Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ସୁଖ, ଶାନ୍ତିରେ ବଞ୍ଚିବା ପାଇଁ ଏହି କାମ କରନ୍ତୁ , ନିଶ୍ଚିତ ସଫଳତା ପାଇବେ

ସେୟାର୍ କରନ୍ତୁ

ସମୟ ପାଖରେ ସମୟ ନାହିଁ ଯେ ତୁମକୁ ସେ ବାରମ୍ବାର ସମୟ ଦେବ। କାହା ଉପରେ ଏତେ ମୋହ କରନାହିଁ ଯେ ତାହାର ଖରାପ ଗୁଣ ତୁମ ଆଖିକୁ ଦେଖାଯିବ ନାହିଁ।କାହାକୁ ଏତେ ଘୃଣା କରନାହିଁ ଯେ ତାହାର ଭଲ ଗୁଣ ତୁମକୁ ଦେଖା ଯିବ ନାହିଁ।

ମଣିଷ ବର୍ବାଦ ହେବାର ୬ ଟି କାରଣ ରହିଛି, ସେଗୁଡିକ ହେଉଛି ଭୟ, ନିଦ, ଆଳସ୍ୟ, ଅଜ୍ଞାନ, କ୍ରୋଧ ଏବଂ କାମନା। ଜୀବନରେ ଯଦି ଖୁସି ଏବଂ ଶାନ୍ତିରେ ରହିବାକୁ ଚାହୁଁଛନ୍ତି ତାହେଲେ ଭଗବାନ ଶ୍ରୀକୃଷ୍ଣଙ୍କ ବଂଶୀ ଭଳି ଖାଲି ରୁହନ୍ତୁ। ବଂଶୀ ପୁରା ଖାଲି ଥାଏ ବୋଲି ସେଥିରୁ ମଧୁର ଧ୍ଵନୀ ବାହାରି ଥାଏ। ଠିକ୍ ସେହିପରି ମନକୁ ଖାଲି କରିଦେଲେ ସେଥିରେ ଆଶା ନରହିଲେ ଆମର ମନ ଖୁସିରେ ରହିବ। ଜୀବନରେ ପାଞ୍ଚଟି ମହାମନ୍ତ୍ର ରହିଛି, ତାହା ହେଉଛି ଦର୍ପଣ କେବେବି ତୁମକୁ ମିଛ କହିବ ନାହିଁ, ଜ୍ଞାନ କେବେବି ତୁମକୁ ଭୟଭୀତ କରିବ ନାହିଁ,ସତ୍ୟ ତୁମକୁ କେବେ ଦୁର୍ବଳ କରିବ ନାହିଁ, ପ୍ରେମ କେବେ ଈର୍ଷା କରିବ ନାହିଁ, ବିଶ୍ୱାସ କେବେବି ତୁମକୁ ଦୁଃଖୀ କରିବ ନାହିଁ।

Google

ବନ୍ଧୁଗଣ କୁମ୍ଭାର ଯେତେବେଳେ ମାଠିଆ ତିଆରି କରେ ବାହାର ମାଟିକୁ ଥାପି ଥାପି ଭିତରକୁ ନରମ କରି ଦେଇଥାଏ। ଠିକ୍ ସେହିଭଳି ଭଗବାନ ଆମକୁ ଯେତେବେଳେ କଷ୍ଟ ଦେଇଥାନ୍ତି , ସେତେବେଳେ ବୁଝିବାକୁ ହେବ ଯେ ଆମପାଇଁ ଆଗକୁ ବହୁତ ସୁଖ ରହିଛି। ତେଣୁ ଅଧର୍ଯ୍ୟ ହୋଇ ଭଗବାନଙ୍କ ଉପରେ ସେତିକି ଭରସା ଏବଂ ବିଶ୍ୱାସ ରଖ ଯେ ଭଗବାନ ତୁମ ଜୀବନରେ କେବେବି କିଛି ଖରାପ କରିବେ ନାହିଁ। ଯିଏ ସମ୍ମାନରେ ଯେବେ ଗର୍ବିତ ହୁଏ ନାହିଁ। ଯିଏ ଅପମାନରେ କେବେ କ୍ରୋଧିତ ହୁଏ ନାହିଁ। ଯିଏ କ୍ରୋଧିତ ହେବାପରେ କେବେବି କଠୋର ହୋଇ ନଥାଏ,ବାସ୍ତବରେ ସେ ହିଁ ପ୍ରକୃତ ମଣିଷ ହୋଇଥାଏ। ଧର୍ମର ପାଞ୍ଚଟି ଆଧାର ହୋଇଥାଏ, ତଥା ଜ୍ଞାନ, ପ୍ରେମ, ତ୍ୟାଗ, ସମର୍ପଣ ଏବଂ ଧର୍ଯ୍ୟ। ଇତିହାସ ସାକ୍ଷୀ ରହିଛି ଯିଏ ବିଶ୍ୱାସ ରଖି ସବୁ କାର୍ଯ୍ୟ ସମ୍ପନ୍ନ କରି ଥାଏ, ସେ କେବେ ଅସଫଳ ହୁଏ ନାହିଁ। ସେହିଭଳି ମନ ଭିତରେ ଆଶଙ୍କା ରଖି କାର୍ଯ୍ୟ କରିଥାଏ, କେବେ ସଫଳ ହୋଇ ନଥାଏ। ମନ ଭିତରୁ ଯଦି ଆପଣ ହାରି ଯିବେ ତାହେଲେ ଆଉଥରେ ପ୍ରୟାସ କରନ୍ତୁ। ତଥାପି ଯଦି ମନ ବୁଝୁ ନାହିଁ ତାହେଲେ ଗୋଟେ ଛୋଟ ପିଲାକୁ ଦେଖ ସେ କିଛି କହିପାରେ ନାହିଁ, କିନ୍ତୁ ନିଜ କୁନି କୁନି ପାଦରେ ଚାଲି ଥାଏ। ସେ ବାରମ୍ବାର ବାରମ୍ବାର ପଡି ଗଲା ପରେ ମଧ୍ୟ ସେ ପ୍ରୟାସ କରିଥାଏ। ତାପରେ ଧୀରେ ଧୀରେ ସେ ସହଜରେ ଚାଲିବା ଶିଖି ଯାଇଥାଏ। ତେଣୁ ଜୀବନରେ କେବେବି ଚେଷ୍ଟା କରିବା ଛାଡ ନାହିଁ ଏବଂ ଜୀବନରେ କେବେବି ହାରିବା ଶିଖ ନାହିଁ। ମଣିଷ କର୍ମ କରିବାରେ ଅବହେଳା କରିପାରେ କିନ୍ତୁ କର୍ମଫଳ ଭୋଗିବାରେ କିଛି କରିପାରିବ ନାହିଁ। କର୍ମକୁ ଡର ଭଗବାନଙ୍କୁ ନୁହେଁ, କାରଣ ଭଗବାନ ଆପଣଙ୍କୁ କ୍ଷମା କରିଦେବେ କିନ୍ତୁ କର୍ମ କେବେବି ଆପଣଙ୍କୁ କ୍ଷମା କରିବ ନାହିଁ। କ୍ରୋଧ ସବୁବେଳେ ମୂର୍ଖତାରୁ ଆରମ୍ଭ ହୋଇ ପଶ୍ଚାତାପରେ ଶେଷ ହୋଇଥାଏ।

Google

ଅର୍ଜୁନ ଥରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ ଆମକୁ କାହିଁକି ଜୀବନରେ ଖୁସି ମିଳି ନଥାଏ। ଶ୍ରୀକୃଷ୍ଣ ଗୋଟିଏ ସୁନ୍ଦର ଉତ୍ତର ଦେଇ କହିଲେ ଜୀବନରେ ଆମେ ଆବଶ୍ୟକତା ଠାରୁ ଅଧିକ ଚାହିଁ ଥାଆନ୍ତି। ସେଥିପାଇଁ ଆମକୁ ଜୀବନରେ କେବେ ଖୁସି ମିଳେ ନାହିଁ। ଜ୍ଞାନରେ ଯଦି କେବେ ଅହଙ୍କାର ବାହାରିଥାଏ, ତେବେ ସେହି ଜ୍ଞାନ ବିଷ ପରି ହୋଇଥାଏ। ଯଦି ଗ୍ୟନରୁ ନମ୍ରତା ବାହାରି ଥାଏ, ସେହି ଜ୍ଞାନ ଅମୃତ ଭଳି ହୋଇଥାଏ। ଇତିହାସ କୁହେ ଯେ କାଲି ସୁଖ ଥିଲା। ବିଜ୍ଞାନ କହୁଛି କାଲି ସୁଖ ହେବ। କିନ୍ତୁ ଧର୍ମ କୁହେ ଯେ ଯଦି ମନ ସଚ୍ଚୋଟ ରହେ ତାହେଲେ ସବୁବେଳେ ତମେ ସୁଖରେ ରହିବ। ଜୀବନରେ କେବେ କାହା ସହିତ ଛଳନା କର ନାହିଁ। କାରଣ ଛଳନା କଲେ ଆଜି ନହେଲେ କାଲି ଆପଣଙ୍କ ସହିତ ମଧ୍ୟ ଛଳନା ହେବ। ତେଣୁ ଜୀବନରେ କାହା ସହିତ ଧୋକା କରିବା ପୂର୍ବରୁ ଏହିକଥା ନିଶ୍ଚିତ ଚିନ୍ତା କରନ୍ତୁ। ହୃଦୟରେ ଗଢି ଉଠିଥିବା ସମ୍ପର୍କ କେବେ ହେଲେ ଭାଙ୍ଗି ନଥାଏ। ତେଣୁ ନିଜ ସମ୍ପର୍କ ଉପରେ ସନ୍ଦେହ କର ନାହିଁ। ଅର୍ଥ ଏବଂ ସ୍ବାର୍ଥ ମଣିଷକୁ କେବଳ ଅମଣିଷ କରି ଦେଇଥାଏ। ଏମାନଙ୍କ ପାଖରୁ ଦୂରେଇ ରୁହନ୍ତୁ।ଆପଣ ଯେତେ ଅଧିକ ଦାମିକା ଗାଡ଼ିରେ ଯାତ୍ରା କଲେ ମଧ୍ୟ ଜୀବନର ଶେଷ ଯାତ୍ରା ୬ ଖଣ୍ଡ ବାଉଁଶରୁ ହିଁ ହେବ। ସମସ୍ତଙ୍କ ଅସୁବିଧା ସମୟରେ ନିଶ୍ଚିତ ଛିଡ଼ା ହୁଅନ୍ତୁ। କାରଣ ଅସୁବିଧା କିଛି ସମୟ ମଧ୍ୟରେ ଚାଲିଯିବ କିନ୍ତୁ ସେହି ଲୋକ ଆପଣଙ୍କୁ ଜୀବନସାରା ମନେ ରଖିଥିବ।

ଜୀବନରେ ଗୋଟିଏ ନିୟମ ରଖ ସିଧା କୁହ, ସତ୍ୟ କୁହ, ମୁହଁ ଉପରେ କୁହ। ଯିଏ ନିଜର ହୋଇଥିବ ସେ ଭଲରେ ବୁଝିଯିବ। ଯିଏ ନାମକୁ ମାତ୍ର ହୋଇଥିବ, ସେ ଆପେ ଆପେ ଦୂରେଇ ଯିବ। ସୁଖର ଅନ୍ୟ ନାମ ଜୀବନ ନୁହେଁ। କଷ୍ଟକୁ ଜୟ କରିବାକୁ ଜୀବନ କୁହାଯାଏ। ସୁନ୍ଦରତା ଥାଉ କି ନଥାଉ ସରଳତା ରହିବା ଉଚିତ। ସମ୍ପର୍କ ଥାଉ କି ନଥାଉ ଭଲ ପାଇବା ଉଚିତ। ଦେଖା ହେଉକି ନହେଉ ତୁମ ସମ୍ପର୍କ ସହ , ପ୍ରେମ ସହ କଥା ହେବା ଉଚିତ। ଏହାହିଁ ସମ୍ପର୍କ ଏହାହିଁ ବାସ୍ତବରେ ଜୀବନ ଅଟେ। ନିଜର ଯତ୍ନ ନିଅ, ଅନ୍ୟମାନଙ୍କର ଯତ୍ନ ନିଅ। ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରି ଚାଲ। କିଏ ଜାଣିଛି ଆସନ୍ତା କାଲି କଣ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *