ଯିଏ ଠିକ୍ ଭାବରେ ବୁଝି ପାରିଲା, ସେ ଠିକ ଭାବରେ ଜୀବନକୁ ଉପଭୋଗ କରି ପାରିଲା। ଏହି ଜୀବନରେ ଆମକୁ ଅନେକ ଉତ୍ଥାନ ପତନର ସାମ୍ନା କରିବାକୁ ପଡିପାରେ। ଯିଏ ଏହି ଉଥାନ ପତନ ମଧ୍ୟ ଦେଇ ଆଗକୁ ବଢ଼ି ପାରିଲା, ତାକୁ ସଫଳତା ଖୁବ୍ ଶୀଘ୍ର ମିଳିଥାଏ। କିନ୍ତୁ ଆଜିର ଯୁବପିଢି କିଛି ସାମୁହିକ କାର୍ଯ୍ୟ କରି ନିଜ ଜୀବନକୁ ନଷ୍ଟ କରି ଦେଇଥାନ୍ତି। ଏହିପରି କିଛି ଛିଟା ଛୋଟ କର୍ମ ଅଛି ଯାହା ଆମେ ପ୍ରତ୍ୟେକଦିନ କରିଥାଉ। କିନ୍ତୁ ସେହି କାର୍ଯ୍ୟ ଆମେ ଠିକଭାବେ କରି ନଥାଉ, ଯାହାଦ୍ଵାରା ବହୁତ ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି କିଛି କର୍ମ ମୁଁ ଆପଣଙ୍କୁ କହିବି ଯାହା ଆମ ଜୀବନକୁ ବ-ର୍ବାଦ କରି ଦେଇଥାଏ। ଚାଲନ୍ତୁ ସେହି ବିଷୟରେ ଜାଣିବା।

Google

ଜୀବନ ବର୍ବାଦର ପ୍ରଥମ କାରଣ ହେଉଛି ନିଦ। ନିଦ ମଣିଷ ପାଇଁ ବହୁତ ଗୁରୁତ୍ବପୁର୍ଣ ଅଟେ। ଏଥିପାଇଁ ଦିନ ୧୨ ଘଣ୍ଟାକୁ ରାତି ୧୨ ଘଣ୍ଟା କରାଯାଇଛି। ଗୋଟେ ସୁସ୍ଥ ମନୁଷ୍ୟକୁ ଛଅରୁ ଆଠ ଘଣ୍ଟା ଶୋଇବା ଆବଶ୍ୟକ। କାରଣ ଶୋଇବା ସମୟରେ ଆମର ମସ୍ତିଷ୍କର କୋଷ ଆରାମ କରିଥାଏ ଏବଂ ଶରୀରର ଅଙ୍ଗ କାର୍ଯ୍ୟ କରିଥାଏ । କିନ୍ତୁ ଆଜିର ଯୁବପିଢି ରାତି ସାରା ମୋବାଇଲ ଦେଖି ଡେରିରେ ଶୋଇବାକୁ ପସନ୍ଦ କରିଛନ୍ତି। କେବେ ରାତି ୩ ଟା ତ କେବେ ରାତି ୪ ଟାରେ ଶୟନ କରୁଛନ୍ତି। ଯାହାଫଳରେ ଆବଶ୍ୟକ ମାତ୍ରାରେ ତାଙ୍କ ମସ୍ତିଷ୍କ ଆରାମ କରି ପାରୁନାହିଁ। ଏହାଦ୍ବାରା ସେମାନଙ୍କ ମସ୍ତିଷ୍କ ଅଳ୍ପ କାର୍ଯ୍ୟ କ୍ଷମତା ରଖୁଛି। ଅନେକ ପିଲାମାନେ ଅଧିକ ସମୟ ଧରି ଶୋଇ ରହୁଛନ୍ତି। ଏହାସହିତ ସେମାନଙ୍କର ଜୀବନ ପ୍ରଣାଳୀରେ ଅନେକ ପରିବର୍ତନ ଦେଖା ଯାଉଛି। ନିୟନ୍ତ୍ରଣରେ ଶୁଅନ୍ତୁ। ନଚେତ ଆପଣ ବ-ର୍ବାଦ ହୋଇଯିବେ। ଯେତିକି ଆବଶ୍ୟକତା ସେତିକି ଶୋଇବାକୁ ପ୍ରୟାସ କରନ୍ତୁ। ତାଠାରୁ ଅଧିକ ନୁହେଁ କି କମ୍ ନୁହେଁ।

ଦ୍ଵିତୀୟରେ ହେଉଛି ଆଳସ୍ୟ। ଆଳସ୍ୟ ହେଉଛି ଏପରି ଏକ ଶତ୍ରୁ ତାହା ଆମକୁ ନଷ୍ଟ କରି ଚାଲିଥାଏ। ଏହି ଆଳସ୍ୟର ପ୍ରଥମ ପାହାଚ ଆମ ନିଦରୁ ହିଁ ଆରମ୍ଭ ହୋଇଥାଏ। ଯେପରି ଆମ ଶରୀର ଠିକ୍ ଭାବରେ ଚଳନ ହୋଇ ନଥାଏ। ଏହାଦ୍ବାରା ଆମେ ପ୍ରତ୍ୟେକ କାର୍ଯ୍ୟ ଠିକ୍ ଭାବରେ କରି ପାରି ନଥାଉ। କୌଣସି କାର୍ଯ୍ୟ କରିବା ପାଇଁ ଇଛା ଥିଲେ ମଧ୍ୟ ଆମ ଶରୀର ଆମକୁ ସହଯୋଗ କରି ନଥାଏ। ସାଙ୍ଗ ଯେତେବେଳେ ଆମେ ଆମ କର୍ମ ଉପରୁ ଧ୍ୟାନ ହଟେଇ ଦେଇଥାଉ ସେତେବେଳେ ଆମ ଜୀବନ କିପରି ନଷ୍ଟ ହୋଇ ଯାଇଥାଏ ଆପଣ ମାନେ ଭଲଭାବରେ ବୁଝିଥିବେ। ତେଣୁ ଖୁବ୍ ଶୀଘ୍ର ବିଛଣା ଛାଡନ୍ତୁ। ସବୁଦିନ ସକାଳୁ ବ୍ୟାୟାମ କରନ୍ତୁ ଏବଂ ନିଜ କର୍ମପଥରେ ଆଗେଇ ଚାଲନ୍ତୁ।

Google

ତୃତୀୟରେ ହେଉଛି ଭ-ୟ। ଏହି ଭୟ ଆମର ଏକ ଏପରି ଶ-ତ୍ରୁ ଆପଣଙ୍କୁ ପ୍ରତ୍ୟେକ ଯୁ-ଦ୍ଧରେ ମା-ରି ଦେଇଥାଏ। ସବୁ ଯୁବପିଢି ମାନଙ୍କର ଏହା ଏକ ସାମାନ୍ୟ ସମସ୍ୟା ଅଟେ । ଆମେ ସବୁବେଳେ ଯେଉଁ କାର୍ଯ୍ୟ କରିଥାଉ, ସେଥିରେ ଚିନ୍ତା କରିଥାଉ କି ମୁଁ ଫେଲ ହୋଇଗଲେ କଣ କରିବି? ମନ ଭିତରେ ଏପରି ଡ-ର ଚାଲି ଆସିଥାଏ, ଯେକୌଣସି କାର୍ଯ୍ୟ କଲେ ଆମେ ସବୁବେଳେ ଭାବୁ ମୁଁ ଫେଲ ହୋଇଗଲେ କଣ କରିବି? ଆରେ ବନ୍ଧୁ ତମେ ଏହା ଭାବ ଯଦି ତମେ ସେହି କର୍ମ ଉପରେ ବିଜୟ ହାସଲ କରିଗଲ ତାହେଲେ କଣ କରିବ? ପ୍ରଥମେ ସେହି ଭ-ୟକୁ ନିଜ ମନ ଭିତରୁ ବାହାର କରିଦିଅନ୍ତୁ। ବିଜ୍ଞାନ କହୁଛି ଆମ ମସ୍ତିଷ୍କ ମଧ୍ୟକୁ ୭୦ ହଜାର ଟି ଆଇଡିଆ ଆସିଥାଏ। ତମେ ସେହି ଆଇଡ଼ିଆକୁ ଉପଯୋଗ କରିପାର ନାହିଁ କାରଣ ତୁମ ମନ ଭିତରେ ଡ-ର ରହିଥାଏ। ଜୀବନରେ ସଫଳତା ପାଇବା ପାଇଁ ରିଷ୍କ ନେବା ପାଇଁ ପଡ଼ିବ ତେଣୁ ଭ-ୟକୁ ଦୂର କର ଏବଂ ନିଜ କର୍ମପଥରେ ଆଗେଇ ଚାଲ।

ଚତୁର୍ଥ ହେଉଛି ଅଳ୍ପ ଶିକ୍ଷା ବା ଅଜ୍ଞାନ। ଏହା ହେଉଛି ଆମ ଏଜୁକେଶନ ସହିତ ଜଡିତ ଯାହା ହେଉଛି ଆମ ସଫଳତାର ଚାବିକାଠି। ଯାହା ବିଶ୍ୱକୁ ଆମ ନି-ୟନ୍ତ୍ର-ଣରେ ରଖିଥାଏ। ତେଣୁ ସବୁବେଳେ କିଛି ନୂଆ କରିବା ବା ନୂଆ ଶିଖିବା ପାଇଁ ପ୍ରୟାସ କରିବା ଉଚିତ। ସେଥିପାଇଁ ତମେ ଯେତେ ପର୍ଯ୍ୟନ୍ତ କିଛି ନ ଶିଖିଛ ସେହିପରି ଅନ୍ଧକାର ମଧ୍ୟରେ ରହିବ। ଥରେ ଯଦି ଅନ୍ଧକାର ମଧ୍ୟରେ ରହିବ ତମେ ଆଉ ନିଜକୁ ଉପରକୁ ଉଠାଇ ପାରିବ ନାହିଁ। ଏଣୁ ନିଜକୁ ଶିକ୍ଷା କ୍ଷେତ୍ରରେ ଯୋଡି ରଖ, ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କର। ସେଥିପାଇଁ କଥାରେ ଅଛି ରାଜା ସିନା ବୁଦ୍ଧିମାନ ବ୍ୟକ୍ତି ସବୁ କ୍ଷେତ୍ରରେ ପୂଜା ପାଇଥାଏ। ସବୁବେଳେ କିଛି ନୂଆ କରିବା ଓ ଶିଖିବା ପାଇଁ ପ୍ରୟାସ କର। ଅଜ୍ଞାନ ରୂପ ଅନ୍ଧକାରକୁ ନିଜ ଜୀବନରୁ ଦୂର କରି ନିଜ ଭବିଷ୍ୟତ ପାଇଁ ବି-ଚା-ର କର ଏବଂ ନିଜ ଶିକ୍ଷା ପ୍ରତି ସବୁବେଳେ ଗୁରୁତ୍ଵ ଦିଅ।ସେଥିପାଇଁ କଥାରେ ଅଛି Education is the passport of future.

Google

ପଞ୍ଚମରେ ହେଉଛି କ୍ରୋ-ଧ। ଏହି କ୍ରୋ-ଧ ଆମକୁ ନୁହେଁ ସାରା ବିଶ୍ୱକୁ ନଷ୍ଟ କରି ଦେଇଥାଏ। କ୍ରୋଧରେ ନେଇଥିବା ନିଷ୍ପତ୍ତି ସର୍ବଦା ଭୁଲ ହୋଇଥାଏ। କ୍ରୋଧରେ କହିଥିବା କଥା ସବୁବେଳେ ପଶ୍ଚାତାପରେ ଶେଷ ହୋଇଥାଏ। ବିଜ୍ଞାନ ଅନୁସାରେ ମନୁଷ୍ୟ ଯେତେବେଳେ କ୍ରୋ-ଧ କରିଥାଏ, ସେତେବେଳେ ତାର ମସ୍ତିଷ୍କର କୋଷ ଗୁଡ଼ିକ ବ୍ଲକେଜ ହୋଇଯାଇଥାଏ। ମସ୍ତିଷ୍କ କୋଷ ବ୍ଲକେଜ ହେଲାପରେ ମସ୍ତିଷ୍କର ନିଷ୍ପତ୍ତି ନେବାର କ୍ଷମତା କ୍ଷୀଣ ହୋଇ ଯାଇଥାଏ। ଏହାଦ୍ବାରା ଆମର ପ୍ରତ୍ୟେକ ନିଷ୍ପତି ଭୁଲ ହୋଇଥାଏ। ଏହାଫଳରେ ନିଜକୁ ଏବଂ ନିଜର ମସ୍ତିଷ୍କକୁ ଶାନ୍ତ ରଖନ୍ତୁ ଏବଂ ଶାନ୍ତ ରଖିବା ପାଇଁ ଯୋଗ ପ୍ରାଣାୟାମ କରନ୍ତୁ ।

ଶେଷରେ ହେଉଛି କାଲି କରିବି। ଏପରି ଏକ ଛୋଟ ଶବ୍ଦ ଆମ ମନରେ ଆସିଲେ ଉପରୋକ୍ତ ପାଞ୍ଚଟି ପଏଣ୍ଟ ଆପେ ଆପେ ଆସିଯାଏ। ଏହା  ଆମକୁ ଏପରି ବର୍ବାଦ କରିଥାଏ, ସେଥିରୁ ଆମେ ବାହାରି ପାରି ନଥାଉ। ପ୍ରତ୍ୟେକ ଯୁବପିଢିଙ୍କ ଏବେ ଏହା ଗୋଟେ ସାଧାରଣ ସମସ୍ୟା ଅଟେ। ତେଣୁ ପ୍ରତ୍ୟେକଦିନ ରାତିରୁ ଅଶାନ୍ତ କାଲି କଣ କରିବି ସେଥିପାଇଁ ମାଇଣ୍ଡ ସେଟ କରନ୍ତୁ ଏବଂ ନିଜର ସବକନଶୀୟସ ମାଇଣ୍ଡକୁ ଏକ ସୁନ୍ଦର ମ୍ୟାସେଜ ଦିଅନ୍ତୁ। କାଲି କିଛି ନାହିଁ। ଏଇ କାଲି କରିବି କାଲି କରିବି ଭାବି ଭାବି ତାରିଖ ବଦଳିଯିବ କିନ୍ତୁ ତୁମେ ଯେଉଁଠାରେ ଥିଲ, ସେଠାରେ ରହିଥିବ। ତୁମ ସମୟ ଚାଲି ଯାଇଥିବ,ତୁମ ବନ୍ଧୁମାନେ ଆଗକୁ ବଢ଼ି ସାରିଥିବେ, ତୁମେ ସେହି ସ୍ଥାନରେ ରହି ଯାଇଥିବ। ଆଶା କଲେ ମଧ୍ୟ ତମେ କିଛି କରି ପାରିବ ନାହିଁ। ଏହି ଦୁନିଆରେ ଯିଏ ସମୟକୁ ସମ୍ମାନ ଦେଇଛି,ସେ ଜୀବନରେ ସବୁବେଳେ ସଫଳତା ପାଇଛି। ସେଥିପାଇଁ ମାନନୀୟ ରାଷ୍ଟ୍ରପତି ଏ ପି ଜେ ଅବଦୁଲ କଲାମ କହିଥିଲେ, If you salute your duty, you no need to salute anybody. But you pollute your duty you have to salute everybody.

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *