Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ କିଛି ଗୁ-ପ୍ତ କଥା, ଆଜି ହିଁ ଜାଣି ନିଅନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ରାଶି ମାନଙ୍କ ମଧ୍ୟରୁ କର୍କଟ ରାଶିର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ଯାଉଛି। ବନ୍ଧୁଗଣ କର୍କଟ ରାଶି ଜାଣିବାକୁ ହେଲେ ଜାତକର ଏକ ରାଶିଚକ୍ର ଥାଏ। ସେହି ରାଶିଚକ୍ର ରେ ଚତୁର୍ଥ ସ୍ଥାନରେ ଚନ୍ଦ୍ର ଥାଆନ୍ତି। ତେବେ ଜାଣିବେ କର୍କଟ ରାଶି ବୋଲି, କିନ୍ତୁ ଯେଉଁମାନଙ୍କର ଜନ୍ମଜାତକ ନଥାଏ, ସେମାନେ ନାମର ପ୍ରଥମ ଅକ୍ଷରରୁ ହିଁ ଜାଣିପାରିବେ। ଯେପରିକି ନାମର ପ୍ରଥମ ଅକ୍ଷର ହେ, ହ, ଡ, ଡ଼ା, ଡି, ଡୁ, ଡେ, ଡୋ ହୋଇଥାଏ। କିନ୍ତୁ ବାସ୍ତବରେ ନାମରୁ ରାଶି ନିରୂପଣ କରାଯାଇ ନଥାଏ। କିନ୍ତୁ ରାଶିରୁ ନାମ ନିରୂପଣ କରାଯାଇଥାଏ। ଏଥିପାଇଁ କି ଯଦି ଭବିଷ୍ୟତରେ ଜାତକ ଟି ହଜିଯାଏ ବା ନଷ୍ଟ ହୋଇଯାଏ, ତେବେ ନାମରୁ ହିଁ ଜାଣିହେବ କେଉଁ ରାଶି ରହିଛି। ଯେଉଁମାନଙ୍କର ଜାତକ ନାହିଁ , ଏହିସବୁ ଅକ୍ଷର ରୁ ରାଶି ନିରୂପଣ କରିପାରିବେ।

କର୍କଟ ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ର, ତେଣୁ ଏହି ରାଶିର ବ୍ୟକ୍ତି ଏବଂ ମହିଳା ମାନେ କୋମଳ ଏବଂ ପରିବର୍ତ୍ତନଶୀଳ, ବହୁତ ସମ୍ବେଦନଶୀଳ ଏବଂ ବିଶ୍ବାସୀ ମଧ୍ୟ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତି ବିଶେଷ ମାନେ ସ୍ତ୍ରୀଙ୍କ ପ୍ରତି ବହୁତ ଆକର୍ଷିତ ହୋଇଥାନ୍ତି। ଏମାନେ ସାମାନ୍ୟ ଉତ୍ତେଜକ ସ୍ୱଭାବର ହୋଇଥାନ୍ତି। ଏମାନଙ୍କୁ ଯେତେ ଶୀଘ୍ର କ୍ରୋଧ ଆସିଥାଏ,ସେ ଶୀଘ୍ର ଏମାନେ ଶାନ୍ତ ହୋଇ ଯାଆନ୍ତି। ଏମାନେ ଦେଖିବାକୁ ଗୌରବର୍ଣ୍ଣ ବା ସାମାନ୍ୟ ହୋଇଥାନ୍ତି। ଏମାନେ ଭ୍ରମଣ ପ୍ରିୟ ହୋଇଥାନ୍ତି। ଏମାନେ କଳା, ସଙ୍ଗୀତରେ ନିପୂଣ ହୋଇଥାନ୍ତି। ଏହି ରାଶିର ଲୋକଙ୍କ ପିଲାଦିନ ବହୁତ କଠିନ ହୋଇଥାଏ। ଏହି ରାଶିର ପ୍ରତୀକ ହେଉଛି କଙ୍କଡା। ତେଣୁ ଏମାନେ ବାହାରୁ ଅଧିକ କଠିନ ହୋଇଥାନ୍ତି, କିନ୍ତୁ ଭିତରୁ ଅଧିକ ନରମ ସ୍ୱଭାବର ହୋଇଥାନ୍ତି। ହୃଦୟରୁ ନରମ ଓ ସମ୍ବେଦନଶୀଳ ହୋଇଥାନ୍ତି। ଲୋକମାନେ ଦେଖିଲେ ଏମାନଙ୍କୁ କଠୋର ଭାବନ୍ତୁ। କିନ୍ତୁ ବାସ୍ତବରେ ଏମାନେ ନରମ ହୋଇଥାନ୍ତି। ଏମାନଙ୍କ ମନ ସର୍ବଦା ନିର୍ମଳ ରହିଥାଏ। ଏହାଦ୍ବାରା ଛୋଟ ଛୋଟ କଥାରେ ଏମାନେ ବିଚଳିତ ହୋଇ ଯାଇଥାନ୍ତି। ଏମାନଙ୍କ ଉପରେ  ଅତୀତର ପ୍ରଭାବ ପଡ଼ିଥାଏ, ଏଥିପାଇଁ ଏମାନେ ଅତୀତକୁ ଭୁଲି ପାରନ୍ତି ନାହିଁ। ପାରିବାରିକ ପ୍ରିୟ ହୋଇଥାନ୍ତି। ନିଜ ମାତାଙ୍କୁ ଭଲ ପାଇଥାନ୍ତି। ମାଆଙ୍କ ବିନା ଏମାନଙ୍କ ଜୀବନ ଯେପରି ଅସମ୍ପୂର୍ଣ୍ଣ ହୋଇଥାଏ। ଏହି ରାଶି ଜଳ ତତ୍ତ୍ଵ ହୋଇଥାଏ। ଜଳ ହେଉଛି ଭାବନାର ପ୍ରତୀକ। ଏଥିପାଇଁ କର୍କଟ ରାଶିର ଲୋକେ ଭାବନା ପୂର୍ଣ୍ଣ ହୋଇଥାନ୍ତି। ଏମାନେ ଜଳର ତରଙ୍ଗ ହୋଇଥାନ୍ତି। ଅର୍ଥାତ ଏମାନେ ସର୍ବଦା ଶାନ୍ତ ସ୍ଵଭାବର ହୋଇଥାନ୍ତି। ସ୍ୱାର୍ଥପଣ କିଛିମାତ୍ରାରେ ଦେଖିବାକୁ ମିଳିଥାଏ। ଏହା ଆପଣଙ୍କର ମନ୍ଦ ଗୁଣ ଅଟେ। ଅତୀତରେ ଘଟିଥିବା ଘଟଣା ବା ଦୁର୍ଘଟ-ଣାର ଭୟ ମନରେ ସର୍ବଦା ଲାଗି ରହିଥାଏ। ଏହା ଆପଣଙ୍କର ଦୁର୍ବଳତା ହୋଇ ଯାଇଥାଏ। ଏହି ରାଶିର ଲୋକେ ଅଧିକ ଲମ୍ବା ବା ଅଧିକ ଗେଡା ହୋଇ ନଥାନ୍ତି, ମଧ୍ୟମ ଧରଣର ହୋଇଥାନ୍ତି। ଏମାନଙ୍କ ମନୋବଳ ଦୃଢ଼ ହେବା ସହିତ ଦୁର୍ବଳ ମଧ୍ୟ ହୋଇଥାଏ। ଏମାନଙ୍କର ମନ ସ୍ଥିର ହୋଇ ନଥାଏ, ପରିବର୍ତ୍ତନଶୀଳ ହୋଇଥାଏ। ପ୍ରତ୍ୟେକ କାର୍ଯ୍ୟରେ ପ୍ରଥମେ ଭୟ କରିଥାନ୍ତି। କିନ୍ତୁ କାର୍ଯ୍ୟ ଆରମ୍ଭ କଲେ ସମ୍ପନ୍ନ କରିବା ପାଇଁ ସବୁ ପ୍ରୟାସ ଲଗେଇ ଦେଇ ଥାଆନ୍ତି। ଏମାନେ ମାନସମ୍ମାନ ଏବଂ ମର୍ଯ୍ୟାଦା ସମସ୍ତଙ୍କ ଠାରୁ ପାଇଥାନ୍ତି। ଏମାନେ ଦେଖିବାକୁ ସାଧାରଣ ଏବଂ କଳା ହୋଇଥାନ୍ତି। ଏମାନଙ୍କୁ କେହି ମୂର୍ଖ ବନାଇ ପାରନ୍ତି ନାହିଁ କାରଣ ଏମାନେ ଭିତରୁ ବହୁତ ଚତୁର ହୋଇଥାନ୍ତି। ଏମାନେ ବାହାର ସ୍ଥାନରେ ଅଧିକ ଅଶାନ୍ତ ରହିଥାନ୍ତି ଏବଂ ଘରକୁ ଆସିବା ପରେହିଁ ଏମାନେ ଶାନ୍ତି ପାଇଥାନ୍ତି। ଏମାନେ ଭଲ ପ୍ରେମିକ ଓ ବନ୍ଧୁ ହୋଇଥାନ୍ତି। ଏମାନେ ବହୁତ ଶୀଘ୍ର କାନ୍ଦି ପକେଇ ଥାଆନ୍ତି। ଯାତ୍ରା, ସିରୀୟଲ ଦେଖିବା ସମୟରେ ବା ଉପନ୍ୟାସ ପଡ଼ିବା ସମୟରେ ମଧ୍ୟ କାନ୍ଦି ପକେଇ ଥାଆନ୍ତି। ଏହି ରାଶିର ଲୋକେ କାର୍ଯ୍ୟ ପାଇଁ ସ୍ତ୍ରୀ ମାନଙ୍କ ଠାରୁ ସାହାଯ୍ୟ ଲୋଡ଼ିଥାନ୍ତି। ଏହି ରାଶିର ବ୍ୟକ୍ତି ଜୁଆ ଖେଳିବା ନା ଲଟେରୀ ଖେଳିବା ଏମାନଙ୍କୁ ପସନ୍ଦ ହୋଇ ନଥାଏ। ମନ୍ଦ ଗୁଣ ହେଉଛି ଯଦି କେହି ତାଙ୍କର ସାଙ୍ଗ ହୁଏ କି ତାଙ୍କ ଅନୁସାରେ କାର୍ଯ୍ୟ ନକରେ ଏମାନେ ତାଙ୍କୁ ଭୁଲି ଯାଇଥାନ୍ତି। ଯଦି କେହି ବନ୍ଧୁ ତାଙ୍କୁ ସାହାଯ୍ୟ କରିଥାନ୍ତି ତାହେଲେ ତାକୁ ସେ ଭୁଲି ନଥାନ୍ତି।

Google

ଏମାନେ କଠୋର, ନମ୍ର ଏବଂ ଦୁର୍ବଳ ହୋଇଥାନ୍ତି। ଚନ୍ଦ୍ରଙ୍କ ପ୍ରଭାବରୁ ଏମାନଙ୍କ ମନ ସର୍ବଦା ପରିବର୍ତ୍ତନ ହୋଇଥାଏ। ଆର୍ଥିକ ସ୍ଥିତିରେ ସ୍ବାମୀ ହୋଇଥିଲେ ସ୍ତ୍ରୀର ସାହାଯ୍ୟ, ସ୍ତ୍ରୀ ହୋଇଥିଲେ ସ୍ୱାମୀର ସାହାଯ୍ୟ ଲୋଡି ଥାଆନ୍ତି। ଏମାନେ ନିଜର ରୋଜଗାର ଏବଂ ବିଚାର କୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ। ଏମାନେ ଉପଦେଶକ ହୋଇଥାନ୍ତି। ଏମାନେ ମାନସିକ ସୁଦୃଢ ରହିଥାନ୍ତି। ବ୍ୟବସାୟ ଏବଂ କର୍ମକ୍ଷେତ୍ରରେ ଏମାନଙ୍କୁ ସଫଳତା ମିଳିଥାଏ। ପ୍ରେମରେ ଏମାନେ ସମ୍ବେଦନଶୀଳ ହୋଇଥାନ୍ତି ଏବଂ ଧୋକା ଦିଅନ୍ତି ନାହିଁ। ଏମାନେ ବୃଷ ବା ମିଥୁନ ରାଶିର ଲୋକଙ୍କୁ ସାଙ୍ଗ କଲେ ସୁଫଳ ମିଳିଥାଏ। କର୍କଟ ରାଶିର ଲୋକେ ନିଜ ଜୀବନସାଥୀଙ୍କୁ ନିଜେ ବାଛି ଥାଆନ୍ତି। ଏମାନେ ସ୍ଵତନ୍ତ୍ର ରହିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଏମାନେ ନିଷ୍ପତ୍ତି ନେଇ ପାରନ୍ତି ନାହିଁ। ଏକୁଟିଆ ଏମାନେ ଉନ୍ନତି କରି ପାରନ୍ତି ନାହିଁ। ଏଣୁ ବିବାହ କରିବା ନିହାତି ଆବଶ୍ୟକ ହୋଇଥାଏ। ଏମାନଙ୍କର ବହୁତ ଭଲ ମିତ୍ର ବୃଷ, ମୀନ, ବିଛା ଏବଂ କନ୍ୟା ରାଶି ହୋଇଥାନ୍ତି। ମେଷ ଏବଂ ତୁଳା ରାଶିର ଲୋକଙ୍କ ବନ୍ଧୁ ହୁଅନ୍ତୁ ନାହିଁ। ଛାତି, ପେଟ, ସ୍ତନ, ମୂତ୍ରନଳୀ ରୋଗ ଦେଖା ଦେଇଥାଏ। ଦୁର୍ବଳ ଶରୀରର ବ୍ୟକ୍ତି ହୋଇଥାନ୍ତି। ଆପଣଙ୍କ ପାଇଁ ଭାଗ୍ୟଶାଳୀ ଅଙ୍କ ହେଉଛି ୨,୭,୧୧, ୧୬, ୨୦, ୨୫। ଭାଗ୍ୟବାନ ରଙ୍ଗ ହେଉଛି ଧଳା, ନାରଙ୍ଗୀ ଏବଂ ହଳଦିଆ ରଙ୍ଗ। ଶୁଭ ଦିନ ହେଉଛି ସୋମବାର, ରବିବାର ଏବଂ ଗୁରୁବାର । ଶୁଭ ରତ୍ନ ହେଉଛି ମୁକ୍ତା ପିତା ହିସାବରେ ବ୍ୟବହାର କରି ପାରିବେ। ଏମାନେ ସମ୍ପର୍କୀୟ ତଥା ବନ୍ଧୁଙ୍କ ସହିତ ଭଲ ସମ୍ପର୍କ ରଖିଥାନ୍ତି। ଏମାନେ ନରମ ହୃଦୟର ହୋଇଥାନ୍ତି ଏବଂ ଲୋକମାନଙ୍କୁ ପ୍ରୋତ୍ସାହନ କରି ଥାଆନ୍ତି। ପରିବାର ଲୋକଙ୍କ ସହିତ ମିଶି ରହିବାକୁ ଭଲ ପାଆନ୍ତି। ଏହି ରାଶିର ଲୋକ ମକର ରାଶିର ଲୋକଙ୍କୁ ବିବାହ କଲେ ଲାଭଦାୟକ ସାବ୍ୟସ୍ତ ହେବ। ଏମାନେ ଯାତ୍ରା, ନାଟକ, ସିରୀୟଲ ରେ ଥିବା ଭଲ ଚରିତ୍ରକୁ ଭଲ ପାଇ ଥାଆନ୍ତି। କାହା ଗୁପ୍ତ କଥା ଅନ୍ୟ କାହା ସହିତ ପ୍ରକାଶ କରନ୍ତି ନାହିଁ। ଜଳ ପାଖରେ ରହିବା ପାଇଁ ପସନ୍ଦ କରିଥାନ୍ତି। ଏମାନେ ଅଜଣା ଲୋକଙ୍କୁ ପସନ୍ଦ କରି ନଥାନ୍ତି କିମ୍ବା କୌଣସି କାର୍ଯ୍ୟରେ ହସ୍ତକ୍ଷେପ ପସନ୍ଦ କରି ନଥାନ୍ତି। ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଆଗେଇ ରହିଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *