Excuse Me Odisha

ଯାହା କହିବୁ ସତ କହିବୁ

ଅନ୍ୟ କେହି ଗୁଦଗୁଦି କଲେ ହସ ଆସି ଥାଏ କିନ୍ତୁ ନିଜେ କଲେ ଆସି ନ ଥାଏ , ଜାଣନ୍ତୁ କାହିଁକି ?

ସେୟାର୍ କରନ୍ତୁ

ଗୁଦଗୁଦିର ରହସ୍ୟ ହେଉଛି , ଆମ ମସ୍ତିଷ୍କର ଦୁଇ ଭାଗ somatosensory cortex ଏବଂ anterior cingulate cortex ରେ ଲୁଚି ରହିଛି । ପ୍ରଥମ ଅଂଶ ଆମ ଶରୀରର ସମ୍ବେଦନଶୀଳତା ପାଇଁ ଦାୟୀ ହୋଇଥାଏ ଏବଂ ଅନ୍ୟ ଅଂଶ ଖୁସି ଏବଂ ହସ ଉତ୍ପନ୍ନ କରିଥାଏ ।

ଯେତେବେଳେ କୌଣସି ଅନ୍ୟ ବ୍ୟକ୍ତି ଆମକୁ ଗୁଦଗୁଦି ଦେଇଥାଏ ସେତେବେଳେ cerebellum ସଙ୍ଗେ ସଙ୍ଗେ cortex କୁ ସିଗନାଲ ପଠାଇ ଥାଏ ଏବଂ ବି-ପଦର ଘଣ୍ଟି ବଜାଇ ଦେଇଥାଏ । ଏହାଦ୍ବାରା ଆମେ ନିଜକୁ ସଙ୍କୁଚିତ କରିଥାଉ । ଗୋଟିଏ ତରଫରୁ ମସ୍ତିଷ୍କର ଗୋଟିଏ ଭାଗ ଡରକୁ ଅନୁଭବ କରିଥାଏ ଏବଂ ଆମକୁ କଷ୍ଟ ଅନୁଭୂତ ହୋଇଥାଏ ।

ପୁଣି ଅନ୍ୟ ଭାଗ କାରଣରୁ ଆମେ ହସିବାରେ ଲାଗିଥାଉ । ଏହି ସବୁ ଜିନିଷ ଏତେ ଦ୍ରୁତ ବେଗରେ ହୋଇଥାଏ ସେତେବେଳେ ଆମକୁ ଯନ୍ତ୍ରଣା ମଧ୍ୟରେ ବି ହସ ଲାଗିଥାଏ । ଏକ ପ୍ରକାରର ଏହା ଶରୀରର ରକ୍ଷାତ୍ମକ ପ୍ରତିକ୍ରିୟାର ଅଂଶ ଅଟେ ।

ଯେତେବେଳେ ଆମେ ନିଜକୁ ଗୁଦଗୁଦି କରିଥାଉ ସେତେବେଳେ ତାହା ହୋଇ ନଥାଏ । ଏହାର କାରଣ ଆମର ମନ ଅଟେ । ମସ୍ତିଷ୍କ ଶରୀରର ସବୁ ଆକ୍ଟିଭିଟିକୁ କଣ୍ଟ୍ରୋଲ କରିଥାଏ । ତାହାକୁ ନିଜର ଏବଂ ଅନ୍ୟର କଷ୍ଟରେ ଅନ୍ତର ଜଣା ଯାଇଥାଏ । ସେ ଏହା ବୁଝି ଯାଇଥାଏ ଯେ ଆମେ ନିଜକୁ ହାନୀ ପହଞ୍ଚାଇବୁ ନାହିଁ । ଏଥିପାଇଁ ଯେତେବେଳେ ଆମେ ନିଜକୁ ଗୁଦଗୁଦି କରିଥାଉ କରଟେକ୍ସ ସର୍ବପ୍ରଥମେ ଜାଗ୍ରତ ହୋଇଯାଏ ଏବଂ କୌଣସି ପ୍ରତିକ୍ରିୟା ଦେଇ ନଥାଏ । ତେଣୁ ନିଜକୁ ଗୁଦଗୁଦି କରି ହସିବା ଅସମ୍ଭବ ଅଟେ ।

ଆପଣଙ୍କ ଶରୀରର କେଉଁ ଅଂଶରେ ଅଧିକ ଗୁଦଗୁଦି ହେବ ଏହା ମଧ୍ୟ ଏହି କଥା ଉପରେ ନିର୍ଭର କରିଥାଏ ଯେ ଆପଣଙ୍କ ଶରୀରର କେଉଁ ଅଙ୍ଗ ଅଧିକ ସମ୍ବେଦନଶୀଳ ଅଟେ । ସାଧାରଣତଃ ଯେଉଁଠି ହାଡ଼ କମ ଥାଏ ସେଠାରେ ଅଧିକ ଗୁଦଗୁଦି ହୋଇଥାଏ । ଯେପରିକି ପେଟ ଏବଂ ପାଦ ର ତଳ ଅଂଶ ।

ଏଥିପାଇଁ ଯେତେବେଳେ କାହାକୁ ଗୁଦଗୁଦି କରୁଛନ୍ତି ଏହା ପଛରେ ଥିବା କାରଣକୁ ମଧ୍ୟ ମନରେ ରଖନ୍ତୁ । ଆପଣଙ୍କୁ ଆହୁରି ସହଜ ହେବ । ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *