Excuse Me Odisha

ଯାହା କହିବୁ ସତ କହିବୁ

ମେଷ ରାଶିର ମଇ ମାସର ମାସିକ ରାଶିଫଳ, ଜାଣନ୍ତୁ କେମିତି କଟିବ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ମେଷ ରାଶିର ଲୋକଙ୍କ ପାଇଁ ଏହି ମେ ମାସ ୨୦୨୧ କିପରି ରହିବ। ପାରିବାରିକ, ଦାମ୍ପତ୍ୟ ଜୀବନ, ସ୍ବାସ୍ଥ୍ୟ, ଶିକ୍ଷା, ସନ୍ତାନ ସମ୍ପର୍କରେ ଆଜି ଆମେ ଜାଣିବା ଗ୍ରହ ମାନଙ୍କର ଗୋଚର ଆପଣଙ୍କୁ କେଉଁ ଶୁଭ ଫଳ ପ୍ରଦାନ କରିବ। ଆଉକିଛି ଗ୍ରହ ଆପଣଙ୍କ ଠାରୁ ସବୁକିଛି ଛଡେଇ ନେଇ ପାରନ୍ତି। ବୃହସ୍ପତି ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଚଳିତ ମାସରେ ଅନେକ ପରିବର୍ତ୍ତନ ଆଣିବ। ଅର୍ଥାତ ଚଳିତ ମାସରେ ଆପଣ ଯେପରି କର୍ମ କରିବେ, ସେହିଭଳି ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତା ବିକାଶ ପାଇବ। ବ୍ୟବସାୟୀ ମାନେ ଚଳିତ ମାସରେ ଭଲ ବ୍ୟବସାୟ କରିବେ। ବିଭିନ୍ନ ସୂତ୍ରରେ ଆପଣଙ୍କୁ ଅର୍ଥ ପ୍ରାପ୍ତ ହେବ। ସରକାରୀ କ୍ଷେତ୍ରରେ ଆପଣଙ୍କୁ ଅନେକ ଲାଭ ମିଳିବ।

ମେ ମାସରେ ଶିକ୍ଷାର୍ଥୀ ଯଦି କର୍ମ ଖୋଜୁଛନ୍ତି ତାହେଲେ ସେମାନଙ୍କୁ ମାସର ଦିତୀୟାର୍ଧରେ ଅର୍ଥାତ ମେ ୧୫ ତାରିଖ ପରେ ଆପଣ କର୍ମ ସଂସ୍ଥାନ ପାଇଁ ପ୍ରୟାସ ଜାରି ରଖନ୍ତୁ, ନିଶ୍ଚିତ ଭାବରେ ମାସର ଦିତୀୟାର୍ଦ୍ଧରେ ଆପଣଙ୍କୁ କର୍ମ ନିଯୁକ୍ତି ପାଇଁ ଅବସର ଆସିବ ଏବଂ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରି ପାରିବେ। ପାରିବାରିକ କ୍ଷେତ୍ରକୁ ଦେଖିବାକୁ ଗଲେ ମାସର ଶେଷାର୍ଦ୍ଧରେ ମହିଳା ସଦସ୍ୟଙ୍କୁ ନେଇ ଘରେ ବି-ବା-ଦ ହୋଇପାରେ। ପରିବାରରେ ଆପଣଙ୍କର ଅଶାନ୍ତି ଉତ୍ପନ୍ନ ହୋଇପାରେ। ଆପଣମାନେ ଏହି ମେ ମାସରେ ଏହି ପାରିବାରିକ ଜୀବନକୁ ଠିକ୍ ରଖନ୍ତୁ। ପାରିବାରିକ ଶାନ୍ତି ବଜାୟ ରଖନ୍ତୁ। ଆପଣ କର୍ମକ୍ଷେତ୍ରରେ ଅଧିକ ନିୟୋଜିତ ହୋଇ ଘରର ଆବଶ୍ୟକତା ପୂରଣ କରି ପାରନ୍ତି। ପ୍ରେମ ଏବଂ ଦାମ୍ପତ୍ୟ ଜୀବନ ଏହି ମାସ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ପରିବାର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇପାରେ। ବାଦବି-ବାଦ ଉତ୍ପନ୍ନ ହୋଇପାରେ। ଟିକେ ଟିକେ କଥାରେ ମତଭେଦ ସୃଷ୍ଟି ହୋଇପାରେ। କିଛି କିଛି କଥା ଆପଣଙ୍କୁ ବ୍ୟଥିତ କରି ପାରେ। ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଦାମ୍ପତ୍ୟ ଜୀବନରେ ଆପଣ ନିଜର କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ ଆପଣଙ୍କ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେଇପାରେ। ଆର୍ଥିକ ସ୍ଥିତିକୁ ଦେଖିବାକୁ ଗଲେ ବ୍ୟବସାୟ ବାଣିଜ୍ୟରେ ଆପଣ ଏହି ମାସରେ ଅଧିକ ସଫଳତା ପାଇବା ସହିତ ଉନ୍ନତି କରିବେ । ଆପଣଙ୍କର ମାସର ଦିତୀୟାର୍ଦ୍ଧରେ ଅର୍ଥାତ ମେ ୧୫ ଠାରୁ ଆପଣଙ୍କର ଖର୍ଚ୍ଚର ପରିମାଣ ବଢିପାରେ। ଯଦି ଆପଣ ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ।

Google

ଶାରୀରିକ ବିଷୟକୁ ନେଇ କହିବାକୁ ଗଲେ ଆପଣଙ୍କର ମାସର ଶେଷାର୍ଦ୍ଧରେ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ରୋଗ ପ୍ରତିରୋଧକ ଶକ୍ତି କମି ଯାଇପାରେ। ଡାକ୍ତରଙ୍କ ପରାମର୍ଶ ଆପଣ ସର୍ବଦା ନିଅନ୍ତୁ। ଏହାସହିତ ଆପଣ ଯୋଗ ବ୍ୟାୟାମ କରନ୍ତୁ। କିଛି ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ପ୍ରତିକାର ବିଷୟରେ। ଯାହାଦ୍ଵାରା ଗ୍ରହ ମାନଙ୍କର ଯେତେ ନକାରାତ୍ମକ ପ୍ରଭାବ ରହୁଛି ଚଳିତ ମାସରେ ତାହା ଦୂର ହୋଇ ପାରିବ। ଆପଣ ମଙ୍ଗଳବାର ଦିନ ନିୟମିତ ଭାବରେ ହନୁମାନ ଚାଳିଶା ପାଠ କରନ୍ତୁ। ଏହାସହିତ ବୁଧବାର ଦିନ ନିୟମିତ ଭାବରେ ଗାଈକୁ ଚାରା ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଗ୍ରହ ମାନଙ୍କର ଆପଣଙ୍କ ଉପରେ ରହିଥିବା ନକାରାତ୍ମକ ପ୍ରଭାବ ଦୂର ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *