Excuse Me Odisha

ଯାହା କହିବୁ ସତ କହିବୁ

ମୀନ ରାଶିର ମଇ ମାସର ମାସିକ ରାଶିଫଳ : ଜାଣନ୍ତୁ ଆପଣଙ୍କର ଏହି ମାସ କେମିତି କଟିବ ।

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ମଇ ମାସରେ ମୀନ ରାଶି ଜାତ ମହିଳା ବା ପୁରୁଷ ମାନେ ବା ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜ୍ଞାନ ନାହିଁ ବା ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦି ଜନ୍ମ ତାରିଖ ବା ଜନ୍ମ ତିଥି ଜାଣିଥିବେ ଅଥବା ନାମର ପ୍ରଥମ ଅକ୍ଷର ଯଦି ଆପଣଙ୍କର ତି,ତୁ,ଥ,ଛ,ଞ, ତେ,ତ, ଚା,ଚି ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୩ ତାରିଖ,୧୨ ତାରିଖ,୨୧ ତାରିଖ,୩୦ତାରିଖ କିମ୍ବା ତୃତୀୟ ଦ୍ୱାଦଶୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର ମୀନ ରାଶି ହୋଇଥିବ। ଆପଣଙ୍କର ରାଶିର ନକ୍ଷତ୍ର ହେଉଛି ପୂର୍ବଭାଦ୍ର ପଦ,ଉତ୍ତର ଭାଦ୍ର ପଦ ରେବତୀ। ରାଶିର ଚିହ୍ନ ଲାଞ୍ଜ ଆଉ ମୁହଁ ଥିବା ଦୁଇଟି ମାଛ। ରାଶିର ସ୍ୱାମୀ ହେଉଛନ୍ତି ବୃହସ୍ପତି ବା ଗୁରୁ। ରାଶି ତତ୍ୱ ହେଉଛି ଜଳ ତତ୍ୱ। ରାଶି ସ୍ୱରୂପ ହେଉଛି ଦି ସ୍ୱଭାବ। ରାଶିର ଦିଗ ହେଉଛି ଉତ୍ତର ଦିଗ। ରାଶିର ଗୁଣ ହେଉଛି ସ୍ତ୍ରୀ ବା ସ୍ୱତ୍ୱ ଗୁଣି। ରାଶି ଜାତି ହେଉଛି ବ୍ରାହ୍ମଣ। ରାଶି ପ୍ରକୃତି ହେଉଛି କଫ। ରାଶି ସ୍ୱଭାବ ସୌମ୍ୟ। ରାଶିର ଅଙ୍ଗ ହେଉଛି ଚରଣ ଯୁଗଳ। ରାଶିର ଶୁଭ ରତ୍ନ ପିତପକ୍ଷରାଜ। ରାଶିର ଶୁଭ ରଙ୍ଗ ହଳଦିଆ। ରାଶିର ଶୁଭ ବାର ରବିବାର, ଗୁରୁବାର। ରାଶିର ଶୁଭ ଦେବତା ହେଉଛନ୍ତି ନାରାୟଣ ହରି ବା ବିଷ୍ଣୁ। ରାଶିର ଶୁଭ ଦେବୀ ତାରାତାରିଣୀ ବା ତାରିଣୀ। ରାଶିର ବ୍ରତ ଉପବାସ ଗୁରୁବାର। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୩। ରାଶିର ଶୁଭ ତାରିଖ ହେଉଛି ୩ ତାରିଖ,୧୨ ତାରିଖ,୨୧ ତାରିଖ,୩୦ ତାରିଖ। ପ୍ରତ୍ୟକ ମାସର ଏଇ ତାରିଖ ମାନଙ୍କରେ ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ନିର୍ବିଘ୍ନରେ ସମ୍ପର୍ଣ୍ଣ ହୋଇପାରିବ। ରାଶିର ମିତ୍ର ରାଶି ହେଉଛନ୍ତି କର୍କଟ ରାଶି,ବିଛା ରାଶି। ରାଶିର ଶତ୍ରୁ ରାଶି ହେଉଛି ମେଷ ରାଶି, ସିଂହ ରାଶି, ଧନୁ ରାଶି। ଘାତ ବାର ହେଉଛି ଶୁକ୍ରବାର। ଘାତ ନକ୍ଷତ୍ର ହେଉଛି ଅଶେଳିସ୍ଲା ନକ୍ଷତ୍ର। ଘାତ ଠିଥି ହେଉଛି ଦ୍ୱିତୀୟ ତିଥି। ଘାତ ଚନ୍ଦ୍ର ହେଉଛି କୁମ୍ଭ ଚନ୍ଦ୍ର। କୁମ୍ଭ ଚନ୍ଦ୍ରରେ ବା କୁମ୍ଭ ରାଶିରେ ଚନ୍ଦ୍ରମା ବିଦ୍ୟମାନ କରୁଥିବା ବେଳେ ଯାନ ଆରୋହଣ କରନ୍ତୁ ନାହିଁ ବା ଯାନ ବାହନ କ୍ରୟ କରନ୍ତୁ ନାହିଁ। ଜାଗା ଜମି କ୍ରୟ ବିକ୍ରୟ କରନ୍ତୁ ନାହିଁ କିମ୍ବା ଗୃହାରମ୍ଭ କରନ୍ତୁ ନାହିଁ ବା କ୍ଷର ହୁଅନ୍ତୁ ନାହିଁ। ଦୂର ଯାତ୍ରା କରନ୍ତୁ ନାହିଁ। ଏଇ ସବୁ ଜିନିଷକୁ ଯଦି ଏଭଡ କରି ଚାଲିବେ ତାହେଲେ ନିଶ୍ଚିତ ଶୁଭ ଫଳ ପ୍ରାପ୍ତି ହେବ।

Google

ତେବେ ୨୦୨୧ ମସିହା ମେ ମାସରେ ମହିଳା ଓ ପୁରୁଷ ମାନଙ୍କର ବା ଆବାଡ଼ ବୃଦ୍ଧ ବନିତା ମାନେ ମାନସିକ ଭୌତିକ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। କାର୍ପାସ, ଚିତ୍ରକଳା,ଷ୍ଟେସନାରୀ, ଚଳଚ୍ଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନଭଣ୍ଡାର, ଚାନ୍ଦି,ଚାଉଳ,ଗହମ,ବସ୍ତ୍ର,
ଫୋଟଗ୍ରାଫି,ସୁନା, ପ୍ରସାଧ୍ଵନି ବ୍ୟବସାୟୀ ମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। କର୍ମ କ୍ଷେତ୍ରରେ ପଦନ୍ନତିରେ ସଫଳତା ଲାଭ କରିବା ସହ ଯେକୌଣସି କାମରେ ହାତ ଦେଲେ ସଫଳତା ପାଇବେ। ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ। ସେୟାର ବଜାରରେ ମୁନାଫା ମିଳିବ। ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ପ୍ରୟାସରତ ହେବେ। ଆର୍ଥିକ ସ୍ଥିତି ବୃଦ୍ଧି ହେବ। ପରିବର୍ତ୍ତନ ଶୀଳ ଭାଗ୍ୟ ନେଇ ଜୀବନ ସୈଳି ଗଢିବେ। ଛାତ୍ରଛାତ୍ରୀ ମାନେ ବହୁ ଦୁଗରୁ ଉପକୃତ ହେବେ। ବାହ୍ୟ ପ୍ରତିପତି ଉଣା ହେବ ନାହିଁ। ଲୌହଜାତ ଦ୍ରବ୍ୟ,କାଷ୍ଠ ଉପକରଣ ଇତ୍ୟାଦି ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀ ମାନେ ବିଶେଷ ଲାଭବାନ ହେବେ। ପ୍ରତିଯୋଗିତା,ପ୍ରଶାସନ ସେବା ସମ୍ବଦ୍ଧିତ ପରୀକ୍ଷାରେ ଉର୍ତ୍ତିଣ୍ଣ ହେବେ। ସନ୍ତାନମାନେ ସୁନାମ ଅର୍ଜନ କରିବେ। ପୋଡ଼ଶୀ କୁଟୁମ୍ବଙ୍କ ସହ ମନାନ୍ତର,ମତାନ୍ତର ମେଣ୍ଟି ଯିବା ଫଳରେ ଅଧିକ ପରିଶ୍ରମ କରି ଲକ୍ଷ ସିଦ୍ଧି କରିପାରିବେ। କୌଣସି ଶିକ୍ଷାନୁଷ୍ଠାନରେ ଯୋଗ ଦେବା ସୁବିଧା ମଧ୍ୟ ସୁଯୋଗ ପାଇବେ। ଏକାଗିତ୍ୱ ବଧର ବହୁଳା ଅବଶୋଷରୁ ମୁକ୍ତ ହେବେ। ସାମୟିକ ରକ୍ତଚାପ ବା ଶିର ପୀଡା ଜନିତ ପୀଡାରୁ ମୁକ୍ତି ମିଳିବ। ଦିବ୍ୟ ଗୁଣ ଗୁଡିକ ପ୍ରକାଶ ପାଇବ।ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟ ନିଷ୍ଠ ଉଦ୍ୟମି ଦକ୍ଷ ଜନପ୍ରିୟ ସିଦ୍ଧହସ୍ତାସୁବକ୍ତା ବ୍ୟକ୍ତି ରୂପେ ସମାଜରେ ସ୍ୱୀକୃତି ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ଭାବମୂର୍ତି ଅମଳିନ ରହିବ। ଧନ ମାନ ଦିଗରୁ ସୁରକ୍ଷିତ ରହିବ। ଅନେକ ଦିନରୁ ଅଭିଳାଷ ପୁର୍ଣ ହେବ। ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ। ପରିବାରରେ ଅନନ୍ୟ ଉଦ୍ୟମ ବା ଦୃଢ଼ ମନରେ ସାମାଜିକ କ୍ଷେତ୍ରରେ ପରପୋକାର କାର୍ଯ୍ୟ କରି ଚାଲିବେ। ପ୍ରତ୍ୟକ ଦିନ କେଶର,ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ। ଦେଖିବେ ମାସଟି ବହୁତ ଭଲରେ କଟିବ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *