Excuse Me Odisha

ଯାହା କହିବୁ ସତ କହିବୁ

ମିଳିଯିବ ଗ୍ରହ ଦୋଷରୁ ମୁକ୍ତି , ଖାଲି ତକିଆ ତଳେ ରଖି ଦିଅନ୍ତୁ ଏହି ବସ୍ତୁ।

ସେୟାର୍ କରନ୍ତୁ

ପ୍ରତ୍ୟେକ ଗ୍ରହ ସହିତ କିଛି ଭଲ ଏବଂ ଖରାପ ପ୍ରଭାବ ଯୋଡି ରହିଛି। ଏହି ଗ୍ରହ କାରଣରୁ ଜୀବନରେ ଅନେକ ପ୍ରଭାବ ପଡିଥାଏ। ଯଦି କୁଣ୍ଡଳୀରେ ନବଗ୍ରହର ସ୍ଥିରତା ସଠିକ ରୂପରେ ରହି ନାହିଁ, ତାହେଲେ ଲାଲ ବହିରେ କୁହାଯାଇଥିବା ଏହି ଉପାୟକୁ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଗ୍ରହର ସ୍ଥିତିରେ ସୁଧାର ଆସିବ ଏବଂ ଏହାର ଖରାପ ପ୍ରଭାବରୁ ଆପଣଙ୍କୁ ରକ୍ଷା ମିଳିବ।

ଲାଲ ବହି ଅନୁସାରେ ଯେଉଁ ଗ୍ରହ ଆପଣଙ୍କ କୁଣ୍ଡଳୀରେ ସଠିକ ସ୍ଥାନରେ ନାହିଁ, ଏହାର ସମ୍ବନ୍ଧିତ କୌଣସି ବସ୍ତୁକୁ ରାତିରେ ଶୋଇବା ସମୟରେ ତକିଆ ତଳେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଗ୍ରହ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ।

Google

ସୂର୍ଯ୍ୟ ଗ୍ରହ –

ସୂର୍ଯ୍ୟ ଗ୍ରହର ଅଶୁଭ ପ୍ରଭାବରୁ ରକ୍ଷା ପାଇବାକୁ ହେଲେ ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ତମ୍ବାର ପାତ୍ର ରଖି ଦିଅନ୍ତୁ। ଏହି ପାତ୍ରକୁ ପାଣିରେ ଭରି ଦିଅନ୍ତୁ ଏବଂ ଲାଲ ଚନ୍ଦନ ମିଶାଇ ଦିଅନ୍ତୁ। ପରଦିନ ସକାଳେ ସେହି ପାଣିକୁ ସୂର୍ଯ୍ୟଙ୍କ ପାଖରେ ଅର୍ଘ୍ୟ ଦେଇ ଦିଅନ୍ତୁ। ଏହି ଉପାୟ କରିବା କ୍ଷଣି ସୂର୍ଯ୍ୟ ଗ୍ରହ ଆପଣଙ୍କ ଅନୁକୂଳ ଫଳ ପ୍ରଦାନ କରିବେ। କେବଳ ଧ୍ୟାନ ରଖନ୍ତୁ ଯେଉଁ ପାତ୍ର ଆପଣ ବ୍ୟବହାର କରୁଛନ୍ତି ତାହା ଯେପରି ତମ୍ବା ହୋଇଥିବ। ଏହି ଉପାୟ କରିବା ସହିତ ଆପଣ ପ୍ରତ୍ୟେକଦିନ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ।

Google

ଚନ୍ଦ୍ର ଗ୍ରହ –

ଚନ୍ଦ୍ର ପ୍ରଭାବରୁ ବଞ୍ଚିତ ହେବାପାଇଁ ରାତିରେ ଶୋଇବା ପୁର୍ବରୁ ଖଟ ତଳେ ସୁନାର ପାତ୍ରରେ ପାଣି ଭର୍ତି କରି ରଖନ୍ତୁ। ଏହି ପାଣିକୁ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତୁ। ଯଦି ସମ୍ଭବ ତାହେଲେ ରୁପାର ଗହଣା ପରିଧାନ କରନ୍ତୁ। କହିବାକୁ ଗଲେ ଚନ୍ଦ୍ରର ସମ୍ବନ୍ଧ ରୁପାର ବସ୍ତୁ ସହିତ ଜଡ଼ିତ ଅଟେ। ଏହି ଧାତୁ ଧାରଣ କରିବା ଅତ୍ୟନ୍ତ ଲାଭକାରୀ ଅଟେ।

Google

ମଙ୍ଗଳ ଗ୍ରହ –

ମଙ୍ଗଳ ଗ୍ରହର ସ୍ଥିତି ସୁଧାରିବା ପାଇଁ କଂସାରେ ଜଳ ଭର୍ତି କରି ନିଜ ଶୋଇବା ଖଟ ତଳେ ରଖିବା ଆବଶ୍ୟକ। ଏହି ଉପାୟ ପ୍ରତ୍ୟେକ ସୋମବାର ଦିନ ରାତିରେ କରନ୍ତୁ ଏବଂ ତାପରଦିନ କୌଣସି ଗଛ ତଳେ ଏହି ଜଳ ଅର୍ପଣ କରି ଦିଅନ୍ତୁ। ଏହାଛଡା ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ଶିବଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ।

Google

ବୁଧ ଗ୍ରହ –

ଯଦି ବୁଧ ଗ୍ରହ କାରଣରୁ କୌଣସି ସମସ୍ୟା ସୃଷ୍ଟି ହେଉଛି ତାହେଲେ ଆପଣ ଖଟ ତଳେ ସୁନାର କୌଣସି ବସ୍ତୁ ରଖି ଶୁଅନ୍ତୁ। ଯଦି ଆପଣ ଚାହୁଁଛନ୍ତି ତାହେଲେ ସବୁଜ ରଙ୍ଗର ଡାଲି ମଧ୍ୟ ଖଟ ତଳେ ରଖି ପାରିବେ। ରାତିରେ ଶୋଇବା ପୁର୍ବରୁ ଏକ ପାତ୍ରରେ ସବୁଜ ରଙ୍ଗର ଡାଲି ରଖି ପାଣି ଦେଇ ଭିଜେଇ ଦିଅନ୍ତୁ। ପରଦିନ ସେହି ଡାଲିକୁ କାଢି ଗାଈକୁ ଖାଇବାକୁ ଦେଇ ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ବୁଧ ଗ୍ରହ ଆପଣଙ୍କ ଜୀବନରେ କୌଣସି ସମସ୍ୟା ସୃଷ୍ଟି କରନ୍ତି ନାହିଁ।

Google

ଦେବଗୁରୁ ବୃହସ୍ପତି –

ବୃହସ୍ପତି ଗ୍ରହର ସ୍ଥିତି କୁଣ୍ଡଳୀରେ ସୁଦୃଢ ରହିବା ପାଇଁ ତକିଆ ତଳେ ହଳଦୀର ଏକ ଖଣ୍ଡ ହଳଦିଆ କପଡ଼ାରେ ବାନ୍ଧି ରଖି ଦିଅନ୍ତୁ। ଏହାସହିତ ପ୍ରତ୍ୟେକ ଗୁରୁବାର କଦଳୀ ଦାନ କରନ୍ତୁ। କଦଳୀ ଗଛ ପୂଜା କରି ଏଥିରେ ଜଳ ଅର୍ପଣ କରନ୍ତୁ। ଏହାସହିତ ଚଣା ଡାଲି ଓ ହଳଦୀ ଏହି ଗଛରେ ଅର୍ପଣ କରନ୍ତୁ।

Google

ଶୁକ୍ର ଗ୍ରହ –

ଶୁକ୍ର ଗ୍ରହ ଖରାପ ପ୍ରଭାବକୁ କମ୍ କରିବା ପାଇଁ ରୁପାର ମାଛ ବନେଇ ତକିଆ ତଳେ ରଖି ଦିଅନ୍ତୁ। ଏହାବ୍ୟତୀତ ରୁପାର ପାତ୍ରରେ ଜଳ ଭରି ଖଟ ତଳେ ରଖି ଦିଅନ୍ତୁ। ପରଦିନ ଏହି ଜଳକୁ କୌଣସି ଗଛରେ ଅର୍ପଣ କରି ଦିଅନ୍ତୁ।

Google

ଶନି ଗ୍ରହ –

ଶନି ଗ୍ରହର ପ୍ରଭାବ କମ୍ କରିବା ପାଇଁ ନିଜ ଖଟ ତଳେ ଲୁହାର ପାତ୍ରରେ ଜଳ ଭରି ରଖନ୍ତୁ। ଏହାଛଡା ଖଟ ତଳେ ଖଟ ତଳେ ଶନିଦେବଙ୍କ ପ୍ରିୟ ରତ୍ନ ନୀଲମ ମଧ୍ୟ ରଖି ପାରିବେ।

Google

ରାହୁ – କେତୁ ଗ୍ରହ –

ରାହୁ ଓ କେତୁ ଗ୍ରହକୁ ଛାୟା ଗ୍ରହ କୁହାଯାଏ। ଏମାନଙ୍କ କୁଣ୍ଡଳୀରେ ଭାରୀ ହେବାଦ୍ବାରା କାର୍ଯ୍ୟର ସଫଳତାରେ ବାଧା ଉତ୍ପନ୍ନ ହୋଇଥାଏ। ଏହି ଗ୍ରହର ଖରାପ ପ୍ରଭାବକୁ କମ୍ କରିବା ପାଇଁ ଲୁହାର ବସ୍ତୁ ତକିଆ ତଳେ ରଖି ଶୁଅନ୍ତୁ। ଏହାପରେ ଶନିଦେବଙ୍କୁ ସେହି ବସ୍ତୁ ଅର୍ପଣ କରି ଦିଅନ୍ତୁ।

ତେବେ ଏହା ଥିଲା କିଛି ଉପାୟ ଯାହାକୁ କରିବା ଦ୍ୱାରା ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ଏହାର ଖରାପ ପ୍ରଭାବରୁ ବଞ୍ଚିତ ହୋଇ ପାରିବେ। ଯଦି ଆପଣଙ୍କ ଜୀବନରେ କୌଣସି ଗ୍ରହ ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି ତାହେଲେ ଏହି ଉପାୟ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *