Excuse Me Odisha

ଯାହା କହିବୁ ସତ କହିବୁ

ବିଛା ରାଶିର ମଇ ମାସର ମାସିକ ରାଶିଫଳ : ଜାଣନ୍ତୁ ଆପଣଙ୍କର ଏହି ମାସ କେମିତି କଟିବ ।

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ମଇ ମାସରେ ବିଛା ରାଶି ଜାତ ମହିଳା ପୁରୁଷ ମାନଙ୍କର ବା ଯେଉଁମାନଙ୍କର ଜାତକ ନାହିଁ ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯଦି ଜନ୍ମ ତାରିଖ ଜନ୍ମ ତିଥି ଜାଣିଥିବେ ଅଥବା ନାମର ପ୍ରଥମ ଅକ୍ଷର ଯଦି ଆପଣଙ୍କର ତ,ନା,ନି,ନୁ,ନେ,ନ,ଜା,ଜି,ଜୁ ହୋଇଥିବ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୯,୧୮ ବା ୨୭ ତାରିଖରେ ଜନ୍ମ ହୋଇଥାନ୍ତି କିମ୍ବା ନବମୀ ତିଥିରେ ଜନ୍ମ ହୋଇଥିବେ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମଧ୍ୟ ଏହି ବିଛା ରାଶି ହେବ। ବିଛା ରାଶିର ନକ୍ଷତ୍ର ହେଉଛି ବିଶାଖା,ଅନୁରାଧା,ଜ୍ୟାଷ୍ଠା। ରାଶିର ଶୁଭ ରଙ୍ଗ ହେଉଛି ନାଲି। ରାଶିର ଶୁଭ ବାର ହେଉଛି ମଙ୍ଗଳବାର।ରାଶିର ଶିବ ଦେବତା ହେଉଛି ଶିବ,ଭୈରବ,ହନୁମାନ। ରାଶିର ଶୁଭ ଦେବୀ ହେଉଛି ମା ମଙ୍ଗଳା। ରାଶିର ବ୍ରତ ଉପବାସ ମଙ୍ଗଳବାରରେ କରିଲେ ବହୁତ ଭଲ ଫଳ ମିଳିବ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୯। ରାଶିର ଶୁଭ ତାରିଖ ହେଉଛି ୯ ତାରିଖ,୧୮ ତାରିଖ, ୨୭ ତାରିଖ। ପ୍ରତ୍ୟକ ମାସର ୯ ତାରିଖ,୧୮ ତାରିଖ, ୨୭ ତାରିଖ ମାନଙ୍କରେ ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି ତାହେଲେ ନିଶ୍ଚୟ ଭଲରେ ଭଲରେ କାର୍ଯ୍ୟ ସମାପନ ହୋଇପାରିବ ଏବଂ କାର୍ଯ୍ୟ ନିଶ୍ଚୟ ପୂରଣ କରିପାରିବେ। ରାଶିର ମିତ୍ର ରାଶି ହେଉଛି କର୍କଟ ରାଶି,ସିଂହ ରାଶି, ଧନୁ ରାଶି, ମୀନ ରାଶି। ଶତ୍ରୁ ରାଶି ମିଥୁନ ରାଶି, କନ୍ୟା ରାଶି। ରାଶିର ଘାତ ବାର ହେଉଛି ଶୁକ୍ରବାର। ଘାତ ନକ୍ଷତ୍ର ହେଉଛି ରେବତୀ,ଘାତ ତିଥି ହେଉଛି ଦଶମୀ,ଘାତ ଚନ୍ଦ୍ର ହେଉଛି ବୃଷ ଚନ୍ଦ୍ର। ବୃଷ ରାଶିରେ ଚନ୍ଦ୍ରମା ବିଦ୍ୟମାନ କରୁଥିବା ସମୟରେ ଘାତ ଚନ୍ଦ୍ର ଭୋଗ ହେଉଥିବାରୁ ବିଛା ରାଶି ବ୍ୟକ୍ତି ମାନଙ୍କର ଯାତ୍ରା ନକରିବା ଉଚିତ। ବ୍ୟବସାୟ ଆରମ୍ଭ ନକରିବା ଉଚିତ। ଗୃହାରମ୍ଭ ନକରିବା ଉଚିତ। କ୍ଷର ନହେବା ହଣାକଟା କାର୍ଯ୍ୟ କିଛି ନକରିବା ବା ଯାନ କିଣିବା ବା ଯାନ ଆରୋହଣ ଏସବୁ କାର୍ଯ୍ୟ ନକରିବା ଉଚିତ।

Google

ତେବେ ୨୦୨୧ ମସିହା ମଇ ମାସରେ ମହିଳା ଏବଂ ପୁରୁଷମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ବକୀୟ ଅର୍ଥ କିଛି ମିଳିଯାଇ ପାରିବ। କରଜର ମାତ୍ରା ମଧ୍ୟ ହ୍ରାସ ପାଇବ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ ହୋଇପାରିବ। ଦୂର ଯାତ୍ରାର ସୁଯୋଗ ପାଇପାରନ୍ତି। ବାଦ ବିବାଦ, ପରୀକ୍ଷାପ୍ରତିଯୋଗିତା, ମାଲିମକର୍ଦମା, ସାକ୍ଷତକାରରେ ବିଜୟୀ ହେବେ। ଦୂର ଯାତ୍ରାର ସୁଯୋଗ ପାଇବେ। ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ ସମୟ।ନୂତନ କର୍ମ ପ୍ରାପ୍ତିର ସୁଯୋଗ ପାଇପାରନ୍ତି। ଆୟ ଉପାର୍ଜନରେ ମଧ୍ୟ ବୃଦ୍ଧି ହେବ। ପାରିବାରିକ ସମସ୍ୟାରେ ଭାରସାମ୍ୟ ରକ୍ଷା କରି ନିମ୍ନ ବର୍ଗ ଯୋଗେ ପରିସ୍ଥିତିକୁ ନିଜ ତରଫରୁ ନେଇ ସ୍ୱାର୍ଥ ସିଦ୍ଧିକୁ ମଧ୍ୟ ପ୍ରଶସ୍ତ କରିବେ। ପୁଅ ଝିଅଙ୍କ କର୍ମ ସ୍ଥିର ହେବା ଫଳରେ ଖୁସି ହେବେ। କର୍ମ ସଦ୍ଧାନିମାନେ କର୍ମ ନିଯୁକ୍ତିର ମଧ୍ୟ ସଫଳତା ଲାଭ କରିପାରନ୍ତି। ବ୍ୟାପାର ବିସ୍ତାର,ଜାଗା,ଜମି,ଉଚ୍ଚ ସ୍ତରୀୟ ବାହନ କ୍ରୟ କରିପାରନ୍ତି। କଳା, ସାହିତ୍ୟ,ଚଳଚ୍ଚିତ୍ର, ସଂଗୀତ ଆଦି କ୍ଷେତ୍ରରେ ମଧ୍ୟ ମାନ ସମ୍ମାନ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିବ। ଦୁଃସାହସିକ ପଦକ୍ଷେପ ନେଇ ଯଥା ସମ୍ଭବ ପ୍ରକୃତିସ୍ଥତ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭକ୍ତା ହେବେ। ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ମଧ୍ୟ ସୁଯୋଗ ପାଇବେ। ଜମି ଜମା ସଂକ୍ରାନ୍ତିୟ ଗୁରୁତ୍ୱପୁର୍ଣ କାର୍ଯ୍ୟ ସମ୍ପାଦନ ହେବ। ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ହେବେ। ବନ୍ଧୁ ମିତ୍ରଙ୍କ ସହ ମୋନରଞ୍ଜନ ଭ୍ରମଣ ଫଳରେ ହସ ଖୁସିର ବାତାବରଣ ସୃଷ୍ଟି ହେବ। ଉଛଅଧିକାରୀ ଏବଂ ସହକର୍ମୀମାନେ କାର୍ଯ୍ୟ କ୍ଷେତ୍ରରେ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା,ମାନ ସମ୍ମାନରେ ମଧ୍ୟ ବୃଦ୍ଧି ହେବ। ଆପଣା ଲୋକଙ୍କର ସହଯୋଗ ବୃଦ୍ଧି ପାଇବା ଫଳରେ ପୈତୃକ ସମ୍ପତିକୁ ନେଇ ଭାତୃ ବିବାଦ ଯଦି ଥାଏ ତାହେଲେ ତାକୁ ମେଣ୍ଟେଇ ଦେଇପାରିବେ। ସୁଖ ଶାନ୍ତିରେ ଏହି ମାସଟି ମଧ୍ୟ ଗତି କରିପାରିବେ ବା କଟେଇଦେଇ ପାରିବେ। ପ୍ରତ୍ୟକ ଦିନ ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ। ତାହେଲେ ଦେଖିବେ ଏହି ମାସଟି ବହୁତ ଭଲରେ ଭଲରେ କଟେଇ ପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *