Excuse Me Odisha

ଯାହା କହିବୁ ସତ କହିବୁ

ଘରେ କିମ୍ବା ଅଫିସରେ ଲଗାନ୍ତୁ ସାତଟି ଦୌଡ଼ୁଥିବା ଘୋଡ଼ାର ଫୋଟ , ପଇସା ଏବଂ ଉନ୍ନତି ଉଭୟ ଆସିବ

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ର ଆମ ଜୀବନ ସହିତ ଜଡ଼ିତ ସମସ୍ୟା ଗୁଡ଼ିକୁ ସୁଧାରିବାର ଭଲ ଉପାୟ ହୋଇଥାଏ । ଏହି ସକାରାତ୍ମକ ଏବଂ ନକରାତ୍ମକ ଶକ୍ତିର ସିଦ୍ଧାନ୍ତରେ କାର୍ଯ୍ୟ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘର କିମ୍ବା ଅଫିସରେ ସାତୋଟି ଘୋଡ଼ାର ଫୋଟ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଦୌଡ଼ୁଥିବା ଘୋଡ଼ା ସଫଳତା , ପ୍ରଗତି ଏବଂ ସାମର୍ଥ୍ୟର ପ୍ରତୀକ ହୋଇଥାଏ । କିନ୍ତୁ ଏହାକୁ ଲଗାଇବାର କିଛି ନିୟମ ରହିଥାଏ ।

୧ . ଯଦି ଆପଣ ନିଜ ବିଜନେସରେ ସଫଳତା ହାସଲ କରିବାକୁ ଚାହାଁନ୍ତି ତେବେ ଆଜିହିଁ ସାତୋଟି ଦୌଡ଼ୁଥିବା ଘୋଡ଼ାର ଫୋଟ ଲଗାନ୍ତୁ । ଏହି କଥା ପ୍ରତି ଧ୍ୟାନ ରଖିବେ ଯେ ଏହି ଫୋଟ ଦକ୍ଷିଣ କାନ୍ଥରେ ଲାଗିବା ଉଚିତ । ତାସହିତ ଏହି ଫୋଟରେ ଘୋଡ଼ାର ମୁଁହ ଏପରି ହେବା ଉଚିତ ଯାହା ଅଫିସ ଭିତର ଦିଗକୁ ଆସିବା ଭଳି ଦେଖା ଯାଉଥିବ । ଏପରି କରିବା ଦ୍ୱାରା ଆପଣଙ୍କ ବିଜନେସରେ କେବେ କ୍ଷତି ହେବ ନାହିଁ । ଆପଣଙ୍କୁ ବିଜନେସ ବଢ଼ାଇବାକୁ ନୂଆ ନୂଆ ଅବସର ମିଳିବ ।

୨ . ଦୌଡ଼ୁଥିବା ସାତଟି ଘୋଡ଼ାର ଫୋଟକୁ ସକାରାତ୍ମକ ଶକ୍ତି ସହିତ ଯୋଡ଼ି ଦେଖା ଯାଇଥାଏ । ଆପଣ କୌଣସି ବି କ୍ଷେତ୍ରରେ କାମ କରନ୍ତି , ଏହାକୁ ଘରେ କିମ୍ବା ଅଫିସରେ ଲଗାଇବା ଦ୍ୱାରା ଆପଣଙ୍କୁ ଉନ୍ନତି ଏବଂ ସଫଳତା ନିଶ୍ଚିତ ମିଳିଥାଏ ।

୩ . ଘରେ ଏହି ଫୋଟକୁ କେଉଁଠି ବି ଲଗାଯାଇ ପାରେ । କିନ୍ତୁ ଏହାର ଅଧିକରୁ ଅଧିକ ଲାଭ ନେବା ପାଇଁ ଏହାକୁ ଘରର ପୂର୍ବ ଦିଗରେ ଲଗାଇବା ଉଚିତ । ଏହି ଦିଗରେ ସାତଟି ଘୋଡ଼ାର ଫୋଟ ଲଗାଇବା ଦ୍ୱାରା ଘରକୁ ଧନର ଆଗମନ ହୋଇଥାଏ । କଳହ ଝଗଡ଼ା ହୋଇ ନଥାଏ । ପରିବାର ଲୋକଙ୍କର ଭଲ ଚାକିରୀ ଏବଂ ପ୍ରମୋସନ ମିଳିଥାଏ । ସମାଜରେ ତାଙ୍କର ଇଜ୍ଜତ ବଢ଼ିଥାଏ ।

୪ . ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ଏବଂ ଚାକିରୀ ସନ୍ଧାନ କରୁଥିବା ଯୁବକ ଯୁବତୀ ନିଜ ରୁମରେ ସାତଟି ଦୌଡ଼ୁଥିବା ଘୋଡ଼ା ର ଫୋଟ ନିଶ୍ଚିତ ଲଗାଇବା ଉଚିତ । ଏହାଦ୍ବାରା ପାଠ ପଢ଼ାରେ ଛାତ୍ର ଭଲ ପ୍ରଦର୍ଶନ କରିଥାନ୍ତି । ଏବଂ ଯୁବକ ଯୁବତୀ ଖୁବଶୀଘ୍ର ଚାକିରୀ ପାଇଥାନ୍ତି । ତାଙ୍କ ମନ ପସନ୍ଦ କ୍ୟାରିଅରରେ ଭଲ ପ୍ରଦର୍ଶନ ମିଳିଥାଏ । ଉନ୍ନତି ତାଙ୍କ ଅପେକ୍ଷାରେ ଥାଏ ।

୫ . କରଜରେ ଦୁଃଖୀ ଲୋକ ନିଜ ଘରେ କିମ୍ବା ଅଫିସର ଉତ୍ତର ପଶ୍ଚିମୀ ଦିଗରେ ନକଲି ଘୋଡ଼ାର ଯୋଡ଼ା ରଖି ପାରିବେ । ଏହାଦ୍ବାରା ଆପଣଙ୍କୁ କରଜରୁ ମୁକ୍ତି ମିଳିବ । ଆପଣଙ୍କ ଜମା ପୁଞ୍ଜି ଶେଷ ଖର୍ଚ୍ଚ ହେବନାହିଁ । ଏବଂ ଅଧିକ ଲାଭ ହେବାରେ ଲାଗିବ ।

୬ . ବଜାରରେ ଯେତେବେଳେ ବି ସାତଟି ଦୌଡ଼ୁଥିବା ଘୋଡ଼ାର ଫୋଟ କିଣିବାକୁ ଯାଉଛନ୍ତି ତେବେ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ ଯେ ତାଙ୍କ ଚେହେରାରେ ପ୍ରସନ୍ନଚିତ୍ତ ମୁଦ୍ରା ରହିଥିବ । ଆକ୍ରଶିତ ମୁଦ୍ରା ଥିବା ଘୋଡ଼ାକୁ ଘରେ ଲଗାଇବା ଶୁଭ ହୋଇ ନଥାଏ ।

୭ . ସାତଟି ଘୋଡ଼ା ଥିବା ଏହି ଫୋଟ ଆପଣ ନିଜ ଦୋକାନରେ ମଧ୍ୟ ଲଗାଇ ପାରିବେ । ଏହାଦ୍ବାରା ଆପଣଙ୍କ ଗ୍ରାହକି ଭଲ ଚାଲିବ । ଆପଣଙ୍କ ଧନ୍ଦା ରେ କେବେବି ଅବନତି ହେବ ନାହିଁ । ଆପଣଙ୍କୁ ସବୁବେଳେ ଲାଭ ପ୍ରାପ୍ତ ହେବ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *