Excuse Me Odisha

ଯାହା କହିବୁ ସତ କହିବୁ

୧୫ ମିନିଟରେ ହାତ, ଗୋଡ଼ ଓ ଅଣ୍ଟା ବିନ୍ଧା ଭଲ ହୋଇ ଯିବ, ଆପଣାନ୍ତୁ ଏହି ସହଜ ଘରୋଇ ଉପାୟ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଅନେକ ସମୟରେ ଆମକୁ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ଦେଖିବାକୁ ମିଳିଥାଏ। ସାଧାରଣତଃ ବୟସ ଅଧିକ ହେଲେ ଆମର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଅନୁଭବ ହୋଇଥାଏ। କେବଳ ଆଣ୍ଠୁ ନୁହେଁ,ଆମ ଅଣ୍ଟା, ବେକ, କାନ୍ଧ ଏପରି ଅନେକ ଜାଗାରେ ଆମକୁ ଯନ୍ତ୍ରଣା ଅନୁଭବ ହୋଇଥାଏ। ବୟସ ହୋଇଗଲେ ଆମକୁ ଏହିସବୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ଆଜିକାଲି ଛୋଟ ବଡ଼ ସମସ୍ତଙ୍କ ମଧ୍ୟରେ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖିବାକୁ ମିଳୁଛି। କ୍ୟାଲସିୟମ ଅଭାବ ଯୋଗୁଁ ଆପଣଙ୍କୁ ଆଣ୍ଠୁ ଗଣ୍ଠି ସମସ୍ୟା ଭୋଗିବାକୁ ପଡ଼ିଥାଏ। ବନ୍ଧୁଗଣ ଯଦି ଆପଣ ଆଣ୍ଠୁ ଗଣ୍ଠି ସମସ୍ୟାକୁ ସବୁଦିନ ପାଇଁ ଦୂର କରିବା ପାଇଁ ଚାହାନ୍ତି ତାହେଲେ ଆଜି ମୁଁ ଯେଉଁ କଥା କହୁଛି ତାହାକୁ ଧ୍ୟାନ ସହକାରେ ଶୁଣନ୍ତୁ।

ଆଜି ମୁଁ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛି ତାହା ସମ୍ପୂର୍ଣ୍ଣ ପ୍ରାକୃତିକ ଅଟେ। ଏଥିରୁ ଆପଣଙ୍କୁ କୌଣସି କ୍ଷତି ହେବ ନାହିଁ। ଆଜି ମୁଁ ଆପଣ ଏପରି ତେଲ ପ୍ରସ୍ତୁତ କରିବା ଶିଖାଇବି ଯାହା ଆପଣଙ୍କର ଆଣ୍ଠୁ ଗଣ୍ଠି ସମସ୍ୟାକୁ ସବୁଦିନ ପାଇଁ ଦୂର କରିଦେବ। ତେଣୁ ସମୟ ବିଳମ୍ବ ନକରି ଆସନ୍ତୁ ଜାଣିବା ଏହି ତେଲକୁ ଆପଣ କିପରି ପ୍ରସ୍ତୁତ କରିବେ ଏବଂ ନିଜର ଯନ୍ତ୍ରଣା ସ୍ଥାନରେ ଏହାର ପ୍ରୟୋଗ କିପରି କରିବେ। ବନ୍ଧୁଗଣ ଏବେ ଆମେ ଚମତ୍କାର ଆଣ୍ଠୁ ଗଣ୍ଠି ଯନ୍ତ୍ରଣାକୁ ଭଲ କରିବା ପାଇଁ ଏକ ତେଲ କିପରି ପ୍ରସ୍ତୁତ ହୁଏ ଶିଖିବା।

Google

ପ୍ରଥମେ ଆପଣ ଏକ ଗିନାକୁ ଏକ ପ୍ୟାନରେ ବସେଇ ଏହାକୁ ଗ୍ୟାସ ମାଧ୍ୟମରେ ଗରମ କରନ୍ତୁ। ଏବେ ବନ୍ଧୁଗଣ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି ସୋରିଷ ତେଲ। ସୋରିଷ ତେଲ ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟାକୁ ଦୂର କରିବା ପାଇଁ କେତେ ଲାଭକାରୀ ଆପଣ ତାହା ଜାଣି ଥିବେ ବନ୍ଧୁଗଣ ବହୁତ ପୁରାତନ କାଳରୁ ଆଣ୍ଠୁ ଗଣ୍ଠି ସମସ୍ୟା ଦୂର କରିବା ପାଇଁ ସୋରିଷ ତେଲ ବ୍ୟବହାର କରି ଆସୁଛନ୍ତି। ଆଜି ମଧ୍ୟ ଏହି ଉପଚାରରେ ଆମେ ସୋରିଷ ତେଲର ବ୍ୟବହାର କରିବା। ୧୦ ଚାମୋଚ ସୋରିଷ ତେଲ ଆପଣ ନେଇ ସେହି ଗିନାରେ ଢ଼ାଳି ଦିଅନ୍ତୁ। ବନ୍ଧୁଗଣ ଏହି ପ୍ରାକୃତିକ ଉପଚାର ପାଇଁ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ଡାଲଚିନି ଖଣ୍ଡ। ବନ୍ଧୁଗଣ ଡାଲଚିନି ମଧ୍ୟ ଆମ କଷ୍ଟ ନିବାରକ କାର୍ଯ୍ୟ କରିଥାଏ। ଏହା ମଧ୍ୟ ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ଅଟେ। ଗୋଟେ ବଡ଼ ଡାଲଚିନି ଖଣ୍ଡ ନେଇ ଛୋଟ ଛୋଟ ଭାଙ୍ଗି ଏହି ତେଲରେ ପକାଇ ଦିଅନ୍ତୁ। ଏଥିପାଇଁ ଆପଣଙ୍କୁ ତୃତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ରସୁଣ। ରସୁଣ ମଧ୍ୟ ଆମ ଆଣ୍ଠୁ ଗଣ୍ଠି ସମସ୍ୟାକୁ ଦୂର କରିବା ପାଇଁ ଲାଭକାରୀ ହୋଇଥାଏ। ପାଞ୍ଚ କୋଷା ରସୁଣକୁ ଚୋପା ଛଡେଇ ଏହି ଗରମ ହେଉଥିବା ସୋରିଷ ତେଲରେ ପକାନ୍ତୁ। ଏବେ ଆପଣଙ୍କୁ ଶେଷ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ଅଟେ ମେଥି। ବନ୍ଧୁଗଣ ମେଥି ଦାନା ମଧ୍ୟ ଆମର ଆଣ୍ଠୁ ଗଣ୍ଠି ସମସ୍ୟାର ନିବାରଣ ପାଇଁ ବହୁତ ଲାଭଦାୟକ ଅଟେ। ଅଧା ଚାମୋଚ ମେଥିର ପ୍ରୟୋଗ ଆପଣ ଏହି ତେଲରେ କରନ୍ତୁ। ଏବେ ଆପଣ ଏହି ତେଲ ମିଶ୍ରଣକୁ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ବନ୍ଧୁଗଣ ଏହାକୁ ହାଲକା ଚଲାନ୍ତୁ, ଯେପରି ତାହା ପୋଡ଼ି ଯିବ ନାହିଁ। ବନ୍ଧୁଗଣ ୧୦ ମିନିଟ ପରେ ଏହି ତେଲକୁ ହାଲକା ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ହାଲକା ଥଣ୍ଡା କରିବେ , ସମ୍ପୂର୍ଣ୍ଣ ଥଣ୍ଡା କରିବେ ନାହିଁ। ବନ୍ଧୁଗଣ ତେଲ ଥଣ୍ଡା ହୋଇଗଲା ପରେ ଆପଣ ଏହାକୁ ଗୋଟେ ପାତ୍ରକୁ ଛାଣି ନିଅନ୍ତୁ। ଏବେ ଆପଣଙ୍କର ଆଣ୍ଠୁ ଗଣ୍ଠି ସମସ୍ୟାକୁ ଦୂର କରିବା ପାଇଁ  ପ୍ରାକୃତିକ ଘରୋଇ ତେଲ ପ୍ରସ୍ତୁତ।

Google

ବନ୍ଧୁଗଣ ଆପଣଙ୍କର ଯେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି କିପରି ତେଲର ପ୍ରୟୋଗ କରିବେ। ଦିନରେ ଯେକୌଣସି ସମୟରେ ଆପଣ ଏହାର ପ୍ରୟୋଗ କରନ୍ତୁ। ରାତି ସମୟରେ ଶୋଇବା ପୁର୍ବରୁ ଆପଣ ଏହାର ପ୍ରୟୋଗ କରି ପାରିବେ। ତେଲକୁ ନେଇ ଆଣ୍ଠୁ ଗଣ୍ଠି ବିନ୍ଧୁଥିବା ସ୍ଥାନରେ ଲଗାନ୍ତୁ ଏବଂ ୧୫ ମିନିଟ ପର୍ଯ୍ୟନ୍ତ ଭଲଭାବରେ ମାଲିଶ କରନ୍ତୁ। ବନ୍ଧୁଗଣ ଏହାର କିଛିଦିନ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ। ଆପଣ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦୂର କରିବା ପାଇଁ ଯେତେ ଔଷଧ ସେବନ କଲେ ମଧ୍ୟ ଏହା ଆପଣଙ୍କର ଖୁବ୍ ଶୀଘ୍ର ଭଲ ହୋଇ ନଥାଏ। ଯଦି ଆପଣ ଏହି ତେଲକୁ ମାଲିଶ କରିବେ ତାହେଲେ ଆପଣଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ଖୁବ୍ ଶୀଘ୍ର ଭଲ ହୋଇଯିବ। ବନ୍ଧୁଗଣ ଯଦି ଆପଣ ନିଜର ଆଣ୍ଠୁ ଗଣ୍ଠି ସମସ୍ୟାକୁ ଭଲ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏହି ପ୍ରାକୃତିକ ଘରୋଇ ଉପଚାରର ସବୁବେଳେ ପ୍ରୟୋଗ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।  ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *