Excuse Me Odisha

ଯାହା କହିବୁ ସତ କହିବୁ

ଥଣ୍ଡା, କାଶ, ଜ୍ୱର ଓ ମୁଣ୍ଡ ବିନ୍ଧାରୁ ମାତ୍ର ୧୦ ମିନିଟରେ ସବୁ ଦିନ ପାଇଁ ମୁକ୍ତି ପାଆନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଋତୁ ପରିବର୍ତ୍ତନ ଯୋଗୁଁ ଆମକୁ ଥଣ୍ଡା ଓ କାଶ ହେଉଛି ଏବଂ ମୁଣ୍ଡବ୍ୟଥାର ସାମ୍ନା କରିବାକୁ ପଡ଼ିଥାଏ। ଏହି ସମସ୍ୟା ଶୀଘ୍ର ଠିକ ହୋଇ ଯାଇଥାଏ ତ କେବେକେବେ ଏହା ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ। ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ ଯାହାଦ୍ଵାରା ଥଣ୍ଡା,କାଶ, କଫ ସବୁ ଛାଡ଼ି ଯିବ।

୧/ ତୁଳସୀ –

ତୁଳସୀର ବ୍ୟବହାର ଆୟୁର୍ବେଦ ରେ ଅନେକ ବେମାରୀ ଠିକ କରିବା ପାଇଁ ବ୍ୟବହାର କରାଯାଇଥାଏ। ଏହା ଥଣ୍ଡା,କାଶ ପାଇଁ ଅଧିକ ଫାଇଦା ସାବ୍ୟସ୍ତ ହୋଇଥାଏ। ଗୋଟେ କପ୍ ପାଣିରେ ୫ ରୁ ୬ ଟି ତୁଳସୀ ପତ୍ର ଫୁଟେଇ ଦିଅନ୍ତୁ। ଏହାକୁ ଥଣ୍ଡା କରି ଦିନରେ ଦୁଇଥର ସେବନ କରନ୍ତୁ। ଏହାଦ୍ବାରା ଥଣ୍ଡା କାଶରୁ ମୁକ୍ତି ମିଳିବ।

Google

୨/ ମେଥି ଦାନା –

ତୁଳସୀ ପତ୍ର ଭଳି ମେଥି ଦାନା ମଧ୍ୟ ଥଣ୍ଡା କାଶ , ଗଳା ବ୍ୟଥା ଭଲ କରିବା ପାଇଁ ଉପଯୋଗୀ ଅଟେ। ଏହାର ବ୍ୟବହାର ଦ୍ଵାରା ଶରୀରରେ ତାପ ବୃଦ୍ଧି ହୋଇଥାଏ। ଗୋଟେ ଗ୍ଲାସ ପାଣିରେ ମେଥି ଦାନା କୁ ୫ରୁ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ତାପରେ ଥଣ୍ଡା କରି ଦିନରେ ଦୁଇଥର ପିଅନ୍ତୁ। ଏହାଦ୍ବାରା ଥଣ୍ଡାରୁ ମୁକ୍ତି ମିଳିବ।

୩/ ଗୋଲମରିଚ –

ଗୋଲମରିଚ ଭିତରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଅଛି ରହିଛି। ଯାହା ଥଣ୍ଡା କାଶ ଜ୍ଵର ର ସଂକ୍ରମଣକୁ ଶୀଘ୍ର ସମାପ୍ତ କରିଥାଏ। ଗୋଟେ ଚାମୋଚ ମହୁରେ ଗୋଲମରିଚ ମିଶେଇ ଦିନରେ ଦୁଇଥର ସେବନ କରନ୍ତୁ, ଏହାଦ୍ବାରା ଥଣ୍ଡାରୁ ମୁକ୍ତି ପାଇବେ।

Google

୪/ ଅଦା –

ଗଳାର ବ୍ୟଥା ଓ କାଶ ହେବା ଦ୍ବାରା ଅଦା ଉତ୍ତମ ସାବ୍ୟସ୍ତ ହୋଇଥାଏ। ଅଦାକୁ ଛୋଟ ଛୋଟ ଖଣ୍ଡ କରି ପାଣିରେ ଫୁଟାଇ ଥଣ୍ଡା କରି ଦିନରେ ଦୁଇଥର ସେବନ କରନ୍ତୁ। ଏପରି କରିବା ଦ୍ବାରା ଏହା ଆମକୁ ସଂକ୍ରମଣ ଏବଂ ଭାଇରସରୁ ରକ୍ଷା କରି ଥାଏ।

୫/ ହଳଦୀ –

ହଳଦୀକୁ ପ୍ରାଚୀନ କାଳରୁ ଥଣ୍ଡା ପାଇଁ ବ୍ୟବହାର କରାଯାଉଛି। ଶରୀରର ଜେରା ଏବଂ ବ୍ୟଥାକୁ ହଳଦୀ ଶୀଘ୍ର ଭଲ କରିଥାଏ। ଅଧିକ କାଶ ଏବଂ ଥଣ୍ଡା ହେଲେ ସକାଳେ ଓ ସନ୍ଧ୍ୟାରେ ହଳଦୀ ପାଉଡରକୁ କ୍ଷୀରରେ ଗୋଳେଇ ସେବନ କରନ୍ତୁ। ଯଦି ଆପଣ ଚାହା ସେବନ କରୁଛନ୍ତି ତାହେଲେ ସେଥିରେ ଥିଲେ ହଳଦୀ ମିଶେଇ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ସମସ୍ୟା କମିଯିବ।

Google

୬/ ଗୁଡ଼ –

ଯଦି ଥଣ୍ଡା କାଶ ବଢ଼ି ଯାଇଛି ଏବଂ ଅଧିକ ମେଡିସିନ ଖାଇବା ପରେ ମଧ୍ୟ କମୁ ନାହିଁ, ଏହାଦ୍ବାରା ଗୁଡ ଅତ୍ୟଧିକ ଲାଭଦାୟକ ହୋଇଥାଏ। ଗୁଡ ଏବଂ ଅଦା ର ସମାନ ଭାଗ ନେଇ ଛେଚି ଦିଅନ୍ତୁ। ଏଥିରେ ତୁଳସୀ ରସ ଗୋଟେ ଚାମୋଚ ପକାଇ ଉଷୁମ କରି ନିଅନ୍ତୁ। ଏହାପରେ ଏହାର ସେବନ କରନ୍ତୁ। ଦେଖିବେ ଆପଣଙ୍କର କାଶ ଓ ଗଳା ବ୍ୟଥା ଦୂର ହୋଇଯିବ।

୭/ କିସମିସ –

ଥଣ୍ଡା ଓ ବର୍ଷ ଦିନରେ କିସମିସ ଶରୀରକୁ ଗରମ ରଖିବାରେ ସହାୟକ ହୋଇଥାଏ। ଥଣ୍ଡା କାଶ ସମୟରେ କିସମିସ ସେବନ କଲେ ଏଥିରୁ khb ଶୀଘ୍ର ମୁକ୍ତି ମିଳିଥାଏ। ଗୋଟେ ମୁଠା କିସମିସ କୁ ୨ ଚାମୋଚ ଅଦା ପାଉଡର ସହିତ ମିଶେଇ ଗୋଟେ ଗ୍ଲାସ ପାଣିରେ ଫୁଟେଇ ଦିଅନ୍ତୁ। ତାପରେ ଏହାକୁ ଉଷୁମ କରି ଏହାକୁ ସେବନ କରନ୍ତୁ। ବନ୍ଧୁଗଣ ଏହା ଥିଲା ଥଣ୍ଡା କାଶ ଦୂର କରିବା ପାଇଁ କିଛି ଘରୋଇ ଉପଚାର।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *