Excuse Me Odisha

ଯାହା କହିବୁ ସତ କହିବୁ

ଏ ସଂସାର ଜଞ୍ଜାଳରୁ କେମିତି ମୁକ୍ତି ପାଇବେ, ଜାଣିବା ପାଇଁ ପଢନ୍ତୁ ଏହି ଆର୍ଟିକିଲ

ସେୟାର୍ କରନ୍ତୁ

ଆଜି ଆମେ ମାଳିକା ଶାସ୍ତ୍ର ବିଷୟରେ ଆଲୋଚନା କରିବା। ଏହି ସଂସାରର ଜଞ୍ଜାଳରୁ ମୁକ୍ତି ପାଇବାର ରାସ୍ତା କଣ ଅଟେ? ଯାହାକୁ ସାଧାରଣତଃ ଡାକିଲେ ସେ କୁହନ୍ତି, ସଂସାର ଜଞ୍ଜାଳ ସରୁ ନାହିଁ ଭଗବାନଙ୍କ ନାମ କଣ ସ୍ମରଣ କରିବି। ଆଜିକାଲି ସଂସାର ମଧ୍ୟରେ ସମସ୍ତେ ନିଜ ନିଜ ଜୀବନକୁ ନେଇ ବ୍ୟସ୍ତ ଅଛନ୍ତି। ସଂସାର ମଧ୍ୟରେ ଭଗବାନ ଆମକୁ ଜନ୍ମ ଦେଇଥିଲେ ସତ, ଆମେ ସାଧାରଣତଃ ବ୍ୟସ୍ତ ରହିବା ସ୍ଵାଭାବିକ କଥା। କିନ୍ତୁ ଆମ ଜୀବନ ବ୍ୟସ୍ତ ନୁହେଁ ଅଧିକ ଅସ୍ତ୍ୟବ୍ୟସ୍ତ ହୋଇ ଗଲାଣି। ଏହି ଅସ୍ତ୍ୟବ୍ୟସ୍ତ ଜୀବନ କେତେ ଦିନ ପାଇଁ ରହିବ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କଣ କରିବା ଉଚିତ, ସେହି ବିଷୟରେ ଆସନ୍ତୁ ଜାଣିବା। ଏଥିପାଇଁ ମହାପୁରୁଷ ମାନେ କହିଛନ୍ତି –

ଐକାନ୍ତିକ ଭକ୍ତିକର ଗୁରୁ ଅଙ୍ଗ ସେବା କର ଲୋ ଜାଇଫୁଲ।।

ଆଲୋ ଜାଇଫୁଲ …

ତୁ ନ ଭୁଲ ଏହି ମାୟା ସଂସାର ଜାଇଫୁଲ।।

Google

ଅର୍ଥାତ ଏହି ମାୟା ବା ଜଞ୍ଜାଳ ସମାପ୍ତ ହେବା ପାଇଁ ଏକ ଶ୍ରେଷ୍ଠ କଥା କହିଦେଲେ ମହାପୁରୁଷ ଅଚ୍ୟୁତ। କହିଲେ, ଯଦି ଏହି ମାୟା ଜଞ୍ଜାଳରୁ ମୁକ୍ତି ପାଇବା ପାଇଁ ଚାହୁଁଛ, ଈଶ୍ବରଙ୍କ କୃପା ପାଇବାକୁ ଚାହୁଁଛ, ତାହେଲେ ଗୁରୁଙ୍କ ପାଦ ସେବା କର। ଏହାସହିତ ସଂସାର ମଧ୍ୟରେ ଅଚଳ ଶ୍ରଦ୍ଧା, ବିଶ୍ୱାସ ସହିତ ଗୁରୁଙ୍କୁ ପୂଜା କର। ଏହାକୁ ନିଜ ହୃଦୟର ସହିତ କରିବାକୁ ପଡ଼ିବ। ଗୋଟେ ପିଲାଟି ନିଜ ମନ ଭିତରେ ବିଚାର କଲା ଏହି ବାବାଜୀ ବହୁତ ହୃଷ୍ଟପୃଷ୍ଟ ଅଛନ୍ତି। ଅରୁଆ ଅନ୍ନ ଖାଇ ଗେରୁଆ ବସ୍ତ୍ର ପରିଧାନ କରି ବହୁତ ଆନନ୍ଦରେ ରହୁଛନ୍ତି। ସମସ୍ତେ କହନ୍ତି ଗୁରୁ ସେବା ନକଲେ, ଭକ୍ତି ନକଲେ ଜୀବନରେ ମୁକ୍ତି ନାହିଁ। ବନ୍ଧୁଗଣ ଏହା ସତକଥା ଅଟେ। ଜୀବନରେ ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଗୁରୁ କରି ନାହାନ୍ତି ତାହେଲେ ଏବେ କରନ୍ତୁ। କାରଣ ଗୁରୁ ନ କରିଥିବା ଅଙ୍ଗ ପ୍ରତିଷ୍ଠିତ ବାବା ମଧୁସୂଦନ ଲେଖିଛନ୍ତି ଗୁରୁ ନଥିଲେ ଅଙ୍ଗ ବିହୀନ ହୋଇଥାଏ। ଯଦି ଆପଣଙ୍କର ଗୁରୁ ଅଛନ୍ତି ତାହେଲେ ଆପଣ ସବୁ ସ୍ଥାନରେ ସ୍ତବ ପାଇ ପାରିବେ। ସଦଗୁରୁଙ୍କୁ ଉପାସନା କରନ୍ତୁ । କାରଣ ବନ୍ଧୁଗଣ ଏହି ଜୀବନର ମୋକ୍ଷ ଗୁରୁ ହିଁ ପ୍ରଦାନ କରିଥାନ୍ତି। ପିଲାଟି ବିଚାର କଲା ସେହି ହୃଷ୍ଟପୃଷ୍ଟ ବାବାଜୀଙ୍କ ସେବା କରିବି। ୧୨ ବର୍ଷ କଲେ ସେବା ଗୁରୁ କହିଲେ କିଛି ଦେବା। ଜଣେ ହୃଷ୍ଟପୃଷ୍ଟ ବାବାଜୀଙ୍କ ପାଦ ମୋଡ଼ିଲା ସେହି ପିଲାଟି। ବାବାଜୀ ଜଣକ ପିଲାଟିକୁ ପଚାରିଲେ କୋଉଠୁ ଆସିଛୁ, ତମର କେତେ ଭାଇ ? ଶିଷ୍ୟ କହିଲା ଆଜ୍ଞା ଆମେ ତିନି ଭାଇ। ଗୁରୁ ଶୋଇ ଗଲେ , କିଛି ସମୟ ପରେ ଗୁରୁଙ୍କ ନିଦ ଭାଙ୍ଗିଲା ଦେଖିଲେ, ରାତି ଅଧରେ ଶିଷ୍ୟ ଗୁରୁଙ୍କ ପାଦ ଚିପୁଛି। ଗୁରୁ ଏହା ଦେଖି ପୁଣି ସେ ପିଲାକୁ ପଚାରିଲେ, ତୁମର କେତେ ଭାଇ ? ପିଲାଟି କହିଲା ଆଜ୍ଞା ଆମେ ତିନି ଭାଇ । ଗୁରୁ ଏପରି ରାତି ସାରା ଉଠି ଶିଷ୍ୟକୁ କିଛି ପ୍ରଶ୍ନ ପଚାରି ଶୋଇ ପଡ଼ୁଛନ୍ତି। ପୁଣି ବ୍ରହ୍ମ ମୁହୂର୍ତ୍ତରେ ଗୁରୁ ଉଠି ପଚାରିଲେ ଆରେ ତମର କେତେ ଭାଇ? ଶିଷ୍ୟ ଜଣକ କହିଲା ଆମର ଦୁଇ ଭାଇ। ଗୁରୁ କହିଲେ ତୁମର ତିନି ଭାଇ ବୋଲି କହୁ ଥିଲୁ ପରା। ଶିଷ୍ୟ କହିଲା, ଆଜ୍ଞା ମୁଁ ଆପଣଙ୍କ ଗୋଡ଼ ମୋଡ଼ି ସେବା କରି ଲାଗୁଛି ଆଜି ଏଇଠି ମରିଯିବି। ଆପଣ ମୋତେ ଯିବାକୁ ମଧ୍ୟ କହୁ ନାହାଁନ୍ତି। ବୁଝିଲେ ତ ସେ ସେବା ହୃଦୟରୁ କରୁ ନ ଥିଲା, ସେବା ଆତ୍ମବିଶ୍ବାସ ସହିତ କରିବା ଉଚିତ। ଏହିପରି ପ୍ରେମାଚାର୍ଯ୍ୟଙ୍କ ଭାଷାରେ ତୋ ଗୁରୁ ମୋ ଗୁରୁ ଦେଖେ, ସେ ପ୍ରକୃତରେ ଗୁରୁତତ୍ଵକୁ ଜାଣିନି। ଗୁରୁ ହେଉଛନ୍ତି ମାର୍ଗ ଦର୍ଶକ , ଗୁରୁ ହେଉଛନ୍ତି ସେହି ସିଡି ଯିଏ ଆମକୁ ଛାତ ଉପରୁ ନେବା ପାଇଁ ପ୍ରକୃତ ଆସ୍ଥା ବିଶ୍ୱାସ ପ୍ରକଟ କରନ୍ତି। ଗୁରୁ ହେଉଛନ୍ତି ସେହି ଯିଏ ଆମ ହାତକୁ ନେଇ ପରମାତ୍ମାଙ୍କ ସହିତ ଯୋଡି ଦିଅନ୍ତି। ତେଣୁ ଆପଣ ମନେ ବିଚାର କରିବେ – ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ସେଥିପାଇଁ ଭାଗବତରେ କୁହାଯାଇଛି – ମୁଁ ହିଁ ବସଇ ଗୁରୁଙ୍କ ଦେହେ, ମୋଠାରୁ ଗୁରୁ ଅନ୍ୟ କ୍ଷେତ୍ରେ ନାହିଁ। ଆପଣମାନେ ଏହି ସଂସାରରେ କିପରି ସମସ୍ୟାରୁ ମୁକ୍ତି ପାଇବେ, ଏଥିପାଇଁ ମହାପୁରୁଷ ମାନେ କହିଛନ୍ତି

ସଦଗୁରୁ ନାମ କୁସ୍ମର ତେବେ ଭବ ସିନ୍ଧୁ ହୋଇବ ପାର ଲୋ ଜାଇଫୁଲ।

ବେଗେ ଲଙ୍ଗୁଳୀ ସାଧନା କର ଜାଇଫୁଲ।

Google

ସବୁଠାରୁ ତ୍ୟାଗ ହେଉଛି ସାଧନା। ମହାପୁରୁଷ ମାନେ କହୁଛନ୍ତି ଜୀବନର ଜଞ୍ଜାଳରୁ ମୁକ୍ତି ପାଇବା ପାଇଁ ସଦଗୁରୁଙ୍କ ନାମ ଜପ କରନ୍ତୁ। ଜଣେ ଗୁରୁଦେବଙ୍କୁ ତାଙ୍କ ଶିଷ୍ୟ ବାରମ୍ବାର କୁହନ୍ତି ଆମେ ଜଞ୍ଜାଳ ରେ ପଡିଛୁ କଣ କରିବୁ ? ଗୁରୁଦେବ ତାଙ୍କୁ ଶିକ୍ଷା ଦେବା ପାଇଁ ରାତି ଅଧରେ ଗୋଟେ ଗଛକୁ ମାଡି ବସିଲେ ଏବଂ ଚିତ୍କାର ଛାଡ଼ିଲେ ଗଛ ମାଡ଼ି ବସିଲା ଦଉଡ଼ି ଆସ। ଏହି ସମୟରେ ଶିଷ୍ୟମାନେ ଗୁରୁଙ୍କ ପାଖରେ ପହଞ୍ଚି କହିଲେ ଗୁରୁଦେବ ଆପଣ ଏହି ଗଛକୁ ମାଡ଼ି ବସିଛନ୍ତି। ଗୁରୁ କହିଲେ ମୁଁ ସେହି କଥା ତୁମ ସମସ୍ତଙ୍କୁ କହୁଛି , ଆମ ଉପରେ ଜଞ୍ଜାଳ ମାଡ଼ି ବସି ନାହିଁ। ପ୍ରକୃତରେ ଆମେ ଜଞ୍ଜାଳ ଉପରେ ମାଡ଼ି ବସିଛୁ। ଥରେ ନିଶ୍ବାସ ବନ୍ଦ ହେଇ ଯାଉ , ଲୋକେ ସଙ୍ଗେ ସଂଗେ ତୋତେ ପୋଡ଼ି ଦେଇ ଆସିବେ। ଖାଲି ବାକି ରହିଛି ତୋର ନିଶ୍ବାସକୁ , ତାପରେ ସବୁ ଅନ୍ଧାର। ତେଣୁ ହରି ଆଶ୍ରା କର ନର ଯେବେ ସିନ୍ଧୁ ହେବ ପାର ଲୋ ଜାଇଫୁଲ। ସେଥିପାଇଁ ମହାପୁରୁଷ କହୁଛନ୍ତି ଈଶ୍ୱରଙ୍କ ନାମ ଜପ କରନ୍ତୁ।ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *