Excuse Me Odisha

ଯାହା କହିବୁ ସତ କହିବୁ

ଆଖୁ ରସ ପିଇଲେ ହୋଇଥାଏ ଏହି ୭ଟି ଲାଭ, ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କହିବି ଆଖୁରସର ଉପକାରିତା ବିଷୟରେ। ଆଖୁରସ ଶରୀରକୁ ତାଜା ରଖିବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଆଖୁରସରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଥାଏ, ଯାହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଏହାର ସେବନ କଲେ ଜଣ୍ଡିସ, ହେକୁଟି ସବୁ ଦୂର ହୋଇ ଯାଇଥାଏ। ଏଥିରେ ଅଧିକ ମାତ୍ରାରେ କ୍ୟାଲସିୟମ,ମ୍ୟାଗ୍ନେଶୀୟମ, କୋବାଲ୍ଟ, ଜିଙ୍କ ଭଳି ମିନେରାଲ ରହିଥାଏ। ଏହାସହିତ ଏଥିରେ ଭିଟାମିନ ଏବଂ ଫାଇବର ମଧ୍ୟ ଅଧିକ ମାତ୍ରାରେ ରହିଥାଏ। ତେବେ ଚାଲନ୍ତୁ ଜାଣିବା ଆଖୁରସର ଉପକାରିତା ବିଷୟରେ।

ପ୍ରଥମ ହେଉଛି ଗ୍ଲୁକୋଜର ଆବଶ୍ୟକତାକୁ ଦୂର କରିଥାଏ।ଆଖୁରସ ରେ ପ୍ରାକୃତିକ ଉପାୟରେ ସୁଗାର ରହିଥାଏ। ଯାହା ଆମ ଶରୀରରେ ଗ୍ଲୁକୋଜର ଆବଶ୍ୟକତା ଦୂର ହୋଇଥାଏ ଏବଂ ଶରୀରରେ ଜଳର ମାତ୍ରା ବୃଦ୍ଧି କରିଥାଏ। ଏହାର ସେବନ କଲେ ଆପଣ ସତେଜ ଅନୁଭବ କରିବେ। ତେଣୁ ଖରାଦିନେ ଯଦି ଆପଣ ହାଲିଆ ହେଉଛନ୍ତି ତାହେଲେ ଆପଣ ଆଖୁରସ ନିଶ୍ଚିତ ରୂପରେ ସେବନ କରନ୍ତୁ। ଏହାଦ୍ବାରା ଆପଣ ଥକା ଅନୁଭବ କରିବେ ନାହିଁ।

Google

ଦ୍ଵିତୀୟ ହେଉଛି ଥଣ୍ଡା,କାଶ ଦୂର କରିଥାଏ। ଯଦି ଆପଣଙ୍କୁ ଥଣ୍ଡା ହୋଇଛି ଏବଂ ଗଳା ବ୍ୟଥା ସମସ୍ୟା ଦେଖା ଯାଉଛି , ତେବେ ଆପଣ ଆଖୁରସର ସେବନ କରି ପାରିବେ। ଆଖୁରସ ସେବନ କଲେ ଏହା ଥଣ୍ଡା, କାଶ ଦୂର ହୋଇଥାଏ। କାଶ ହେଉଥିଲେ ମଧ୍ୟ ଆପଣ ଆଖୁରସ ସେବନ କରି ପାରିବେ।

ତୃତୀୟ ହେଉଛି ଜଣ୍ଡିସ ରୋଗରୁ ମୁକ୍ତି ମିଳିଥାଏ। ଜଣ୍ଡିସ ରୋଗୀଙ୍କ ପାଇଁ ଆଖୁରସ ଅଧିକ ଉପକାରୀ ଅଟେ। ଜଣ୍ଡିସ ରୋଗରୁ ମୁକ୍ତି ପାଇଁ ଗୋଟେ ଗ୍ଲାସ ଆଖୁରସ ମଧ୍ୟରେ ଏକ ଚାମୋଚ ଲେମ୍ବୁରସ ଓ କିଛି ଲୁଣ ମିଶାଇ ସେବନ କରିବାକୁ ପଡ଼ିବ। ଏହାର ସେବନ ଦ୍ଵାରା ଆପଣଙ୍କୁ ଖୁବ୍ ଶୀଘ୍ର ଜଣ୍ଡିସ ରୋଗରୁ ମୁକ୍ତି ମିଳିବ। ଯଦି ଆପଣ ଦୁର୍ବଳ ଅନୁଭବ କରୁଛନ୍ତି ତାହେଲେ ଆଖୁରସ ସେବନ କରନ୍ତୁ, ଏହା ଆପଣଙ୍କ ପାଇଁ ଆରାମଦାୟକ ଅଟେ।

ଚତୁର୍ଥ ହେଉଛି କ୍ୟାନ୍ସର ରୋଗ ଭଲ କରିଥାଏ। ଆଖୁରସ ସେବନ ଦ୍ଵାରା କ୍ୟାନ୍ସର ରୋଗ ଭଲ ହୋଇଥାଏ। ଆଖୁରସ ମଧ୍ୟରେ କ୍ୟାଲସିୟମ, ମ୍ୟାଗ୍ନେସୀୟମର ପରିମାଣ ଅଧିକ ରହିଥାଏ। ତେଣୁ ଏହା ଆଖୁରସର କ୍ଷାର ଅଂଶକୁ ଦୂର କରିଥାଏ।

Google

ପଞ୍ଚମ ହେଉଛି ହୃଦୟ ସମ୍ବନ୍ଧିତ ରୋଗରୁ ରକ୍ଷା କରିଥାଏ। ଆଖୁରସ ସେବନ କଲେ ହୃଦୟ ସମ୍ବନ୍ଧିତ ରୋଗ ଯେପରି ହୃଦଘାତରୁ ରକ୍ଷା କରିଥାଏ। ଆଖୁରସ ସେବନ କଲେ ଏହା ଶରୀରର କଲେଷ୍ଟ୍ରଲର ମାତ୍ରା ହ୍ରାସ କରିଥାଏ।ତେଣୁ ଧମନୀରେ ଚର୍ବି ଜମାଟ ବାନ୍ଧି ନଥାଏ ଏବଂ ହୃଦଘାତରୁ ରକ୍ଷା ମିଳିଥାଏ।

ଷଷ୍ଠ ହେଉଛି ହଜମକ୍ରୀୟା ଠିକ୍ ରଖିଥାଏ। ଆଖୁରସରେ ପ୍ରଚୁର ପରିମାଣରେ ପଟାସୀୟମ ରହିଥିବା ଯୋଗୁଁ ଏହା ପାଚନ କ୍ରିୟା ଉତ୍ତମ ରଖିବା ସହିତ ଅନେକ ପ୍ରକାରର ପେଟ ରୋଗରୁ ରକ୍ଷା କରିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *