Excuse Me Odisha

ଯାହା କହିବୁ ସତ କହିବୁ

ଖଜୁରୀ ଖାଇବାର ଉପକରିତା ଜାଣିଲେ ଆପଣ ଆଜି ଠାରୁ ଖଜୁରୀ ଖାଇବା ଆରମ୍ଭ କରି ଦେବେ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କହିବି ଖଜୁରୀ ଖାଇବାର ଉପକାରିତା ବିଷୟରେ। ଏଥିରେ ପ୍ରଚୁର ପରିମାଣରେ ଆଇରନ ଥାଏ। ଏହାସହିତ ଏଥିରେ ପ୍ରଚୁର ପରିମାଣରେ ପଟାସୀୟମ, ଫାଇବର, ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ଡି ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ। ଯେଉଁଥିରେ ଆଣ୍ଟି ଇନ୍ଫ୍ଲେଟିଭ ଏବଂ ଆଣ୍ଟି ଇଁଫ୍ଲାମେଟରି ଗୁଣ ରହିଥାଏ। ଯଦି ଆପଣ ପ୍ରତ୍ୟେକ ଦିନ ତିନୋଟି ଖଜୁରୀ ଖାଉଛନ୍ତି ତାହେଲେ ଆପଣଙ୍କୁ କଣ କଣ ଫାଇଦା ମିଳିବ ମୁଁ ଆପଣଙ୍କୁ କହିବାକୁ ଯାଉଛି।

ପ୍ରଥମ ହେଉଛି ତୁରନ୍ତ ଶକ୍ତି ପ୍ରଦାନ କରି ଥାଏ। ଖଜୁରୀ ଆମ ଶରୀରକୁ ଅଧିକ ଶକ୍ତିଶାଳୀ କରିଥାଏ। ଏଥିରେ ପ୍ରାକୃତିକ ସୁଗାର ରହିଥାଏ। ଏହାସହିତ ଖଜୁରୀ ରେ ପଟାସୀୟମ ରହିଥାଏ। ଯାହା ଶରୀରର ସୁଗାରକୁ ଶକ୍ତିରେ ବଦଳେଇ ଥାଏ। ଯଦି ଆପଣ ପ୍ରତ୍ୟେକଦିନ ଜଳଖିଆରେ ଖଜୁରୀକୁ ସାମିଲ କରିବେ, ତାହେଲେ ଆପଣ ନିଜକୁ ଶକ୍ତିବାନ ଅନୁଭବ କରିବେ ଏବଂ ଆପଣଙ୍କୁ ଦିନସାରା ଥକା ଅନୁଭବ ହେବ ନାହିଁ। ଏହାଦ୍ବାରା କୋଷ୍ଠ କାଠିନ୍ୟ ଦୂର ହୋଇଥାଏ। ଖଜୁରୀରେ ସଲିଭିନ ଫାଇବର ରହିଥାଏ, ଯାହା ଶରୀର ପାଇଁ ଲାଭକାରୀ ହୋଇଥାଏ। ଏହାଦ୍ବାରା ଖାଦ୍ୟନଳୀରେ ଖାଦ୍ୟ ସହଜରେ ପାସ କରିଥାଏ ଏବଂ ଝାଡ଼ା ସଫା ହୋଇଥାଏ। ଯେଉଁମାନଙ୍କର କୋଷ୍ଠ କାଠିନ୍ୟ ରହିଛି ସେମାନେ ରାତିରେ ୪ ରୁ ୫ ଟି ଖଜୁରୀ ପାଣିରେ ଭିଜେଇ ରଖି ଦିଅନ୍ତୁ। ସକାଳେ ଏହାର ମଞ୍ଜି ବାହାରକରି ପାଣି ସହିତ ଜୁସ ତିଆରି କରିବେ। ଜୁସକୁ ଖାଲି ପେଟରେ ସେବନ କଲେ ପୁରୁଣା କୋଷ୍ଠ କାଠିନ୍ୟ ରୋଗ ଭଲ ହୋଇଯିବ।

Google

ତୃତୀୟ ହେଉଛି ରକ୍ତହୀନତା ଦୂର କରିଥାଏ। ଯେଉଁ ଲୋକେ ଆନିମିଆରେ ପୀଡ଼ିତ ଅଛନ୍ତି ବା ଯେଉଁ ଲୋକଙ୍କ ହେମୋଗ୍ଲୋବିନର ମାତ୍ରା କମି ଯାଇଛି, ସେମାନଙ୍କୁ ଖଜୁରୀର ସେବନ କରିବା ଉଚିତ। ଖଜୁରୀରେ ଆଇରନର ପରିମାଣ ଅଧିକ ରହିଥାଏ। ଏହାସହିତ ଏଥିରେ ଭିଟାମିନ ସି ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ। ଯାହା ଶରୀରରେ ଆଇରନ ଶୋଷଣ କରିବାରେ ସାହାଯ୍ୟ କରିଥାଏ।ଯେଉଁମାନଙ୍କୁ ରକ୍ତହୀନତା ରହିଛି ସେମାନେ ଖଜୁରୀକୁ କ୍ଷୀର ସହିତ ମିଶେଇ ସେବନ କରିବା ଉଚିତ। ଖଜୁରୀରେ ଏପରି କିଛି ଉପାଦାନ ରହିଥାଏ। ଯାହା ମାଆ ଏବଂ ଶିଶୁଙ୍କ ପାଇଁ ଜରୁରୀ ହୋଇଥାଏ। ଗର୍ଭବତୀ ମହିଳାଙ୍କୁ ଦିନରେ ଭୋକ ଲାଗିଲେ ଦୁଇଟିରୁ ଚାରୋଟି ଖଜୁରୀ ସେବନ କରିବା ଉଚିତ।

ଚତୁର୍ଥ ହେଉଛି ଲିଭର ଜନିତ ସମସ୍ୟା ଦୂର କରେ। ଯେଉଁମାନେ ମ-ଦ ର ସେବନ କରିଥାନ୍ତି, ସେମାନଙ୍କ ଲିଭରରେ ବି-ଷା-କ୍ତ ପଦାର୍ଥର ମାତ୍ରା ବଢ଼ି ଯାଇଥାଏ। ଖଜୁରୀ ସେବନ କଲେ ଏହା ଲିଭରରୁ ବି-ଷା-କ୍ତ ମାତ୍ରା ଦୂର କରିଥାଏ। ଗୋଟେ କପ ପାଣିରେ ଚାରି ନା ପାଞ୍ଚଟି ଖଜୁରୀକୁ ଭିଜେଇ ଏହାକୁ ପେଶି ଏହି ଜୁସର ସେବନ କଲେ ଲିଭର ଜନିତ ସମସ୍ୟା ଦୂର ହୋଇଥାଏ।

ପଞ୍ଚମ ହେଉଛି ହାର୍ଟକୁ ସୁସ୍ଥ ରଖେ। ଖଜୁରୀରେ ଏଭଳି କିଛି ଉପାଦାନ ରହିଛି ଯାହା ହୃତପିଣ୍ଡକୁ ସୁସ୍ଥ ରଖିଥାଏ। ଏଥିରେ ଅଳ୍ପ ମାତ୍ରାରେ ସୋଡିୟମ ଏବଂ ଅଧିକ ମାତ୍ରାରେ ପଟାସିୟମ ରହିଥାଏ। ଯାହା ଶରୀରର ରକ୍ତଚାପକୁ ନିୟନ୍ତ୍ରଣ ରଖିଥାଏ। ଯଦି ଆପଣ ଦୁଇରୁ ତିନୋଟି ଖଜୁରୀ ପ୍ରତିଦିନ ସେବନ କରୁଛନ୍ତି ତାହେଲେ ଆପଣଙ୍କ ଶରୀର ସୁସ୍ଥ ରହିବ।

ଷଷ୍ଠ ହେଉଛି ମସ୍ତିଷ୍କ ଏବଂ ଆଖିକୁ ସୁସ୍ଥ ରଖିଥାଏ। ଖଜୁରୀ ମଧ୍ୟରେ ଭିଟାମିନ ଡି ରହିଥାଏ। ଯାହା ଆମ ଶିରା ପ୍ରଶିରାକୁ ସୁସ୍ଥ ରଖିଥାଏ। ଖଜୁରୀ ମଧ୍ୟରେ ପଟାସିୟମ ରହିଥାଏ, ତାହା ଆମ ଶରୀରକୁ ସବୁବେଳେ ଆଲର୍ଟ ରଖିଥାଏ। ଯେଉଁ ମାନଙ୍କୁ ଯଦି ନିଦ ଆସୁ ନଥାଏ ତାହେଲେ ସେମାନେ ଯଦି ଖଜୁରୀର ସେବନ କରନ୍ତି ତାହେଲେ ନିଦ ଭଲଭାବରେ ଆସିଥାଏ। ଖଜୁରୀ ସେବନ କଲେ ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ ଏବଂ ଆଖି ସୁସ୍ଥ ରହିଥାଏ।

Google

ସପ୍ତମ ହେଉଛି ଆଣ୍ଠୁ ଗଣ୍ଠି ଯ-ନ୍ତ୍ର-ଣା ଦୂର କରିଥାଏ। ଖଜୁରୀରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ ତାହା ଆଁଠୁଗଣ୍ଠି ରୋଗରୁ ଆରାମ ଦେଇଥାଏ। ଏହାକୁ ସେବନ କଲେ ଆଣ୍ଠୁ ଗଣ୍ଠି ରୋଗ ଦୂର ହୋଇଥାଏ। ଯେଉଁ ମାନଙ୍କୁ ଆଣ୍ଠୁ ଗଣ୍ଠି ଯ-ନ୍ତ୍ର-ଣା ରୋଗ ରହିଛି ସେମାନେ ଦିନରେ ଥରେ କ୍ଷୀର ସହିତ ଖଜୁରୀ ମିଶେଇ ଏହାର ସେବନ କରିବା ଉଚିତ। ଏହା ଅସ୍ଥିକୁ ସୁଦୃଢ କରି ଆଣ୍ଠୁ ଗଣ୍ଠି ବ୍ୟଥା ଦୂର କରିଥାଏ।

ଅଷ୍ଟମ ହେଉଛି ତ୍ୱଚାକୁ ସୁସ୍ଥ ରଖିଥାଏ। ଖଜୁରୀ ଆମ ତ୍ଵଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହାର ସେବନ କଲେ ତ୍ଵଚାରେ ବୟସ ଜନିତ କୁଞ୍ଚ ପଡି ନଥାଏ। ଏହାବ୍ୟତୀତ ଯଦି ଆପଣଙ୍କୁ ଦାନ୍ତରେ ଯ-ନ୍ତ୍ର-ଣା ହେଉଥାଏ, ତାହେଲେ ଖଜୁରୀ ସେବନ କରିବା ଉଚିତ। ଏହା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

ନବମ ହେଉଛି ସଂକ୍ରମଣରୁ ରକ୍ଷା କରେ। ଖଜୁରୀ ସେବନ କଲେ ଏହା ଶରୀରର ଉପକାରୀ ବ୍ୟାକ୍ଟେରିଆ ଗୁଡ଼ିକୁ ବୃଦ୍ଧି ପଡ଼ିଥାଏ ଏବଂ ଖରାପ ବ୍ୟାକ୍ଟେରିଆ ଗୁଡ଼ିକୁ ହ୍ରାସ କରିଥାଏ। ଏଥିରେ କ୍ୟାଲୋରୀ ର ମାତ୍ରା ମଧ୍ୟ ଅଳ୍ପ ରହିଥାଏ। ତେଣୁ ସଂକ୍ରମଣରୁ ର-କ୍ଷା ପାଇବା ପାଇଁ ଖଜୁରୀ ସେବନ କରିବା ଉଚିତ।

Google

ଦଶମ ହେଉଛି ଓଜନ ବୃଦ୍ଧି କରିଥାଏ। ଯେଉଁ ଲୋକମାନଙ୍କର ଓଜନ ବଢ଼ୁ ନାହିଁ, ସେମାନେ ଖଜୁରୀର ସେବନ କଲେ ଓଜନ ବଢ଼ିଥାଏ। ନିଜର ଓଜନ ବଢେଇବା ପାଇଁ ଚାହୁଁଥଲେ ରାତିରେ ଦଶଟି ଖଜୁରୀ ପାଣିରେ ଭିଜେଇ ଦିଅନ୍ତୁ ଏବଂ ସକାଳେ କ୍ଷୀର ସହ ସେବନ କରନ୍ତୁ। ଓଜନ ଖୁବ୍ ଶୀଘ୍ର ବଢ଼ି ଯାଇଥାଏ। ଯଦି ଶିଶୁ ମାନେ ଦୁର୍ବଳ ହୋଇଯିବେ, ତାହେଲେ ତାଙ୍କୁ ଖଜୁରୀ ସହ ମହୁ ମିଶେଇ ପେଶି ଖାଇବାକୁ ଦିଅନ୍ତୁ। ଏହାବ୍ୟତୀତ ଯେଉଁ ଶିଶୁମାନେ ରାତିରେ ପରିସ୍ରା କରୁଛନ୍ତି ସେମାନଙ୍କୁ ଖଜୁରୀ ସେବନ କରାଇଲେ ଏଥିରୁ ମୁକ୍ତି ମିଳିଥାଏ।

ଶେଷରେ ହେଉଛି ମହିଳା ମାନଙ୍କର ମାସିକ ଧର୍ମ ଠିକ କରିଥାଏ। ଯେଉଁ ମହିଳା ମାନଙ୍କର ମାସିକ ଋ-ତୁସ୍ରା-ବ ଠିକ ଭାବରେ ହେଉ ନଥାଏ , ସେମାନଙ୍କୁ ଖଜୁରୀ ସେବନ କରିବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *