Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ଏହି ଦୁଇଟି କଥା ସବୁବେଳେ ମନେ ରଖନ୍ତୁ , ଶାନ୍ତିରେ ରହିବେ

ସେୟାର୍ କରନ୍ତୁ

ବନ୍ଧୁଗଣ ଏହି କଥାକୁ ସବୁବେଳେ ମନେ ରଖିବେ ଯେଉଁମାନେ ଛଳକପଟ କରିଥାନ୍ତି ବିଶ୍ୱାସଘାତକତା କରିଥାନ୍ତି ସେମାନଙ୍କ ମନ ହୃଦୟ ଅନ୍ତ କରଣ ଅଧିକ ନିମ୍ନଗାମୀ ହୋଇଥାଏ। ଅଧିକ ନୀଚ ହୋଇଥାଏ। ସେମାନେ ଦିନେନା ଦିନେ ସେମାନଙ୍କ କାର୍ଯ୍ୟରେ ଅସଫଳ ଅବଶ୍ୟ ହୋଇଥାନ୍ତି। ଯଦି ଧୋକାବାଜି ଦ୍ୱାରା ମଣିଷ ଉଚ୍ଚ ହୋଇପାରୁଥାନ୍ତା ତେବେ ସବୁ ନିଷ୍ଠୁର କପଟୀ ମାନେ ଉପରକୁ ଉଠି ଯାଉଥାନ୍ତେ। ଅନ୍ୟକୁ ଜଣେ କପଟୀ କେତେଦିନ ଠକିବ କେତେଥର ଠକିବ ସେ ଦିନେ ନିଜେ ଠକାମୀରେ ପଡିଯିବ। ଯଦି ଆପଣ କାହାକୁ ଧୋକା ଦେବାରେ ସଫଳ ହୋଇଗଲ ତାହେଲେ ଭାବନ୍ତୁନି ଯେ ସେ ବୋକା ଥିଲା। ଏହାର ଅର୍ଥ ହେଲା ସେ ଆପଣଙ୍କୁ ବହୁତ ବିଶ୍ୱାସ କରୁଥିଲା। ଯଦି କେବେ ଆପଣଙ୍କ ଜୀବନରେ ଦୁଃଖ ଆସେ ଏ କଥାକୁ ସବୁବେଳେ ମନେରଖନ୍ତୁ ଜଣେ ପିଲା ତା ଭାଇକୁ କହିଲା ବାପା ଆଜି ତୁମକୁ ପିଟିବେ। ଭାଇ କହିଲା ପିଟିବେ ତ ପିଟିବେ। ମୋ ଭଲ ପାଇଁ ତ ପିଟିବେ ନାଁ। ତତେ ସେଥିରୁ କଣ ମିଳିବ। ଠିକ ସେହିପରି ଆପଣଙ୍କର ମନ କହିଲା ଯେ ଆପଣଙ୍କ ଉପରକୁ ଅମୁକ ବିପଦ ଆସୁଛି ଭବିଷ୍ୟତରେ ବହୁତ ଦୁଃଖ ଦେବ। ଯଦି ଭୟ ଆସେ ତେବେ ନିଶ୍ଚିତ ହୁଅ ଯେ ପରମାତ୍ମା ଦୁଃଖ କ୍ଳେଶ କିଛି ଦେଲେ ତ ଆମର ଭଲ ପାଇଁ ଦେବେ। ଯଦି ଆମେ ବାପାଙ୍କ କଥା ମାନୁଥାଉ ତାଙ୍କର ଇଛା ମୁତାବକ କରୁଥାଉ ତେବେ ବାପା କଣ ପାଗଳ ଯେ ଆମକୁ ପିଟିବେ। ସେହିପରି ସୃଷ୍ଟିକର୍ତା କଣ ପାଗଳ ଯେ ଆମକୁ ଦୁଃଖ ଦେବେ। ଆମେ ଭୁଲ ବାଟରେ ଗଲେ ଆମକୁ ଦୁଃଖ ଦେବେ। ଭୁଲ ବାଟରେ ଯାଉଥିଲେ ଠିକ ବାଟକୁ ଆଣିବା ପାଇଁ ଆମକୁ ଦୁଃଖ ଦେବେ। ଦୁଃଖ ଆସିଲେ ସିନା ଜଗତନିୟତା ଆମକୁ ମିଳିବ। ପରମାତ୍ମା ସମସ୍ତଙ୍କର ପରମ ମିତ୍ର ଅଟନ୍ତି। ସେ ଦୁଃଖ ଦେଉଛନ୍ତି ତ ଆମର ହିତ ପାଇଁ। ସେ ସୁଖ ଦେଉଛନ୍ତି ତ ଆମର ହିତ ପାଇଁ। ଭବିଷ୍ୟତର ଦୁଃଖର କଳ୍ପନା କଲେ ଡରିଯିବା, ଚିନ୍ତିତ ହେବା, ହିତଗ୍ରସ୍ତ ହେବା ଆଦୌ ଉଚିତ ନୁହେଁ। ଯାହା ଆସିବ ଆସୁ ପରେ ଦେଖାଯିବ। ଏବେ ବର୍ତ୍ତମାନ ପ୍ରସନ୍ନଚିତ ରୁହନ୍ତୁ। ସ୍ୱାର୍ଥ ତ୍ୟାଗ କରନ୍ତୁ ଓ ଧର୍ମପ୍ରାୟଣ ହୁଅନ୍ତୁ। ସମସ୍ତ ଦୁଃଖର ମୂଳ କାରଣ ହେଉଛି ସ୍ୱାର୍ଥ, ଅହଂକାର, ସ୍ୱାର୍ଥ ଅହଂକାରକୁ ତ୍ୟାଗ କରି ଚାଲିଲେ ଦୁଃଖ ଆପଣା ଚାଇଁ ଚାଲିଯିବ। ଆପଣା ଚାଇଁ ହଟି ଯିବ। ଯେତେ ବଡ଼ ଦୁଃଖ ହେଉପଛେ ଆପଣ ତ୍ୟାଗ ଏବଂ ପ୍ରସନ୍ନତାର ପୂଜାରୀ ହିଅନ୍ତୁ। ସମସ୍ତ ଦୁଃଖ ଦୂର ହୋଇଯିବ। ଜଗତର ଆସକ୍ତି ଏବଂ ଭୋଗର ପୂଜାରୀ ହେଲେ ମନୁଷ୍ୟକୁ ସବୁ ଦୁଃଖ ଘେରିଯାନ୍ତି।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *