Excuse Me Odisha

ଯାହା କହିବୁ ସତ କହିବୁ

ପାପୁଲିରେ ଅର୍ଦ୍ଧ ଚନ୍ଦ୍ର ରେଖା ଥିଲେ କଣ ସୂଚନା ଦେଇଥାଏ, ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଦୁଇ ହାତ ପାପୁଲିକୁ ଯୋଡିବା ପରେ ସୃଷ୍ଟି ହେଉଥିବା ଅର୍ଦ୍ଧ ଚନ୍ଦ୍ର ରେଖାର ରହସ୍ୟ ଏବଂ ଏହା ଆମ ଜୀବନ ଉପରେ କଣ ସବୁ ପ୍ରଭାବ ପକାଇଥାଏ। ଏଥି ସହିତ ଆଗାମୀ ଭବିଷ୍ୟତ ବିଷୟରେ କଣ ସବୁ ସୂଚନା ପ୍ରଦାନ କରିଥାଏ। ତେବେ ଆସନ୍ତୁ ଜାଣିବା।

Google

ବନ୍ଧୁଗଣ ଆମେ ସମସ୍ତେ ଜାଣୁ ଯେ କୋଷ୍ଠୀ ଓ କପାଳ ଅଧ୍ୟୟନରୁ ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱରୁ ଆରମ୍ଭ କରି ଅତୀତ ଓ ଭବିଷ୍ୟତ ସମ୍ପର୍କରେ ଜାଣି ହୋଇଥାଏ। ହାତ ପାପୁଲିରେ ଥିବା ରେଖା ମାନେ ଆମର ଭୁତ ଏବଂ ଭବିଷ୍ୟତ ସମ୍ପର୍କରେ ଭିନ୍ନ ଭିନ୍ନ ସୂଚନା ଆଦି ପ୍ରଦାନ କରିଥାନ୍ତି।ତେବେ ହସ୍ତରେଖା ଅଧ୍ୟୟନ କରିବା ସମୟରେ ହାତର ଦୁଇ ପାପୁଲିକୁ ଯୋଡି ପଣ୍ଡିତ ମାନେ ବିଭିନ୍ନ ସଂକେତ ଖୋଜିଥାନ୍ତି। ତା ମଧ୍ୟରେ ଗୋଟିଏ ହେଉଛି ଯୋଡ଼ା ଯାଇଥିବା ହାତ ପାପୁଲିରୁ ଚନ୍ଦ୍ରଙ୍କର ଆକୃତି ଦେଖିବା। ହାତ ପାପୁଲିକୁ ଯୋଡିଲେ କାହା ହାତରେ ପୁର୍ଣ ଚନ୍ଦ୍ର ତ କାହା ହାତରେ ଅର୍ଦ୍ଧ ଚନ୍ଦ୍ରର ଆକାର ସୃଷ୍ଟି ହୋଇଥାଏ। ତେବେ ଆଜି ଆମେ ଜାଣିବା ଯେ ହସ୍ତରେଖା ଶାସ୍ତ୍ର ଅନୁସାରେ ଅର୍ଦ୍ଧ ଚନ୍ଦ୍ରର ଅର୍ଥ ଓ ସଂକେତ ବିଷୟରେ। ତେବେ ଯେଉଁ ବ୍ୟକ୍ତିଙ୍କର ଦୁଇ ହାତ ପାପୁଲି ମିଶିବା ପରେ ଅର୍ଦ୍ଧ ଚନ୍ଦ୍ର ସୃଷ୍ଟି ହୋଇଥାଏ ସେହି ବ୍ୟକ୍ତି ନିଜ ବନ୍ଧୁଙ୍କ ପ୍ରତି ଅଧିକ ସଚୋଟ ହୋଇଥାନ୍ତି। ଏହି କାରଣ ଯୋଗୁ ସେମାନଙ୍କ ସହିତ ପ୍ରାୟ ସମସ୍ତେ ବନ୍ଧୁତା ସ୍ଥାପନା କରିବା ପାଇଁ ଚାହିଁଥାନ୍ତି। ସେହିପରି ଦୁଇ ପାପୁଲି ସଂଯୋଗରେ ଅର୍ଦ୍ଧ ଚନ୍ଦ୍ର ସୃଷ୍ଟି ନହୋଇ ଏହା ଯଦି ସଳଖ ରେଖା ଭଳି ଦେଖାଯାଏ ତାହେଲେ ସମ୍ପୃକ୍ତ ବ୍ୟକ୍ତି ଅତ୍ୟନ୍ତ ଶାନ୍ତ ଓ ଦୟାଳୁ ସ୍ୱଭାବର ବୋଲି ଜଣା ପଡିଥାଏ। ଏମାନେ କଥା କହିବା ଅପେକ୍ଷା ନିଜ କର୍ମ ଉପରେ ଅଧିକ ବିଶ୍ୱାସ ରଖିଥାନ୍ତି। ତେଣୁ ଏମାନେ କୌଣସିବି କାର୍ଯ୍ୟରେ କେବେ ହେଲେ ଅସଫଳ ହୁଅନ୍ତି ନାହିଁ। ଯେଉଁ ବ୍ୟକ୍ତିଙ୍କର ଦୁଇ ପାପୁଲି ଯୋଡିବା ଫଳରେ ଅର୍ଦ୍ଧ ଚନ୍ଦ୍ରର ଆକୃତି ଦେଖାଯାଏ କିନ୍ତୁ ଅଙ୍କା ବଙ୍କା ରହିଥାଏ ତେବେ ସେହି ବ୍ୟକ୍ତି ନିଜ ବୟସ ଠାରୁ ଅଧିକ ବୟସ୍କ ଲୋକଙ୍କ ସହ ମିଳାମିଶା କରିବାକୁ ଅଧିକ ପସନ୍ଦ କରିଥାନ୍ତି। ଏବଂ ଏମାନେ ସବୁବେଳେ ଚଞ୍ଚଳ ସ୍ୱାଭବର ଅଟନ୍ତି। ଏହି ଅର୍ଦ୍ଧ ଚନ୍ଦ୍ର ବ୍ୟକ୍ତିଙ୍କର ବୈବାହିକ ଜୀବନ ଓ ନିଜର ଜୀବନସାଥୀଙ୍କର ରୂପ ଏବଂ ସୌନ୍ଦର୍ଯ୍ୟ ସମ୍ପର୍କରେ ମଧ୍ୟ ଆକଳନ କରାଯାଇଥାଏ। ଯେଉଁ ବ୍ୟକ୍ତି ମାନଙ୍କର ଦୁଇ ହାତର ପାପୁଲି ଯଦି ଯୋଡ଼ିବା ପରେ ସୁନ୍ଦର ଏବଂ ଅର୍ଦ୍ଧବୃତ ଆକୃତିର ଚନ୍ଦ୍ର ସଦୃଶରେ ରେଖା ସୃଷ୍ଟି ହୋଇଥାଏ ତେବେ ସେହି ବ୍ୟକ୍ତି ପୁରୁଷ ହେଉ କିମ୍ବା ନାରୀ ତାଙ୍କୁ ସବୁବେଳେ ରୂପ ଗୁଣରେ ସୁନ୍ଦର ଥିବା ବ୍ୟକ୍ତି ମାନେ ଜୀବନସାଥୀ ରୂପରେ ମିଳିଥାନ୍ତି। ଏଥି ସହିତ ଏମାନେ ବାସ୍ତବରେ ବହୁତ ଧନଶାଳୀ ବ୍ୟକ୍ତି ଅଟନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *