Excuse Me Odisha

ଯାହା କହିବୁ ସତ କହିବୁ

ମକର ରାଶିର ମଇ ମାସର ମାସିକ ରାଶିଫଳ : ଜାଣନ୍ତୁ ଆପଣଙ୍କର ଏହି ମାସ କେମିତି କଟିବ ।

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ମଇ ମାସରେ ମକର ରାଶି ଜାତ ବ୍ୟକ୍ତି ମାନେ ବା ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦି ଜନ୍ମ ତାରିଖ ବା ଜନ୍ମ ତିଥି ଜାଣିଥିବେ ଅଥବା ନାମର ପ୍ରଥମ ଅକ୍ଷର ଯଦି ଆପଣଙ୍କର ଭୋ,ଜା,ଜି,ଜୁ,ଯେ,ଜୋ, ଖା,ଗା,ଗି ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୮। ୮ତାରିଖ,୧୭ ତାରିଖ, ୨୬ ତାରିଖରେ ଜନ୍ମ ହୋଇଥାନ୍ତି କିମ୍ବା ଅଷ୍ଟମୀ ତିଥିରେ ଜନ୍ମ ହୋଇଥିବେ ତେବେ ସେମାନଙ୍କର ମକର ରାଶି ହେବ। ମକର ରାଶିର ନକ୍ଷତ୍ର ହେଉଛି ଉତ୍ତରାସାଢା ଶ୍ରବଣା ଧନିଷ୍ଠା। ରାଶିର ଶୁଭ ରଙ୍ଗ ହେଉଛି ନୀଳ,ଆକାଶିଆ,କଳା। ରାଶିର ଶୁଭବାର ହେଉଛି ଶନିବାର। ରାଶିର ଶୁଭ ଦେବତା ହେଉଛନ୍ତି ଶନିଦେବ ବା ଶିବ ଭଗବାନ। ରାଶିର ଶୁଭ ଦେବୀ ହେଉଛନ୍ତି ମା କାଳୀ।ରାଶିର ବ୍ରତ ଉପବାସ ଶନିବାର ବା ସୋମବାର କରିଲେ ବହୁତ ଭଲ ଫଳ ମିଳିବ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୮। ରାଶିର ପ୍ରତ୍ୟକ ମାସରେ ୮ ତାରିଖ,୧୭ ତାରିଖ, ୨୬ ତାରିଖ ହେଉଛି ଅତ୍ୟନ୍ତ ଶୁଭ ଏବଂ ଏଇ ତାରିଖରେ କୌଣସି ଶୁଭ କାର୍ଯ୍ୟ କରନ୍ତି ତେବେ ଶୁଭ ଫଳ ନିଶ୍ଚିତ ପ୍ରାପ୍ତି ହେବ। ରାଶିର ମିତ୍ର ରାଶି ବୃଷ ରାଶି, ମିଥୁନ ରାଶି, କନ୍ୟା ରାଶି, ତୁଳା ରାଶି, କୁମ୍ଭ ରାଶି। ରାଶିର ଶତ୍ରୁ ରାଶି ସିଂହ। ଘାତ ବାର ମଙ୍ଗଳବାର। ଘାତ ନକ୍ଷତ୍ର ରୋହିଣୀ ନକ୍ଷତ୍ର। ଘାତ ତିଥି ଦ୍ୱାଦଶୀ ତିଥି। ଘାତ ଚନ୍ଦ୍ର ସିଂହ ଚନ୍ଦ୍ର। ସିଂହ ରାଶିରେ ଚନ୍ଦ୍ରମା ବିଦ୍ୟମାନ କରୁଥିଲା ବେଳେ କୌଣସି ଶୁଭ କାର୍ଯ୍ୟ ଯାହାକୁ କୁହନ୍ତି ଦୂର ଯାତ୍ରା କିମ୍ବା କ୍ଷର ହେବା, ଯାନ ଆରୋହଣ କରିବା ବା ଯାନ କ୍ରୟ କରିବା ଯାନ ବାହନ ଯଦି କ୍ରୟ କରନ୍ତି ତେବେ ବିପଦରେ ପଡିବେ। ଯଦି ଗୃହାରମ୍ଭ କରନ୍ତି ବିଶେଷ ବିପଦରେ ପଡିବେ। ସେଥିପାଇଁ ସତର୍କତା ଅବଲମ୍ବନ କରିବା ଦରକାର।

Google

ତେବେ ୨୦୨୧ ମସିହା ମଇ ମାସରେ ମହିଳା ଓ ପୁରୁଷ ମାନଙ୍କର ବା ଆବାଳ ବୃଦ୍ଧ ବନିତା ମାନଙ୍କର ଆର୍ଥିକ ସମସ୍ୟା ନିଶ୍ଚିତ ଭାବରେ ସମାଧାନ ହୋଇଯିବ। ବ୍ୟବସାୟୀ ମାନେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ। ନୂଆ ନୂଆ ବ୍ୟବସାୟୀକ ସମ୍ପର୍କ ସ୍ଥାପନ କରି ଭାଗିଦାର ବ୍ୟବସାୟ ପାଇଁ ସାହାର୍ଯ୍ୟ ସହଯୋଗ ଅଚାନକ ମିଳିବ। କର୍ମ କ୍ଷେତ୍ରରେ ସହଯୋଗୀ ମାନେ ପୁର୍ଣ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। କୋର୍ଟ କଚେରୀ ମାଲି ମକର୍ଦମା ବାଦ ବିବାଦ କ୍ଷେତ୍ରରେ ଜୟଯୁକ୍ତ ହେବେ। ପରିବାରରେ ସାଧାରଣ ବାତାବରଣ ଜାଗି ହୋଇ ସମସ୍ତ ଆଶା ପୂରଣ ହେବ। ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହୋଇଯିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।ଗୁରୁ ଗୁରୁଜନ ମାନଙ୍କର ଆସ୍ଥାଭାବ ହେବେ। ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବ ସ୍ଥିର ହୋଇପାରେ। କ୍ରୀଡା ପ୍ରତିଦ୍ୱନ୍ଦିତା,ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତ କାରରେ ମଧ୍ୟ କୃତକାର୍ଯ୍ୟ ହେବେ। ଭୂମି କ୍ରୟ,ବାହନ କ୍ରୟ,ଗୃହ ନିର୍ମାଣ କରିବାରେ କିଛି ଖର୍ଚ୍ଚ କରିବାକୁ ହିଁ ଏହି ମାସରେ ପଡିପାରେ। ସମାଜ ସେବାରେ ସୁନାମ ଅର୍ଜନ କରିପାରିବେ। ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ବ୍ୟବସ୍ଥିତିତା ହେତୁ ଶାନ୍ତି ଉପୁଜୀବ। ବିଦ୍ୟାର୍ଥୀ ବରଂ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ।ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ। ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିଯିବ। ପ୍ରେମିକ ପ୍ରେମିକା ମାନଙ୍କର କ୍ରୋଧ ନିୟନ୍ତ୍ରଣ ନରଖିଲେ କ୍ଷତି ସହିବାକୁ ପଡିପାରେ। ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ। ସର୍ତକତା ଅବଲମ୍ବନ ନକଲେ କୌଣସି ଭଲ କାମରେ ଫସି ଯିବେ। ଅନ୍ୟର ଉପକାର କରି ନିଜେ କ୍ଷତିରେ ପଡିପାରନ୍ତି। ସେଥିପାଇଁ ସତର୍କତା ଅବଲମ୍ବନ କରନ୍ତୁ। ଅସହାୟ ମାନଙ୍କୁ ପ୍ରତିଦିନ କିଛି କିଛି ସାହାର୍ଯ୍ୟ କରନ୍ତୁ ବା ଖାଇବାକୁ ଦିଅନ୍ତୁ। ତାହେଲେ ଦେଖିବେ ଏହି ମାସଟି ବହୁତ ଭଲରେ ବ୍ୟତୀତ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *