Excuse Me Odisha

ଯାହା କହିବୁ ସତ କହିବୁ

ସକାଳେ – ସନ୍ଧ୍ୟାରେ ଘରେ ଦିଅନ୍ତୁ ଏହି ୫ ଟି ଜିନିଷର ଧୂପ, ଦାରିଦ୍ର୍ୟତା ଏବଂ ଖରାପ ଶକ୍ତି ଦୂର ହେବ।

ସେୟାର୍ କରନ୍ତୁ

ପୂଜାପାଠ କରିବା ସମୟରେ ଧୂପ ଦେବା ପ୍ରାଚୀନ ପରମ୍ପରା ଅଟେ। ଏଥିରେ ଜଳୁ ଥିବା ଅଙ୍ଗାର ଉପରେ କୌଣସି ବିଶେଷ ବସ୍ତୁ ରଖି ତାହାର ଧୂଆଁ ବାହାର କରି ପାରିବେ। ଏଥିରୁ ବାହାରିଥିବା ଧୂଆଁ ଘର ଭିତରେ ଦିଆଯାଇଥାଏ , ଯାହାଦ୍ଵାରା ଲାଭ ହୋଇଥାଏ। ଆଜି ଆମେ ଆପଣଙ୍କୁ ଭିନ୍ନ ଭିନ୍ନ ବସ୍ତୁରେ ଦିଆ ଯାଇଥିବା ଧୂପର ଲାଭ କହିବାକୁ ଯାଉଛୁ।

କପୂରର ଧୂପ –

ପୂଜାପାଠରେ କପୂରର ଉପଯୋଗ ପ୍ରାୟତଃ କରାଯାଇଥାଏ। ଏହି ସୁଗନ୍ଧିତ ପଦାର୍ଥକୁ ଜଳାଇବା ଦ୍ଵାରା ବାତାବରଣ ସୁଗନ୍ଧିତ ହୋଇ ଯାଇଥାଏ। ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ କପୂରର ଧୂପ ଦେବା ଦ୍ଵାରା ଦେବ ଦୋଷ ଏବଂ ପିତୃ ଦୋଷ ଦୂର ହୋଇଥାଏ। ଏହାଛଡା ଘରେ ବାସ୍ତୁ ଦୋଷ ଦୂର ହୋଇଥାଏ

Google

ଗୁଗୁଲର ଧୂପ –

ଗୁଗୁଲର ସୁଗନ୍ଧ ଅତ୍ୟନ୍ତ ମଧୁର ହୋଇଥାଏ। ଏହାର ବ୍ୟବହାର ସୁଗନ୍ଧ ଇତର, ଔଷଧ ତିଆରି ପାଇଁ କରାଯାଇଥାଏ। ଯଦି ଏହାକୁ ନିଆଁରେ ଜଳାଇ ଦିଆଯାଏ ତାହେଲେ ଆଖପାଖର ବାତାବରଣ ସୁଗନ୍ଧରେ ଭରି ଯାଏ। ଯଦି ଆପଣ ଶୁଦ୍ଧ ଗୁଗୁଲର ଧୂପ ୭ ଦିନ ଲଗାତାର ଲଗାଇବେ, ତାହେଲେ ଘରେ ରହିଥିବା ସମସ୍ତ ଦୋଷ ସମାପ୍ତ ହୋଇ ଯାଇଥାଏ। ଏହାଦ୍ବାରା ଘରର କଳହ ଶାନ୍ତ ହୋଇ ଯାଇଥାଏ। ଏହାସହିତ ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ।

ଲୋବାନ ର ଧୂପ –

ଅଙ୍ଗାରରେ ଲୋବାନ ଜଳେଇବା ଦ୍ଵାରା ଘର ସୁଗନ୍ଧିତ ହୋଇ ଯାଇଥାଏ। ଏହାଦ୍ବାରା ଘରର ସୁଖଶାନ୍ତି ଏବଂ ସମୃଦ୍ଧି ବନି ରହିଥାଏ। ଏହା ପରଲୌକିକ ଶକ୍ତିକୁ ନିଜ ଆଡକୁ ଆକର୍ଷିତ କରିଥାଏ। ଏହି କାରଣ ଏହିକି ଯେ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ପରେ ହିଁ ଘରେ ଏହାର ବ୍ୟବହାର କରିବା ଉଚିତ।

Google

ଗୁଡ – ଘିଅର ଧୂପ –

ଅଙ୍ଗାରରେ ଗୁଡ ଏବଂ ଘିଅ ମିଶାଇ ଧୂପ ଦେବାଦ୍ଵାରା ସୁଗନ୍ଧିତ ବାତାବରଣ ନିର୍ମାଣ ହୋଇଥାଏ। ଆପଣ ଏହା ଉପରେ ଚାଉଳ ମଧ୍ୟ ପକାଇ ପାରିବେ। ଏହା ଆପଣଙ୍କ ମନ ଏବଂ ମସ୍ତିଷ୍କକୁ ଶାନ୍ତ ରଖିଥାଏ। ଏଥିରୁ ଚିନ୍ତା ମୁକ୍ତ ହୋଇଥାଏ। ଏହିଭଳି ଶାନ୍ତ ବାତାବରଣରେ ଘରକୁ ଦେବୀ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଦେବ ଦୋଷ ଏବଂ ପିତୃ ଦୋଷ ଦୂର କରିବା ପାଇଁ ଏହି ଧୂପ ଦିଆ ଯାଇଥାଏ।

ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ବିଶେଷ ଧୂପ –

ଯଦି ଘରେ ନକାରାତ୍ମକ ଶକ୍ତି ରହିଛି ତାହେଲେ ଏହି ବିଶେଷ ଧୂପ ଦ୍ଵାରା ତାହା ସମାପ୍ତ ହୋଇଯିବ। ଏଥିପାଇଁ ଆପଣ ହଳଦିଆ ସୋରିଷ, ଗୁଗଲ, ଲୋମ୍ବାନ, ଘିଅକୁ ମିଶେଇ ମିଶ୍ରଣ ପ୍ରସ୍ତୁତ କରି ନିଅନ୍ତୁ। ସୂର୍ଯ୍ୟାସ୍ତ ପରେ ଏହାକୁ ଅଙ୍ଗାର ଲଗାଇ ଧୂପ ଦିଅନ୍ତୁ। ଏହି ଉପାୟ ୨୧ ଦିନ ପର୍ଯ୍ୟନ୍ତ କରନ୍ତୁ। ଘରର ନକାରାତ୍ମକ ଶକ୍ତି ସମାପ୍ତ ହୋଇଯିବ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *