Excuse Me Odisha

ଯାହା କହିବୁ ସତ କହିବୁ

ଝିଅକୁ ଭୁଲରେ ମଧ୍ୟ ଏହି ଜିନିଷ କେବେବି ଦିଅନ୍ତୁ ନାହିଁ। ନଚେତ ତାର ସ୍ୱାମୀର ଅନର୍ଥ ହେବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମର ଝିଅଙ୍କ ବାହାଘର ସମସ୍ତଙ୍କର ବାପା ମାଙ୍କ ଜୀବନରେ ବହୁତ ବଡ଼ ଖୁସିର ମୁହୂର୍ତ୍ତ ହୋଇଥାଏ। ଗୋଟିଏ ପଟେ ଝିଅ ଘର ବସାଇବେ ବୋଲି ଖୁସି ଥାନ୍ତି। ଅନ୍ୟପଟେ ଝିଅକୁ ବିଦା କରିବାର ଦୁଃଖ ମଧ୍ୟ ହୋଇଥାଏ। ସମସ୍ତଙ୍କ ବାପା ମା ଝିଅର ବାହାଘର ବଡ଼ ଧୁମଧାମରେ କରିବା ପାଇଁ ସ୍ୱପ୍ନ ଦେଖିଥାନ୍ତି। ଏବଂ ଝିଅର ଅଣ୍ଟିରେ ଦୁନିଆର ସବୁ ଖୁସି ଭରିଦେଇ ତାକୁ ବିଦା କରିବା ପାଇଁ ଯାନ୍ତି। ସମସ୍ତ ବାପା ମା ନିଜ ସାମର୍ଥ୍ୟ ଅନୁସାରେ ପାଳି ପୋଷି ବଡ଼ କରିଥାଏ। ଏବଂ ସେ ଚାହୁଁଥିବା ସବୁ ଜିନିଷ ଦେବା ପାଇଁ ଚେଷ୍ଟା କରିଥାନ୍ତି।ଯେତେବେଳେ ସେ ଶାଶୁ ଘରକୁ ଯାଏ ସେତେବେଳେ ମଧ୍ୟ ସେ ଯାହା ଚାହୁଁଛି ସେହିସବୁ ଜିନିଷ ସାଙ୍ଗକୁ ବାପା ମା ସଂସ୍କାର, ପାରିବାରିକ, ବ୍ୟବହାରିକ, ଅମୂଲ୍ୟ କଥା ବି ନିଜର ସାଙ୍ଗରେ ନେଇକି ଆସନ୍ତି। ଯାହାକି ତାର ଆଗାମୀ ଦିନରେ ବହୁତ ଉପଯୋଗୀ ହୋଇଥାଏ। ଆମେ ଆମ ଝିଅକୁ ସବୁକିଛି ଦେଇପାରିବା। ଯେଉଁ ଗୁଡିକକି ଆମ ପାଖରେ ସମ୍ଭବ ହୋଇପାରିବ। କିନ୍ତୁ ଆପଣ ମାନେ ଜାଣିଛନ୍ତି କି ଝିଅକୁ ବିଦା କରିବା ସମୟରେ ଆମେ ଯେଉଁ ବସ୍ତୁ ଗୁଡିକୁ ଦେଇଥାଉ ସେଥି ମଧ୍ୟରୁ କିଛି ବସ୍ତୁ ଉପଯୋଗୀ ଏବଂ ଶୁଭ ହୋଇଥାଏ। କିନ୍ତୁ ସେଥି ମଧ୍ୟରୁ କିଛି ଏମିତି ବସ୍ତୁ ଅଛି ଯାହାକି ଭୁଲରେ ମଧ୍ୟ ସେହି ବସ୍ତୁ ଗୁଡିକୁ ଆମେ ଆମ ଝିଅଙ୍କୁ ଦେବା ଉଚିତ ନୁହେଁ। ନହେଲେ ଆପଣଙ୍କର ଝିଅକୁ ଆପଣଙ୍କୁ ଦୁଇଜଣଙ୍କୁ କ୍ଷତି ପହଞ୍ଚିବ। ବନ୍ଧୁଗଣ ଆପଣଙ୍କୁ ଏହା ଶୁଣିକରି ବହୁତ ଆଶ୍ଚର୍ଯ୍ୟ ଲାଗିପାରେ ଏମିତି କଣ ବସ୍ତୁ ଅଛି ଯାହା ଆମେ ଆମ ଝିଅଙ୍କୁ ଦେବା ଉଚିତ ନୁହେଁ। ଝିଅମାନଙ୍କୁ ତ ଘରର ଲକ୍ଷ୍ମୀ କୁହାଯାଏ। ପୁଣି ଏମିତି କଣ ବସ୍ତୁ ଅଛି ଯାହା ଦେଲେ ବାପା ମାଙ୍କୁ ମଧ୍ୟ କ୍ଷତି ପହଞ୍ଚି ଥାଏ। ତ ଆସନ୍ତୁ ଆମେ ଜାଣିନେବା।

ଯେଉଁ ସମୟରେ ଝିଅକୁ ବିଦା କରାଯାଏ କେଉଁ ବସ୍ତୁ ଦେବା ଠିକ ହେବ ନାହିଁ ତ କେଉଁ ବସ୍ତୁ ଦେବା ଠିକ ହେବ। ଆସନ୍ତୁ ପ୍ରଥମେ ଜାଣିନେବା କେଉଁ ବସ୍ତୁ ଦେଲେ ଠିକ ହେବ।

ପ୍ରଥମେ ହେଲା ବନ୍ଧୁଗଣ ମା ଅନ୍ନପୂର୍ଣା ଧନ ଧନ୍ୟ ଏବଂ ସମୃଦ୍ଧିର ଦେବୀ ହୋଇଥାନ୍ତି। କାହାରବି ଘରେ ମା ଅନ୍ନପୂର୍ଣାଙ୍କର ପୂଜା କଲେ ସେହି ଘରେ କେବେହେଲେ ଧନ ସମ୍ପତ୍ତିର କମ ହେବ ନାହିଁ। ସେଥିପାଇଁ ବାପା ମା ନିଜ ଝିଅର ବାହାଘରରେ ବିଶେଷ ରୂପରେ ମା ଅନ୍ନପୂର୍ଣାଙ୍କର ଛୋଟ ହେଲେବି ଗୋଟିଏ ମୂର୍ତି କିମ୍ବା ଫୋଟ ନିଶ୍ଚୟ ଦିଅନ୍ତୁ। ତାହେଲେ ଝିଅର ଶାଶୁଘର ସବୁବେଳେ ଧନ ସମ୍ପତ୍ତିରେ ଭରପୁର ହୋଇ ରହିବ। ଏବଂ ତା ହାତରେ ରାନ୍ଧିଥିବା ଖାଦ୍ୟ ଶାଶୁ ଘରର ଲୋକଙ୍କୁ ସବୁବେଳେ ପ୍ରିୟ ରହିବ।

Google

କେତେକ ଲୋକ ନିଜ ଝିଅକୁ ବାଳକୃଷ୍ଣଙ୍କର ମୂର୍ତି ମଧ୍ୟ ଦେଇଥାନ୍ତି। ଏହାର ପଛରେ ଏହା ମାନ୍ୟତା ଥାଏ କି ବହୁତ ଶୀଘ୍ର ତାର ଘରେ ଛୋଟ ପିଲାର ହସ,କାନ୍ଦ ଏବଂ ଚିତ୍କାର ଶୁଣାଯାଏ।

ଆମ ଜୀବନରେ ମହା ଗ୍ରନ୍ଥ, ବେଦ ପୁରାଣର କଣ ମହତ୍ତ୍ୱ ଏହା ଆମେ ସମସ୍ତେ ଜାଣୁ। ଆମ ହିନ୍ଦୁ ସଂସ୍କୃତିର ଗୌରବ ରାମାୟଣର ମାତାଙ୍କ ସହିତ କିଏ ପରିଚିତ ନୁହେଁ। ଏହି ମହା କାବ୍ୟରେ ଜୀବନର ସମସ୍ତ ରଙ୍ଗର ବର୍ଣ୍ଣନା କରାଯାଇଛି।ତ୍ୟାଗ ଏବଂ ସମ୍ପର୍କର ମହତ୍ୱକୁ ବୁଝାଉଥିବା ଏହି ପୁସ୍ତକକୁ ଆପଣଙ୍କର ଝିଅକୁ ଶାଶୁଘରକୁ ଯିବା ସମୟରେ ନିଶ୍ଚୟ ଭାବରେ ଦେବା ଆବଶ୍ୟକ। ଏହା କଲେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ସବୁବେଳେ ସମ୍ପର୍କ ଭଲ ରହିଥାଏ।

ତ ଆସନ୍ତୁ ଆମେ ଏବେ ଜାଣିବା ଏମିତି କେଉଁ ବସ୍ତୁ ଯାହା ଭୁଲରେ ମଧ୍ୟ ଆମେ ଆମ ଝିଅକୁ ଦେବା ଉଚିତ ନୁହେଁ।

ଗଣେଶଙ୍କର ମୂର୍ତି। ଆପଣ ଏହା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଉଥିବେ କାହିଁକିନା ଗଣେଶତ ହେଉଛନ୍ତି ମଙ୍ଗଳ ଦାୟକ ଏବଂ ବିଘ୍ନ ବିନାଶକ। ଏବଂ ଯେତେବେଳେ ଗୋଟେ ଝିଅ ବାହା ହୋଇକି ଯାଏ ସେତେବେଳେ ସର୍ବ ପ୍ରଥମେ ସେ ଗଣେଶଙ୍କର ଆଶୀର୍ବାଦ ନେଇକି ଯାଏ। କିନ୍ତୁ ଯେତେବେଳେ ଝିଅକୁ ବିଦା କରାଯାଏ ସେତେବେଳେ ଗଣେଶଙ୍କର ମୂର୍ତି ଦିଅନ୍ତୁ ନାହିଁ। କାହିଁକିନା ଆପଣ ଦେଖିଥିବେ ପୂଜାପାଠ ମାନଙ୍କରେ ଗଣେଶଙ୍କ ସହିତ ମା ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ। ତ ଏମିତି ମାନ୍ୟତା ଅଛି କି ଗଣେଶଙ୍କ ସାଙ୍ଗରେ ମା ଲକ୍ଷ୍ମୀ ମଧ୍ୟ ଚାଲିଯାଇଥାନ୍ତି। ତେଣୁ କରି ଗଣେଶଙ୍କର ମୂର୍ତି ଆପଣ ଆପଣଙ୍କର ଝିଅଙ୍କୁ ଦେବା ଉଚିତ ହେବ ନାହିଁ। କିନ୍ତୁ ଯଦି ଆପଣ ଆପଣଙ୍କ ଝିଅକୁ ଗଣେଶଙ୍କ ମୂର୍ତି ଦେବା ପାଇଁ ଚାହୁଁଛନ୍ତି ତାହେଲେ କିଛି କଥାର ଧ୍ୟାନ ଦିଅନ୍ତୁ।

Google

ବିରାଜମାନ ଅବସ୍ଥାରେ ଗଣେଶଙ୍କର ମୂର୍ତି ଦିଅନ୍ତୁ। କେବେ ମଧ୍ୟ ଠିଆ ହୋଇଥିବା ଅବସ୍ଥାରେ ଗଣେଶଙ୍କର ମୂର୍ତି ଦିଅନ୍ତୁ ନାହିଁ। ଏବଂ ଦ୍ୱିତୀୟ କଥା ଧ୍ୟାନ ରଖିବେ ଗଣେଶଙ୍କର ଶୁଣ୍ଢ କେଉଁ ପଟେ ଥାଏ ସବୁବେଳେ ବାମ ପଟେ ଥିବା ଶୁଣ୍ଢ ଗଣେଶଙ୍କର ମୂର୍ତ୍ତିକୁ ପୂଜା କରିବା ଉଚିତ।

ଝାଡୁ। ଝାଡୁ ସମସ୍ତଙ୍କ ଘରେ ମା ଲକ୍ଷ୍ମୀ ଘରେ ପୂଜା କରାଯାଏ। ଯଦି ଆପଣ ଆପଣଙ୍କ ଝିଅକୁ ବିଦା କରିବା ସମୟରେ ସମସ୍ତ ଜିନିଷ ସାଥିରେ ଝାଡୁ ବି ଦେଉଛନ୍ତି ତେବେ ଧ୍ୟାନ ରଖନ୍ତୁ ଆପଣ ଆପଣଙ୍କ ଘରର ଲକ୍ଷ୍ମୀଙ୍କୁ ମଧ୍ୟ ସାଙ୍ଗରେ ଦେଇଦେଉଛନ୍ତି। ଆପଣଙ୍କର ଲକ୍ଷ୍ମୀ ସ୍ୱରୂପ ଆପଣଙ୍କର ଝିଅ ଏବଂ ଧନ ପ୍ରିୟ କରୁଥିବା ମା ଲକ୍ଷ୍ମୀ ମଧ୍ୟ ତା ସାଙ୍ଗରେ ଚାଲିଯାନ୍ତି। ଏହାର ପ୍ରଭାବ ଆପଣଙ୍କ ପାରିବାରିକ ଜୀବନରେ ପଡେ। ତେଣୁ କରି ଘରର ଦୁଇ ଲକ୍ଷ୍ମୀଙ୍କୁ ଏକା ସାଙ୍ଗରେ କେବେହେଲେ ବିଦା କରନ୍ତୁ ନାହିଁ।

ଛୁଞ୍ଚି,ଚାକୁ,କଇଁଞ୍ଚି ଏହିପରି ବସ୍ତୁ କେବେ ମଧ୍ୟ ଦିଅନ୍ତୁ ନାହିଁ। କାହିଁକିନା ଏହି ସବୁ ବସ୍ତୁ ଧାରୁଆ ହୋଇଥାନ୍ତି। ଏବଂ ସେଥିରେ ଆମର କ୍ଷତି ମଧ୍ୟ ହୋଇଥାଏ। ଏହାକୁ ସାଙ୍କେତିକ ରୂପରେ ତେଜ ସ୍ୱାଭବ ବା ରାଗ ସ୍ଵଭାବ ତୁଳାନାରେ ଦେଖାଯାଏ। ତେଣୁ କରି ଝିଅ ମାନଙ୍କୁ ତେଜ ସ୍ୱଭାବରେ ଛାଡି ଦେଇ ଯିବା ଦରକାର। ନିଜର ନୂଆ ଜୀବନର ଆରମ୍ଭ ସାମଞ୍ଜସ୍ୟ ପ୍ରମାଣ ଦେବା ହିଁ ଉଚିତ।

Google

ମହାଭାରତ। ଯେଉଁ ପ୍ରକାରର ରାମାୟଣରେ ସ୍ତ୍ରୀ କିମ୍ବା ପୁରୁଷଙ୍କୁ ଦୁଇ ଜଣଙ୍କ ଜୀବନକୁ ସୁଖୀ କରିବା ପାଇଁ ପ୍ରେରଣା ଦାୟକ କଥା କୁହାଯାଇଛି। ଏହାର ବିପରୀତ ମହାଭାରତରେ ମଧ୍ୟ ପାରିବାରିକ କଳହ, ରାଜନୀତି ଏବଂ ଗଣତନ୍ତ୍ରର ମଧ୍ୟ ବର୍ଣ୍ଣନା କରାଯାଇଛି। ଏବଂ ଷଡ଼ଯନ୍ତ୍ରର ମଧ୍ୟ ବର୍ଣ୍ଣାନା କରାଯାଇଛି। ଏବଂ ଏହାକୁ ମଧ୍ୟ ଘରେ ରଖିବା ମନା କରାଯାଇଛି। ତେଣୁ କରି ଆପଣଙ୍କ ଝିଅଙ୍କୁ ଭଲ ଶିକ୍ଷା ଦେବା ପାଇଁ ରାମାୟଣ ପୁସ୍ତକ ମଧ୍ୟ ଅବଶ୍ୟ ଦିଅନ୍ତୁ।କିନ୍ତୁ ମହାଭାରତ ପୁସ୍ତକ ଦିଅନ୍ତୁ ନାହିଁ।ଆପଣ ଭାଗବତ ଗୀତା ମଧ୍ୟ ଦେଇପାରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *