Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଦୁଇଟି ବେଳ ପତ୍ର ଖାଇଲେ ମୂଳରୁ ଶେଷ ହୋଇ ଯାଏ ଏହିସବୁ ଗମ୍ଭୀର ରୋଗ

ସେୟାର୍ କରନ୍ତୁ

ବନ୍ଧୁଗଣ ମୁଁ ଆଜି ଆପଣଙ୍କୁ କହିବି ପ୍ରତ୍ୟେକଦିନ ବେଲପତ୍ରର ସେବନ କଲେ କଣ ହୁଏ। ବେଲପତ୍ରକୁ ପୁରାତନ ଯୁଗରୁ ଔଷଧ ରୂପରେ ବ୍ୟବହାର କରାଯାଇଥାଏ। ଏହା ଆମର ସୁନ୍ଦରତା ବଢେଇବା ସହିତ ପେଟ ସମସ୍ୟା ଭଲ କରିଥାଏ। ଆସନ୍ତୁ ଜାଣିବା ବେଲପତ୍ରରୁ ମିଳୁଥିବା ଫାଇଦା ବିଷୟରେ।

ପ୍ରଥମ ହେଉଛି ଆପଣଙ୍କୁ ଜ୍ୱର ଆସିଥାଏ ବା ଛୋଟ ପିଲାଙ୍କୁ ଜ୍ଵର ହୋଇଥାଏ। ସେତେବେଳେ ବେଲପତ୍ର କାଢ଼ା ବନେଇ ଏହାର ସେବନ କଲେ । ଖୁବ୍ ଶୀଘ୍ର ଜ୍ଵର ଛାଡ଼ି ଯାଇଥାଏ। ଏହାସହିତ ମହୁମାଛି ବା ବିରୁଡ଼ି ଶରୀରରେ ଦଂଶନ କରିଥିଲେ, ସେହି ସ୍ଥାନରେ ବେଲପତ୍ର ରସ ଲଗାଇଲେ ଏହା କଷ୍ଟକୁ ଦୂର କରିଥାଏ।

ଦ୍ଵିତୀୟ ହେଉଛି ହୃଦରୋଗ ଭଲ କରି ଦେଇଥାଏ। ବେଲପତ୍ର ହୃଦରୋଗୀ ମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ବେଲପତ୍ର କାଢା ବନେଇ ସେବନ କଲେ ଏହା ହୃତପିଣ୍ଡକୁ ସୁସ୍ଥ ରଖିବା ସହିତ ହୃଦଘାତରୁ ରକ୍ଷା କରିଥାଏ।ଶ୍ୱାସ ରୋଗୀ ମାନଙ୍କ ପାଇଁ ମଧ୍ୟ ବେଲପତ୍ର ବହୁତ ଉପକାରୀ ହୋଇଥାଏ। ଏହି ପତ୍ରର ରସ ସେବନ କଲେ ନିଶ୍ବାସ ପ୍ରଶ୍ୱାସ ନେବା ସମସ୍ୟା ଦୂର ହୋଇଥାଏ।

ତୃତୀୟ ହେଲା ଶରୀରର ତାପକୁ ନିୟନ୍ତ୍ରଣ କରିଥାଏ। ବେଲପତ୍ର ଶରୀରର ତାପକୁ କମ୍ କରିବାରେ ବହୁତ ଲାଭଦାୟକ ହୋଇଥାଏ। ଶରୀରରେ ଯଦି ତାପ ବଢିଯାଏ ବା ଶରୀରରେ ତାପ ବଢିବା ଯୋଗୁଁ ମୁହଁରେ ଛଉ ହୋଇଗଲେ, ବେଲପତ୍ରକୁ ପାଟିରେ ପକାଇ ଏହାକୁ ଚୋବାନ୍ତୁ। ଏହା ବହୁତ ଲାଭଦାୟକ ହୋଇଥାଏ।

ଚତୁର୍ଥ ହେଉଛି ଅର୍ଶ ରୋଗର କଷ୍ଟକୁ ଭଲକରି ଦେଇଥାଏ। ଅର୍ଶ ରୋଗୀ ମାନଙ୍କ ପାଇଁ ବେଲପତ୍ର ଅମୃତ ସମାନ ହୋଇଥାଏ। ଅର୍ଶ ରୋଗ ହୋଇଥିଲେ, ବେଲପତ୍ର ଶୁଖାଇ ଏଥିରେ ମିଶ୍ରି ମିଶେଇ ଏହାର ଗୁଣ୍ଡ ତିଆରି କରନ୍ତୁ । ଏହି ଗୁଣ୍ଡକୁ ପ୍ରତ୍ୟେକଦିନ ସକାଳେ ଓ ସନ୍ଧ୍ୟାରେ ପାଣିରେ ମିଶେଇ ସେବନ କରନ୍ତୁ। ଯଦି ଅର୍ଶ ଅଧିକ କଷ୍ଟ ଦେଉଥାଏ, ତାହେଲେ ଏହାର ସେବନ ଦିନରେ ଦୁଇରୁ ତିନିଥର ସେବନ କରନ୍ତୁ।

ପଞ୍ଚମ ହେଉଛି ଚେହେରାରୁ ଦାଗ ଦୂର କରିଥାଏ। ଯଦି ଆପଣଙ୍କ ଚେହେରାରେ କୌଣସି ଦାଗ ରହିଥାଏ ତାହେଲେ ଆପଣ ବେଲପତ୍ର ଲେପ ପ୍ରସ୍ତୁତ କରି ଏହାର ବ୍ୟବହାର କରନ୍ତୁ। ଏହି ଲେପ ତିଆରି କରିବା ପାଇଁ ଗୋଟିଏ ଗିନାରେ ଏହାକୁ ଧୋଇ ଗ୍ରାଇଣ୍ଡର ସାହାଯ୍ୟରେ ଏହାର ପେଷ୍ଟ ତିଆରି କରନ୍ତୁ। ଏହି ଲେପକୁ ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ଏବଂ ଥଣ୍ଡା ପାଣି ସାହାଯ୍ୟରେ ଏହାକୁ ଧୋଇ ଦିଅନ୍ତୁ

ସାଥ ହେଉଛି ତ୍ବଚାକୁ କୋମଳ ରଖିଥାଏ। ଯଦି ଆପଣ ନିଜ ତ୍ଵଚାକୁ କୋମଳ ରଖିବାକୁ ଚାହୁଁଛନ୍ତି। ତାହେଲେ ଏକ ଚାମୋଚ ବେଲପତ୍ର ରସରେ ଗୋଟେ ଚାମୋଚ ମହୁ ମିଶେଇ ଏହାକୁ ପାଣିରେ ପକାଇ ଏହାର ସେବନ କରନ୍ତୁ। ଏହା ତ୍ୱଚାରେ ପ୍ରାକୃତିକ ଉପାୟରେ ସୁନ୍ଦରତା ଆଣିଥାଏ ।

ସପ୍ତମ ହେଉଛି ଶରୀରର ଦୁର୍ଗନ୍ଧ ଦୂର କରିଥାଏ। ଖରାଦିନେ ଝାଳ ବାହାରିବା ଯୋଗୁଁ ଶରୀର ଦୁର୍ଗନ୍ଧ ହୋଇଥାଏ। ଏପରି କ୍ଷେତ୍ରରେ ଆପଣ ବେଲପତ୍ର ନେଇ ଗ୍ରାଇଣ୍ଡର ସାହାଯ୍ୟରେ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଗାଧୋଇବା ପୂର୍ବରୁ ନିଜ ଶରୀରରେ ଲଗାଇ ଦିଅନ୍ତୁ। ଏପରି ଆପଣ ଗୋଟେ ସପ୍ତାହ ପର୍ଯ୍ୟନ୍ତ କଲେ ଆପଣ ଶରୀରର ଦୁର୍ଗନ୍ଧରୁ ମୁକ୍ତି ପାଇ ପାରିବେ।

ଅଷ୍ଟମ ହେଉଛି କେଶ ଝଡ଼ିବା ବନ୍ଦ ହୋଇଥାଏ। ଯଦି ଆପଣଙ୍କ କେଶ ସମୟ ପୂର୍ବରୁ ଝଡି ଯାଇଥାଏ, ଲଗାତାର ଆପଣଙ୍କର ଚୁଟି ଝଡ଼ା ସମସ୍ୟା ଦେଖା ଦେଇଥାଏ, ତେବେ ଆପଣ ପ୍ରତ୍ୟେକଦିନ ସକାଳେ ଦୁଇଟି ବେଲପତ୍ରର ସେବନ କରନ୍ତୁ। ଏହା କେଶ ଝଡ଼ିବା ସମସ୍ୟା ବନ୍ଦ କରିବା ସହିତ ନୂଆ କେଶ ସୃଷ୍ଟି କରିଥାଏ।

ଶେଷରେ ହେଉଛି ମଧୁମେୟ ରୋଗ ନିୟନ୍ତ୍ରଣ କରିଥାଏ। ବେଲପତ୍ର ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ ଅଟେ। ବେଲପତ୍ର ସେବନ କଲେ ରକ୍ତରେ ଥିବା ଶୁଗାର ନିୟନ୍ତ୍ରଣରେ ରହିଥାଏ। କାରଣ ବେଲପତ୍ର ମଧ୍ୟରେ ରହିଥିବା ପୋଷକ ତତ୍ତ୍ଵ ପାନକ୍ରୀୟା କୁ ସକ୍ରିୟ କରିଥାଏ, ଯାହାଫଳରେ ଏଥିରୁ ଇନ୍ସୁଲିନ କ୍ଷରଣ ହୋଇ ରକ୍ତରେ ଗ୍ଲୁକୋଜର ପରିମାଣ ବୃଦ୍ଧି କରିଥାଏ । ଏହାଥିଲା ବେଲପତ୍ର ସେବନ କରିବାର ଉପକାରିତା ବିଷୟରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *