Excuse Me Odisha

ଯାହା କହିବୁ ସତ କହିବୁ

କର୍କଟ ରାଶିର ମଇ ମାସର ମାସିକ ରାଶିଫଳ : ଜାଣନ୍ତୁ ଆପଣଙ୍କର ଏହି ମାସ କେମିତି କଟିବ

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ମଇ ମାସ କର୍କଟ ରାଶିର ବ୍ୟକ୍ତି ଆବାଳ ବୃଦ୍ଧବନିତା ଯେଉଁମାନଙ୍କର ଜାତକ ନାହିଁ। ଯଦି ଆପଣ ନିଜ ଜନ୍ମ ତାରିଖ ବା ତିଥି ଜାଣିଥିବେ। ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ହେ, ହୁ, ହି, ହୋ, ଡା, ଡି, ଡୂ, ଡେ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୨, ୧୧,୨୦,୨୯ ତାରିଖରେ ଜନ୍ମ ହୋଇଥାଆନ୍ତି କିମ୍ବା କୌଣସି ଏକାଦଶୀ ତିଥିରେ ଜନ୍ମ ହୋଇଥାନ୍ତି ତାହେଲେ ସେମାନଙ୍କର କର୍କଟ ରାଶି ହିଁ ହେବ । କର୍କଟ ରାଶିର ନକ୍ଷତ୍ର ହେଉଛନ୍ତି ପୁନର୍ପଶୁ, ପୁଷ୍ୟା, ଅଶ୍ଳେଷା। ରାଶିର ଶୁଭ ରଙ୍ଗ ଧଳା ବା କ୍ରିମ। ରାଶିର ଶୁଭ ବାର ସୋମବାର । ରାଶିର ଶୁଭ ଦେବୀ ହେଉଛନ୍ତି ଭୁବନେଶ୍ଵରୀ। ରାଶିର ଲୋକଙ୍କ ପାଇଁ ସୋମବାର ବ୍ରତ ଉପବାସ କରିବା ପାଇଁ ଶୁଭ ଅଟେ। ରାଶିର ଶୁଭ ଅଙ୍କ ହେଉଛି ୨। ଯେଉଁଟା ଚନ୍ଦ୍ରଙ୍କ ସଂଖ୍ୟା। ରାଶିର ତାରିଖ ହେଉଛି ପ୍ରତ୍ୟେକ ମାସରେ ୨,୧୧,୨୦,୨୯ ତାରିଖ ଅତ୍ୟନ୍ତ ଶୁଭ ଅଟେ। ରାଶିର ମିତ୍ର ରାଶି ସମସ୍ତ ରାଶି । ରାଶିର ଶତ୍ରୁ କେହି ନାହାନ୍ତି। ଘାତବାର ହେଉଛି ବୁଧବାର। ନକ୍ଷତ୍ର ହେଉଛି ଅନୁରାଧା ନକ୍ଷତ୍ର। ତିଥି ହେଉଛି ଷଷ୍ଠୀ ତିଥି। ଘାତ ଚନ୍ଦ୍ର ହେଉଛି ସିଂହ ଚନ୍ଦ୍ର।

ସିଂହ ରାଶିର ଚନ୍ଦ୍ର ରହିଥିବା ବେଳେ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଦୂର ଯାତ୍ରା କରନ୍ତୁ ନାହିଁ। ଯାନବାହାନ କିଣାକିଣି କରନ୍ତୁ ନାହିଁ। ତାହେଲେ ନିଶ୍ଚିତ ରୂପରେ ଶୁଭ ଫଳ ପ୍ରାପ୍ତ ହେବ। କର୍କଟ ରାଶିର ଲୋକ ଯେଉଁମାନଙ୍କର ଏହି ସ୍ଥିତିରେ ଜନ୍ମ ହୋଇଛି , ସେମାନଙ୍କୁ ଜାଣିବାକୁ ପଡ଼ିବ ବା କର୍କଟ ରାଶିର ମହିଳା ବା ପୁରୁଷ ମାନଙ୍କର ଏହି ମେ ମାସରେ ଶାରୀରିକ ରୂପରେ ସୁସ୍ଥ ରହିବା ସହିତ ମାନସିକ ସ୍ଥିରତା ଦେଖା ଦେବ। ଦୀର୍ଘଦିନ ଧରି ଚିନ୍ତା କରୁଥିବା କାର୍ଯ୍ୟ ସମ୍ପନ୍ନ ହେବ। ଅଚାନକ ଧନ ପ୍ରାପ୍ତି ହେବା ସହିତ ଆର୍ଥିକ ରୂପରେ ସୁଦୃଢ ରହିବେ। ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ମାନସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟୀ ମାନେ ବିଶେଷ ରୂପରେ ଲାଭବାନ ହେବା ସହିତ ଭାଗ୍ୟର ପରିବର୍ତ୍ତନ ହେବା ଭଳି ଉନ୍ନତି ପଥରେ ଅଗ୍ରସର ହେବେ। ଶୁଭ ସମାଚାର ପାଇଁ ପ୍ରସନ୍ନ ରହିବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରଶଂସା ପାଇବେ। କ୍ରୀଡା ପ୍ରତିଯୋଗିତାରେ ସଫଳତା ପାଇବେ। ବନ୍ଧୁଙ୍କ ଠାରୁ ସହଯୋଗ ପାଇ ଅଚାନକ ଧନଲାଭ ହୋଇପାରେ। ଜମିବାଡ଼ି, ବାହନ ଆଦି କ୍ରୟ କରିବାର ଅବସର ମିଳିବ। ଅନେକ ସମସ୍ୟାକୁ ଆପଣ ଦୂର କରି ପାରିବେ।

Google

ଅବିବାହିତ ଯୁବକ ଯୁବତୀ ମାନଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ଶିକ୍ଷକ, ଅଭିନେତା ମାନଙ୍କର ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହେବ। ନିଜର ପ୍ରଚେଷ୍ଟାରେ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଯେକୌଣସି କାର୍ଯ୍ୟରେ ହାତ ଲଗାଇବା ଦ୍ଵାରା ଆପଣଙ୍କୁ ସଫଳତା ମିଳିବ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। କର୍ମ କ୍ଷେତ୍ରରେ ଆପଣଙ୍କୁ ଉତ୍ତମ ଅବସର ମିଳିବ। ଅନେକ ପ୍ରକାର ପରିବର୍ତ୍ତନ ଆସିପାରେ। ରାଜନୈତିକ କ୍ଷେତ୍ରରେ ଲୋକଙ୍କ ଠାରୁ ସମର୍ଥନ ମିଳିବ। ଦଳର ମୁଖ୍ୟଙ୍କ ପ୍ରିୟ ପାତ୍ର ହେବେ। ସମସ୍ତ ପ୍ରକାରର ଆଶା ଏବଂ ଅଭିଳାଷା ପୂରଣ କରିବାକୁ ପ୍ରୟାସ କରିବେ। ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ।ପ୍ରତ୍ୟେକଦିନ ଚନ୍ଦନ ନିଜ ମସ୍ତକରେ ଧାରଣ କରନ୍ତୁ। ଦେଖିବେ ଆପଣଙ୍କ ପାଇଁ ସବୁକିଛି ଅନୁକୂଳ ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *