Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ସବୁବେଳେ ପ୍ରବ୍ଲେମ ଆସୁଥିଲେ ମାତ୍ର ଏହି ଗୋଟିଏ କାମ କରନ୍ତୁ ସବୁ ପ୍ରବ୍ଲେମ ଦୂର ହୋଇଯିବ

ସେୟାର୍ କରନ୍ତୁ

ବନ୍ଧୁ କେହି ଜଣେ ଭଲ କଥା କହି ଥିଲେ – ଗୁରୁର ମେ ଇଁସାନ କୋ ଇଁସାନ ନେଇ ଦିଖତା, ଅପନେ ଛତ ପର ଖଡେ ହୋ ଯାଏ ତୋ ଅପ୍ନା ମକାନ ନେହି ଦିଖତା।

ଆମ ଜୀବନରେ କେତେବେଳେ ବି-ପଦ ଚାଲି ଆସିବ କେହି ଜାଣି ନାହାନ୍ତି। କଥାରେ ଅଛି ବି-ପଦ ଯେତେବେଳେ ଆସିଥାଏ, ଭାଇ ବନ୍ଧୁ କୁଟୁମ୍ବ ସାଙ୍ଗରେ ନେଇ ଆସେ। ଏମିତିକି ଆପଣଙ୍କ ଜୀବନରେ ହୋଇଥିବ ଯେମିତିକି ଜୀବନରେ ବି-ପଦ ଚାରି ପାର୍ଶ୍ବରେ ପର ଘେରି ଯାଇ ଥିବ। ସେ ବି-ପଦରୁ କିପରି ବାହାରକୁ ଆସିବେ ଆପଣଙ୍କୁ କିଛି ବୁଦ୍ଧି ବାଟ ଦେଖା ଯିବ ନାହିଁ। ସେହିପରି ଘଡିସନ୍ଧି ମୁହୂର୍ତ୍ତରେ ଆପଣଙ୍କୁ କଣ କରିବା ଉଚିତ ବା କଣ କରିବା ଅନୁଚିତ ସେହି ଉପରେ ଆପଣଙ୍କୁ ସୁନ୍ଦର କାହାଣୀ ଟିଏ କହିବି। ଚାଲନ୍ତୁ ସାଙ୍ଗମାନେ ସେହି କାହାଣୀ ଜାଣିବା।

Google

ଥରେ ଗୋଟେ ଜଙ୍ଗଲରେ କୌଣସି କାରଣ ବଶତଃ ନିଆଁ ଲାଗି ଗଲା। ଧୀରେ ଧୀରେ ସେହି ନିଆଁ ଜଙ୍ଗଲରେ ଚାରିପଟେ ବ୍ୟାପିବାକୁ ଲାଗିଲା। ଜଙ୍ଗଲରେ ଥିବା ପଶୁପକ୍ଷୀ ନିଜ ଜୀବନ ବଞ୍ଚେଇବା ପାଇଁ ଚାରିପଟେ ଦୌଡ଼ିବାକୁ ଲାଗିଲେ। ସେହି ଜଙ୍ଗଲରେ ଗୋଟେ ସୁନ୍ଦର ହରିଣୀ ରହୁଥିଲା। ସେହି ହରିଣୀଟି ଗର୍ଭାବସ୍ଥାର ଶେଷ ସମୟରେ ପହଞ୍ଚି ଯାଇଥିଲା। ସେ ମଧ୍ୟ ନିଜ ଜୀବନକୁ ବଞ୍ଚାଇବା ପାଇଁ ଦୌଡ଼ିବାକୁ ଲାଗିଲା। ଯେହେତୁ ସେ ଗର୍ଭବତୀ ଥିଲା, ସେ ଅନ୍ୟ ଜୀବ ଭଳି ଦଉଡ଼ି ପାରି ନଥିଲା। ତଥାପି ମନରେ ଆଶା ଓ ଭରସା ରଖି ନିଜ ସନ୍ତାନଙ୍କୁ କିପରି ସୁରକ୍ଷିତ ରଖି ପାରିବ ସେ ଅନବରତ ପ୍ରୟାସ ଜାରି ରଖି ଥିଲା। ହରିଣୀ ଟି ଦଉଡି ଦଉଡ଼ି ଯିବା ସମୟରେ ଗୋଟେ ଶବ୍ଦ ଶୁଣିଲା। ପଛକୁ ଚାହିଁ ଦେଖିଲା ଯେ ଗୋଟେ ଶିକାରୀ ତାର ବନ୍ଧୁକ ଗୁଳିରେ ତା ଆଡ଼କୁ ଲକ୍ଷ୍ୟ କରୁଛି। ହରିଣୀ ଏବେ ସେହି ଶିକାରୀ କବଳରୁ ନିଜକୁ ରକ୍ଷା କରିବା ପାଇଁ ଅନ୍ୟ ଏକ ଦିଗକୁ ଦୌଡ଼ିବାକୁ ଲାଗିଲା। କିଛି ବାଟ ଗଲା ପରେ ଦେଖିଲା ଗୋଟେ ମହାବଳ ବାଘ ବସିଥିଲା। ହରିଣୀଟି ବାଘକୁ ଦେଖି ତାର ମୁଣ୍ଡ ଖରାପ ହୋଇଗଲା। ତଥାପି ହରିଣୀ ହାର ନମାନି ଅନ୍ୟ ଏକ ଦିଗକୁ ଦୌଡ଼ିବାକୁ ଲାଗିଲା। କିଛି ବାଟ ଗଲା ପରେ ଏକ ବିରାଟ ବଡ଼ ନଦୀ ଦେଖିଲା। ନଦୀର ପାଣି ସୁଅ ଏତେ ପ୍ରଖର ଥିଲା ଯେ ହରିଣୀ ଅଧିକ ଚିନ୍ତାରେ ପଡି ଗଲା। ହରିଣ ଏତେ ଚିନ୍ତାରେ ପଡ଼ିଗଲା ଯେ ତାକୁ କିଛି ବୁଦ୍ଧି ଦେଖା ଗଲା ନାହିଁ। ଚାରି ପାଖରୁ ବି-ପଦ ତାକୁ ଘେରି ରହିଥିଲା। ଗୋଟେ ପାର୍ଶ୍ଵରେ ନିଆଁ,ଆଉ ଗୋଟେ ପାର୍ଶ୍ଵରେ ଶିକାରୀ । ପୁଣି ଗୋଟିଏ ଦିଗରେ ବାଘ , ଅନ୍ୟ ଦିଗରେ ନଦୀ। ହରିଣୀର ମୃ-ତ୍ୟୁ ସୁନିଶ୍ଚିତ ବୋଲି ସେ ଭାବିଲା। କିଛି ସମୟ ପରେ ହରିଣୀ ଭାବିଲା ଶେଷ ସମୟରେ ସେ ଏଇ ସୁନ୍ଦର ଜୀବନ ପାଇଁ ଭଗବାନଙ୍କୁ ଧନ୍ୟବାଦ ଜଣାଇବା ଉଚିତ। ସେ ଭଗବାନଙ୍କୁ କହିଲା ହେ ଭଗବାନ ମୋତେ ନୂଆ ଜୀବନ ଦେଇ ଥିବାରୁ ମୁଁ ତୁମକୁ ଧନ୍ୟବାଦ ଜଣାଉଛି। ଏବେ ଚାରି ପାଖରୁ ମୋର ମୃ-ତ୍ୟୁ ଯୋଗ ରହିଛି। କୌଣସି ସମୟରେ ମୁଁ ମରି ପାରେ। ଯଦି ଆପଣ ଏହିପରି ମୃ ତ୍ୟୁ ମୋତେ ଦେବା ପାଇଁ ଚାହୁଁଛ ତାହେଲେ ମୁଁ ହସି ହସି ଏହାକୁ ଗ୍ରହଣ କରୁଛି। ଏହା କହି ହରିଣୀ ଚୁପଚାପ ଗୋଟେ ଜାଗାରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଲାଗିଲା। ହରିଣୀକୁ ଠିଆ ହୋଇଥିବାର ଦେଖି ଶିକାରୀ ନିଜର ବନ୍ଧୁକରେ ମାରିବାକୁ ଆସିଲା। ଠିକ୍ ସେହି ସମୟରେ ଏକ ନିଆରା ଝୁଲ ଶିକାରୀ ଆଖିରେ ପଡିଲା। ଯେହେତୁ ଶିକାରୀ ହରିଣ ମାରିବା ପାଇଁ ଗୁଳି ଚାଳନା କରିଥିଲା, ତାହା ଲକ୍ଷ୍ୟହୀନ ହୋଇ ବାଘର ଦେହରେ ବାଜିଲା ଯିଏ ହରିଣକୁ ମାରିବା ପାଇଁ ଜଗି ବସିଥିଲା। ସେହି ସମୟରେ ଭଗବାନଙ୍କ ଆଶୀର୍ବାଦରୁ ସେହି ସମୟରେ ବର୍ଷା ଆରମ୍ଭ ହୋଇଗଲା। ଏବେ ହରିଣୀ ଆଗକୁ ଆସୁଥିବା ବି-ପଦ ସବୁ ଟଳି ଗଲା। ହରିଣୀ ଭଗବାନଙ୍କୁ ଧନ୍ୟବାଦ ଜଣାଇଲା ଏବଂ ସେ ଦୁଇଟି ଛୋଟ ହରିଣ ଛୁଆ ଜନ୍ମ ଦେଲା ଓ କହିଲା ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ।

Google

ବନ୍ଧୁଗଣ ମୁଁ ଖାଲି ଏତିକି କହିବାକୁ ଚାହେଁ ଜୀବନରେ ଯେତେ ମଧ୍ୟ ବି-ପଦ ଆସୁ ବିଚଳିତ ହୁଅନ୍ତୁ ନାହିଁ। ଯେତେବେଳେ ଦେଖିବେ ଚାରି ଆଡୁ ବି-ପଦ ମାଡ଼ି ଆସୁଛି, ସେତେବେଳେ ବୁଦ୍ଧିମାନର କାମ ହେଉଛି ଭଗବାନଙ୍କ ଉପରେ ଭରସା ରଖି ସ୍ଥିରଚିତ ହୋଇ ତାଙ୍କରି ନିକଟରେ ପ୍ରାର୍ଥନା କରନ୍ତୁ। ସେହି ସମୟରେ ନିଜକୁ ସୁଦୃଢ ରଖିବେ କାରଣ ଯେଉଁ ବସ୍ତୁ ଯେତେ ଶୀଘ୍ର ଗରମ ହୋଇଥାଏ ତାହା ସେତେ ଶୀଘ୍ର ଥଣ୍ଡା ମଧ୍ୟ ହୋଇଥାଏ। ବି-ପଦ ଯେତେ ଶୀଘ୍ର ଆସିଥିବ, ସେତେ ଶୀଘ୍ର ଚାଲି ମଧ୍ୟ ଯିବ। ବିଚଳିତ ନହୋଇ ଯିଏ ଭଗବାନଙ୍କ ଉପରେ ଭରସା ରଖିବ, ତାଙ୍କୁ ଭଗବାନ ଆଶୀର୍ବାଦ କରି ବି-ପଦରୁ ମୁକ୍ତି କରି ଥାଆନ୍ତି। ସେଥିପାଇଁ କଥାରେ ଅଛି ଭକ୍ତି ଦେଇଥାଏ ଶକ୍ତି ଏବଂ ସେହି ଶକ୍ତି ଦେଇଥାଏ ବି-ପଦରୁ ମୁକ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *