Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ଧନୁ ରାଶି ବ୍ୟକ୍ତି ବିଶେଷଙ୍କ କିଛି ଗୁ-ପ୍ତ କଥା, ଆଜି ହିଁ ଜାଣି ନିଅନ୍ତୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନୁ ରାଶିର ଜନ୍ମଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ କିଛି ଅଦ୍ଭୁତ କଥା ବିଷୟରେ। ଯେମିତିକି ଚରିତ୍ର, ସ୍ଵଭାବ, ଖାଦ୍ୟରୁଚି, କର୍ମକ୍ଷେତ୍ର, ଶିକ୍ଷା, କ୍ୟାରିୟର,ପ୍ରେମ ଜୀବନ ଏବଂ ଆୟୁଷ କାଳ ଏମିତି ଅନେକ କିଛି ବିଷୟ ବସ୍ତୁ ଉପରେ ଆଜି ଆମେ ଆଲୋଚନା କରିବା

ବନ୍ଧୁଗଣ ଧନୁ ରାଶି ସାଧାରଣତଃ ୩ ଭାଗରେ ବିଭକ୍ତ କରାଯାଇଛି। ଯଥା ୧୯/୯ ତୁଳା ନକ୍ଷତ୍ର  ଧନୁ ରାଶି ଏମାନେ ହେଉଛନ୍ତ ଦାନବ ଗଣ। ଶାସ୍ତ୍ର ଚର୍ଚ୍ଚା ପ୍ରିୟ  ଅଟନ୍ତି। ୨୦/ ୯ ପୂର୍ବାସାହା ନକ୍ଷତ୍ର ଧନୁ ରାଶି। ଏମାନେ ହେଉଛନ୍ତି ମାନବ ଗଣ। ନିୟମର ବଶବର୍ତ୍ତୀ ଅଟନ୍ତି। ୨୧/୯ ଉତ୍ତରସାଢା ନକ୍ଷତ୍ର ଧନୁ ରାଶି। ଏମାନେ ହେଉଛନ୍ତି ମାନବ ଗଣ। ନିୟମର ବଶବର୍ତ୍ତୀ ହୋଇଥାନ୍ତି। ଧନୁ ରାଶିର ବ୍ୟକ୍ତି ସାହସୀ, ଆତ୍ମବିଶ୍ୱାସୀ, ସତ୍ୟବାଦୀ, ଭ୍ରମଣ ପ୍ରିୟ, ଧାର୍ମିକ, ଏକରୁ ଅଧିକ କାମରେ ପ୍ରବେଶ, ଅଳ୍ପ ସନ୍ତାନ ଯୁକ୍ତ ହୋଇଥାନ୍ତି।ଏହି ରାଶିର ବ୍ୟକ୍ତିଙ୍କର ରୋଗ ବାତ ରୋଗ, ସରଦି କାଶ, ବହୁମୂତ୍ର, ଝାଡା, ଆଣ୍ଠୁଗଣ୍ଠି ପୀଡା, ଅଣ୍ଟା,କର୍ଣ୍ଣ, ପେଟ ଏବଂ ଚକ୍ଷୁ ରୋଗ ହୋଇଥାଏ।ଜୀବିକା, କଳାକାର, ଲେଖକ, କିରାଣୀ, ଅଧ୍ୟାପନା, ରାଜନୀତି, ବ୍ୟାଙ୍କ କର୍ମଚାରୀ, ଧର୍ମ ପ୍ରଚାରକ, ହିସାବ ରକ୍ଷକ, ପୁସ୍ତକ ପ୍ରକାଶ, ସମ୍ପାଦକ, ବିଜ୍ଞାପନ, ସଂଗ୍ରହକାରୀ ଅଟନ୍ତି। କୋଠା ବାଡ଼ି କଣ୍ଟ୍ରାକ୍ଟର, ଆଇନ କର୍ମଚାରୀ, ପୁସ୍ତକ ବିକ୍ରୟକାରୀ, ଶିକ୍ଷକତା ଆଦି ଜୀବିକା ଥାଏ। ଏହି ରାଶିର ବ୍ୟକ୍ତି ଧର୍ମ ପ୍ରତି ଆଶା, ବିଶ୍ୱାସ ଏବଂ ଦୃଢ଼ ନିଷ୍ଠାର ସହିତ ରହିବେ। ଧନୀ ବ୍ୟକ୍ତି ପରି କଥାବାର୍ତା କରିବେ। ପାଠ ପଢା ପ୍ରିୟ ହୋଇଥାନ୍ତି। ପାଠ ପଢାରେ ଅଧିକ ସଫଳତା ପାଇଥାନ୍ତି। କଳା, ନୃତ୍ୟ, ସଂଗୀତ ପ୍ରେମୀ, ଉଦାର,ଦୟାଳୁ, ପରପକାରୀ, ପରିଶ୍ରମୀ,ଦେବଶାସ୍ତ୍ର ପରାୟଣ, ଧର୍ମ ପ୍ରତି ରୁଚି ରହିବା ଏମାନଙ୍କର ପାଖରେ ରହିଥାଏ। ଏହି ରାଶିର ଅଧିପତି ହେଉଛନ୍ତି ବୃହସ୍ପତି। ତେଣୁ ଶୁଭ ବାର ହେଉଛି ଗୁରୁବାର। ଏଣୁ ବିଷ୍ଣୁପୁରାଣ, ପୂର୍ଣ୍ଣମୀ ବ୍ରତ ପାଳନ କଲେ ଗ୍ରହଶାନ୍ତି ହୋଇଥାଏ। ଗ୍ରହଶାନ୍ତି ପାଇଁ ସୁନା ଗୁରୁବାର ଦିନ ପୂଜା କରି ପିନ୍ଧିଲେ ଶୁଭ ହୋଇଥାଏ।ସୁନ୍ଦର ସ୍ୱାଭବ ଏବଂ ଶ୍ରେଷ୍ଠ ଲୋକଙ୍କର ପ୍ରିୟ ହୋଇଥାନ୍ତି। ଲେଖକ, ବିଦ୍ୟା ଏବଂ ସୁନ୍ଦରୀ ସ୍ତ୍ରୀ ଯୁକ୍ତ ହୋଇଥାନ୍ତି। ନିଶାଦ୍ରବ୍ୟ ଏମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ।

Google

ଏହି ରାଶିର ବ୍ୟକ୍ତିଙ୍କର ବିବାହ ଯୋଗ ୧୮ ବର୍ଷରୁ ୨୭ ବର୍ଷ ପର୍ଯ୍ୟନ୍ତ ଶୁଭ ବିବାହର ଯୋଗ ରହିଥାଏ। ବିଦେଶ ଭ୍ରମଣର ଯୋଗ, ଅର୍ଥ ବ୍ୟୟ ରହିଛି। ସନ୍ତାନ ଯୋଗ ଦୁର୍ବଳ ଅଟେ।ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଅଶୁଭ ସମୟ ଜୁନ ମାସ ଏବଂ ପ୍ରତ୍ୟକ ମାସର ୩ ତାରିଖ, ୯ ତାରିଖ, ୧୮ ତାରିଖ, ୧୮ ତାରିଖ ଏବଂ ୨୬ ତାରିଖ ଅଶୁଭ ଅଟେ। ଏବଂ ଶୁକ୍ରବାର ଦିନ ଅଶୁଭ ଅଟେ। ମେଷ ରାଶି, ସିଂହ ରାଶି,ଧନୁ ରାଶି, କୁମ୍ଭ ରାଶିର ବ୍ୟକ୍ତିଙ୍କ ସହିତ ମିତ୍ରତା କରନ୍ତୁ ଶୁଭଫଳ ମିଳିଥାଏ। ଗୁରୁବାର ଦିନ ପୂର୍ବ ଦିଗକୁ ଯାତ୍ରା କଲେ ନହୋଇଥିବା କାର୍ଯ୍ୟ ନିଶ୍ଚିତ ସହଜରେ ହାସଲ ହୋଇଥାଏ। ଆପଣଙ୍କ ପାଇଁ ପୂର୍ବ ଦିଗଟି ଶୁଭ ହୋଇଥାଏ। ପରୀକ୍ଷା ଏବଂ ମାଲିମକର୍ଦମାରେ ବିଜୟ ଲାଭ ହୋଇଥାଏ। ଦୋଷୀକୁ ସହଜରେ କ୍ଷମା ଦିଅନ୍ତି ନାହିଁ। ଆଇନଗତ, ବିଚାରକ, ଧର୍ମ ଉପଦେଶକ, ଧନବାନ ଏବଂ ଏହି ଶ୍ରେଣୀର ଲୋକମାନଙ୍କ ସହିତ ଦିନ କାଟିଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କର ଅଶୁଭ ରାଶି ହେଉଛି କର୍କଟ ରାଶି, ବିଛା ରାଶି, ମୀନ ରାଶି। ଏହି ରାଶିର ବ୍ୟକ୍ତି ଏମାନଙ୍କର ପାଇଁ ଅଶୁଭ ଅଟନ୍ତି। ଏବଂ ବନ୍ଧୁ ଅତି କ୍ଷତିକାରକ ଅଟନ୍ତି। ଏବଂ ନୀଳ ରଙ୍ଗ ଏବଂ କଳା ରଙ୍ଗର ବସ୍ତ୍ର ଅଶୁଭ ଅଟେ। ଯେକୌଣସି ଜାତିରେ ହୋଇଥିଲେ ମଧ୍ୟ ଧର୍ମ କାର୍ଯ୍ୟରେ ଇଷ୍ଟ ଦେବା ଦେବୀଙ୍କର ଆଶୀର୍ବାଦ ନିଶ୍ଚୟ ପାଇବେ। ଦେବ ଆରୋଧନା ବ୍ରାହ୍ମଣଙ୍କ ପ୍ରତି ଭକ୍ତି ରହିବ। ଏବଂ କଲ୍ୟାଣ ମିଳିବ।

Google

ଏହି ରାଶିର ଅଧିପତି ବୃହସ୍ପତି ହୋଇଥିବାରୁ ବୃହସ୍ପତିଙ୍କର ସମସ୍ତ ହୋମ ଯଜ୍ଞ ମଝିରେ ମଝିରେ ଗୃହରେ କରିଲେ ବହୁତ ଶୁଭଫଳ ମିଳିଥାଏ। କୁଣ୍ଡଳୀରେ ବୃହସ୍ପତି ଅଶୁଭ ଥିଲେ ଶୁଭଫଳ ବିଳମ୍ବରେ ମିଳିଥାଏ। ଏଣୁ ପ୍ରତ୍ୟକ ଗୁରୁବାରରେ ବୃହସ୍ପତିଙ୍କ ପୁସ୍ତକ ପାଠ କରିବା ଆପଣଙ୍କ ପାଇଁ ଉଚିତ। ବୃହସ୍ପତି ଆପଣଙ୍କୁ କର୍ମଠ, ଜ୍ଞାନୀ, ଧନବାନ, ବଳବାନ ଏବଂ ଜୀବନର ମଧ୍ୟମ ସମୟରେ ଧନ ଏବଂ ସୁଖର ହାନି ହୋଇଥାଏ। ପରଦେଶ ଗମନ, ସମ୍ମାନରେ ଆଞ୍ଚ ଆସିବ। କର୍ମ କ୍ଷେତ୍ରରେ ଏବଂ ଚାକିରୀରେ ସୁଖ ଏବଂ ବ୍ୟବସାୟରେ ଦୁଃଖ, ସନ୍ତାନ କ୍ଷେତ୍ରରେ ସେତେ ଭଲ ନୁହେଁ। ୩୦ ବର୍ଷରୁ ୪୦ ବର୍ଷ ମଧ୍ୟରେ ବ୍ୟବସାୟରେ ମନ ମୁତାବକ ଶୁଭଫଳ ମିଳିବ। ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ମିଳିବ। ଦେବତା ସ୍ଥାପନ କରିବେ। ମନ୍ଦିର ନିର୍ମାଣ କରିବେ। ଏବଂ ଇଷ୍ଟଦେବ ବିଷ୍ଣୁ। ଏଣୁ ବିଷ୍ଣୁଙ୍କ ବିଗ୍ରହ ପ୍ରତିଷ୍ଠାରେ ନାମ ସଂକୀର୍ତ୍ତନରେ ଜୀବନର ଶେଷ ସମୟ ବିଟିଯିବ। ସ୍ତ୍ରୀର ବହୁତ ଖର୍ଚ୍ଚ ଚିଡିଚିଡା ପ୍ରକୃତିର ସ୍ୱାଭବ ହୋଇଥାନ୍ତି।ସ୍ତ୍ରୀ ପ୍ରତି ଭଲପାଇବା ଏବଂ ଭଲ ଭାବନା ରଖନ୍ତୁ। ହଠାତ ଧନ ପ୍ରାପ୍ତିର ଯୋଗ ମଧ୍ୟ ଅଛି। ଗୋଟେ ସ୍ତ୍ରୀ ଲୋକ ଚିରଶତ୍ରୁ ହୋଇ ବିପଦରେ ପକାଇବାକୁ ଚେଷ୍ଟା କରିବେ। କିନ୍ତୁ ବିଫଳ ହେବେ। ଆପଣ ମାନଙ୍କ ପାଇଁ ଶୁଭ ସଂଖ୍ୟା ୧,୩,୪,୫ ଏହା ହେଉଛି ଆପଣଙ୍କ ପାଇଁ ଶୁଭ ଅଟେ। ଉତ୍ତମ ଫଳ ମେଷ ରାଶି, କର୍କଟ ରାଶି, ସିଂହ ରାଶି, ଧନୁ ରାଶି ଏବଂ ମୀନ ରାଶି। ଏହି ରାଶିର ବ୍ୟକ୍ତି ଆପଣଙ୍କ ପାଇଁ ଶୁଭ ଅଟନ୍ତି। ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଇସତ ହଳଦିଆ, ଶୁଭ ଦିଗ ହେଉଛି ପୂର୍ବ ଦିଗ। ଆପଣଙ୍କ ପାଇଁ ଘାତ ବାର ବା ଅଶୁଭ ବାର ଶୁକ୍ରବାର। ଆପଣଙ୍କ ପାଇଁ ଲକୀ ନମ୍ବର ହେଉଛି ୨,୬ ଏବଂ ୭ । ଆପଣଙ୍କ ପାଇଁ ରିଷ୍ଟ ବା ଘାଟି ୨ ବର୍ଷ, ୪ ବର୍ଷ, ୮ ବର୍ଷ, ୧୨ ବର୍ଷ, ୧୬ ବର୍ଷ, ୨୨ ବର୍ଷ, ୨୪ ବର୍ଷ, ୨୮ ବର୍ଷ, ୩୦ ବର୍ଷ, ୩୬ ବର୍ଷ, ୪୭ ବର୍ଷ, ୪୮ ବର୍ଷ, ୫୨ ବର୍ଷ, ୫୬ ବର୍ଷ, ୬୨ ବର୍ଷ, ୭୨ ବର୍ଷ ବୟସରେ ଅନେକ ପ୍ରକାରର ରିଂ ଏବଂ ବିଘ୍ନ ଦେଖା ଯାଇଥାଏ। ଏଣୁ ଏହି ବର୍ଷ ମାନଙ୍କରେ ଆପଣ ଦେଖି ଚାହିଁ ସମୟ ବିତାନ୍ତୁ। ଏବେ ଜାଣିବା ଏହି ଧନୁ ରାଶିର ବ୍ୟକ୍ତିଙ୍କର ପରମାୟୁ ବା ଆୟୁଷ। ୧୯/୯ ର ଆୟୁଷ ୯୦ ବର୍ଷ ହୋଇଥାଏ। ୨୦/୯ ର ଆୟୁଷ ୮୫ ବର୍ଷ ହୋଇଥାଏ। ୨୧/୯ ର ଆୟୁଷ ୭୨ ବର୍ଷ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *