Excuse Me Odisha

ଯାହା କହିବୁ ସତ କହିବୁ

ଗୋରା ଓ ସ୍ୱାସ୍ଥ୍ୟବାନ ଛୁଆ ଜନ୍ମ ହେବା ପାଇଁ କଣ ସବୁ ଖାଇବେ, ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୋରା ଓ ସୁସ୍ଥ ଛୁଆ ହେବା ପାଇଁ ଗର୍ଭସ୍ଥାରେ କଣ ସବୁ ଖାଦ୍ୟ ଖାଇବା ଉଚିତ। ଆଜିକାଲି ମାତା ପିତା ଚାହୁଁଛନ୍ତି ଯେ ତାଙ୍କର ସନ୍ତାନ ଗୋରା,ସୁନ୍ଦର ଓ ସ୍ୱାସ୍ଥ୍ୟବାନ ହୋଇ ଜନ୍ମ ନେଉ। କାରଣ ଗୋରା ଓ ସୁସ୍ଥ ଛୁଆ ବରଦାନ ସଦୃଶ ହୋଇଥାଏ। ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବତେଇବି ଯାହାକୁ ପୁରାତନ ଯୁଗରୁ ଗୋରା ଓ ସ୍ୱାସ୍ଥ୍ୟବାନ ଛୁଆ ପାଇଁ ଆପଣେଇଛନ୍ତି। ତେବେ ଆସନ୍ତୁ ଜାଣିବା ଗୋରା ଓ ହେଲଦୀ ଛୁଆ ଜନ୍ମ କରିବା ପାଇଁ କଣ ଖାଇବା ଉଚିତ। ଏମିତିତ ଛୁଆର ରଙ୍ଗ ବାପା ମାଙ୍କର ଗୁଣସୂତ୍ରରେ ଥିବା ଜିନ ଉପରେ ନିର୍ଭର କରିଥାଏ। କିନ୍ତୁ ତଥାପି ଏହିସବୁ ଖାଦ୍ୟର ଗର୍ବର ବଢୁଥିବା ଶିଶୁର ରଙ୍ଗର ପ୍ରଭାବ ପଡିଥାଏ।

କେଶର ଯୁକ୍ତ କ୍ଷୀର:-

ପ୍ରତିଦିନ କିଛି ପରିମାଣର କେଶରକୁ ଗୋଳେଇ ଗୋଟେ ଗ୍ଲାସ କ୍ଷୀରରେ ମିଶାଇ ଏହାକୁ ଫୁଟାନ୍ତୁ। ଉଷୁମ ହେଲା ପରେ ଏହାର ସେବନ କରନ୍ତୁ।କେଶରରେ କିଛି ବିଶେଷ ଗୁଣ ରହିଥାଏ। ଯାହା ଉଭୟ ମା ଓ ଗର୍ଭରେ ବଢୁଥିବା ଶିଶୁର ରଙ୍ଗକୁ ଧଳା କରିବାରେ ସକ୍ଷମ ହୋଇଥାଏ। କିନ୍ତୁ ଏହା ମନେରଖିବା ଉଚିତ ଯେ କେଶରକୁ ଅଧିକ ମାତ୍ରାରେ ଖାଇବା ଉଚିତ ନୁହେଁ। କାରଣ ଏହା ଗର୍ଭାଶୟରେ ସଙ୍କଚନ କରିଥାଏ। କିନ୍ତୁ ଏହାର ଅଳ୍ପ ମାତ୍ରାରେ ସେବନ ଦ୍ୱାରା ଗର୍ଭସ୍ଥାରେ ରକ୍ତଚାପକୁ କମ ରଖିବାରେ ସାହାର୍ଯ୍ୟ କରିଥାଏ। ଏବଂ କ୍ଷୀରରୁ ଶରୀରକୁ ବିଭିନ୍ନ ପ୍ରକାର ପୋଷକ ତତ୍ୱ ମିଳିଥାଏ।

Google

ନଡ଼ିଆ:-

ଗର୍ଭାସ୍ଥାରେ ନଡ଼ିଆର ସେବନ କଲେ ଏହା ଗର୍ଭରେ ବଢୁଥିବା ଶିଶୁର ରଙ୍ଗ ଗୋରା କରିବାରେ ସାହାର୍ଯ୍ୟ କରିଥାଏ। ନଡ଼ିଆର ପାଣି ପିଇଲେ ମଧ୍ୟ ଏହା ଶିଶୁର ରଙ୍ଗ ଉପରେ ଭଲ ପ୍ରଭାବ ପକାଇଥାଏ। ନଡ଼ିଆ ପାଣି ପିଇବା ଦ୍ୱାରା ହାଇଡ୍ରେସନ ଲେବୁଲ ଉତ୍ତମ କରିଥାଏ। ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ୱ ମିଳିଥାଏ। ମାନସିକ ଚାପ କମ ହୋଇଥାଏ। ଭଲ ନିଦ ଆସିଥାଏ। ଏବଂ ନଡ଼ିଆ ଖାଇବା ଦ୍ୱାରା ଗର୍ଭାସ୍ଥାରେ ହେଉଥିବା ମଣିନଂ ସିଗନେଶକୁ ମଧ୍ୟ ଠିକ କରିଦେଇଥାଏ।

କ୍ଷୀର:-

କ୍ଷୀର ପିଇଲେ ଏହା ଗୋରା ଛୁଆ ହେବାରେ ବହୁତ ସହାୟକ ହୋଇଥାଏ। କ୍ଷୀରରେ କ୍ୟାଲସିୟମ ଥାଏ। ଶିଶୁର ଶାରୀରିକ ଏବଂ ମାନସିକ ବିକାଶରେ ମଧ୍ୟ ସାହାର୍ଯ୍ୟ କରିଥାଏ। କ୍ଷୀର ପିଇଲେ ଏହା ଶିଶୁକୁ ମଧ୍ୟ ମଜବୁତ କରିଥାଏ। ଏଣୁ ହେଲଦୀ ଶିଶୁ ଚାହୁଁଥିଲେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ କ୍ଷୀର ପିଇବା ଆବଶ୍ୟକ।

Google

ଅଣ୍ଡା:-

ଗର୍ଭାସ୍ଥାରେ ଅଣ୍ଡାର ସେବନ କଲେ ଧଳା ଏବଂ ସୁନ୍ଦର ଛୁଆ ଜନ୍ମ ହେବାର ବହୁତ ସମ୍ଭାବନା ଥାଏ।ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ ଥାଏ। କୁହାଯାଏ ଯେ ଗର୍ଭାସ୍ଥାର ଚତୁର୍ଥ ମାସରୁ ପ୍ରତିଦିନ ଅଣ୍ଡାର ଗୋରା ଅଂଶ ଖାଇଲେ ଗୋରା ଛୁଆ ଜନ୍ମ ହୋଇଥାଏ। ଏତିକି ନୁହେଁ ଗର୍ଭାସ୍ଥାରେ ପ୍ରତିଦିନ ଗୋଟିଏ ଅଣ୍ଡା ଖାଇଲେ ଶରୀରକୁ ପ୍ରୋଟିନ ଏବଂ ବିଭିନ୍ନ ପ୍ରକାରର ପୋଷକ ତତ୍ୱ ମିଳିଥାଏ। ଯାହା ଦ୍ୱାରା ଶିଶୁ ହେଲଦୀ ହୋଇଥାଏ।

ଡାଳିମ୍ବ:-

ଡାଳିମ୍ବରେ ପ୍ରଚୁର ପରିମାଣରେ ଭିଟାମିନ-A ,ଭିଟାମିନ-C, ଭିଟାମିନ-E ଏବଂ ମିନାରାଲ ଯଥା କ୍ୟାଲସିୟମ, ଫସଫରସ, ପୋଟାସିୟମ, ଆଇରନ ଏବଂ ଫଲିକଏସିଡ ଥାଏ। ଯଦି ଗର୍ଭବତୀ ମହିଳା ପ୍ରତିଦିନ ସକାଳେ ଖାଲି ପେଟରେ ଡାଳିମ୍ବ ରସର ସେବନ କରନ୍ତି ତେବେ ଜନ୍ମ ହେବାକୁ ଥିବା ଶିଶୁର ରଙ୍ଗ ପିଙ୍କିସ ହୋଇଥାଏ ଏବଂ ଓଠ ମଧ୍ୟ ଗୋଲାପୀ ହୋଇଥାଏ।

Google

ଆଲମଣ୍ଡ:-

ଗର୍ଭାସ୍ଥାରେ ଆଲମଣ୍ଡର ସେବନ କଲେ ଗର୍ଭରେ ବଢୁଥିବା ଶିଶୁର ରଙ୍ଗ ଗୋରା ହୋଇଥାଏ। ଏତିକି ନୁହେଁ ଏଥିରେ ଥିବା ପ୍ରୋଟିନ ମା ଓ ଶିଶୁର ସ୍ୱାସ୍ଥ୍ୟ ଭଲ ରହିଥାଏ। ବାଦାମର ସେବନ ଦ୍ୱାରା ପ୍ରେଗନେନ୍ସି ସମୟରେ ହେଉଥିବା କଷ୍ଟରୁ ରକ୍ଷା ମିଳିଥାଏ। ବାଦାମରେ ଥିବା ଭିଟାମିନ-E ଶିଶୁର ତ୍ୱଚା ଏବଂ ବୁଦ୍ଧିକୁ ସୁସ୍ଥ ରଖିଥାଏ।ବାଦାମରେ ଥିବା କ୍ୟାଲସିୟମ ଯୋଗୁ ଅସ୍ଥି ଷ୍ଟ୍ରଙ୍ଗ ହୋଇଥାଏ।ଏବଂ ବାଦାମରେ ଥିବା ରାଇବଫ୍ଲେବିମ ଯୋଗୁ ଶିଶୁର ମସ୍ତିଷ୍କ ଭଲସେ ବିକାଶ ହୋଇଥାଏ। ଏଣୁ ପ୍ରତିଦିନ ରାତିରେ ପାଣିରେ ବିଜା ହୋଇଥିବା ଗୋଟିଏ ମୁଠା ଆଲମଣ୍ଡକୁ ସକାଳେ କ୍ଷୀରରେ ପକାଇ ଚୋବାଇ ଚୋବାଇ ଖାଇବା ଉଚିତ

ଦେଶୀ ଘିଅ:-

ଗର୍ଭବତୀ ମହିଳା ଦେଶୀ ଘିଅର ସେବନ କଲେ ଗର୍ଭରେ ବଢୁଥିବା ଶିଶୁକୁ ଗୋରା, ସୁନ୍ଦର ଏବଂ ହେଲଦୀ ହୋଇଥାଏ। ତେଣୁ ଅନ୍ୟ ତେଲକୁ ଛାଡ଼ିଦେଇ ଦେଶୀ ଘିଅରେ ପ୍ରସ୍ତୁତ ଜିନିଷ ଭୋଜନ କରିବା ଉଚିତ। ଦେଶୀ ଘିଅର ସେବନ କଲେ ଡେଲିଭରି ସମୟରେ ପ୍ରବ୍ଲେମ ହୋଇନଥାଏ। କିନ୍ତୁ ଯେଉଁ ମହିଳାମାନଙ୍କୁ ଉଚ୍ଚ ରକ୍ତଚାପର ସମସ୍ୟା ଥାଏ ସେମାନେ ଦେଶୀ ଘିଅର ସେବନ ଅଧିକ କରିବା ଉଚିତ।

Google

କମଳା ଲେମ୍ବୁ:-

ଗର୍ଭାସ୍ଥାରେ କମଳା ଲେମ୍ବୁର ସେବନ କଲେ ଏହା ମା ଏବଂ ଶିଶୁ ଉଭୟଙ୍କ ରଙ୍ଗ ଗୋରା କରିବାରେ ସାହାର୍ଯ୍ୟ କରିବା ସହିତ ଶିଶୁର ଶାରୀରିକ ବିକାଶକୁ ତ୍ୱରାନ୍ୱିତ କରିଥାଏ।ଏହା ସହିତ ଏଥିରେ ଥିବା ଫାଇବର ଯୋଗୁ ପ୍ରେଗନେନ୍ସି ସମୟରେ ମାଙ୍କୁ ହେଉଥିବା କଷ୍ଟିପେଶନରୁ ମଧ୍ୟ ରକ୍ଷା କରିଥାଏ।ଏହା ସହିତ ଶିଶୁର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ।

ଆମଲା ମୁରବା:-

ଯେକୌଣସି ଖାଦ୍ୟରେ ଭିଟାମିନ-C ଏବଂ ଆଇରନ ଥିବ ତାହା ଶିଶୁର ରଙ୍ଗ ଗୋରା କରିବାରେ ସାହାର୍ଯ୍ୟ କରିଥାଏ। ଗୋଟିଏ ଆମଲାର ମୁରବା ପ୍ରତିଦିନ ସକାଳେ ଖାଇଲେ ଏହା ଶିଶୁର ରଙ୍ଗ ଗୋରା କରିଥାଏ। ଏହି ସମସ୍ତ ଖାସ୍ୟ ସେବନ କରିବା ସହିତ ଫଲିକଏସିଡ ଉପଯୁକ୍ତ ପରିମାଣରେ ପ୍ରତିଦିନ ଖାଇବା ଆବଶ୍ୟକ। ଫଲିକ ଏସିଡ ଆପଣ ସବୁଜ ପନିପରିବା, ଶସ୍ୟ ଏବଂ ମଞ୍ଜି ଆଦି ଦ୍ରବ୍ୟରୁ ପାଇପାରିବେ।ଏହା ଖାଇଲେ ଶିଶୁର ମାନସିକ ବିକାଶ ହୋଇଥାଏ

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ପସନ୍ଦ ଆସିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୁଆ ବିଷୟରେ ଜାଣିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *