Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ ( ୧୯ ରୁ ୨୫ ଏପ୍ରିଲ ) : ଦେବୀ ଲକ୍ଷ୍ମୀଙ୍କ କୃପାରୁ ୬ଟି ରାଶିର ଲୋକଙ୍କ ଜୀବନରେ ଆସିବ ସୁଖ,ଗୋଟେ ରାଶିର ହୋଇପାରେ ରାଜଯୋଗ।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନରେ ଅନେକ ପ୍ରଭାବ ପକାଇ ପାରେ। ରାଶିଫଳ ଦ୍ଵାରା ହେବାକୁ ଥିବା ଜୀବନର ଘଟଣାକୁ ନେଇ ଆପଣ ପୂର୍ବାନୁମାନ ଲଗାଇ ପାରିବେ। ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥିବ,ଆସୁଥିବା ସମୟ ଆମପାଇଁ କିପରି ରହିବ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହର ରାଶିଫଳ କହିବାକୁ ଯାଉଛୁ। ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ଆପଣଙ୍କର ହେବାକୁ ଥିବା ଗୋଟେ ସପ୍ତାହର ଘଟଣାର ସଂକ୍ଷେପରେ ବର୍ଣ୍ଣନା ମିଳିବ, ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୧୯ ଏପ୍ରିଲ ରୁ ୨୫ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ।

ମେଷ ରାଶି –

ଏହି ସପ୍ତାହରେ ମାନସମ୍ମାନ ବୃଦ୍ଧି ପାଇବ। ଆପଣଙ୍କର କିଛି ମାମଲାର ସମାଧାନ ହୋଇଯିବ। ଜମିବାଡ଼ି ମାମଲାରେ ଫାଇଦା ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କାର୍ଯ୍ୟ ପୂରଣ କରିବା ପାଇଁ ନିଜ ମନୋବଳ ସୁଦୃଢ କରିବା ଆବଶ୍ୟକ, ଯାହାଦ୍ଵାରା ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଚାକିରି ପେଶାରେ ଥିବା ଲୋକଙ୍କୁ ଶୁଭ ସମାଚାର ମିଳିପାରେ। ଆମଦାନୀର ନୂଆ ସ୍ରୋତ ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ସହିତ ମତଭେଦ ନହେବା ପାଇଁ କୌଣସି ବି-ବାଦ କରନ୍ତୁ ନାହିଁ।

କ୍ୟାରିୟର ମାମଲାରେ, ଫିଲ୍ମ ଏବଂ ମିଡ଼ିଆ ଫିଲ୍ଡ ଲୋକେ ସଫଳ ରହିବେ। ବ୍ୟବସାୟକୁ ନୂଆ ଦିଗ ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମାମଲାରେ, ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

ବୃଷ ରାଶି –

ଏହି ସପ୍ତାହରେ କାହାର ଭଲ କରିବା ଦ୍ୱାରା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ଆପଣ ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଟଙ୍କାପଇସା ମାମଲାରୁ ଦୂରେଇ ରୁହନ୍ତୁ। ଧାର୍ମିକ କ୍ଷେତ୍ର ବା ପୁଣ୍ୟ କାର୍ଯ୍ୟରେ ଆପଣ ଖର୍ଚ୍ଚ କରି ପାରନ୍ତି। କାନୁନ ମାମଲାରେ ଫସି ଯାଇପାରନ୍ତି। ଆପଣଙ୍କର ଅଧିକ ଆତ୍ମବିଶ୍ବାସ ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱକୁ ବୋଝ ବୁଝିବା ଭୁଲ ଅଟେ।

ପ୍ରେମ ମାମଲାରେ, ପ୍ରେମ ଜୀବନ ସାମାନ୍ୟ ରହିବ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନ ସୁଖମୟ ରହିବ।

କ୍ୟାରିୟର ମାମଲାରେ, ଯେଉଁମାନେ କ୍ଷୀର ଜାତୀୟ ଦ୍ରବ୍ୟ ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ଲାଭ ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ।

Google

ମିଥୁନ ରାଶି –

ବ୍ୟାପାରରେ ଧନଲାଭ ହୋଇପାରେ। ଘର ସମ୍ବନ୍ଧିତ ରହିଥିବା ଇଚ୍ଛା ପୂରଣ ହେବ। ଯାହାଦ୍ଵାରା ଆପଣ ପ୍ରସନ୍ନ ରହିବେ। କାର୍ଯ୍ୟଚାପ କୁ ନେଇ ଯଦି ନିଜ ଉପରେ ଧ୍ୟାନ ଦେଇ ପାରୁ ନାହାନ୍ତି, ତାହେଲେ ନିଜ ଉପରେ ମଧ୍ୟ ଧ୍ୟାନ ଦେବାକୁ ପ୍ରୟାସ କରନ୍ତୁ। ଅଫିସିଆଲ କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ମାହୋଲ ରହିବ, ପରିବାର ଲୋକେ ପରସ୍ପର ଭାବନାକୁ ସମ୍ମାନ କରିବେ। ଆପଣ ଅନ୍ୟ ମାନଙ୍କୁ ସହଯୋଗ କରିବେ।

ପ୍ରେମ ମାମଲାରେ, ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ସୁଖଦ ଖବର ମିଳିବ।

କ୍ୟାରିୟର ମାମଲାରେ, କାରବାରରେ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ରକ୍ତ ସମ୍ବନ୍ଧିତ ରୋଗ ହୋଇପାରେ।

କର୍କଟ ରାଶି –

ପରିବାର ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ କରି ଆପଣ ପ୍ରସନ୍ନ ରହିବେ। ଭବିଷ୍ୟତ ପ୍ରତି ଚିନ୍ତିତ ରହିବେ। ନିଜ ମନରେ ଖରାପ ବିଚାର ଆସିବାକୁ ଦିଅନ୍ତୁ ନାହିଁ। ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ଯୋଗୁଁ ଆପଣ ପଛରେ ରହିଛନ୍ତି। ଛୋଟ ଛୋଟ କଥାକୁ ନେଇ ତୁଳନା କରନ୍ତୁ ନାହିଁ, ନଚେତ ବିବାଦ ହେବାର ସମ୍ଭାବନା ରହିଛି। ବ୍ୟବସାୟକୁ ବଢେଇବା ପାଇଁ ଆପଣ କୌଣସି ଅନୁଭବୀଙ୍କ ଠାରୁ ପରାମର୍ଶ ନିଅନ୍ତୁ। ନିଜ ଅଧୀନସ୍ଥ କର୍ମଚାରୀଙ୍କ ପ୍ରତି କ୍ରୋଧ ପ୍ରଦର୍ଶନ କରନ୍ତୁ ନାହିଁ।

ପ୍ରେମ ମାମଲାରେ, ଅଚାନକ ସମ୍ବନ୍ଧରେ ଆସିଥିବା ମତଭେଦ ଦୂରତା ଉତ୍ପନ୍ନ କରିପାରେ।

କ୍ୟାରିୟର ମାମଲାରେ, ମାର୍କେଟିଂ ସହିତ ଜଡ଼ିତ ଲୋକେ ଫୋନରେ ନିଜର ଡିଲ ସଫଳ କରିବେ।

ସ୍ବାସ୍ଥ୍ୟ ମାମଲାରେ, ବସି ବସି ନିଜର ସ୍ବାସ୍ଥ୍ୟ ଖରାପ କରିବା ଅପେକ୍ଷା ନିଜକୁ ଫିଟ ରଖିବା ପାଇଁ ବ୍ୟାୟାମ କରନ୍ତୁ।

ସିଂହ ରାଶି –

ରାଜନୀତିରେ ଜଡ଼ିତ ଲୋକଙ୍କୁ ପଦବୀ ପ୍ରାପ୍ତ ହୋଇପାରେ। ଜୀବିକା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଖର୍ଚ୍ଚରେ ଅଧିକ ବୃଦ୍ଧି ହୋଇପାରେ। ଆୟକୁ ବୃଦ୍ଧି କରିବା ପାଇଁ ଆପଣଙ୍କୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ବନ୍ଧ ସୁଦୃଢ କରିବା ପାଇଁ କ୍ରୋଧ ନକରି ଶାନ୍ତ ରୁହନ୍ତୁ।

ପ୍ରେମ ମାମଲାରେ, ପ୍ରେମ ସମ୍ୱନ୍ଧକୁ ନେଇ ଏହି ସପ୍ତାହ ମାନସିକ ଚିନ୍ତାରେ ଭରି ଯିବ।

କ୍ୟାରିୟର ମାମଲାରେ, ମାର୍କେଟିଂ ଲାଇନରେ ଜଡ଼ିତ ଲୋକଙ୍କୁ ଅଧିକ ଫାଇଦା ମିଳିବ ଏବଂ ସମୟ ଅନୁକୂଳ ରହିଛି।

ସ୍ବାସ୍ଥ୍ୟ ମାମଲାରେ, ନିଜକୁ ଶାନ୍ତ ଏବଂ ନିୟନ୍ତ୍ରଣ ରଖିବା ପାଇଁ ଆପଣ ଯୋଗ ବା ପ୍ରାଣାୟାମ କରି ପାରିବେ। ଶରୀରରେ ସକାରାତ୍ମକ ଉର୍ଜା ବୃଦ୍ଧି ହେବ।

କନ୍ୟା ରାଶି –

ଜୀବିକା କ୍ଷେତ୍ରରେ ଚାଲିଥିବା ପ୍ରୟାସ ସଫଳ ରହିବ। ବ୍ୟବସାୟରେ ନୂଆ ଯୋଜନା ଲାଭଦାୟକ ସାବ୍ୟସ୍ତ ହେବ। ଜୀବନସାଥୀଙ୍କ ସହିତ ଆଗକୁ ବଢିବା ପାଇଁ ସହାୟକ ହେବ। ସନ୍ତାନଙ୍କ ବିବାହ ସମ୍ବନ୍ଧିତ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଅଧିନସ୍ଥ କର୍ମଚାରୀଙ୍କ ଠାରୁ ପର୍ଯ୍ୟାପ୍ତ ପରିମାଣରେ ଆଦର ଏବଂ ସମ୍ମାନ ପ୍ରାପ୍ତ ପାଇବେ। ଅଫିସିଆଲ କାର୍ଯ୍ୟରେ ନୂଆ ମାର୍ଗ ପ୍ରାପ୍ତ ହେବ। ଚତୁରତାର ସହିତ ଆପଣଙ୍କ ବିଗିଡି ଥିବା କାର୍ଯ୍ୟକୁ ସମ୍ପନ୍ନ କରିବେ।

ପ୍ରେମ ମାମଲାରେ, ପ୍ରେମ ସମ୍ୱନ୍ଧକୁ ନେଇ ଆପଣ ପ୍ରସନ୍ନ ରହି ପାରନ୍ତି।

କ୍ୟାରିୟର ମାମଲାରେ, ଆର୍ଥିକ ରୂପରେ ସଫଳତା ମିଳିବ ଏବଂ ନୂଆ ମାର୍ଗ ପ୍ରାପ୍ତ ହେବ। କାର୍ଯ୍ୟ ବ୍ୟବସାୟରେ ବୃଦ୍ଧି ହେବ।

ସ୍ବାସ୍ଥ୍ୟ ମାମଲାରେ, ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ  ପ୍ରତ୍ୟହ ବ୍ୟାୟାମ କରନ୍ତୁ। ତୈଳ ଯୁକ୍ତ ଖାଦ୍ୟ ସେବନ କରନ୍ତୁ ନାହିଁ।

Google

ତୁଳା ରାଶି –

ଏହି ସପ୍ତାହରେ ଆପଣଙ୍କ ବିଚାର ବିକଶିତ ହେବ। ନିଜ ବିବେକ ଦ୍ଵାରା ଆପଣ ସବୁ କାର୍ଯ୍ୟ ସଫଳ କରିବେ। ବ୍ୟକ୍ତିଗତ ଜୀବନରେ ଅନ୍ୟମାନଙ୍କୁ ପ୍ରବେଶ କରାନ୍ତୁ ନାହିଁ। ନିୟମକୁ ପକ୍କା କରିବା ଆପଣଙ୍କ ପାଇଁ ଲାଭଦାୟକ ରହିବ। କିଛି ନୂଆ କରିବା ପାଇଁ ବିଚାର କରି ପାରନ୍ତି। କିଛି ନୂଆ ବିଚାର କରିବା ପାଇଁ ଆପଣ ପୁରୁଣା ପ୍ରଣାଳୀକୁ ଆପଣେଇ ପାରନ୍ତି। ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବ।

ପ୍ରେମ ମାମଲାରେ, ଆପଣ ଦୁଇଜଣ ପରସ୍ପର ପ୍ରତି ସଚ୍ଚୋଟ ରୁହନ୍ତୁ ଏବଂ ଉତ୍ତମ ତାଳମେଳ ରଖି ଆଗକୁ ବଢନ୍ତୁ।

କ୍ୟାରିୟର ମାମଲାରେ, ଚାକିରି ସମ୍ବନ୍ଧିତ ଉତ୍ତମ ଖବର ମିଳିପାରେ। ପଦୋନ୍ନତୀର ଯୋଗ ରହିଛି।

ସ୍ବାସ୍ଥ୍ୟ ମାମଲାରେ, ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ। ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ବିଛା ରାଶି –

ଏହି ସପ୍ତାହରେ ଆପଣ ବହୁତ ହାଲକା ଅନୁଭବ କରିବେ, ଆପଣଙ୍କ ମନରୁ ସବୁ ଚିନ୍ତା ଦୂର ହେବ ଏବଂ ଆପଣ ଅଧିକ ଉତ୍ସାହିତ ରହିବେ। ସମୟ ସହିତ ଆପଣ ନିଜକୁ ବଦଳେଇବେ। ନିଜ ବ୍ୟବହାରରେ ନମ୍ରତା ଆଣନ୍ତୁ। କାରବାରର ବିସ୍ତାର ପାଇଁ ଆପଣ ଟଙ୍କା ଏକଜୁଟ କରିବା ପାଇଁ ଲାଗି ପଡିବେ। କାର୍ଯ୍ୟକ୍ଷେତ୍ରରେ ସରଳତା ପୂର୍ବକ କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟବସାୟରେ ଉତ୍ତମ ଲାଭ ମିଳିପାରେ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ ଭରପୁର ରୋମାନ୍ସର ଅବସର ମିଳିବ। ଆପଣଙ୍କ ପ୍ରେମ ଜୀବନ ସୁଖମୟ ରହିବ।

କ୍ୟାରିୟର ମାମଲାରେ, ବ୍ୟବସାୟ ଏବଂ ଚତୁରତାର ସହିତ ଆର୍ଥିକ ନିବେଶ କରନ୍ତୁ ନାହିଁ।

ସ୍ବାସ୍ଥ୍ୟ ମାମଲାରେ, ରକ୍ତ ସମ୍ବନ୍ଧିତ ସଂକ୍ରମଣକୁ ନେଇ ସଚେତନ ରୁହନ୍ତୁ।

ଧନୁ ରାଶି –

ଏହି ରାଶିର ଲୋକେ ଧର୍ଯ୍ୟ ରଖନ୍ତୁ, ଆପଣ ଖୁବ ଶୀଘ୍ର ହିଁ କ୍ରୋଧିତ ହୋଇ ଯାଆନ୍ତି। ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂଆ କାର୍ଯ୍ୟ କରିବାରେ ଶୀଘ୍ରତା କରି ପାରନ୍ତି। ଗୁପ୍ତ ଶତ୍ରୁଙ୍କ ଠାରୁ ସତର୍କ ରୁହନ୍ତୁ। ନଚେତ ସେମାନେ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇ ପାରନ୍ତି। ନିବେଶ ପାଇଁ ସମୟ ଆପଣଙ୍କ ସପକ୍ଷରେ ରହିବ। ନୂଆ ଅବସର ମିଳିପାରେ।

ପ୍ରେମ ମାମଲାରେ, ପ୍ରେମ ସମ୍ୱନ୍ଧକୁ ନେଇ ଏହି ସପ୍ତାହ ସାମାନ୍ୟ ରହିବ।

କ୍ୟାରିୟର ମାମଲାରେ, ଶିକ୍ଷାରେ ଉନ୍ନତି ମିଳିବାର ଯୋଗ ରହିଛି।

ସ୍ୱାସ୍ଥ୍ୟ ମାମଲାରେ, ମାଂସପେଶୀରେ ବ୍ୟଥା ଉତ୍ପନ୍ନ ହୋଇପାରେ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ମାଲିସ୍ କରନ୍ତୁ।

ମକର ରାଶି –

ପରିବାରରେ କଳହର ବାତାବରଣ ଯୋଗୁଁ ଆପଣଙ୍କ ମନ ଅଶାନ୍ତ ରହିପାରେ। ବ୍ୟବସାୟ ପାର୍ଟନରଙ୍କ ସହିତ ସଂବନ୍ଧକୁ ନେଇ  ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ। କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ। ଆପଣ କ୍ରୋଧିତ ହୋଇ ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ନୂଆ ଅବସର ମିଳିବାର ସମ୍ଭାବନା ରହିଛି। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାରୁ ବଞ୍ଚିତ ହୁଅନ୍ତୁ। ନିଶ୍ଚିନ୍ତ ହୋଇ ସବୁ କାର୍ଯ୍ୟ କରନ୍ତୁ।

ପ୍ରେମ ମାମଲାରେ, ପ୍ରେମୀ କୌଣସି କଥାକୁ ନେଇ ସୀଘ୍ରତା ଦେଖାଇ ପାରନ୍ତି, ଯାହା ଆପଣଙ୍କୁ ନାପସନ୍ଦ ହୋଇପାରେ।

କ୍ୟାରିୟର ମାମଲାରେ, ସରକାରୀ ଚାକିରି ପାଇଁ ପ୍ରୟାସ ଲୋକଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ିବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖନ୍ତୁ।

କୁମ୍ଭ ରାଶି –

ଏହି ରାଶିର ଲୋକେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜ କ୍ରୋଧକୁ ନିୟନ୍ତ୍ରଣ କରି ରଖନ୍ତୁ। ଘରର ମାହୋଲ ଅଶାନ୍ତିପୂର୍ଣ୍ଣ ହୋଇପାରେ। ଗୃହସ୍ଥ ଜୀବନ ପାଇଁ କିଛି ଲୋକେ ଆପଣଙ୍କୁ ପରାମର୍ଶ ଦେଇ ପାରନ୍ତି। ଯଦି ବହି ଲେଖିବା ଆରମ୍ଭ କରିବେ ତାହେଲେ ଏହି ସମୟ ଆପଣଙ୍କ ପାଇଁ ଲାଭଦାୟକ ରହିବ

ପ୍ରେମ ମାମଲାରେ, ପ୍ରେମର ଅଭାବ ଆପଣଙ୍କ ମଧ୍ୟରେ ଦେଖା ଦେଇପାରେ।

କ୍ୟାରିୟର ମାମଲାରେ, ବ୍ୟବସାୟରେ ନୂଆ ଯୋଜନା କରି ପାରନ୍ତି ଏବଂ ରଣନୀତି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।

ସ୍ବାସ୍ଥ୍ୟ ମାମଲାରେ, ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ମୌସୁମୀ ବେମାରୀ ହୋଇପାରେ।

Google

ମୀନ ରାଶି –

ଏହି ସପ୍ତାହରେ ସାହିତ୍ୟ ଏବଂ କଳା କ୍ଷେତ୍ରରେ ରୁଚି ବଢିବ। ମନରେ କଳ୍ପନା ଶକ୍ତି ବୃଦ୍ଧି ପାଏ। କାହା ସହିତ କଥାବାର୍ତ୍ତା ସମୟରେ ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ବଡ଼ ଭାଇଙ୍କ ଠାରୁ ଆର୍ଥିକ ସହଯୋଗ ପ୍ରାପ୍ତ ହେବ। ଘର ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସି ବଢିବ। ବୌଦ୍ଧିକ ଚର୍ଚ୍ଚାରେ ଯୋଗଦାନ କରି ପାରନ୍ତି। ଅଫିସରେ ଚାଲିଥିବା ବିବାଦ ସମାପ୍ତ ହେବ। ଚାକିରୀରେ ଜଡ଼ିତ ଆକର୍ଷକ ପ୍ରସ୍ତାବ ମିଳିପାରେ।

ପ୍ରେମ ମାମଲାରେ, ପ୍ରେମ ସମ୍ୱନ୍ଧକୁ ସୂଚାରୁ ରୂପେ ଆଗକୁ ବଢେଇବା ପାଇଁ ଆପଣ ପ୍ରୟାସ କରିବେ।

କ୍ୟାରିୟର ମାମଲାରେ, ଶିକ୍ଷା କ୍ଷେତ୍ରରେ ସମ୍ବନ୍ଧିତ କାର୍ଯ୍ୟରତ ଲୋକଙ୍କୁ ଖାସ୍ କରି ପ୍ରାଇଭେଟ ସେକ୍ଟର ରେ ସେମାନଙ୍କ ପାଇଁ କଷ୍ଟକାରୀ ସାବ୍ୟସ୍ତ ହୋଇପାରେ।

ସ୍ବାସ୍ଥ୍ୟ ମାମଲାରେ, ତ୍ଵଚା ସମ୍ବନ୍ଧିତ ସମସ୍ୟାକୁ ନେଇ ସଚେତନ ରହିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *