Excuse Me Odisha

ଯାହା କହିବୁ ସତ କହିବୁ

ତୁଳା ରାଶିର ମଇ ମାସର ମାସିକ ରାଶିଫଳ : ଜାଣନ୍ତୁ ଆପଣଙ୍କର ଏହି ମାସ କେମିତି କଟିବ ।

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ମଇ ମାସରେ ଯେଉଁମାନଙ୍କର ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ବା ଯଦି ଜନ୍ମ ତାରିଖ, ଜନ୍ମ ତିଥି ଜାଣିଥିବେ ଅଥବା ନାମର ପ୍ରଥମ ଅକ୍ଷର ଯଦି ଆପଣଙ୍କର କେ,ରା,ରି,ରୁ,ରେ, ର,ତା,ତି, ଥୁ ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୬ ତାରିଖ, ୧୫ ତାରିଖ,୨୪ ତାରିଖରେ ଜନ୍ମ ହୋଇଥାଏ କିମ୍ବା ଷଷ୍ଠୀ ତିଥିରେ ଜନ୍ମ ହୋଇଥାଏ ପୂର୍ଣ୍ଣିମା ଅମାବାସ୍ୟା ତିଥିରେ ଜନ୍ମ ହୋଇଥାଏ ତେବେ ସେମାନଙ୍କର ତୁଳା ରାଶି। ତେବେ ତୁଳା ରାଶି ଜାତ ବ୍ୟକ୍ତି ମାନଙ୍କର ନକ୍ଷତ୍ର ହେଉଛି ଚିତ୍ରା ସ୍ୱାତି ବିଶାଖା। ଶୁଭ ରଙ୍ଗ ହେଉଛି ଧଳା ବା ସିଲବର କଲର। ରାଶିର ଶୁଭ ବାର ହେଉଛି ଶୁକ୍ରବାର। ରାଶିର ଶୁଭ ଦେବତା ହେଉଛନ୍ତି କୁବେର। ରାଶିର ଶୁଭ ଦେବୀ ହେଉଛନ୍ତି ସନ୍ତୋସି ମା ବା କମଳା। ରାଶିର ବ୍ରତ ଉପବାସ ବା ଶୁକ୍ରବାର ମାନଙ୍କରେ କଲେ ବହୁତ ଭଲ ଫଳ ମିଳିବ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୬। ରାଶିର ଶୁଭ ତାରିଖ ହେଉଛି ୬ ତାରିଖ,୧୫ ତାରିଖ,୨୪ ତାରିଖ। ପ୍ରତ୍ୟକ ମାସର ଏହି ୬ ତାରିଖ,୧୫ ତାରିଖ,୨୪ ତାରିଖରେ ଯଦି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥାନ୍ତି ତାହେଲେ ଆରମ୍ଭ କରିପାରିବେ। ନିର୍ବିଘ୍ନରେ ମଧ୍ୟ ସମାପନ କରିପାରିବେ।ରାଶିର ମିତ୍ର ରାଶି ହେଉଛି ମିଥୁନ ରାଶି, କର୍କଟ ରାଶି, କନ୍ୟା ରାଶି, ମକର ରାଶି ଏବଂ କୁମ୍ଭ ରାଶି। ରାଶିର ଶତ୍ରୁ ରାଶି ସିଂହ। ଘାତ ବାର ହେଉଛି ଗୁରୁବାର। ଘାତ ନକ୍ଷତ୍ର ସତଭିସା। ଘାତ ତିଥି ହେଉଛି ଦ୍ୱାଦଶୀ। ଘାତ ଚନ୍ଦ୍ର ହେଉଛି ଧନୁ ଚନ୍ଦ୍ର। ଧନୁ ରାଶିର ଯେତେବେଳେ ଚନ୍ଦ୍ରମା ବିଦ୍ୟମାନ କରିଥିବେ ସେ ସମୟରେ ତୁଳା ରାଶି ଜାତ ବ୍ୟକ୍ତିମାନେ ଯେଉଁମାନେ ଅବଗତ ହେଲେ ତୁଳା ରାଶି ବୋଲି ସେମାନେ ଏଇ ଚନ୍ଦ୍ରରେ କୌଣସି ଶୁଭ କାର୍ଯ୍ୟ କରିବେ ନାହିଁ ବା ଗୃହାରମ୍ଭ କରିବେ ନାହିଁ। କୌଣସି କ୍ଷୟ ରହିବେ ନାହିଁ ବା ଦୁରଯାତ୍ରା ନକରିବା ଉଚିତ। ଯଦି କରିବାକୁ ପଡେ ତାହେଲେ ପ୍ରତିକାର କରିସାରିବା ପରେ ଯାତ୍ରା କରନ୍ତୁ କିଛି ଅସୁବିଧା ହେବନି।

Google

ତେବେ ଏଇ ମେ ମାସ ୨୦୨୧ ମସିହା ମଇ ମାସରେ ମହିଳା ଓ ପୁରୁଷ ମାନେ କେତେକ ମୂଲ୍ୟବାନ ଅସବାପତ୍ର କିଣିବା ପାଇଁ ଇଛା କରିପାରନ୍ତି ବା କିଣି ପାରନ୍ତି। ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା କଟିଯାଇ ଶାନ୍ତିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ନୂତନ ଦାଇତ୍ୱ ନେଇ ଧାଦୌଡ଼ କରିବାକୁ ପଡିପାରେ। ଏବଂ ସହକର୍ମୀ ମାନେ ପରସ୍ପରକୁ ସାହାର୍ଯ୍ୟ ସହଯୋଗ କରି ଆଗକୁ କାର୍ଯ୍ୟ ବଢ଼େଇ ନେବାରେ ସମର୍ଥନ ହେବେ ବା ସାହାର୍ଯ୍ୟ କରିବେ। ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟର ପ୍ରଚାର ପ୍ରସାର ଫଳରେ ଆଶାତୀତ ଆୟ ବୃଦ୍ଧି ପାଇବ। ରୁପା ଆଦି ଧାତୁ ଦ୍ରବ୍ୟ, ଔଷଧ,କ୍ଷୀର,ଜଳଦାତ ଦ୍ରବ୍ୟ ବା ଖାଇବା ତେଲ, କାଚ ଦ୍ରବ୍ୟ,ଅତର ସେଣ୍ଟ,ଷ୍ଟେସନାରୀ,ଥଣ୍ଡା ପାନୀୟ,ରେଡିମେଣ୍ଟ କପଡା ଶାଢ଼ୀ ଲୁଗା ସୌକିନ ଦ୍ରବ୍ୟ ବ୍ୟବସାୟରେ ଏ ମାସରେ ପ୍ରବଳ ଲାଭ ପାଇବେ। ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା,ମାଲି ମକର୍ଦମା ସାକ୍ଷତକାରରେ ମଧ୍ୟ ବିଜୟୀ ହେବେ। ଜମି ଜାଗା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯିବ। ବନ୍ଧୁ ବାନ୍ଧବଙ୍କ ଦ୍ଵାରା କୌଣସି ଜଟିଳ ସମସ୍ୟାର ସମାଧାନ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ଦାମ୍ଫତ୍ୟ ଜୀବନ ସୁଖମୟ ହେବ। ଘରୋଇ ସଂସ୍ଥା କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇ ଉତ୍ତମ ରୋଜଗାର ମଧ୍ୟ କରିପାରିବେ। ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବ ମାନ ଆସି ସ୍ଥିର ହୋଇଯାଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଆବଶ୍ୟକ। ଶତ୍ରୁ ପକ୍ଷରୁ ଦୁର୍ବଳ ହୋଇ ଗୋଡ଼ ଟାଣିବାର ପ୍ରଚେଷ୍ଟା ଆରମ୍ଭ କରିଦେଇପାରନ୍ତି। ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ କାମରେ ମଧ୍ୟ ଫସି ଯାଇପାରନ୍ତି। ସେଥିପାଇଁ ସତର୍କତା ଅବଲମ୍ବନ କରନ୍ତୁ। ନିଜ ଗୋଡ଼ରେ ନିଜେ ଛିଡା ହେବାକୁ ଚେଷ୍ଟା କରନ୍ତୁ। ପ୍ରତ୍ୟକ ଦିନ ବୁଲା କୁକୁରଙ୍କୁ କିଛି କିଛି ଖାଇବାକୁ ଦିଅନ୍ତୁ। ତାହେଲେ ଦେଖିବେ ମାସଟି ଭଲରେ ଭଲରେ ବ୍ୟତୀତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *