Excuse Me Odisha

ଯାହା କହିବୁ ସତ କହିବୁ

ବୃଷ ରାଶିର ମଇ ମାସର ମାସିକ ରାଶିଫଳ : ଜାଣନ୍ତୁ ଆପଣଙ୍କର ଏହି ମାସ କେମିତି କଟିବ

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ମଇ ମାସରେ କଣ ରହିବ ଆପଣ ମାନଙ୍କର ରାଶି ଫଳ। କଣ କରିବେ ଅଶୁଭ ଗ୍ରହ ମାନଙ୍କର ପାଇଁ ପ୍ରତିକାର। ଆସନ୍ତୁ ଜାଣିବା। ତେବେ ବୃଷ ରାଶି ଜାତ ବ୍ୟକ୍ତିମାନେ ଯେଉଁ ମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି। ବା ଅବଗତ ନୁହଁନ୍ତି। ଯେଉଁ ମାନଙ୍କର ଜାତକ ନାହିଁ। ଯଦି ଜନ୍ମ ତାରିଖ ଜନ୍ମ ତିଥି ଜାଣିଥିବେ ଅଥବା ଆପଣଙ୍କ ନାମର ପ୍ରଥମ ଅକ୍ଷର ଇ,ଉ,ଏ, ଅ,ବା,ବି,ପୁ,ପେ,ପ ହୋଇଥାଏ ଯେଉଁମାନଙ୍କର ଯେକୌଣସି ମାସର ୬ ତାରିଖ, ୧୫ ତାରିଖ,୨୪ ତାରିଖରେ କିମ୍ବା ଚନ୍ଦ୍ରବାନ ମାସର ହିସାବରେ ଯଦି ଷଷ୍ଠୀ କିମ୍ବା ପୂର୍ଣ୍ଣିମା ଅମାବାସ୍ୟା ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ମୂଳାଙ୍କ ୬ ହେବା ସହ ସେମାନଙ୍କର ରାଶି ବୃଷ ରାଶି ହେବ।ରାଶିର ନକ୍ଷତ୍ର ହେଉଛି କୃତିକା ରୁହଣନୀ ମୁର୍ଗଶୀରା ରାଶି। ରାଶିର ଶୁଭ ରଙ୍ଗ ହେଉଛି ଧଳା, ରାଶିର ଶୁଭ ବାର ହେଉଛି ବୁଧବାର,ଶୁକ୍ରବାର ଓ ଶନିବାର। ରାଶିର ଶୁଭ ଦେବତା ହେଉଛନ୍ତି ଭଗବାନ ଶିବ, ବିଷ୍ଣୁ ଏବଂ ଭୈରବ। ରାଶିର ଶୁଭ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ,କମଳା,ସନ୍ତୋଷି ମାତା। ରାଶିର ଉପବାସ ବା ବ୍ରତ କରିବାର ବାର ହେଉଛି ସୋମବାର ଏବଂ ଶୁକ୍ରବାର। ରାଶିର ଅଙ୍କ ହିସାବରେ ବା ସଂଖ୍ୟା ହିସାବରେ ହେଉଛି ମୂଳାଙ୍କ ୬ ଏବଂ ୬ ମଧ୍ୟମା ଅଙ୍କ। ତେବେ ପ୍ରତ୍ୟକ ମାସର ୬ ତାରିଖ,୧୫ ତାରିଖ,୨୪ ତାରିଖ ମାନଙ୍କରେ ଶୁଭ କାର୍ଯ୍ୟ ଯଦି କରନ୍ତି ବହୁତ ଭଲ ଫଳ ମିଳିବ। ରାଶିର ମିତ୍ର ରାଶି ମକର ରାଶି, କୁମ୍ଭ ରାଶିର ଶତ୍ରୁ ରାଶି ହେଉଛନ୍ତି ସିଂହ ରାଶି, ଧନୁ ରାଶି, ମୀନ ରାଶି। ଘାତ ବାର ହେଉଛି ଶନିବାର। ଘାତ ନକ୍ଷତ୍ର ହେଉଛି ହସ୍ତା ନକ୍ଷତ୍ର। ଘାତ ତିଥି ହେଉଛି ଚତୁର୍ଥୀ ତିଥି। ଘାତ ଚନ୍ଦ୍ର କନ୍ୟା ଚନ୍ଦ୍ର।

Google

ତେବେ ମେ ମାସରେ ଏହି ମେ ମାସରେ ମହିଳା ଏବଂ ପୁରୁଷମାନେ ଧର୍ମାନୁଷ୍ଠାନ, ଯଜ୍ଞାନୁଷ୍ଠାନ,ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ବିଶେଷ ଅନୁକୂଳ ଥିବାରୁ ଉଚ୍ଚ ଶିକ୍ଷା ପାଇବାର ସୁବିଧା ସୁଯୋଗ ପାଇବେ। ରାଜନୀତି,ବିଜ୍ଞାନ, ବୈଷୟିକ ବିଦ୍ୟା ,ଜ୍ୟୋତିଷ ଦର୍ଶନ, ଅଧ୍ୟାପକ, ଓକିଲ,ପୋଲିସ, ଚିକିସ୍ୟକ ମାନଙ୍କର ବିଶେଷ ଉନ୍ନତି ହେବ। ଅଧା ହୋଇଥିବା କାର୍ଯ୍ୟ ସହଜରେ ପୂରଣ କରିପାରିବେ। ନେଇଥିବା ଲୋକ ବା ଦଉନଥିବା ଲୋକ କିମ୍ବା ଯାହାକୁ ସାହାର୍ଯ୍ୟ କରିଥିବେ ସେମାନଙ୍କ ଠାରୁ କଳେ ବଳେ କୌଶଳେ ସମସ୍ତ ଅର୍ଥ ପ୍ରାପ୍ତି ହୋଇଯିବ। ସରକାରୀ କର୍ମ କ୍ଷେତ୍ରରେ ଉନ୍ନତି କରିବା ସହଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ।ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳତା ଲାଭ କରିବେ। ଦୀର୍ଘ ଦିନ ଧରି ଅଧା ହୋଇପଡିଥିବା କାର୍ଯ୍ୟମାନ ଧୀରେ ଧୀରେ ପୁର୍ଣ ହୋଇଯିବ। ନଷ୍ଟ ହୋଇଥିବା ପ୍ରତିଷ୍ଠା,ପ୍ରତିପତି ପୂନର୍ବାର ଫେରି ପାଇ ସମ୍ମାନୀତ ହେବେ। ଆୟର ଯଥେଷ୍ଟ ଅର୍ଥ ସାମାଜିକ ଓ ଶୁଭ କାର୍ଯ୍ୟରେ ଖର୍ଚ୍ଚ କରିପାରିବେ। ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହର ପ୍ରସ୍ତାବମାନ ସ୍ଥିର ହୋଇଯାଇପାରେ। ପ୍ରତିକାର: ଯଦି ଶୁକ୍ରବାର ଦିନ ସମ୍ଭବ ହେଉଛି ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ। ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ ପ୍ରତ୍ୟକ ଦିନ। ତାହେଲେ ଦେଖିବେ ମାସଟି ବହୁତ ଭଲରେ ଭଲରେ କଟିଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *