Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଦ୍ଵାରା ଏହି ଲୋକଙ୍କ ଉପରେ ପଡ଼ିବ ଖରାପ ପ୍ରଭାବ, ୨ ଜୁନ ପର୍ଯ୍ୟନ୍ତ ରୁହନ୍ତୁ ସମ୍ଭାଳି।

ସେୟାର୍ କରନ୍ତୁ

ମଙ୍ଗଳ ଗ୍ରହ ମିଥୁନ ରାଶିରେ ପ୍ରବେଶ କଲେ ଏବଂ ମିଥୁନ ରାଶିରେ ଏହି ଗ୍ରହର ଗୋଚର ସହିତ ୧୨ ଟି ରାଶି ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ। କିଛି ରାଶି ପାଇଁ ମଙ୍ଗଳ ଗ୍ରହର ଏହି ଗୋଚର ଶୁଭ ସାବ୍ୟସ୍ତ ହେବ। ୧୪ ଏପ୍ରିଲକୁ ମଙ୍ଗଜ ବୃଷ ରୁ ମିଥୁନ ରାଶିରେ ପ୍ରବେଶ କରିବେ ଏବଂ ଗ୍ରହର ଏହି ରାଶିରେ ୨ ଜୁନ ପର୍ଯ୍ୟନ୍ତ ରହିବେ। ତେବେ ଆସନ୍ତୁ ଜାଣିବା ମଙ୍ଗଳର ଏହି ଗୋଚର କଣ ପ୍ରଭାବ ପକାଇବ।

୧୨ ଟି ରାଶି ଉପରେ ମଙ୍ଗଳର ପ୍ରଭାବ –

Google

ମେଷ ରାଶି –

ମଙ୍ଗଳର ରାଶି ପରିବର୍ତ୍ତନ ଦ୍ଵାରା ମେଷ ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ପରିବାର ସହିତ ଉତ୍ତମ ସମ୍ବନ୍ଧ ରହିବ। ଏହି ରାଶିର ଲୋକେ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଏମାନଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଯଦି କୌଣସି ବି-ବାଦ ଲମ୍ବା ସମୟରୁ ଚାଲିଛି ତାହେଲେ ଏହା ସମାପ୍ତ ହେବ। ଏହି ରାଶିର ଲୋକଙ୍କର ମଙ୍ଗଳର ରାଶି ପରିବର୍ତ୍ତନ ଲାଭକାରୀ ସାବ୍ୟସ୍ତ ହେବ।

ବୃଷ ରାଶି –

ବୃଷ ରାଶିର ଲୋକଙ୍କ ଉପରେ ମଙ୍ଗଳର ସାମାନ୍ୟ ପ୍ରଭାବ ରହିବ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। ସମ୍ପତ୍ତି ସମ୍ବନ୍ଧିତ ବି-ବାଦ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ। ଆର୍ଥିକ ଲାଭ ମିଳିପାରେ।  ଘରୋଇ ଖର୍ଚ୍ଚ ବଢିପାରେ। ପରିବାର ଠାରୁ ଚିନ୍ତା ପ୍ରାପ୍ତ ହେବ ଏବଂ ମାନସିକ ଚିନ୍ତା ବଢିପାରେ। ଅଟକି ରହିଥିବା କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପନ୍ନ ହେବ।

ମିଥୁନ ରାଶି –

ମିଥୁନ ରାଶିର ଲୋକଙ୍କ ଉପରେ ମଙ୍ଗଳର ଏହି ଗୋଚର ଯୋଗୁଁ ଖରାପ ପ୍ରଭାବ ପଡିପାରେ। ଏହି ରାଶିର ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ପରିବାର ଲୋକଙ୍କ ସହିତ ବି-ବାଦ ହୋଇପାରେ। ଶାରୀରିକ ରୂପରେ ଅସୁସ୍ଥତା ଦେଖା ଦେବ। କାର୍ଯ୍ୟକ୍ଷେତ୍ରରେ ଖୁବ୍ ଶୀଘ୍ର ମିଳି ନଥାଏ। ସେଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

କର୍କଟ ରାଶି –

ଏହି ରାଶି ଉପରେ ମଙ୍ଗଳ ର ଅଶୁଭ ପ୍ରଭାବ ଦେଖିବାକୁ ମିଳିବ। କର୍କଟ ରାଶିର ଲୋକଙ୍କୁ ଧନହାନୀ ହେବାର ସମ୍ଭାବନା ରହିଛି। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳି ପାରିବ ନାହିଁ। ସେଥିପାଇଁ ନିରାଶାର ସାମ୍ନା କରିବାକୁ ପଡି ପାରେ। ଖର୍ଚ୍ଚରେ ବୃଦ୍ଧି ହେବ ଏବଂ ଜୀବନସାଥୀ ଙ୍କ ସହିତ ବିବାଦ ହୋଇପାରେ। ଅଯଥାରେ ବ୍ୟସ୍ତ ହୋଇ ପାରନ୍ତି। ସ୍ବାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ।

Google

ସିଂହ ରାଶି –

ମଙ୍ଗଳ ଗ୍ରହର ଗୋଚର ଦ୍ଵାରା ସିଂହ ରାଶିର ଲୋକଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଚାକିରି ଏବଂ ବ୍ୟବସାୟରେ ଫାଇଦା ମିଳିବ। ଜମିବାଡ଼ି ବି-ବାଦ ଆପଣଙ୍କ ସପକ୍ଷରେ ରହିବ। କାନୁନ ମାମଲା ସମାଧାନ ହୋଇଯିବ। ଆୟରେ ବୃଦ୍ଧି ହେବ। ସବୁ କାର୍ଯ୍ୟରେ ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ

କନ୍ୟା ରାଶି –

କନ୍ୟା ରାଶିର ଲୋକଙ୍କୁ ଅଧିକ ଲାଭ ମିଳିବ। ବନ୍ଧୁ ମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟରେ ସଫଳତା ମିଳିବାର ଯୋଗ ରହିଛି । ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ପରିବାର ଲୋକଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ। ନିଜ ସ୍ବାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ।

ତୁଳା ରାଶି –

ଏହି ସମୟରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆଶାନୁରୂପ ଚାକିରି ଲାଗିପାରେ। କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ବୈବାହିକ ଜୀବନ ସୁଖମୟ ରହିବ। ପରିବାର ଲୋକଙ୍କ ଠାରୁ ସବୁ କ୍ଷେତ୍ରରେ ସହଯୋଗ ପ୍ରାପ୍ତ ହେବ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରି ନିଅନ୍ତୁ।

ବିଛା ରାଶି –

ବିଛା ରାଶିର ଲୋକଙ୍କୁ ସ୍ବାସ୍ଥ୍ୟ ସହିତ ଜଡିତ ସମସ୍ୟା ହୋଇପାରେ। ପରିବାର ଲୋକଙ୍କ ସହିତ ବିବାଦ ହୋଇପାରେ। କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। କାର୍ଯ୍ୟରେ ନିରାଶାର ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରି ନିଅନ୍ତୁ।

ଧନୁ ରାଶି –

ଏହି ରାଶିର ମଙ୍ଗଳ ଗ୍ରହର ଗୋଚର ଯୋଗୁଁ ସାମାନ୍ୟ ପରିଣାମ ପ୍ରାପ୍ତ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂର ହେବ। ଚାକିରି କ୍ଷେତ୍ରରେ ସଫଳତା ମିଳିବ। ବ୍ୟାପାରରେ ଅଧିକ ଲାଭ ମିଳିବ। ବୈବାହିକ ଜୀବନରେ ସମସ୍ୟା ଦେଖା ଦେଇପାରେ। ପରିବାର ଲୋକଙ୍କ ସହିତ ବି-ବାଦ ହୋଇପାରେ।

Google

ମକର ରାଶି –

କଠିନ ପରିଶ୍ରମ କରିବାପରେ ହିଁ ସଫଳତା ମିଳିବ। ଜମିବାଡ଼ି ବିବାଦ ସମାପ୍ତ ହୋଇପାରେ। ପରିବାର ଲୋକଙ୍କ ଠାରୁ କିଛି କ୍ଷେତ୍ରରେ ସହଯୋଗ ପ୍ରାପ୍ତ ହେବ। ବିଚାର କରିଥିବା କାର୍ଯ୍ୟ ଉଚିତ ସମୟ ମଧ୍ୟରେ ସମ୍ପନ୍ନ ହେବ। ଏହି ଗୋଚର ଆପଣଙ୍କ ପାଇଁ ଅନୁକୂଳ ଏବଂ ଲାଭଦାୟକ ସାବ୍ୟସ୍ତ ହେବ।

କୁମ୍ଭ ରାଶି –

ଏହି ରାଶିର ଲୋକଙ୍କୁ ଚାକିରି ଏବଂ ବ୍ୟବସାୟରେ ଅଧିକ ଲାଭ ମିଳିବ। ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ପତ୍ନୀ ଏବଂ ସନ୍ତାନଙ୍କୁ ନେଇ କିଛି ସମସ୍ୟା ଉତ୍ପନ୍ନ ହୋଇପାରେ। ବୈବାହିକ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ପରିବାର ଲୋକଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ।

ମୀନ ରାଶି –

ଚାକିରି ଏବଂ ବ୍ୟବସାୟରେ ବିବାଦ ହୋଇପାରେ। ଟଙ୍କା ସହିତ ଜଡ଼ିତ ସମସ୍ୟା ଦେଖା ଦେଇପାରେ। ଦେବାନେବା ଏବଂ ନିବେଶ ରେ ସାବଧାନ ରହି କାର୍ଯ୍ୟ କରନ୍ତୁ। ପାରିବାରିକ କଳହ ଏବଂ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିପାରେ। ଧୀରେ ଧୀରେ ସ୍ଥିତି ପୂର୍ବ ଅବସ୍ଥାକୁ ଫେରି ଆସିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *