Excuse Me Odisha

ଯାହା କହିବୁ ସତ କହିବୁ

ଧନୁ ରାଶିର ମଇ ମାସର ମାସିକ ରାଶିଫଳ : ଜାଣନ୍ତୁ ଆପଣଙ୍କର ଏହି ମାସ କେମିତି କଟିବ ।

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ମଇ ମାସରେ ଧନୁ ରାଶି ଜାତ ମହିଳା ପୁରୁଷ ମାନଙ୍କର ବା ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦି ଜନ୍ମ ତାରିଖ ଜନ୍ମ ତିଥି ଜାଣିଥିବେ ଅଥବା ନାମର ପ୍ରଥମ ଅକ୍ଷର ଯଦି ଆପଣଙ୍କର ଯେ,ଜ,ଭା,ଭି,ଭୁ, ଥା,ଫା,ଠା,ଥେ ହୋଇଥିବ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୭ ତାରିଖ,୧୬ ତାରିଖ କିମ୍ବା ୨୫ ତାରିଖରେ କିମ୍ବା ସପ୍ତମୀ ତିଥିରେ ଜନ୍ମ ହୋଇଥିବେ ତେବେ ସେମାନଙ୍କର ରାଶି ହେବ ଧନୁ ରାଶି। ଧନୁ ରାଶିର ଅଧିପତି ହେଉଛନ୍ତି ବୃହସ୍ପତି ବା ସେମାନଙ୍କର କେତୁ ଗ୍ରହ ହେଉଛନ୍ତି ରାଶିଆ ଅଧିପତି ବା ରାଶିର ଗ୍ରହ। ରାଶିର ନକ୍ଷତ୍ର ହେଉଛି ମୂଳା ପୂର୍ବାସାଢା ଉତ୍ତରା ସାଢା। ଆପଣଙ୍କ ରାଶିର ଶୁଭ ରଙ୍ଗ ହେଉଛି ହଳଦିଆ। ରାଶିର ଶୁଭବାର ହେଉଛି ଗୁରୁବାର। ରାଶିର ଶୁଭ ଦେବତା ହେଉଛନ୍ତି ନାରାୟଣ ବା ବିଷ୍ଣୁ। ରାଶିର ଶୁଭ ଦେବୀ ହେଉଛନ୍ତି ଉଗ୍ରତାରା ତାରା ତାରିଣୀ। ରାଶିର ବ୍ରତ ଉପବାସ ଯଦି ଗୁରୁବାରେ ପାଳନ କରନ୍ତି ବା ରଖନ୍ତି ତାହେଲେ ବିଶେଷ ଉପକାର ପାଇବେ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୩। ରାଶିର ପ୍ରତ୍ୟକ ମାସରେ ଶୁଭ ତାରିଖ ହେଉଛି ୩,୧୨,୩୦। ରାଶିର ମିତ୍ର ରାଶି ମେଷ ରାଶି, କର୍କଟ ରାଶି, ସିଂହ ରାଶି, ବିଛା ରାଶି ଏବଂ ମୀନ ରାଶି।ଶତ୍ରୁ ରାଶି ବୃଷ ରାଶି, ମିଥୁନ ରାଶି,କନ୍ୟା ରାଶି, ତୁଳା ରାଶି। ରାଶିର ଘାତ ବାର ହେଉଛି ଶୁକ୍ରବାର। ଘାତ ନକ୍ଷତ୍ର ହେଉଛି ବିଜା ନକ୍ଷତ୍ର। ଘାତ ତିଥି ହେଉଛି ଦ୍ୱିତୀୟା। ଘାତ ଚନ୍ଦ୍ର ହେଉଛି ମୀନ ଚନ୍ଦ୍ର। ମୀନ ରାଶିରେ ଯେତେବେଳେ ଚନ୍ଦ୍ରମା ବିଦ୍ୟମାନ କରିଥିବେ ସେତେବେଳେ ଧନୁ ରାଶି ବ୍ୟକ୍ତି ମାନେ ଗୃହାରମ୍ଭ ଏବଂ ଦୂର ଯାତ୍ରା କ୍ଷର ହେବା ଯାନ କ୍ରୟ କରିବା ବା ଯାନ ଆରୋହଣ କରିବା ଏସବୁ ଯଦି କରନ୍ତି ତାହେଲେ କ୍ଷତିରେ ପଡିବେ। ସେଥିପାଇଁ ସତର୍କତା ଅବଲମ୍ବନ କରିବା ଦରକାର। ଯେତେବେଳେ ମୀନ ରାଶିରେ ଚନ୍ଦ୍ରମା ରହୁଥିବେ ସେ ସମୟକୁ ଛାଡି ଦେଇ ଅନ୍ୟ ସମୟ ମାନଙ୍କରେ ଯଦି ଏସବୁ କାର୍ଯ୍ୟ କରନ୍ତି ତାହେଲେ ବହୁତ ଭଲ ଫଳ ମିଳିବ।

Google

ତେବେ ୨୦୨୧ ମସିହା ମଇ ମାସରେ ମହିଳା ଓ ପୁରୁଷ ମାନଙ୍କର ମାନସିକ ଶାନ୍ତି ସହ ପୁରାତନ ରୋଗର ଉପଶମ ହୋଇ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ପର ହାତରେ ଥିବା ଧନ ସହଜରେ ପ୍ରାପ୍ତି ହୋଇଯିବ। ଜାଗା,ଜମି, ଗୃହ ଉପକରଣ କ୍ରୟ କରିବା ପାଇଁ ଯୋଗାଯୋଗ କରିପାରିବେ ବା କ୍ରୟ କରିପାରିବେ। ପୈତୃକ ସମ୍ପତିକୁ ନେଇ ଭାତୃ ବିବାଦ ମେଣ୍ଟି ଯିବା ଫଳରେ ଆନନ୍ଦିତ ହେବେ। ବ୍ୟାପାର ବଣିଜରେ ପ୍ରଚୁର ଲାଭ ମିଳିବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ବାଦ ବିବାଦ ମାଲିମକର୍ଦମା କ୍ରୀଡା ପ୍ରତିଦ୍ୱନ୍ଦିତା,ପ୍ରତିଯୋଗିତା ପରୀକ୍ଷା ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ନୂତନ କର୍ମ ନିଯୁକ୍ତିରେ ମଧ୍ୟ ସଫଳ ହେବେ। ସହଯୋଗୀ ମାନେ ସହଯୋଗ କରିବା ଫଳରେ କର୍ମଚାରୀ ମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହୋଇଯିବେ। ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ପାଇବ। ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଅତି ଉତ୍ତମ ଫଳ ଭୋଗ କରିବେ। ଗ୍ରହ ଅନୁକୂଳ ହେତୁ ଲୋକ ସମର୍ଥନ ବୃଦ୍ଧି ପାଇବ। ପ୍ରଶାସନ, ପ୍ରଶାସକ,ଅଧ୍ୟୟନ,ଅଧ୍ୟପନା ତଥା ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ମଧ୍ୟ ଶୁଭ ଫଳ ମିଳିବ। ସେୟାର ବଜାର, ଜୁଆ ଲଟେରୀ,ପ୍ଲାଷ୍ଟିକ,ଚମଡା,ଠିକାଦାରୀ,ରାସ୍ତା ଗୃହ ନିର୍ମାଣ,ମଟର ପାର୍ଟ, ପେଟ୍ରୋଲିୟମ ପଦାର୍ଥ, କରିୟର,କୋଇଲା,କଳଥ,ଖାଦ୍ୟ ଦ୍ରବ୍ୟ, ଖାଇବା ତେଲ,ଘିଅ,କାଚ, ବିଦ୍ୟୁତ ସାମଗ୍ରୀ, ଧାତୁ,ବସ୍ତ୍ର, ଔଷଧ,ଚଳଚ୍ଚିତ୍ର ଆଦି ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ ହେବେ। ବା ଏଇ କ୍ଷେତ୍ରରେ ଯେଉଁମାନେ କର୍ମ କରୁଛନ୍ତି ସେମାନଙ୍କର ପ୍ରଚୁର ଲାଭ ମିଳିବ।ବିଦ୍ୟାର୍ଥୀ ହୋଇଥିଲେ ପ୍ରଶାସନିକ ସେବା ସମ୍ବଦ୍ଧିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ। କିମ୍ବା ଡାକ୍ତର ପାଠ ପଢୁଥାଆନ୍ତି ତାହେଲେ ବିଶେଷ ସଫଳତା ପ୍ରାପ୍ତି ହେବ। ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୁର୍ଣ ହେବ। ସନ୍ତାନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳ ପାଇବେ। ଦାମ୍ଫତ୍ୟ ଜୀବନ ସୁଖମୟ ହେବ। ନୂତନ ଗୃହ,ନୂତନ ଯାନ, ନୂତନ ବ୍ୟବସାୟ, ନୂତନ ଜାଗା ଜମି ପ୍ରାପ୍ତି ହୋଇପାରେ।ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ବିଦେଶ ଯାତ୍ରାର ସୁଯୋଗ ପାଇବେ।ପ୍ରତ୍ୟକ ଦିନ ମା ବାପା ଗୁରୁ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ। ଯଦି ଦୂରରେ ଅଛନ୍ତି ତାଙ୍କ ଉଦେଶ୍ୟରେ ଜଣାନ୍ତୁ। ଏବଂ ଗୁରୁଜନ ମାନଙ୍କୁ ସମ୍ମାନ ଦିଅନ୍ତୁ। ତାହେଲେ ଦେଖିବେ ମାସଟି ବହୁତ ଭଲରେ ଭଲରେ କଟିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *