Excuse Me Odisha

ଯାହା କହିବୁ ସତ କହିବୁ

ମନେ ରଖନ୍ତୁ ଶ୍ରୀକୃଷ୍ଣଙ୍କ ଏହି ୭ଟି କଥା , ସବୁ ଦୁଃଖ,କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

କିଛି ଲୋକ ଏପରି ହୋଇଥାନ୍ତି ଯେଉଁମାନେ ଅନ୍ୟକୁ ଅପମାନ କରି ଆନନ୍ଦ ପାଇଥାନ୍ତି । ଏପରି ଲୋକ ବାରମ୍ବାର କାହାର ନା କାହାର ଅନ୍ୟ ସାମ୍ନାରେ ଅପମାନ କରିବା ପାଇଁ ଚେଷ୍ଟା କରିଥାନ୍ତି । ଯଦି ଆପଣଙ୍କ ସହିତ ବି ଏପରି ହେଉଛି ତେବେ ଆପଣଙ୍କୁ କଣ କରିବା ଉଚିତ । ଏହି ସମ୍ବନ୍ଧରେ ଭଗବାନ ଶ୍ରୀକୃଷ୍ଣ ଏହାର ଉତ୍ତର ଦେଇଛନ୍ତି । ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ଏବଂ ଶିଶୁପାଳ ପ୍ରସଙ୍ଗ ପ୍ରସିଦ୍ଧ ଅଟେ । ସେହି ପ୍ରସଙ୍ଗରୁ ଆମେ ଶିଖି ପାରିବା ଯେ ଯଦି କେହି ଆମର ଅପମାନ କରେ ତେବେ ଆମକୁ କଣ କରିବା ଉଚିତ ।

ମହାଭାରତରେ ଶିଶୁପାଳ ଏବଂ ଶ୍ରୀକୃଷ୍ଣଙ୍କର ପ୍ରସଙ୍ଗ ଖୁବ ଚର୍ଚ୍ଚିତ ଅଟେ । ଶିଶୁପାଳ ଶ୍ରୀକୃଷ୍ଣଙ୍କ ପିଉସୀଙ୍କ ପୁତ୍ର ଏବଂ ଚୁରିନଗରର ରାଜା ଥିଲେ । ଶ୍ରୀକୃଷ୍ଣ ଶିଶୁପାଳଙ୍କ ମାତାଙ୍କୁ ଏହି ପ୍ରତିଜ୍ଞା କରିଥିଲେ ଯେ ସେ ଶିଶୁପାଳଙ୍କର ୧୦୦ ଭୁଲକୁ କ୍ଷମା କରିବେ ବୋଲି । କିନ୍ତୁ ୧୦୦ ଭୁଲ ପୂରଣ ହୋଇଗଲେ ସେ ତାଙ୍କୁ ଉଚିତ ଦଣ୍ଡ ନିଶ୍ଚିତ ଦେବେ । ଦୁଦର୍ଭ ରାଜାଙ୍କର ରୁକ୍ମି , ରୁକ୍ମତ , ରୁକ୍ମବାହୁ , ରୁକ୍ମକେଶ , ରୁକ୍ମବାଲି ନାମକ ପାଞ୍ଚଟି ପୁତ୍ର ଥିଲେ । ତାଙ୍କର ଗୋଟିଏ ପୁତ୍ରୀ ଥିଲେ ଯାହାଙ୍କ ନାମ ହେଉଛି ରୁକ୍ମଣୀ । ରୁକ୍ମଣୀଙ୍କ ମାତା ପିତା ରୁକ୍ମଣୀଙ୍କ ବିବାହ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ବଡ଼ ଭାଇ ଚାହୁଁଥିଲେ ଯେ ତାଙ୍କ ବିବାହ ଶିଶୁପାଳ ସହିତ ହେଉ ବୋଲି । ଏଥିପାଇଁ ସେ ରୁକ୍ମଣୀଙ୍କୁ ଶିଶୁପାଳଙ୍କ ପାଖକୁ ପଠାଇ ଦେଇଥିଲେ । ରୁକ୍ମଣୀ ଶ୍ରୀକୃଷ୍ଣଙ୍କୁ ପ୍ରେମ କରୁଥିଲେ । ଏଥିପାଇଁ ଜଣେ ବ୍ରାହ୍ମଣଙ୍କ ହାତରେ ଶ୍ରୀକୃଷ୍ଣଙ୍କ ପାଖକୁ ସନ୍ଦେଶ ପଠାଇଲେ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ ରୁକ୍ମଣୀଙ୍କୁ ପ୍ରେମ କରୁଥିଲେ ଏବଂ ରୁକ୍ମଣୀଙ୍କ ପିତା ମାତାଙ୍କ ଇଚ୍ଛା ମଧ୍ୟ ସେ ଜାଣିଥିଲେ । ରୁକ୍ମଣୀଙ୍କ ବଡ଼ ଭାଇ ରୁକ୍ମି ଶ୍ରୀକୃଷ୍ଣଙ୍କୁ ଶତୃ ବୋଲି ମାନୁଥିଲେ । ଏହି କାରଣରୁ ସେ ବିବାହ ହେବାକୁ ଦେଉ ନଥିଲେ । ଶ୍ରୀକୃଷ୍ଣ ରୁକ୍ମିଙ୍କ ବିରୋଧ ସତ୍ତ୍ୱେ ବି ରୁକ୍ମଣୀଙ୍କୁ ବିବାହ କରିନେଲେ । ଏହାକୁ ଶିଶୁପାଳ ଅପମାନ ବୋଲି ଭାବିନେଲେ ଏବଂ ଶ୍ରୀକୃଷ୍ଣଙ୍କୁ ଶତ୍ରୁ ଭାବିଲେ

Google

କିଛିଦିନ ପରେ ଯେତେବେଳେ ରାଜା ଯୁଧିଷ୍ଠିର ସୂର୍ଯ୍ୟ ଯଜ୍ଞର ଆୟୋଜନ କରୁଥିଲେ ସେହି ଯଜ୍ଞରେ ସବୁ ରାଜା ଆମନ୍ତ୍ରିତ ହୋଇଥିଲେ । ଯେଉଁଠାକୁ ଶିଶୁପାଳ ମଧ୍ୟ ଆସିଥିଲେ । ଦେବତାଙ୍କ ଜାଗାରେ ଶ୍ରୀକୃଷ୍ଣଙ୍କୁ ପୂଜା କରାଯାଉଛି ଦେଖି ଶିଶୁପାଳ କ୍ରୋଧିତ ହୋଇଗଲା ଏବଂ ଶ୍ରୀକୃଷ୍ଣଙ୍କୁ ଅପଶବ୍ଦ କହିବାକୁ ଆରମ୍ଭ କରିଲା । ଯଜ୍ଞରେ ଉପସ୍ଥିତ ଥିବା ସବୁ ଲୋକ ଶିଶୁପାଳଙ୍କୁ ଅନେକ ବୁଝାଇବାକୁ ଚେଷ୍ଟା କରିଲେ କିନ୍ତୁ ସେ ମାନି ନଥିଲେ । ଅର୍ଜୁନ ଏବଂ ଭୀମ ଶିଶୁପାଳଙ୍କୁ ମାରିବାକୁ ଛିଡ଼ା ହୋଇ ପଡ଼ିଲେ । କିନ୍ତୁ ଶ୍ରୀକୃଷ୍ଣ ସେମାନଙ୍କୁ ବାରଣ କରିଲେ । ଶ୍ରୀକୃଷ୍ଣ ଶିଶୁପାଳକୁ ଅପଶବ୍ଦ କହିବାକୁ ମନା କରିଲେ ଏବଂ ପରିଣାମ ଭଲ ହେବ ନାହିଁ ବୋଲି କହିଲେ ତଥାପି ସେ ମାନି ନଥିଲେ ଯେଉଁ କାରଣରୁ ସେ ନିଜର ସୁଦର୍ଶନ ଚକ୍ରରେ ଶିଶୁପାଳଙ୍କ ମସ୍ତକ କାଟି ଦେଇଥିଲେ ।

ତେଣୁ ଯଦି ଆପଣଙ୍କୁ କେହି ବାରମ୍ବାର ଅପମାନ କରୁଛି ତେବେ ତାକୁ ବୁଝେଇବାକୁ ପ୍ରୟାସ କରନ୍ତୁ । ତଥାପି ଯଦି ସେ ଏପରି କରେ ତେବେ ସେତେବେଳେ ତାକୁ ଉଚିତ ଜବାବ ଦେବା ଜରୁରୀ ଅଟେ । ଏପରି ଲୋକଙ୍କୁ ଚୁପ କରିବା ପାଇଁ ଆମକୁ ଶ୍ରେଷ୍ଠ କାମ କରିବା ଉଚିତ ଏବଂ ତା କଥାକୁ ଭୁଲ ସାବ୍ୟସ୍ତ କରିବା ଉଚିତ । ଶ୍ରୀକୃଷ୍ଣ ଏବଂ ଶିଶୁପାଳଙ୍କର ଏହି ପ୍ରସଙ୍ଗ ଦ୍ୱାରା ଆମେ ସେହି ଲୋକ ମାନଙ୍କୁ ଉଚିତ ଶିକ୍ଷା ଦେଇ ପାରିବା ।

ଏବେ ଆମେ ଜୀବନକୁ ମହତ୍ୱପୂର୍ଣ୍ଣ ବନାଇବା ପାଇଁ ଶ୍ରୀକୃଷ୍ଣ କହିଥିବା ସାତଟି ମହତ୍ୱପୂର୍ଣ୍ଣ କଥା ବିଷୟରେ ଜାଣିବା । ପ୍ରତ୍ୟେକ ମଣିଷର ଜୀବନରେ ଗୋଟିଏ ସମୟ ଏପରି ଆସିଥାଏ ଯେତେବେଳେ ସେ ନିଜକୁ ନିରାଶ ଭାବିବାରେ ଲାଗିଥାଏ । ତାକୁ ନିଜ ଜୀବନ ବୋଝ ଭଳି ଲାଗିଥାଏ। ତେବେ ସେହି ସମୟରେ ତାକୁ ଶ୍ରୀକୃଷ୍ଣଙ୍କ କେତୋଟି କଥା ଉପରେ ଧ୍ୟାନ ରଖିବା ଉଚିତ । ଦୁଃଖ ଏବଂ ସମସ୍ୟା ସମୟରେ ବ୍ୟକ୍ତି କିଛି କଥାକୁ ଯଦି ମନେ ରଖେ ତେବେ ତାକୁ ଖରାପ ସମୟକୁ ଲଢ଼ିବାକୁ ଶକ୍ତି ମିଳିଥାଏ ।

Google

୧ . ପ୍ରଥମ କଥା ଏହିକି ଯେ ତୁମେ କାହିଁକି ବୃଥା କଥା ଚିନ୍ତା କରୁଛ । କିଏବା ତୁମକୁ ମାରିବ । କାହିଁକି ନା ଆତ୍ମାକୁ କେହିବି ମାରି ପାରିବେ ନାହିଁ ।

୨ . ଯାହା ହେଲା ଭଲ ହେଲା , ଯାହା ହେଉଛି ତାହା ଭଲ ହେଉଛି ଏବଂ ଯାହା ହେବ ତାହାବି ଭଲ ହେବ । ତୁମେ ଭୁଲର ପଶ୍ଚାତପ କରନାହିଁ । ଭବିଷ୍ୟତ କଥା ଭାବନାହିଁ କେବଳ ବର୍ତ୍ତମାନରେ ହିଁ ଚାଲ ।

୩ . ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ତୁମୋର କଣ ଭୁଲ ଯେ ତୁମେ କାନ୍ଦୁଛ । ତୁମେ କଣ ଆଣିଥିଲ ଏବଂ କଣ ହରେଇ ଦେଲ । ତୁମେ କଣ ତିଆରି କରିଥିଲ କି ଯାହା ନଷ୍ଟ ହୋଇଗଲା । ତୁମେ ଯେମିତି ଖାଲି ହାତରେ ଆସିଥିଲ ସେମିତି ଯିବ । ଆଜି ଯାହା ତୁମର ପରେ ତାହା ଅନ୍ୟ କାହାର ହୋଇଯିବ । ବାସ ଏହି ଚିନ୍ତା ତୁମ ପ୍ରସନ୍ନତାକୁ ନଷ୍ଟ କରୁଛି ।

୪ . ବର୍ତ୍ତମାନ ର ନିୟମ ଯାହାକୁ ତୁମେ ମୃତ୍ୟୁ ଭାବୁଛ ତାହା ହିଁ ସତ୍ୟ ଅଟେ । ବର୍ତ୍ତମାନ ଯାହା ତୁମର ମୋର ଛୋଟ ବଡ଼ ଭାବୁଛ ସେହି ଭାବନା ମନରୁ ହଟାଇ ଦିଅ । ସବୁ ତୁମର ଏବଂ ତୁମେ ସମସ୍ତଙ୍କର ।

୫ . ନା ଏହି ଶରୀର ତୁମର ନା ଏହି ଆତ୍ମା । ଏହି ଆକାଶ , ପୃଥିବୀ , ଜଳ ସହିତ ତିଆରି ହୋଇଛି ଏବଂ ଏହିଥିରେ ହିଁ ଏହା ମିଳାଇ ଯିବ ପରନ୍ତୁ ତୁମ ଆତ୍ମା ସବୁବେଳେ ଅସ୍ଥିର ରହିବ ।

୬ . ତୁମେ ନିଜକୁ ନିଜେ ଭଗବାନ ଙ୍କୁ ସମର୍ପିତ କରିଦିଅ । ଯିଏ ବି ନିଜକୁ ଅର୍ପଣ କରିଦିଏ ତାର ସୁଖ ଦୁଃଖ ସବୁ ଭଗବାନ…

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *