Excuse Me Odisha

ଯାହା କହିବୁ ସତ କହିବୁ

ସିଂହ ରାଶିର ମଇ ମାସର ମାସିକ ରାଶିଫଳ : ଜାଣନ୍ତୁ ଆପଣଙ୍କର ଏହି ମାସ କେମିତି କଟିବ

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ମଇ ମାସରେ ସିଂହ ରାଶି ବ୍ୟକ୍ତି ମାନଙ୍କର ବା ସିଂହ ରାଶିର ଜାତ ଆବାଡ଼ ବୃଦ୍ଧ ବନିତାଙ୍କର ମାନଙ୍କର ଯେଉଁମାନନଙ୍କର ରାଶି ନକ୍ଷତ୍ର ବିଷୟରେ ଜ୍ଞାନ ନାହିଁ ବା ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ବା ଟିପଣା ରଖିନାହାନ୍ତି । ଯଦି ଜନ୍ମ ତାରିଖ ଜନ୍ମ ସମୟ ଜନ୍ମ ତିଥି ଜାଣିଥିବେ ଅଥବା ଯେକୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ଯଦି ଆପଣଙ୍କର ମା,ମି,ମୁ,ମେ,ମୋ,ତା,ଟି,ଟୁ, ଠେ ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୧ ତାରିଖ, ୧୦ ତାରିଖ,୧୯ ତାରିଖ ଏବଂ ୨୮ ତାରିଖରେ କିମ୍ବା ପ୍ରତିପଦା ଦଶମୀ ତିଥିରେ ଜନ୍ମ ହୋଇଥିବ ତାହେଲେ ଜାଣିବାକୁ ହେବ ସେମାନଙ୍କର ସିଂହ ରାଶି। ଏବଂ ଏହି ସିଂହ ରାଶିର ଅଧିପତି ହେଉଛନ୍ତି ସୂର୍ଯ୍ୟ ବା ରବି। ସିଂହ ରାଶିର ନକ୍ଷତ୍ର ହେଉଛି ମକା ପୂର୍ବ ଫାଲ୍ଗୁନି ଉତ୍ତରା ଫାଲ୍ଗୁନି। ଶୁଭ ରଙ୍ଗ ହେଉଛି କମଳା,ହଳଦିଆ।ରାଶିର ଶୁଭ ବାର ହେଉଛି ରବିବାର,ବୁଧବାର। ରାଶିର ଶୁଭ ଦେବତା ହେଉଛନ୍ତି ସୂର୍ଯ୍ୟ। ରାଶିର ଶୁଭ ଦେବୀ ହେଉଛନ୍ତି ମାର୍ତ୍ତଣ୍ଡି।ରାଶିର ବ୍ରତ ବା ଉପବାସ ରବିବାର, ମଙ୍ଗଳବାରେ ଯଦି ବ୍ରତ ଉପବାସ କରନ୍ତି ତ ବହୁତ ଭଲ ଫଳ ମିଳିବ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୧। ପ୍ରତ୍ୟକ ମାସର ୧ ତାରିଖ,୧୦ ତାରିଖ,୧୯ ତାରିଖ,୨୮ ତାରିଖ ଏହି ତାରିଖ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତି ତାହେଲେ ଯେଉଁ ମାନଙ୍କର ଜାତକ ନାହିଁ ବା ଜାଣିନାହାନ୍ତି ଜାତକ ସମ୍ବଦ୍ଧରେ। ରାଶି ନକ୍ଷତ୍ର ଜାଣିନାହାନ୍ତି ତାହେଲେ ଯଦି ଏହି ତାରିଖରେ ଜନ୍ମ ହୋଇଥାଏ କିମ୍ବା ଏହି ତିଥିରେ ଜନ୍ମ ହୋଇଥାଏ ତାହେଲେ ଏହି ୧ ତାରିଖ, ୧୦ ତାରିଖ,୧୯ ତାରିଖ,୨୮ ତାରିଖରେ ଯଦି ସେମାନେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥାନ୍ତି ତାହେଲେ ନିର୍ବୁଘ୍ନରେ କରିପାରିବେ। ଏବଂ ସହଜ ସରଳରେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିପାରିବେ। ତେବେ ସିଂହ ରାଶିର ମିତ୍ର ରାଶି ହେଉଛନ୍ତି ମେଷ ରାଶି,ମିଥୁନ ରାଶି,କର୍କଟ ରାଶି, କନ୍ୟା ରାଶି,ବିଛା ରାଶି, ଧନୁ ରାଶି, ମୀନ ରାଶି। ରାଶିର ଶତ୍ରୁ ରାଶି ହେଉଛନ୍ତି ବୃଷ ରାଶି,ତୁଳା ରାଶି, ମକର ରାଶି ଏବଂ କୁମ୍ଭ ରାଶି। ଘାତ ବାର ହେଉଛି ଶନିବାର। ଘାତ ନକ୍ଷତ୍ର ତୁଳା ନକ୍ଷତ୍ର। ଘାତ ତିଥି ନବମୀ। ଘାତ ଚନ୍ଦ୍ର ହେଉଛି ମକର ଚନ୍ଦ୍ର। ମକର ରାଶିରେ ଯେତେବେଳେ ଚଦ୍ରମା ବିଦ୍ୟମାନ କରିଥିବେ ସେତେବେଳେ ଦୁରଯାତ୍ରା, କ୍ଷୟ ହେବା କିମ୍ବା ଗୃହାରମ୍ଭ କରନ୍ତୁ ନାହିଁ। ଆଉ ଅନ୍ୟାନ୍ୟ କାର୍ଯ୍ୟ ନିର୍ବିଘ୍ନରେ କରିପାରିବେ।

Google

ତେବେ ୨୦୨୧ ମସିହା ମଇ ମାସର ମହିଳା ଓ ପୁରୁଷ ମାନଙ୍କର ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତି ହେବ।ନୂତନ ବ୍ୟବସାୟ ପାଇଁ ଅତ୍ୟନ୍ତ ଉତ୍ତମ ସମୟ ଅଟେ। ପର ହାତରେ ଥିବା ଧନ ସହଜରେ ପ୍ରାପ୍ତି ହେବା ଫଳରେ ସମସ୍ତ ପ୍ରକାରର ଆଶା ଅଭିଳାଷ ପୂରଣ କରିବା ପାଇଁ ଚେଷ୍ଟା କରିବେ। ନୂତନ ବ୍ୟବସାୟମାନ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଉତ୍ତମ ସମୟ। କର୍ମଚାରୀ ମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ କଠିନ ପରିଶ୍ରମ ହେତୁ ପ୍ରଶଂସା ପାଇବେ। ଅଧା ହୋଇଥିବା କାର୍ଯ୍ୟ ପୂରଣ କରିପାରିବେ। ଧାତୁ ବ୍ୟାପର କରୁଥିବା କ୍ରୟ ବିକ୍ରୟ କରୁଥିବା ବ୍ୟାପାର ବାଣିଜ୍ୟରେ ପ୍ରଭୁର ଲାଭ ମିଳିବ। ଠିକାଦାରୀ, ସଡ଼କ,ଗୃହନିର୍ମାଣ, ସାମଗ୍ରୀ ବ୍ୟବସାୟ,ଚମଡା,ବସ୍ତ୍ର,ଫଳ, ତେଲ,ଲୁହା, ମଟର ପାର୍ଟ,କୋଇଲା, ପେଟ୍ରୋଲିୟମ ପଦାର୍ଥ ବା ଏଜେନ୍ସ ଆଦି ବ୍ୟବସାୟରେ ବିଶେଷ ଲାଭବାନ ହେବେ। କଲକାରଖାନା, କୋଇଲା ଖଣି, ରେଳ ବିଭାଗ, ଡାକତାର ବିଭାଗ, ଟ୍ରାନ୍ସପୋଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରି ପ୍ରଶଂସା ପାଇବେ। ଆର୍ଥିକ ଅନାଟନ ମଧ୍ୟ ଦୁରେଇ ଯିବ ଆର୍ଥିକ କ୍ଷେତ୍ରରେ। ପ୍ରବଳ ଉନ୍ନତି ହେବ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। ଅଟକି ରହିଥିବା ଧନ ବା ଉଧାର ନେଇଥିବା ଟଙ୍କା ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହୋଇଯିବ। ସ୍ବାସ୍ଥ୍ୟଗତ ସମସ୍ୟାର ଉନ୍ନତି ହୋଇ ଶରୀର ସୁସ୍ଥ ରହିବ।ଉଚ୍ଚ ସ୍ତରୀୟ ଯାନ ବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ। କର୍ମ ନିଯୁକ୍ତି ସମ୍ଭଦ୍ଧ ଲୋକମାନେ ମଧ୍ୟ କର୍ମ ନିଯୁକ୍ତିରେ ମଧ୍ୟ ସଫଳ ହେବେ। ଶିକ୍ଷକ, ପ୍ରଶିକ୍ଷକ, ନେତା ଅଭିନେତା,ରସାୟନଜ୍ଞ ଓ ଡାକ୍ତର ମାନଙ୍କର ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ ସମୟରେ ପୂରଣ ହୋଇପାରିବ। ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ମଧ୍ୟ ସୁଯୋଗ ମିଳିବ। ଯଦି କୌଣସି ନୂତନ ଯୋଜନାର କ୍ରିୟାନିତ କରିବାକୁ ଚାହୁଁଛନ୍ତି ତାହେଲେ ତାକୁ ଆଗେଇ ନେବା ଉଚିତ। ପ୍ରତ୍ୟକ ଦିନ ମା ବାପା ଗୁରୁ ଗୁରୁଜନଙ୍କୁ ପାଦ ଛୁଇଁ ପ୍ରଣାମ କରନ୍ତୁ। ଯଦି ପାଖରେ ନାହାନ୍ତି ତାହେଲେ ତାଙ୍କ ଉଦେଶ୍ୟରେ ପ୍ରଣାମ କରି କାର୍ଯ୍ୟ ଆରମ୍ଭ କରନ୍ତୁ। ଦେଖିବେ ମାସଟିକୁ ବହୁତ ଭଲରେ ଭଲରେ କଟେଇବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *