Excuse Me Odisha

ଯାହା କହିବୁ ସତ କହିବୁ

ଗାଧୋଇ ସାରିବା ପରେ ଏହ ୧୦ ଟି ଭୁଲ କରିବା ଅଶୁଭ ହୋଇଥାଏ, ମିଳେନାହିଁ ସୁଖଶାନ୍ତି

ସେୟାର୍ କରନ୍ତୁ

ବନ୍ଧୁଗଣ ଗାଧୋଇ ସାରିବା ପରେ ଆମେ ସମସ୍ତେ ତରବର ହୋଇ ପୋଷାକ ପିନ୍ଧି ସକାଳର ଜଳଖିଆ ଗ୍ରହଣ କରି କାମରେ ଚାଲିଯାଇଥାଉ। ପୁରୁଷ ହୁଅନ୍ତୁ କିମ୍ବା ମହିଳା। ସମସ୍ତେ ଗାଧୋଇ ସାରିବା ପରେ ଏହିସବୁ ଭୁଲ କାମ କରିବା ଅନୁଚିତ। ନଚେତ ଏହି ଛୋଟ ଭୂଲ ଦ୍ୱାରା ଆମ ଜୀବନରେ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଲାଗିରହିଥାଏ। ଏଥି ସହିତ ପୁରା ଦିନଟି ଅମଙ୍ଗଳରେ କଟି ଥାଏ। ଶାସ୍ତ୍ର ଅନୁସାରେ ପ୍ରତ୍ୟକ କର୍ମର ସ୍ୱାତିକ ନିୟମ ରହିଛି। ଏହି ନିୟମକୁ ମାନି ଚଳିଲେ ଘର ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିଥାଏ। ତେବେ ଆସନ୍ତୁ ଜାଣିନେବା କେଉଁ ସବୁ କାମ ସ୍ନାନ କରି ସାରିବା ପରେ କରିବା ଅନୁଚିତ।

ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରନ୍ତୁ ନାହିଁ। କାରଣ ଏହି ଦିଗକୁ ଯମରାଜଙ୍କୁ ସମର୍ପିତ କରାଯାଇଛି। ଯେତେବେଳେ ଆମେ କୌଣସି ଅଶୁଭ କାର୍ଯ୍ୟ କରିଥାଉ ଯେମିତିକି ମୃତ ବ୍ୟକ୍ତିଙ୍କର କ୍ରିୟାକର୍ମ ସେହି ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରାଯାଇଥାଏ। ତେଣୁ ସ୍ନାନ କରିବା ସମୟରେ ଅନ୍ୟ କୌଣସି ଦିଗକୁ ମୁହଁକରି ସ୍ନାନ କରିପାରିବେ।

Google

ପୂର୍ବ ଦିଗକୁ ମୁହଁ କରି ସ୍ନାନ କରିବା ବହୁତ ଭଲ ହୋଇଥାଏ। ଗାଧୋଇ ସାରିବା ପରେ ସୂର୍ଯ୍ୟଦେବଙ୍କୁ ନିଶ୍ଚିତ ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ଦିନଟି ଭଲରେ କଟିବ।

ସ୍ନାନ କରିବା ପରେ ବାଲ୍ଟିରେ ଗାଧୁଆ ପାଣି ରଖନ୍ତୁ ନାହିଁ। ବାଲ୍ଟିରେ ସଫା ପାଣି ଭର୍ତ୍ତି କରି ରଖନ୍ତୁ। ବହୁତ ଲୋକ ଅଛନ୍ତି ଗାଧୋଇ ସାରିବା ପରେ ବାଲ୍ଟିକୁ ଓଲଟାଇ ରଖି ଦିଅନ୍ତି। କିନ୍ତୁ ଏହା ସମ୍ପୂର୍ଣ ଭାବେ ଭୁଲ ଅଟେ। ଏପରି କଲେ ଆପଣ ମାନଙ୍କର ଧନ ସଞ୍ଚୟରେ ବାଧା ଉପୁଜିଥାଏ। ତେଣୁ ସବୁବେଳେ ଗାଧୁଆ ଘରେ ପାଣି ଭର୍ତ୍ତି ବାଲ୍ଟି ରଖିବା ପାଇଁ ଚେଷ୍ଟା କରନ୍ତୁ।

ଓଦା ଲୁଗା ପକାଇ ରଖିବା। ପ୍ରାୟତଃ ଲୋକମାନେ ଗାଧୋଇ ସାରିବା ପରେ ଓଦା ଲୁଗା ବାଥରୁମରେ ଅଧିକ ସମୟ ପର୍ଯ୍ୟନ୍ତ ପକାଇ ରଖିଥାନ୍ତି କିନ୍ତୁ ଏହା ବହୁତ ଖରାପ ଅଭ୍ୟାସ ହୋଇଥାଏ। ଯେଉଁ ଲୋକମାନଙ୍କର କୁଣ୍ଡଳୀରେ ରାହୁ ଦୋଷ ଅଛି ସେମାନଙ୍କ ପାଇଁ ଏହା ବହୁତ ଖରାପ ପ୍ରଭାବ ପକାଇଥାଏ। ତେଣୁ ଗାଧୋଇ ସାରିବା ପରେ ଓଦା ବା ପାଲଟା ଲୁଗାକୁ ତୁରନ୍ତ ଶୁଖାଇଦେବା ଉଚିତ।

Google

ଗାଧୋଇବା ସମୟରେ ଚପଲ ପିନ୍ଧି ଗାଧୋଇବା ଅଶୁଭ ମାନାଯାଏ। ଏହା ଦ୍ୱାରା ଘର ହାନି ଜନିତ ସମସ୍ୟା ଲାଗିରହିଥାଏ। ଗାଧୋଇବା ସମୟରେ ପ୍ରଥମ ପାଣି ପାଦରେ ପକାଇବାକୁ ଶୁଭ ମାନାଯାଏ। କିନ୍ତୁ ଗାଧୋଇ ସାରିବା ପରେ ପାଦରେ ପାଣି ଢାଳିବା ଅତ୍ୟନ୍ତ ଅଶୁଭ ହୋଇଥାଏ।

ସ୍ନାନ କରିବା ବେଳେ କେବେବି ନିରବ ହୋଇ ସ୍ନାନ କରିବା କଥା ନୁହେଁ। ସ୍ନାନ କରିବା ବେଳେ କୌଣସି ମନ୍ତ୍ର ଉଚ୍ଚାରଣ କରି କିମ୍ବା ସଂଗୀତ ଗାନ କରି ସ୍ନାନ କରିବା ଦ୍ୱାରା ଆମ ମନକୁ ଶାନ୍ତ ମିଳିଥାଏ। ଏବଂ ପୁରା ଦିନଟି ଆମକୁ ସତେଜ ଅନୁଭବ ହୋଇଥାଏ।

ଗାଧୋଇ ସାରିବା ପରେ ନଖ କାଟିବା କିମ୍ବା ଶେଭିଂ ହେବା ଭୁଲ ଅଭ୍ୟାସ ହୋଇଥାଏ। ଏପରି କରିବା ଆମ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ। ଏବଂ ଏହି କାମ କରୁଥିବା ଲୋକମାନଙ୍କ ଗୃହରେ ମା ଲକ୍ଷ୍ମୀ ବାସ କରିନଥାନ୍ତି।

ଗାଧୋଇ ସାରି ଓଦା ଲୁଗାରେ ଠାକୁର ପୂଜା କରିବା ଭୁଲ ଅଭ୍ୟାସ ଅଟେ। ଏହା ଦ୍ୱାରା ଆମର ସମସ୍ତ ପୁଣ୍ୟ କର୍ମ ପାପ କର୍ମରେ ପରିଣତ ହୋଇଥାଏ। କିନ୍ତୁ ଓଦା ଲୁଗାରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଶୁଭ ହୋଇଥାଏ।

ଗାଧୋଇ ସାରି ସଙ୍ଗେ ସଙ୍ଗେ ସିନ୍ଦୁର ଲଗେଇବା ବା ସଜବାଜ ହେବା ଅଶୁଭ ମାନାଯାଏ। ନାରୀମାନେ ଗାଧୋଇ ସାରି ଖାଲି ପେଟରେ ସିନ୍ଦୁର ଲଗାନ୍ତୁ ନାହିଁ କି ସଜବାଜ ହୁଅନ୍ତୁ ନାହିଁ। ଏହା ଆପଣଙ୍କର ସ୍ୱାମୀଙ୍କର ଆୟୁଷ ଉପରେ ପ୍ରଭାବ ପକାଇଥାଏ। ତେଣୁ ସ୍ନାନ କରିସାରି ଠାକୁର ପୂଜା କରନ୍ତୁ। ଏବଂ ଏହା ପରେ ପାଟିରେ ଲୁଣ ମାରି କିମ୍ବା ପାଟିରେ କିଛି ଶୁଖିଲା ଜିନିଷ ଖାଇସାରି ସିନ୍ଦୁର ଲଗାନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କର ସ୍ୱାମୀଙ୍କର ଆୟୁଷ ବୃଦ୍ଧି ହୋଇଥାଏ

Google

ଅଗ୍ନିଙ୍କୁ ସ୍ପର୍ଶ କରିବା। ପ୍ରାୟତଃ କିଛି ଲୋକ ଗାଧୋଇ ସାରିବା ପରେ ସଙ୍ଗେ ସଙ୍ଗେ ରୁଷେଇ କରିଥାନ୍ତି। କିନ୍ତୁ ଏହା ପୂର୍ବରୁ ଆପଣ ପାଟିରେ କିଛି ଲୁଣ ମାରନ୍ତୁ। ଏବଂ ଏହା ପରେ ଅଗ୍ନିକୁ ସ୍ପର୍ଶ କରନ୍ତୁ। ଏହି ଭୁଲ ଦ୍ୱାରା ଗୃହରେ ଖାଦ୍ୟରେ ଘୋଏ ଅଭାବ ଦେଖାଦେଇଥାଏ।

ସୂର୍ଯ୍ୟାସ୍ତ ସମୟରେ ସ୍ନାନ କରିବା ବହୁତ ବଡ଼ ପାପ ହୋଇଥାଏ। ତେଣୁ ଯଦି ଆପଣ ସନ୍ଧ୍ୟା ସମୟରେ ସ୍ନାନ କରିବା ପାଇଁ ପସନ୍ଦ କରନ୍ତି ତେବେ ସୂର୍ଯ୍ୟ ଅସ୍ତ ଗଲା ପରେ ହିଁ ସ୍ନାନ କରନ୍ତୁ। କିନ୍ତୁ ସୂର୍ଯ୍ୟ ଅସ୍ତ ଯାଉଥିବା ବେଳେ କେବେହେଲେ ସ୍ନାନ କରନ୍ତୁ ନାହିଁ।

ତେବେ ବନ୍ଧୁଗଣ ଆପଣମାନେ ସ୍ନାନ କରିବା ସମୟରେ ବା ସ୍ନାନ କରିବା ପରେ ଏହିସବୁ ଭୁଲ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *