Excuse Me Odisha

ଯାହା କହିବୁ ସତ କହିବୁ

ଯେମିତିବି ହେଉ ଅକ୍ଷୟ ତୃତୀୟା ଦିନ ଘରକୁ ଆଣନ୍ତୁ ଏହି ଜିନିଷ ଘରେ ଧନ ଧାନ୍ୟରେ ଭରିଯିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁସାରେ ବୈଶାଖ ମାସର ଶୁକ୍ଳ ପକ୍ଷର ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କହିଥାନ୍ତି। ଏହି ତିଥି ବା ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ଦାନ କର୍ମକୁ ବହୁତ ପୁଣ୍ୟ କର୍ମ ବୋଲି କୁହାଯାଇଥାଏ। ଏହି ଦିନ କୌଣସି ବି କାର୍ଯ୍ୟର ଆରମ୍ଭ ବା ଅନୁକୂଳ ପାଇଁ ଶ୍ରେଷ୍ଠ ହୋଇଥାଏ।ଏହି ଅକ୍ଷୟ ତୃତୀୟା ଦିନ ସର୍ବାଥ ସିଦ୍ଧି ଯୋଗ କାରକ ବୋଲି ମାନାଯାଏ। ଏହିଦିନର ପ୍ରତ୍ୟକ ମୁହୂର୍ତ୍ତ ଅର୍ଥାତ ଏହିପରି ମୁହୂର୍ତ୍ତରେ ଯେକୌଣସି ଶୁଭ କାର୍ଯ୍ୟରେ ଆରମ୍ଭ ବା ଅନୁକୂଳ କଲେ ଏହା ବହୁତ ଶୁଭଫଳ ଦେଇଥାଏ। ଅକ୍ଷୟ ଅର୍ଥାତ ଯାହାରକି କ୍ଷୟ ହୁଏ ନାହିଁ। ବା ତାହା କେବେବି ସରେ ନାହିଁ। ଅନନ୍ତ ଫଳ ଦାୟକ ହୋଇଥାଏ। ତୃତୀୟା ଅର୍ଥାତ ମାସର ତୃତୀୟ ତିଥି ଅଟେ। ଏଣୁ ଏହାର ନାମ ଅକ୍ଷୟ ତୃତୀୟା ରହିଅଛି। ଏହିଦିନ ନୂଆ ଗାଡି କିଣିବା, ଗୃହ ପ୍ରବେଶ କରିବା, ଘର ଅନୁକୂଳ କରିବା,ସୁନା ରୁପା କିଣିବା ବିବାହ ଶ୍ରାଦ୍ଧ କାର୍ଯ୍ୟ କରିବା, ସ୍ନାନ ବା ବୁଡ଼ ପକାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ମାନ୍ୟତା ଅଛି କି ଏହି ଦିନ ଶ୍ରୀହରି ବିଷ୍ଣୁଙ୍କର ଷଷ୍ଠ ଅବତାର ଭଗବାନ ପର୍ଶୁରାମଙ୍କର ଜନ୍ମ ହୋଇଥିଲା। ଏହା ସହିତ ଏହି ଦିନ ମାତା ଗଙ୍ଗା ଧରିତ୍ରୀରେ ପଦାର୍ପଣ କରିଥିଲେ। ଏବଂ ସତ୍ୟ ଯୁଗ ତ୍ରେତୟା ଯୁଗ ଓ ଦ୍ଵାପର ଯୁଗର ଆରମ୍ଭ ଏହି ଦିନ ହୋଇଥିଲା। ଏହି ଦିନ ଶ୍ରୀହରି ବିଷ୍ଣୁଙ୍କର ପୂଜା କଲେ କୌଣସିବି ନକାରାତ୍ମକ ଶକ୍ତି କିଛି କ୍ଷତି କରିପାରେ ନାହିଁ। ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧିର ପ୍ରାପ୍ତି ହୋଇଥାଏ। ଏହି ଶୁଭ ଦିନଟି ପ୍ରାଣୀ ବା ଜୀବଜନ୍ତୁଙ୍କର ସେବା କରିବା, ଭୋଜନ ଦେବା ଏବଂ ବସ୍ତ୍ର ଦାନ କରିବାରେ ଅକ୍ଷୟ ପୁଣ୍ୟଫଳ ମିଳିଥାଏ। ଏହି ପୁଣ୍ୟଫଳ ଅନନ୍ତ ଯୁଗ ପର୍ଯ୍ୟନ୍ତ ସାଥିରେ ରହିଥାଏ। ଏହି ଦିନ ବଦ୍ରୀନାଥଙ୍କର ଦ୍ୱାର ଖୋଲିଥାଏ ଏବଂ ବୃନ୍ଦାବନରେ ବାଙ୍କ ବିହାରୀଙ୍କର ପାଦ ଦର୍ଶନର ସୁଯୋଗ ଗୋଟିଏ ଦିନ ପାଇଁ ରଖା ଯାଇଥାଏ। ହିନ୍ଦୁ ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛିକି ଏହି ଦିନ ଯେକୌଣସିବି କାର୍ଯ୍ୟ କରିଥାନ୍ତି ତାହା ଅନେକ ଗୁଣର ଫଳ ମିଳିଥାଏ। ଏହି ଅକ୍ଷୟ ତୃତୀୟାର ପର୍ବକୁ ଆମର ଓଡ଼ିଶାରେ ମଧ୍ୟ ଅତି ଆନନ୍ଦ ସହକାରେ ପାଳନ କରାଯାଇଥାଏ। ଏହି ଶ୍ରୀ ଜଗନ୍ନାଥଙ୍କର ରଥ କାଟ ଅନୁକୂଳ ହୋଇଥାଏ ଓ ଚାଷୀ ଭାଇମାନେ କ୍ଷତରେ ପୂଜାପାଠ କରି ଭୋଗ ଲଗାଇ ହାତରେ ଶସ୍ୟ ମୁଠା ଧରି ବୁଣି ଥାଏ। ତେଣୁ ଏହାର ନାମ ଆଖିମୁଠି ବୋଲି ରହିଅଛି। ଏଣୁ ଏହିଦିନ ଓଡ଼ିଶାର ପୁରପଲ୍ଲୀରେ ଚାଷୀ ମାନଙ୍କ ଘରେ କ୍ଷୀରି ପୁରୀ ପିଠା ପଣାରେ ପର୍ବକୁ ଅତି ଆନନ୍ଦର ସହକାରେ ପାଳନ କରିଥାନ୍ତି। ଏହି ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓ ଜୀବନରେ ଉନ୍ନତି ଧନ ବୈଭବର ପ୍ରାପ୍ତି ପାଇଁ କିଛି କାର୍ଯ୍ୟ କରାଯାଇଥାଏ। ଯାହାକୁ କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ପାଇବା ସହିତ ଅକ୍ଷୟ ଧନର ପ୍ରାପ୍ତି ହୋଇଥାଏ। ଯାହା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦରିଦ୍ରତା ଦୂର ହୋଇ ସୁଖ ଶାନ୍ତିପୂର୍ଣ ଜୀବନ ବିତାଇବାର ସୁଯୋଗ ମିଳିଥାଏ। ଏବଂ ଅଟକି ରହିଥିବା ସବୁ କାର୍ଯ୍ୟ ପୁଣିଥରେ ଚାଲିବାକୁ ଲାଗିଥାଏ। ଅଟକି ରହିଥିବା ଟଙ୍କା ପଇସା ବା ଧନ ମିଳିବାକୁ ଲାଗିଥାଏ। ମଣିଷର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ। ଏହି ଅକ୍ଷୟ ତୃତୀୟା ଦିନ ଅକ୍ଷୟ ପୁଣ୍ୟର ପ୍ରାପ୍ତି ପାଇଁ ଗରିବ ଲୋକଙ୍କୁ ଅଟା,ଗହମ, କ୍ଷୀର,କ୍ଷୀରି ଅବା ଖାଦ୍ୟବସ୍ତ୍ର ଦାନ କଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହେବା ସହ ମା ଲକ୍ଷ୍ମୀଙ୍କର ମଧ୍ୟ କୃପା ପ୍ରାପ୍ତି ହୋଇଥାଏ। ଏହା ଛଡା ଏହି ଦିନ ଯଦି କିଛି ଜିନିଷ ଘରକୁ ଆଣନ୍ତି ତେବେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିନେବା ଏହି ଦିନ କେଉଁ ସବୁ ଜିନିଷ ଘରକୁ ଆଣି ମା ଲକ୍ଷ୍ମୀଙ୍କୁ ଖୁସି ପାରିବେ।

Google

ମା ଲକ୍ଷ୍ମୀଙ୍କର ପାଦୁକା:-

ଅକ୍ଷୟ ତୃତୀୟା ଦିନ ସୁନାର କିମ୍ବା ରୂପାର ମା ଲକ୍ଷ୍ମୀଙ୍କର ପାଦୁକା ଘରକୁ ଆଣିବାର ନିୟମ ରହିଛି। ଏଣୁ ଏହି ଦିନ ସୁନାର କିମ୍ବା ରୂପାର ମା ଲକ୍ଷ୍ମୀଙ୍କର ପାଦୁକା ଘରକୁ ନିଶ୍ଚୟ ଆଣନ୍ତୁ।

କଉଡ଼ି:-

ମା ଲକ୍ଷ୍ମୀଙ୍କର କଉଡ଼ି ଅତି ପ୍ରିୟ ହୋଇଥାଏ। ତେଣୁ ଏହି ଦିନ ଘରକୁ କିଛି କଉଡ଼ି ଆଣି ହଳଦୀ ଓ କେଶରରେ ଗୋଳାଇ ପୂଜା ସ୍ଥାନରେ ରଖି ନିୟମିତ ପୂଜା ଅବଶ୍ୟ କରନ୍ତୁ।

ନଡିଆ:-

ଏକ ଆଖିଆ ନଡ଼ିଆ ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହା ଅତ୍ୟନ୍ତ ସହାୟକ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ଏହାକୁ ଘରେ ପୂଜା ସ୍ଥାନରେ ଅବଶ୍ୟ ସ୍ଥାପନ କରନ୍ତୁ।ଏବଂ ବିଧି ବିଧାନରେ ନିୟମିତ ପୂଜା କରନ୍ତୁ।

Google

ମା ଲକ୍ଷ୍ମୀଙ୍କର ପ୍ରତିମା ବା ଫୋଟ:-

ଏହି ଦିନ ମା ଲକ୍ଷ୍ମୀଙ୍କର ପ୍ରତିମା ବା ଫୋଟ ଘରକୁ ଆଣି ବିଧି ବିଧାନର ସହକାରେ ନିୟମିତ ପୂଜା କରନ୍ତୁ।

ଧାତୁ ନିର୍ମିତ କଇଁଛ:-

ମା ଲକ୍ଷ୍ମୀଙ୍କର ବିଭିନ୍ନ ବାହାନ ମଧ୍ୟରୁ ଗୋଟିଏ ହେଉଛି କଇଁଛ। ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନ ଘରକୁ ଧାତୁର ନିର୍ମିତ କଇଁଛ ଅବଶ୍ୟ ଆଣନ୍ତୁ।

ଲକ୍ଷ୍ମୀ ଯନ୍ତ୍ର:-

ଧନ ଯୋଗ ର ବୃଦ୍ଧି ପାଇଁ ବା ଧନ ପ୍ରାପ୍ତି ପାଇଁ ଏହି ଲକ୍ଷ୍ମୀ ଯନ୍ତ୍ରକୁ ଘରକୁ ଅବଶ୍ୟ ଆଣନ୍ତୁ। ଏବଂ ଏହାକୁ ନିୟମିତ ବିଧି ବିଧାନରେ ପୂଜା କରନ୍ତୁ

Google

ଲକ୍ଷ୍ମୀନାରାୟଣଙ୍କର ପ୍ରତିମା, ମୂର୍ତି ବା ଫୋଟ:-

ଏହି ଦିନ ଲକ୍ଷ୍ମୀନାରାୟଣଙ୍କର ପ୍ରତିମା ବା ମୂର୍ତି ବା ଫୋଟ ଅବଶ୍ୟ ଆଣନ୍ତୁ। ଏବଂ ଏହାକୁ ଘରେ ସ୍ଥାପନା କରନ୍ତୁ। ଏବଂ ନିୟମିତ ପୂଜା କରନ୍ତୁ।

ଶଙ୍ଖ:-

ଏହି ଦକ୍ଷିଣାବର୍ତୀ ଶଙ୍ଖ ଅତ୍ୟନ୍ତ ଧନ ଦାୟକ ବୋଲି ମାନ୍ୟତା ରହିଛି। ଏହି ଦିନ ଏହାକୁ ଘରକୁ ଆଣି ପୂଜା ଘରେ ସ୍ଥାପନା କରନ୍ତୁ। ଏହିସବୁ ଜିନିଷ ଆଣିବାର ସକ୍ଷମ ନହେଲେ ଏହିଦିନ କିଛି ଗହମକୁ ଘରକୁ ଅବଶ୍ୟ ଆଣନ୍ତୁ ଏବଂ ସେହି ଗହମରୁ ଏକମୁଠି ଗହମକୁ ଆପଣ ଧନ ବା ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଅବା ଠାକୁର ଘରେ ପୂଜା କରୁଥିବା ସ୍ଥାନରେ ରଖି ଦିଅନ୍ତୁ।

ବନ୍ଧୁଗଣ ଏହିସବୁ ଜିନିଷକୁ ଘରକୁ ଆଣିବା ଦ୍ୱାରା ଓ ନିୟମିତ ଭାବରେ ବିଧି ବିଧାନରେ ପୂଜା କରିବା ଦ୍ୱାରା ଘରେ ସ୍ଥିର ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଘର ଧନ ଧାନ୍ୟରେ ସର୍ବଦା ପୁରୀ ରହିଥାଏ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *