Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ସବୁ ଜାଣି ଶୁଣି କାହିଁକି ଚୁପ ହୋଇ ବସି ଥାନ୍ତି, ଏହି ଲେଖା ପଢିଲେ ଆପଣଙ୍କ ସବୁ ସନ୍ଦେହ ଦୂର ହୋଇ ଯିବ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ଏପରି ଗୋଟେ କାହାଣୀ କହିବି ଯାହାକୁ ଶୁଣିଲେ ଆପଣଙ୍କ ଜୀବନ ପରିବର୍ତ୍ତନ ହୋଇଯିବ ଏବଂ ଆପଣ ଭଗବାନଙ୍କ ବାସ୍ତବିକ ରୂପ ସୁନ୍ଦର ଭାବରେ ଜାଣି ପାରିବେ।

ଥରେ ଜଣେ ମନ୍ଦିର ପୂଜକ ଭଗବାନଙ୍କୁ ପଚାରିଲା, ଭଗବାନ ଆପଣ ଗୋଟିଏ ଜାଗାରେ ବସିଛନ୍ତି। କିଛି କାମ କରୁ ନାହାଁନ୍ତି। କିନ୍ତୁ ମୁଁ ସକାଳୁ ସନ୍ଧ୍ୟା ଯାଏଁ ସବୁଦିନ ସବୁବେଳେ କାମ କରୁଛି। ଗୋଟିଏ ଦିନ ଆପଣ ମୋ ସ୍ଥାନକୁ ଆସନ୍ତୁ ଏବଂ ମୁଁ ଆପଣଙ୍କ ସ୍ଥାନକୁ ଯିବି ଏବଂ ଦେଲେ ଶାନ୍ତିରେ ବସିବି। ଭଗବାନ କହିଲେ, ତୁ ମୋ ସ୍ଥାନରେ ବସି ପାରିବୁ ନାହିଁ। ଗୋଟିଏ ଜାଗାରେ ବସିବା ଭାରୀ କଷ୍ଟ। ତୁ ଏହି କାମ କରି ପାରିବୁ ନାହିଁ। ତଥାପି ପୂଜକ ଭଗବାନଙ୍କ ପାଖରେ ଗୁହାରି କଲା ମୋତେ ଥରେ ସୁଯୋଗ ତ ଦିଅନ୍ତୁ। ଭଗବାନ ତ ପରମ ଶ୍ରଦ୍ଧାଳୁ ସେ ଭକ୍ତର ମନସ୍କାମନା ପୂରଣ କଲେ। କହିଲେ ତୁ ଖାଲି ବସିବୁ କିନ୍ତୁ କିଛି କହିବୁ ନାହିଁ। କାରଣ ଏଠାକୁ ବହୁତ ପ୍ରକାରର ଲୋକ ଆସି ଥାଆନ୍ତି। ତାପରେ ପୂଜକ ଭଗବାନଙ୍କ ସ୍ଥାନରେ ବସିଲେ। ପ୍ରଥମ ଦିନ ଜଣେ ଭକ୍ତ ଆସି ଭଗବାନଙ୍କୁ ମୁଣ୍ଡିଆ ମାରି ପଚାଶ ହଜାର ଟଙ୍କା ହୁଣ୍ଡିରେ ପକାଇଲା। ପରେ ତାର ପର୍ଶଟି ଅଜାଣତରେ ଖସି ପଡ଼ିଲା। ପଣ୍ଡିତ ଭଗବାନଙ୍କ ସ୍ଥାନରେ ରହି ଦେଖିଲା ଭକ୍ତର ପର୍ଶ ଖସି ପଡ଼ିଛି କିନ୍ତୁ ସେ କହିଲା ନାହିଁ। କାରଣ ଭଗବାନ ମନା କରିଛନ୍ତି ତୁ କାହାକୁ କିଛି କହିବୁ ନାହିଁ। ଆଉଜଣେ ଭକ୍ତ ଆସିଲା ଏକ ଟଙ୍କା ହୁଣ୍ଡିରେ ପକାଇ କହିଲା ହେ ଭଗବାନ ମୋତେ ପଚାଶ ହଜାର ଟଙ୍କା ଦରକାର। ଏହି ସମୟରେ ସେ ମନ୍ଦିରରେ ସେହି ପର୍ଶଟି ପାଇଲା ଏବଂ ଖୁସି ହୋଇ ଭଗବାନଙ୍କୁ ଧନ୍ୟବାଦ ଜଣାଇଲା କହିଲା ଭଗବାନ ତମେ କେତେ ମହାନ ସଙ୍ଗେ ସାଙ୍ଗ ମୋ ଦୁଃଖ ଦୂର କରିଦେଲ। ଭଗବାନଙ୍କ ସ୍ଥାନରେ ଥିବା ଭକ୍ତ ରାଗି ଯାଇ ଭାବିଲା ଗୋଟିଏ ଟଙ୍କା ଦେଇ ପଚାଶ ହଜାର ଟଙ୍କା ନେଇ ଗଲୁ। ଏଟା ଚୋର ଓ ଠକ ଟା। କିନ୍ତୁ ଭକ୍ତ କିଛି କହି ପାରୁ ନଥାଏ କାରଣ ତାକୁ ଭଗବାନ ମନା କରିଛନ୍ତି। ପରେ ଆଉଜଣେ ବ୍ୟକ୍ତି ଆସିଲା ତା ପରିବାର ସହିତ ଆସିଥାଏ। ଭଗବାନଙ୍କୁ ପ୍ରଣାମ କରି କହୁଥାଏ, ହେ ପ୍ରଭୁ ମୁଁ ୧୫ ଦିନ ପାଇଁ ପାଣି ଜାହାଜରେ ଯିବି। ମୋତେ ଆଶୀର୍ବାଦ କର ମୁ ଭଲରେ ଭଲରେ ଯାଇ ଭଲରେ ଫେରି ଆସେ। ଆସିଲେ ତମ ପାଖରେ ୧୦୮ ନଡ଼ିଆ ପିଟିବି। ଏତିକି ବେଳେ ଯାହାର ପର୍ସ ଖସି ପଡିଥିଲା ସେ ପୋ-ଲିସ ଧରି ଆସିଲା ତୃତୀୟ ଭକ୍ତକୁ କହିଲା ମୋ ପର୍ଶ ଏଠାରେ ପଡିଥିଲା ତମେ ନେଇ ଯାଇଛ। ପୋ-ଲିସର ସେହି ଲୋକ ଉପରେ ସନ୍ଦେହ ହେଲା ସେ ଜବରଦସ୍ତି କରିବାକୁ ଲାଗିଲେ ପୋ-ଲିସ ଷ୍ଟେସନ ଯିବା ପାଇଁ । ଏସବୁ କଥା ପୂଜକ ଭଗବାନଙ୍କ ସ୍ଥାନରେ ରହି ଦେଖୁଥିଲା। ସେ କହିଲା ମୁଁ ଭଗବାନ ସବୁକଥା ଶୁଣିଛି, ଦେଖିଛି, ଏହି ଲୋକ ପର୍ଶ ନେଇ ନାହିଁ। ଗୋଟେ ଭିକାରୀ ଆସିଥିଲା ଏକ ଟଙ୍କା ହୁଣ୍ଡିରେ ପକାଇ ପଚାଶ ହଜାର ଟଙ୍କା ନେଇଗଲା। ପରେ ସେହି ଲୋକର ଚେହେରା ଦେଖି ଚିହ୍ନିବା ପରେ ସେହି ଲୋକ ଆରେଷ୍ଟ ହେଲା। ଏହାପରେ ତୃତୀୟ ଭକ୍ତ ଜଣକ ୧୫ ଦିନ ପାଇଁ ଚାଲିଗଲା। ପରେ ରାତି ହୋଇଗଲା। ଭଗବାନ ଆସିଲେ। ପୂଜକଙ୍କୁ ପଚାରିଲେ ଦିନଟି କିପରି କଟିଲା। ପୂଜକ କହିଲା ଭାରୀ ଭଲ କଟିଲା। ମୁଁ ଆଜି ବଡ଼ କାମ କରିଛି। ଗୋଟିଏ ନିର୍ଦ୍ଦୋଷକୁ ରକ୍ଷା କରିଛି। ଭଗବାନ କହିଲେ ମୁଁ ତୋତେ ମନା କରିଥିଲି କିଛି କଥା କହିବୁ ନାହିଁ। ତୁ ସବୁକିଛି ନିୟମ ଭାଙ୍ଗି ଦେଲୁ। ଆରେ ମୂର୍ଖ ଯିଏ ଆସି ୫୦ ହଜାର ଟଙ୍କା ଦେଲା ସେ ଚୋରୀ କରି ୧ ଲକ୍ଷ ଟଙ୍କା ଆଣିଥିଲା। ଯେତେବେଳେ ସେ ଚୋରୀ କରି ପଇସା ଆଣେ, ଅଧା ପଇସା ମନ୍ଦିରରେ ଦେଇ ଥାଏ ଓ ଆଉ ଅଧା ନିଜ ପାଖରେ ରଖିଥାଏ। ଦ୍ଵିତୀୟ ଭକ୍ତ ଜଣକ ପଇସା ନେଇ ଗଲା ସେ ତାର ମାର ଅପରେସନ କରିବାର ଥିଲା। ସେହି ପଇସାରେ ତାର ମା ବଞ୍ଚି ଯାଇଥାନ୍ତା। ଯେଉଁ ତୃତୀୟ ବ୍ୟକ୍ତି ଜଣକ ଜାହାଜରେ ଯାଇ ଥାଆନ୍ତା , ସେ ଚୋରୀ ଅଭିଯୋଗରେ ଜେଲ ଯାଇଥାନ୍ତା । ଜେଲରେ ରହିଲେ ସେ ସମୁଦ୍ରକୁ ଯାଇ ପାରି ନଥାନ୍ତା। ସମୁଦ୍ରରେ ଏବେ ସୁନାମି ଆସିବାର ଅଛି। ଜେଲରେ ରହିଥିଲେ ତାର ଜୀବନ ବଞ୍ଚି ଯାଇ ଥାଆନ୍ତା। ଏଥର ବୁଝିଲୁ ତ ପୂଜକ ମୁଁ କଣ ପାଇଁ ବସିଥାଏ। କାରଣ ଆଗକୁ କଣ ହେବାର ଥାଏ ମୁଁ ଭଲଭାବରେ ଜାଣିଛି। ଏହି ସୃଷ୍ଟି ମୋର ଏହି ସମସ୍ତ ପ୍ରାଣୀ ମଧ୍ୟ ମୋର। ମୁଁ କେବେ ଯାହାର କ୍ଷ-ତି କରିବି ନାହିଁ। ପୂଜକ ତାର ଭୁଲ ବୁଝିପାରି ଭଗବାନଙ୍କୁ ତାର କ୍ଷମା ପ୍ରାର୍ଥନା କଲା ଓ କହିଲା ଆମେ ସାଧାରଣ ମାନବ ଆପଣଙ୍କର ଗୁଡ ରହସ୍ୟକୁ ବୁଝି ପାରିବୁନି ପ୍ରଭୁ।

Google

ବନ୍ଧୁଗଣ ଆମ ଜୀବନରେ କିଛି ଘଟଣା ବା ଦୁ-ର୍ଘଟ-ଣା ଘ-ଟି-ଲେ ଆମେ ବି-ଚଳି-ତ ହୋଇ ଯାଇଥାଉ। ଭଗବାନଙ୍କୁ ଗାଳି ଦେଇ କହିଥାଉ ହେ ପ୍ରଭୁ ଏତେ ଦୁଃଖ କଣ ପାଇଁ ଦେଉଛୁ। କିନ୍ତୁ ବୁଝିବାକୁ ପଡ଼ିବ ଏହି ଦୁଃଖ ପଛରେ ତାଙ୍କର ହିଁ ହାତ ରହିଥାଏ। ଯାହା ହୋଇଛି ଭଲ ହୋଇଛି। ଯାହା ହେବ ଭଲ ହେବ। କାରଣ ଏହି ସୃଷ୍ଟି ଭଗବାନଙ୍କର। ଆମେ ସମସ୍ତେ ତାଙ୍କର ସନ୍ତାନ ଅଟୁ। ତାଙ୍କୁ ଭକ୍ତି, ଧର୍ଯ୍ୟ ସହକାରେ ପୂଜାର୍ଚ୍ଚନା କରିବାକୁ ପଡ଼ିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *