Excuse Me Odisha

ଯାହା କହିବୁ ସତ କହିବୁ

ଘରର କେଉଁ ଦିଗରେ ଜଳାଶୟ ରହିଲେ କଣ ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଘରର କେଉଁ ରୁମ କେଉଁ ଦିଗରେ ରହିବ ତାହା ବାସ୍ତୁଶାସ୍ତ୍ର ଅନୁସାରେ ଠିକ କରାଯାଇଥାଏ। ସାଧାରଣତଃ ବାସ୍ତୁଶାସ୍ତ୍ର ନିୟମ ଅନୁସାରେ ଲୋକମାନେ ଘର ତିଆରି କରିଥାନ୍ତି। ଘର କରିବା ବେଳେ ପ୍ରାୟତଃ ସେମାନେ ପାଣି ଟାଙ୍କି ଛାତ ଉପରେ ବସାଇଥାନ୍ତି। ହେଲେ ଏହାକୁ ନିର୍ମାଣ କରିବା ବେଳେ କେହି କେବେ ବାସ୍ତୁକୁ ଧ୍ୟାନ ଦେଇ ନଥାନ୍ତି। କିନ୍ତୁ ଛାତ ଉପରେ ବଦଳରେ ଯଦି ମାଟି ତଳେ ଉଚିତ ଦିଗରେ ପାଣି ଟାଙ୍କି କରାଯାଏ ତେବେ ଏହା ଦ୍ୱାରା ଘରେ ସମୃଦ୍ଧି ଆସିଥାଏ। କିନ୍ତୁ ଯଦି ଆପଣ ଛାତ ଉପରେ ପାଣି ଟାଙ୍କି ରଖୁଛନ୍ତି ତେବେ ବାସ୍ତୁଶାସ୍ତ୍ରର ନିୟମ ପାଳନ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ। ନଳକୂପ ବସିବା ସମୟରେ ଘରର ଦିଗ ପ୍ରତି ଯଦି ଧ୍ୟାନ ଦିଆ ନଯାଏ ତେବେ ଏହା ଗୃହ ପାଇଁ ବହୁତ ସମସ୍ୟା ସୃଷ୍ଟି କରିଥାଏ। ଏବଂ ଯଦି ଆପଣଙ୍କ ଘରର ଆଖପାଖରେ କୃତ୍ରିମ ବା ପ୍ରାକୃତିକ ଜଳାଶୟ ମାନ ଅଛି ତେବେ ଏହାର ଦିଗକୁ ଦୃଷ୍ଟିରେ ରଖି ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତିକାର କରିବା ଆବଶ୍ୟକ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଘରର ପାଣି ଟାଙ୍କି କିପରି ଏବଂ କେଉଁ ଦିଗରେ ରହିବା ଉଚିତ ଏବଂ ଘରର କେଉଁ ଦିଗରେ ଜଳାଶୟ ରହିବା ଶୁଭ ଓ ଅଶୁଭ ବିଷୟରେ ଜଣାଇବୁ।

ପାଣିଟାଙ୍କି ହେଉ କିମ୍ବା ନଳକୂପ ସବୁବେଳେ ଉତ୍ତର ପୂର୍ବ ଦିଗରେ ନିର୍ମାଣ କରନ୍ତୁ। ଏହା ଦ୍ୱାରା ଘରେ ସମୃଦ୍ଧି ଆସିଥାଏ। ଉତ୍ତର ପୂର୍ବ ଦିଗରେ ପାଣିଟାଙ୍କି ନିର୍ମାଣ କରିବା ଉଚିତ ବୋଲି ବୈଜ୍ଞାନିକ ମାନେ ମଧ୍ୟ ମତ ଦିଅନ୍ତି। କାରଣ ସୂର୍ଯ୍ୟ କିରଣ ଜଳ ଉତ୍ସ ଉପରେ ପଡିବା ଦ୍ୱାରା ଏଥିରେ ସୃଷ୍ଟି ହେଉଥିବା ଜୀବାଣୁ ମରିଯାନ୍ତି।

Google

ଘରର ଦକ୍ଷିଣ ଦିଗରେ ପାଣିଟାଙ୍କି ରହିଲେ ମହିଳାଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ସେହିପରି ପଶ୍ଚିମ ଦିଗରେ ଟାଙ୍କି ରହିଲେ ଘରର ପୁରୁଷଙ୍କର ସ୍ୱାସ୍ଥ୍ୟ ହାନି ହେବାର ସମ୍ଭାବନା ଥାଏ।ତେଣୁ ଘରର ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଦିଗରେ ପାଣିଟାଙ୍କି ହେଉ କିମ୍ବା ନଳକୂପ ବସାନ୍ତୁ ନାହିଁ। ଯଦି ଆପଣଙ୍କ ଘରର ଏହି ଦିଗରେ ନଳକୂପ ବା ପାଣିଟାଙ୍କି ଅଛି ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏହାର ସମୁଖରେ କାଚର ଆଇନା ଲଗାଇ ଦିଅନ୍ତୁ। ଯାହା ଦ୍ୱାରା ଘରର ସମସ୍ତ ବାସ୍ତ ଦୋଷ ଦୂର ହୋଇଯାଇଥାଏ।

ସନ୍ଧ୍ୟା ସମୟରେ ଜଳଉତ୍ସ ନିର୍ମାଣ କାର୍ଯ୍ୟ କରନ୍ତୁ ନାହିଁ। ସକାଳ ସମୟରେ ହିଁ ମାଟି ଖୋଳନ୍ତୁ। ଏବଂ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭୂମି ପୂଜା ନିଶ୍ଚୟ କରନ୍ତୁ।

କୌଣସି ଜମିର ମଧ୍ୟ ସ୍ଥଳରେ ଜଳଉତ୍ସ ନିର୍ମାଣ କରନ୍ତୁ ନାହିଁ। ଏହା ଦ୍ୱାରା ଘର ନିର୍ମାଣ କରିବା ସମୟରେ ସମସ୍ୟାରେ ପଡିପାରନ୍ତି।

Google

ଯଦି ଆପଣଙ୍କ ଘରର ପାଖରେ ଦକ୍ଷିଣ ଦିଗରେ କୌଣସି ନଦୀ କିମ୍ବା ପୁଷ୍କରିଣୀ ଅଛି ତେବେ ଏହା ବାସ୍ତୁଶାସ୍ତ୍ର ଅନୁସାରେ ଅଶୁଭ ହୋଇଥାଏ। ତେଣୁ ଏହାର ପ୍ରତିକାର ପାଇଁ ଆପଣଙ୍କ ଗୃହର ସମୁଖରେ ଭଗବାନ ବିଷ୍ଣୁଙ୍କର ଫୋଟ ନିଶ୍ଚୟ ଲଗାନ୍ତୁ। ଯାହା ଦ୍ୱାରା ସମସ୍ତ ବାସ୍ତୁ ଦୋଷ ଖଣ୍ଡନ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *