Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଛା ରାଶି ବ୍ୟକ୍ତି ବିଶେଷଙ୍କ କିଛି ଗୁପ୍ତ କଥା, ଆଜି ହିଁ ଜାଣି ନିଅନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ବିଛା ରାଶିର ଲୋକଙ୍କର ଜନ୍ମଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ କିଛି ଅଦ୍ଭୁତ କଥା ବିଷୟରେ। ଯେମିତିକି ଚରିତ୍ର, ସ୍ଵଭାବ, ଖାଦ୍ୟ ରୁଚି, କର୍ମକ୍ଷେତ୍ର, ଶିକ୍ଷା, ପ୍ରେମ ଜୀବନ ଆଦି ବିଷୟ ବାସ୍ତୁ ଉପରେ ଆଲୋଚନା କରିବା।

Google

ବନ୍ଧୁଗଣ ବିଛା ରାଶି ସାଧାରଣତଃ ତିନି ଭାଗରେ ବିଭକ୍ତ ହୋଇଛି। ଯଥା ୧୬/୮ ବିଶାଖା ନକ୍ଷତ୍ର ବିଛା ରାଶି, ଏମାନେ ହେଉଛନ୍ତି ଦାନବ ଗଣ ଏବଂ ନାନାଦି ଦେବତା ମାନଙ୍କୁ ପୂଜା କରିଥାନ୍ତି।୧୭/୮ ଅନୁରୋଧ ନକ୍ଷତ୍ର ବିଛା ରାଶି ଏମାନେ ହେଉଛନ୍ତି ଦେବ ଗଣ। ୧୮/୮ ଜ୍ୟେଷ୍ଠା ନକ୍ଷତ୍ର ବିଛା ରାଶି, ଏମାନେ ଦେଉଛନ୍ତି ଦାନବ ଗଣ, ଏମାନେ ମହାଦେବଙ୍କୁ ଭକ୍ତି କରିଥାନ୍ତି ଏବଂ ବହୁଗୁଣ ବିଶିଷ୍ଟ ଅଟନ୍ତି। ବିଛା ରାଶିର ଲୋକମାନେ ପରିଶ୍ରମୀ, ଉଚ୍ଚ ଅଭିଳାଷୀ , ସାହସୀ ଏବଂ ଏମାନଙ୍କର ମନ୍ଦ ଗୁଣ ହେଉଛି ଏମାନେ ହେଉଛନ୍ତି ଗର୍ବୀ, ମୂର୍ଖ, ସ୍ତ୍ରୀ ପ୍ରତି ଆକର୍ଷକ, ସ୍ଥିର ପ୍ରକୃତି, ଏକଜିଦିଆ, ଭ୍ରମଣ ପ୍ରିୟ, କଠୋର ହୃଦୟ, ଧନର ଅପବ୍ୟୟ କରିଥାନ୍ତି। ଏମାନଙ୍କର ପାରିବାରିକ ଜୀବନ ସେତେଟା ଭଲ ନୁହେଁ। ବିଛା ରାଶି ବ୍ୟକ୍ତି ବିଶେଷଙ୍କ ରୋଗ ପେଟ ରୋଗ, ପିଠି ରୋଗ, ମଳଦ୍ୱାର ରୋଗ, ଗୁପ୍ତାଙ୍ଗ ପୀଡ଼ା, ଅର୍ଶ, ଜ୍ଵର, ପୋଡ଼ା ଘା, ଶିର ରୋଗ ଏବଂ ଆ-ଘାତ, ଚର୍ମ ରୋଗ , ଆଖି ରୋଗ, ନାକ ରୋଗ ଆଦି ଏମାନଙ୍କୁ ହୋଇଥାଏ। ବିଛା ରାଶି ବ୍ୟକ୍ତି ବିଶେଷଙ୍କ ଜୀବିକା ବା କର୍ମ – ଏମାନେ ହେଉଛନ୍ତି ଇଞ୍ଜିନିୟର, ଡାକ୍ତର, କଳକାରଖାନାର ଶ୍ରମିକ । ଧର୍ମ ଆଦି ମହତ କାର୍ଯ୍ୟରେ ସର୍ବଦା ବ୍ୟସ୍ତ ରହିଥାନ୍ତି। ଧନର ଆୟ ମନମୁତାବକ ହେବ। ପରିବାରରେ ସ୍ତ୍ରୀ ଓ ଗୁରୁଜନଙ୍କ ସହିତ ବିଦ୍ରୋହ ହୋଇଥାଏ। ବିଦ୍ୟାରେ ସେତେ ଭଲ ନୁହେଁ। ବିଚଳିତ ମନ କୌଣସି ସ୍ଥାନରୁ ନିଜ ପାଇଁ ଫାଇଦା ପାଇ ପାରନ୍ତି। ରାଶିର ଅଧିପତି ହେଉଛନ୍ତି ମଙ୍ଗଳ। ଶୁଭ ବାର ହେଉଛି ମଙ୍ଗଳବାର। ଶୁଭ ଦିଗ ହେଉଛି ଉତ୍ତର ଦିଗ। ଯଦି ମଙ୍ଗଳ ଅଶୁଭ ସ୍ଥିତିରେ ଥାଆନ୍ତି ତାହେଲେ ଶିବ ସ୍ତୁତି ବା ଚତୁର୍ଥୀ ବ୍ରତ ପାଳନ କରନ୍ତୁ, ଗ୍ରହ ଶାନ୍ତି ହେବ। ଘାତ ବାର ହେଉଛି ଶୁକ୍ରବାର। ଶୁଭ ରଙ୍ଗ ହେଉଛି କଳା ରଙ୍ଗ। ଗ୍ରହ ଶାନ୍ତି ପାଇଁ ମଙ୍ଗଳବାର ଦିନ ତମ୍ବା ପୂଜା କରି ପରିଧାନ କରିବା, ହୋମ ଯଜ୍ଞ ଆଦି କରନ୍ତୁ। ଶୁଭ ଫଳ ପ୍ରାପ୍ତି ହେବ। ଦେବୀ ମନ୍ତ୍ର ହେଉଛି ଓଁ କ୍ଲିଂ ନମଃ । ଏହି ମନ୍ତ୍ର ଜପ କଲେ ଶୁଭ ଫଳ ମିଳିଥାଏ। ଉତ୍ତମ ଫଳ ମେଷ ରାଶି, କର୍କଟ ରାଶି, ସିଂହ ରାଶି, ବିଛା ରାଶି, ଧନୁ ରାଶି ଏବଂ ମୀନ ରାଶି । ଏହି ରାଶିର ଲୋକଙ୍କ ସହିତ ସମ୍ପର୍କ ରଖିଲେ ଶୁଭ ଫଳ ମିଳିଥାଏ। ଆପଣଙ୍କ ପାଇଁ ଶୁଭ ନମ୍ବର ହେଉଛି ୨, ୬ , ୭। ଏହି ରାଶିର ବ୍ୟକ୍ତି ମାନଙ୍କ ସ୍ଵଭାବ ଅଧିକ ଥଣ୍ଡା। ବ୍ୟବସାୟ ଏବଂ ଚାକିରୀରେ ପଦୋନ୍ନତୀ ମିଳିଥାଏ। ଦୂର ଯାତ୍ରାରେ କୁଶଳତା ରହିଛି। ଦାନ ଧର୍ମ ତଥା ପରୋପକରରେ ସର୍ବଦା ମନ ବ୍ୟସ୍ତ ରହିଥାଏ। ବାଲ୍ୟାବସ୍ଥା ରେ ଶତ୍ରୁ ବିଜୟ, ଅଧିକ ସ୍ତ୍ରୀ ସହିତ ସମ୍ପର୍କ, କଥାରେ ଗୋଟେ ଏବଂ କାର୍ଯ୍ୟରେ ଗୋଟେ, ଏଣୁ ଅସାଧୁ ସ୍ବୀକାର କରିବାରେ ଆପଣ ରାଜି ହୋଇ ନଥାନ୍ତି। ଜବରଦସ୍ତ ଧନ ଆୟରେ ଆଗ୍ରହ, ପଶ୍ଚାତାପ, ଚିନ୍ତାଗ୍ରସ୍ତ ଭଳି ଦେଖା ଯିବେ। ନିଜର ଗୃହସ୍ଥ ଜୀବନକୁ ତ୍ୟାଗ କରି ଅନ୍ୟ ଏକ ନୂଆ ଜୀବନ ଗଢ଼ିବା ପାଇଁ ବିଚାର କରିବେ। ଏଥିରେ କେହି ସନ୍ତୁଷ୍ଟ କରି ପାରିବେ ନାହିଁ। ଶୁଭ କାର୍ଯ୍ୟରେ ଅଧିକ ଧନ ଖର୍ଚ୍ଚ ହେବ। ସନ୍ତୁଷ୍ଟଜନକ ଭୂମି ଏବଂ ଜାଗା ପାଇଁ ତତ୍ପର ହେଲେ ମଧ୍ୟ ଅଚାନକ ତାହା ମିଳିଯିବ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ସ୍ତ୍ରୀଙ୍କ ରୋଗକୁ ନେଇ ଚିନ୍ତିତ ରହିବେ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର, ଏକାଠି ରହିବାକୁ ଇଛା ହେବ। ଏହି ରାଶିର ଲୋକଙ୍କର ବିବାହର ଯୋଗ ୧୯ ବର୍ଷରୁ ୨୨ ବର୍ଷ । କିମ୍ବା ୨୬ ବର୍ଷରୁ ୩୨ ବର୍ଷ ମଧ୍ୟରେ ବିବାହ ଯୋଗ ରହିଛି। ଏକରୁ ଦୁଇ ଜଣ ସ୍ତ୍ରୀଙ୍କ ସହିତ ସମ୍ପର୍କ ରହିବା, ଦୁଇ ବା ତିନି ସନ୍ତାନର ଯୋଗ ମଧ୍ୟ ରହିଛି। ଧନ ପାଇବାର ମାର୍ଗ ଜଣେ ବନ୍ଧୁ ଦେବେ। ମେଷ, କର୍କଟ, ସିଂହ, ମୀନ ଏହି ରାଶିର ଲୋକଙ୍କ ସହିତ ସମ୍ପର୍କ ରଖନ୍ତୁ। ଜନ୍ମରୁ ୨୮ ବର୍ଷ ପର୍ଯ୍ୟନ୍ତ ଅନେକ ପ୍ରକାରର ରୋଗ, ଛୋଟ ଚାକିରି, ବ୍ୟବସାୟ। ୨୮ ବର୍ଷରୁ ୪୫ ବର୍ଷ ମଧ୍ୟରେ ବହୁତ ଉନ୍ନତି, ଲଟେରୀ ଏବଂ ଧନ ପ୍ରାପ୍ତି ,ଧର୍ମ, ମନ୍ଦିର ପ୍ରତିଷ୍ଠା, ଲୋକ ସମ୍ପର୍କ, ନୂଆ ବା ପୁରୁଣା ଘର କିଣି ପାରିବେ। ଏହା ଆ-ଶ୍ଚର୍ଯ୍ୟ ରୂପରେ ମିଳିଥାଏ। ଚାକିରି କଲେ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇଯାଇଥାଏ। ବ୍ୟବସାୟରେ ବହୁତ ଉନ୍ନତି ହେବ। ପାରିବା, କପଡ଼ା, ମେଶିନାରି ଆଦି ଜିନିଷର ବ୍ୟବସାୟ କଲେ ବହୁତ ଲାଭ ହୋଇଥାଏ। ୪୪ ବର୍ଷରୁ ୬୨ ବର୍ଷ ମଧ୍ୟରେ ସମୟ ବହୁତ ଭଲ ଏବଂ ମନ୍ଦ ମଧ୍ୟରେ ଗତି କରିବ। କାର୍ଯ୍ୟ ସିଦ୍ଧି, ସନ୍ତୋଷ ଜନକ ପ୍ରଗତି, କେତେକ କାରଣରୁ ଉଦାସ ହୋଇ ପାରନ୍ତି। କନ୍ୟା ସନ୍ତାନଙ୍କ ଠାରୁ ସୁଖ ପ୍ରାପ୍ତ ହେବ। ପ୍ରତି ବର୍ଷ ମେଷ ମାସରେ ୧,୫,୧୬,୨୪,୨୫ ତାରିଖ ଏବଂ ଶୁକ୍ରବାର କ୍ଷତିକାରକ ଅଟେ। ମିଥୁନ, ତୁଳା, କୁମ୍ଭ ରାଶି ଏବଂ ନୀଳ ଓ ଧଳା ରଙ୍ଗର ବସ୍ତ୍ର ଅଶୁଭ ଅଟେ। ଶେଷ ଆଡକୁ ସାଧୁସଂଗର ଯୋଗ ରହିଛି। ରିଷ୍ଟ ବା ଘାଟି – ୧ ବର୍ଷ, ୨ ବର୍ଷ, ୩ ବର୍ଷ, ୮ ବର୍ଷ, ୫ ବର୍ଷ, ୧୬, ୧୨,୧୮,୨୨,୨୫,୨୮,୩୨,୩୬,୪୬,୪୮,୫୨,୫୬,୬୨,୭୨ ବର୍ଷ ଆପଣଙ୍କର ଘାଟି ରହିଥାଏ। ଏବେ ଜାଣିବା ଆୟୁଷ ବା ପରମ ଆୟୁ – ୧୬/୮ ର ଆୟୁଷ ହେଉଛି ୭୫ ବର୍ଷ, ୧୭/୮ ର ଆୟୁଷ ହେଉଛି ୮୬ ବର୍ଷ, ୧୮/୮ ର ଆୟୁଷ ହେଉଛି ୯୦ ବର୍ଷ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *