Excuse Me Odisha

ଯାହା କହିବୁ ସତ କହିବୁ

କୁମ୍ଭ ରାଶିର ମଇ ମାସର ମାସିକ ରାଶିଫଳ : ଜାଣନ୍ତୁ ଆପଣଙ୍କର ଏହି ମାସ କେମିତି କଟିବ ।

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ମଇ ମାସରେ କୁମ୍ଭ ରାଶି ଜାତ ମହିଳା ବା ପୁରୁଷ ମାନେ ବା ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଅବଗତ ନୁହଁନ୍ତି ବା ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦି ଜନ୍ମ ତାରିଖ ବା ଜନ୍ମ ତିଥି ଜାଣିଥିବେ ଅଥବା ନାମର ପ୍ରଥମ ଅକ୍ଷର ଯଦି ଆପଣଙ୍କର କୁ,କେ,କ,ସା,ସି, ସେ,ସୁ,ସ,ତ ହୋଇଥାଏ ବା ଏହି ଅକ୍ଷରରୁ ଯଦି ନାଁ ଆରମ୍ଭ ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୮ତାରିଖ,୧୭ ତାରିଖ,୨୬ ତାରିଖରେ କିମ୍ବା ଅଷ୍ଟମୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର କୁମ୍ଭ ରାଶି ହେବ। ଆପଣଙ୍କର ରାଶିର ନକ୍ଷତ୍ର ହେଉଛି ଧ୍ୱନିଷ୍ଠା ସତବିଶା ପୂର୍ବଭାଦ୍ର ପଦ। ରାଶିର ଚିହ୍ନ କଳସ ଧରିଥିବା ଜଣେ ରୋମଣି। ରାଶିର ସ୍ୱାମୀ ହେଉଛନ୍ତି ଶନି। ରାଶିର ତତ୍ୱ ହେଉଛି ବାୟୁ ତତ୍ୱ। ରାଶି ସ୍ୱରୂପ ହେଉଛି ସ୍ଥିର।ରାଶିର ଦିଗ ହେଉଛି ପଶ୍ଚିମ। ରାଶି ଗୁଣ ହେଉଛି ପୁରୁଷ। ତମ ଗୁଣି ଏବଂ ଶୁଦ୍ର ଜାତି।ପ୍ରକୃତି ହେଉଛି ତ୍ରିଧାତୁ। ରାଶିର ସ୍ୱାଭବ ହେଉଛି କ୍ରୁର। ରାଶିର ଅଙ୍ଗ ହେଉଛି ପାଦ। ରାଶିର ଶୁଭ ରତ୍ନ ନିଳା। ରାଶିର ଶୁଭ ରଙ୍ଗ ହେଉଛି ନୀଳ,ଆକାଶିଆ,କଳା। ରାଶିର ଶୁଭ ବାର ହେଉଛି ଶୁକ୍ରବାର ଏବଂ ଶନିବାର। ରାଶିର ଶୁଭ ଦେବତା ହେଉଛନ୍ତି ଶନିଦେବ ଓ ଶିବ ଭଗବାନ। ରାଶିର ଶୁଭ ଦେବୀ ହେଉଛନ୍ତି ମା ଦକ୍ଷିଣ କାଳୀ। ରାଶିର ବ୍ରତ ଉପବାସ ଶନିବାର। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୮।ରାଶିର ପ୍ରତ୍ୟକ ମାସରେ ଶୁଭ ତାରିଖ ହେଉଛି ୮ ତାରିଖ,୧୭ ତାରିଖ, ୨୬ ତାରିଖ। ଏଇ ତାରିଖ ମାନଙ୍କରେ ପ୍ରତ୍ୟକ ମାସର ୮ ତାରିଖ,୧୭ ତାରିଖ, ୨୬ ତାରିଖ ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ ସଫଳତା ମିଳିବ। ରାଶିର ମିତ୍ର ରାଶି ବୃଷ ରାଶି, ମକର ରାଶି,ମୀନ ରାଶି। ଏବଂ ରାଶିର ଶତ୍ରୁ ରାଶି ହେଉଛନ୍ତି ମେଷ ରାଶି,କର୍କଟ ରାଶି, ସିଂହ ରାଶି।ଘାତ ବାର ଗୁରୁବାର। ଘାତ ନକ୍ଷତ୍ର ଆଦ୍ରା ନକ୍ଷତ୍ର। ଘାତ ତିଥି ଚତୁର୍ଥୀ। ଘାତ ଚନ୍ଦ୍ର ହେଉଛି ଧନୁ ଚନ୍ଦ୍ର। ଧନୁ ରାଶିରେ ଚନ୍ଦ୍ରମା ବିଦ୍ୟମାନ କଲାବେଳେ ଯାନ ବାହନ ଜମି ଜମା କିଛି କିଣନ୍ତୁ ନାହିଁ କିମ୍ବା ଗୃହାରମ୍ଭ କରନ୍ତୁ ନାହିଁ କ୍ଷର ହୁଅନ୍ତୁ ନାହିଁ। ଦୂର ଯାତ୍ରା ମଧ୍ୟ କରନ୍ତୁ ନାହିଁ। ଦୂର ଯାତ୍ରା କଲେ ନିଶ୍ଚୟ ଅସୁବିଧାରେ ସମୁଖୀନ ହେବେ। ବିପଦରେ ପଡିବେ। ସେଥିପାଇଁ ସତର୍କତା ଅବଲମ୍ବନ କରିବା ଦରକାର।

Google

ତେବେ ୨୦୨୧ ମସିହା ମଇ ମାସରେ ମହିଳା ଓ ପୁରୁଷ ମାନଙ୍କର ବା ଆବାଡ଼ ବୃଦ୍ଧ ବନିତା ମାନଙ୍କର ଧର୍ଯ୍ୟ,ସହନଶୀଳତା ଯୋଗେ ଯଶ ମିଳିବ। ପୁରାତନ ରୋଗରୁ ମୁକ୍ତି ମିଳିବା ସହ ଶରୀର ସୁସ୍ଥ ରହିବ।ନ୍ୟାୟଧିସ,ପ୍ରଶାସନିକ ସେବା ଅଧିକାରୀ,ଓକିଲ,ଜେଲର, ଶିକ୍ଷକ,ପ୍ରଶିକ୍ଷକ ମାନଙ୍କର ଲକ୍ଷ ହାସଲ ହିଁ ମୂଳ ଆଭିମୁଖ୍ୟ ହେବ। କାରଣ କାରବାରରେ ସୀମା ବଢ଼ାଇବା ଫଳରେ ସନ୍ତୋଷ ଦେଖାଦେବ। ଖାଦ୍ୟ ସାମଗ୍ରୀ,କାଚ,ବିଦ୍ୟୁତ ସାମଗ୍ରୀ,ଧାତୁ ବସ୍ତ୍ର, ଔଷଧ ଇତ୍ୟାଦି ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ପାଇବେ। ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ। ସମାଜ ସେବାରେ ସୁନାମ ଅର୍ଜନ କରିପାରିବେ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ। କର୍ମ କ୍ଷେତ୍ରରେ ପରସ୍ପରକୁ ସାହାର୍ଯ୍ୟ ସହଯୋଗ କରି କଠୋର ମୂଳକ ଦିଗ ପ୍ରତି ଆଗ୍ରହୀ ହେବେ। ଉତ୍ତମ ରୋଜଗାର ମଧ୍ୟ କରିପାରିବେ। ବ୍ୟବସାୟରେ ଆଶାତୀତ ଲାଭ କରି କିଛି ନୂତନ ପଦାର୍ଥ ମଧ୍ୟ ସଂଗ୍ରହ କରିପାରନ୍ତି ବା ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଦାମ୍ଫତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ। ସେନାନାୟକ,ପୋଲିସ,ବା ହାକିମ ବା ପ୍ରଶାସନ ମାନଙ୍କର ପ୍ରବଳ ଉନ୍ନତି ହେବ।ଛାତ୍ରଛାତ୍ରୀ ମାନେ ପ୍ରତିଉନ୍ନତିତା କାରଣରୁ ଖୁସି ଗପ ମୋଉଜ ମଜଲିସ କରିବେ। କିନ୍ତୁ ଶିକ୍ଷା କ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ପରିବହନ ବ୍ୟବସାୟ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ। ନୂତନ ଗୃହ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇପାରନ୍ତି। ଦୂର ବନ୍ଧୁଙ୍କୁ ସାହାର୍ଯ୍ୟ ସହଯୋଗ କରିବେ। ଆତ୍ମବିଶ୍ୱାସ ଦ୍ୱାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିବେ।ଅକସ୍ମାକ ଭୂମିଲାଭର ଯୋଗ ମଧ୍ୟ ଘଟିବ।ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବା ଫଳରେ ସରକାରୀ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଶୁଭଦାୟକ ବା ଶୁଭ ସମୟ ବନୁଅଛି। ପ୍ରେମ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକରରେ ସେମିତି ଅସୁବିଧା ହେବ ନାହିଁ। ଖାଇବା ପିଇବାରେ ସତର୍କ ନରହିଲେ ମୂତ୍ର ପୀଡା ଭୋଗ କରିପାରନ୍ତି। ତେଣୁ ପ୍ରତ୍ୟକ ଦିନ ତୁଳସୀ ମୂଳରେ ଟିକେ ଜଳ ଦେଇ ତୁଳସୀ ମୂଳର ମାଟି ଟିକେ ମସ୍ତକରେ ଧାରଣ କରନ୍ତୁ। ଦେଖିବେ ମାସଟି ଭଲରେ ଭଲରେ ବ୍ୟତୀତ ହୋଇଯିବ। କୌଣସି ଅସୁବିଧା ପାଖ ମାଡିବ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *