Excuse Me Odisha

ଯାହା କହିବୁ ସତ କହିବୁ

କନ୍ୟା ରାଶିର ମଇ ମାସର ମାସିକ ରାଶିଫଳ : ଜାଣନ୍ତୁ ଆପଣଙ୍କର ଏହି ମାସ କେମିତି କଟିବ

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ମଇ ମାସରେ କନ୍ୟା ରାଶି ଜାତ ଆବାଳ ବୃଦ୍ଧ ବନିତାଙ୍କର ମାନେ ଯେଉଁମାନନଙ୍କର ରାଶି ନକ୍ଷତ୍ର ବିଷୟରେ ଜ୍ଞାନ ନାହିଁ ବା ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଜନ୍ମ ତାରିଖ ଜନ୍ମ ସମୟ ଜନ୍ମ ତିଥି ଜାଣିଥିବେ ଅଥବା ଯେକୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ଯଦି ଆପଣଙ୍କର ଟ, ପା,ପି, ପୁ,ସ,ଣ,ଠ, ପେ,ପୋ ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୫ ତାରିଖ,୧୪ ତାରିଖ,୨୩ ତାରିଖରେ ଜନ୍ମ ହୋଇଥିବେ କିମ୍ବା ପଞ୍ଚମୀ,ଚତୁର୍ଦୋଷୀ ତିଥିରେ ଜନ୍ମ ହୋଇଥାଏ ତେବେ ସେମାନଙ୍କୁ ଜାଣିବାକୁ ହେବ ସେମାନଙ୍କର ହେଉଛି କନ୍ୟା ରାଶି। ଏବଂ ରାଶିର ନକ୍ଷତ୍ର ହେଉଛି ଉତ୍ତରା ଫାଲ୍ଗୁନି ହସ୍ତାଚିତ୍ରା। ରାଶିର ଶୁଭ ରଙ୍ଗ ହେଉଛି ଶାଗୁଆ ବା ଶୁଆ ରଙ୍ଗ। ରାଶିର ଶୁଭ ବାର ହେଉଛି ରବିବାର,ବୁଧବାର। ରାଶିର ଶୁଭ ଦେବତା ହେଉଛନ୍ତି ଶ୍ରୀ ଗଣେଶ। ରାଶିର ଶୁଭ ଦେବୀ ହେଉଛନ୍ତି ତ୍ରିପୁରା ସୁନ୍ଦରୀ। ବ୍ରତ ଉପବାସ ଯଦି କରୁଥାନ୍ତି ତାହେଲେ ବୁଧବାର ଦିନ ବ୍ରତ ଉପବାସ ପାଳନ କରନ୍ତୁ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୫। ଏବଂ ପ୍ରତ୍ୟକ ମାସର ବା ରାଶିର ଶୁଭ ତାରିଖ ହେଉଛି ୫,୧୪,୨୩। ପ୍ରତ୍ୟକ ମାସର ଏଇ ତାରିଖ ମାନଙ୍କରେ ଯଦି କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତି ତାହେଲେ ନିଶ୍ଚିତ ସହଜ ସରଳରେ କାର୍ଯ୍ୟ ପୂରଣ ହୋଇଯିବ।

Google

ତେବେ ରାଶିର ମିତ୍ର ରାଶି ମେଷ, ମିଥୁନ, ସିଂହ,ତୁଳା ରାଶିର ଶତ୍ରୁ ରାଶି ହେଉଛି କର୍କଟ। ଘାତ ବାର ହେଉଛି ଶନିବାର। ଘାତ ନକ୍ଷତ୍ର ହେଉଛି ସର୍ବଣା ନକ୍ଷତ୍ର। ଘାତ ତିଥି ଅଷ୍ଟମୀ। ଘାତ ଚନ୍ଦ୍ର ହେଉଛି ମିଥୁନ ଚନ୍ଦ୍ର। ତେଣୁ ଏହି ଘାତବାର, ତିଥି ନକ୍ଷତ୍ରରେ କୌଣସି କ୍ଷୟ ହେବା କିମ୍ବା ଦୁରଯାତ୍ରା କରିବା କିମ୍ବା ଗୃହାରମ୍ଭ କୌଣସି ହଣା କଟା କାର୍ଯ୍ୟ କରନ୍ତୁ ନାହିଁ। ତାନହେଲେ ଅନ୍ୟାନ୍ୟ କାର୍ଯ୍ୟରେ କିଛିଟା ଅସୁବିଧା ହେବ ନାହିଁ। ତେବେ ୨୦୨୧ ମସିହା ମଇ ମାସରେ ଏହି କନ୍ୟା ରାଶିର ଆବାଡ଼ ବୃଦ୍ଧ ବନିତା ମାନଙ୍କର ବା ମହିଳା ପୁରୁଷ ମାନଙ୍କର ବ୍ୟବସାୟ ଭଲ ମନ୍ଦ ଗତିରେ ଚାଲିବ। ଆମୋଦ ପ୍ରମୋଦ, ମୋନରଞ୍ଜନ, ନୃତ୍ୟ, ଗୀତ, କଳା ସଙ୍ଗୀତ, ଭୋଜିଭାତ, ମୋଉଜ ମଜଲିସ,ଆଡ଼ମ୍ବରରେ ଉତ୍ସାହ ବଢିବ। ସଂଚାଳକ,ଓକିଲ,ନ୍ୟାୟଧିସ,ପ୍ରଶାସନିକ ସେବା ଅଧିକାରୀ, ଜେଲର, ଶିକ୍ଷକ,ପ୍ରଶିକ୍ଷକ ବା ଚିକିତ୍ସକ ମାନଙ୍କର ମିତ୍ରଙ୍କ ଠାରୁ ସହଯୋଗ ପାଇ ପ୍ରବଳ ଉନ୍ନତି ହେବ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ଶତ୍ରୁମାନଙ୍କର ସହଯୋଗ ପାଇ ପ୍ରଶଂସିତ ହେବେ। ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ପାଇବ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ।ଖାଦ୍ୟ ସାମଗ୍ରୀ, ବିଦ୍ୟୁତ ସାମଗ୍ରୀ,ଧାତୁ,ବସ୍ତ୍ର, ଔଷଧ ଇତ୍ୟାଦି ଦ୍ରବ୍ୟ ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ପାଇବେ। ଅବିବାହିତ ଯୁବକ ଯୁବତୀ ମାନଙ୍କର ସହଜ ଓ ସରଳରେ ବିବାହ ପ୍ରସ୍ତାବ ମାନ ସ୍ଥିର ହୋଇଯାଇପାରେ। ସନ୍ତାନ ମାନେ ଯାନ ବାହନ ଆଦି କ୍ରୟ କରିବା ପାଇଁ ଜିଦ ଧରି ପାରନ୍ତି। ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ପ୍ରାପ୍ତି ହେବ। ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା,ମାଲି ମକର୍ଦମାରୁ ମଧ୍ୟ ସମାଧାନ ହୋଇଯିବ। ଆବଶ୍ୟକ ସମସ୍ତ ଜରୁରୀ କାର୍ଯ୍ୟ ସମସ୍ୟାର ସମାଧାନ କରିପାରିବେ। ପିଲାମାନଙ୍କ କାର୍ଯ୍ୟ ପ୍ରତି ଦୃଷ୍ଟି ରଖିବା ଉଚିତ। ଅନାବଶ୍ୟକ ଖର୍ଚ୍ଚ ବା ଭ୍ରମଣ ଯୋଗେ ବ୍ୟଥିତ ହୋଇପାରନ୍ତି। ବନ୍ଧୁ ବାଦ୍ଧବ ମାନଙ୍କ ସହ ସାବଧାନତା ପୂର୍ବକ ନଚଳିଲେ ବି-ପଦରେ ପଡିପାରନ୍ତି। ଆୟକୁ ଚାହିଁ ବ୍ୟୟ କଲେ ଲୋକ ହସା ହେବେ ନାହିଁ। ଅଶୁଭତ୍ୱ କିଛି ଭୋଗ ହେଉଥିବାରୁ ଏ ମାସରେ ଏ ଅଶୁଭତ୍ୱକୁ ଖଣ୍ଡନ କରିବା ପାଇଁ ପ୍ରତ୍ୟକ ଦିନ ବୁଲା କୁକୁରକୁ କିଛି କିଛି ଖାଇବାକୁ ଦିଅନ୍ତୁ। ଦେଖିବେ ଏ ମାସଟି ଭଲରେ ଭଲରେ ବ୍ୟତୀତ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *