Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଖରାପ ସମୟରେ ଏହି ଦୁଇଟି କାମ ନିଶ୍ଚୟ କରନ୍ତୁ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ସବୁବେଳେ ଦେଖିବାକୁ ମିଳିଥାଏ ଲୋକେ କୁହନ୍ତି ମୋର ତ ସମୟ ଖରାପ ଚାଲିଛି। ମୁଁ ଜାଣି ପାରୁନି କଣ କରିବି। କେମିତି ମୋର ଖରାପ ସମୟକୁ ଭଲ ସମୟରେ ପରିବର୍ତ୍ତନ କରିବି। ସତ୍ୟ ତ ଏହା ଅଟେ ଆପଣଙ୍କୁ ଦୁଇଟି ଜିନିଷ ଖରାପ ସମୟରେ ନିଶ୍ଚୟ କରିବା ଉଚିତ। ଏବଂ ଅନେକ ଲୋକ ଏହି ଦୁଇଟି ଜିନିଷ କରିବା ଛାଡି ଦିଅନ୍ତି। ଭଗବାନ ଶ୍ରୀକୃଷ୍ଣ କଣ କହିଛନ୍ତି ଭଗବତ ଗୀତାରେ ଖରାପ ସମୟ ବିଷୟରେ। ଆଜି ଆମେ ଏହି ପୋଷ୍ଟରେ ଜାଣିବା। ପ୍ରଥମେ ଆମେ ଆପଣଙ୍କୁ ଗୋଟେ କାହାଣୀ କହୁଛୁ। ପୁଣି ଭଗବତ ଗୀତାରେ କୁହାଯାଇଥିବା କଥା ବିଷୟରେ କହିବୁ। ଯଦି ଆପଣଙ୍କର ସମୟ ସବୁବେଳେ ଖରାପ ଚାଲୁଛି କିମ୍ବା ପରିବାରର କୌଣସି ସଦସ୍ୟଙ୍କର ଖରାପ ସମୟ ଦେଇ ଗତି କରୁଛି ତେବେ ଆପଣ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ଆସନ୍ତୁ ଜାଣିବା ଗୋଟିଏ କାହାଣୀ ମାଧ୍ୟମରେ। କଣ କରିବାକୁ ହେବ ଆମର ଖରାପ ସମୟରେ। ଯାହା ଦ୍ୱାରା ଆମର ଖରାପ ସମୟ ଭଲ ସମୟରେ ବଦଳିଯିବ। ମଧୁପୁର ଗାଁରେ ଗୋଟେ ଗରିବ ଚାଷୀ ରହୁଥିଲା। ସେ ପରିଶ୍ରମୀ ଥିଲା। ସମସ୍ତଙ୍କ ସହ ଭଲ ବ୍ୟବହାର କରୁଥାଏ। ସମସ୍ତଙ୍କୁ ଆଦର କରେ। ସେ ନିଜ ପରିବାରରେ ବହୁତ ଖୁସି ଥିଲା। ସେ ପ୍ରତିଦିନ ସକାଳେ ଉଠି ଭଗବାନଙ୍କ ମନ୍ଦିରକୁ ଯାଇ କେବଳ ୧୦ ମିନିଟ ଭଗବାନଙ୍କ ଆଗରେ ପ୍ରାର୍ଥନା କରୁଥିଲା। ସେହି କୃଷକର ସ୍ତ୍ରୀ ମଧ୍ୟ କୃଷକ ସହ ମିଶି ପ୍ରତିଦିନ ମନ୍ଦିର ଯାଇ ପୂଜା ପାଠ କରି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିଲା। କୃଷକଟି ମନ୍ଦିରରେ ପୂଜା ପାଠ କରିବା ପରେ ବିଲକୁ ଯାଇ ଚାଷ ବାସ କରୁଥାଏ। ସେ ପୁରା ଦିନ ବିଲରେ କାମ କରିଥାଏ। ତାର ଜୀବନ ବହୁତ ଭଲ ଚାଲିଥାଏ। ସେ ତାର ପରିଶ୍ରମରେ ଅଧିକ ଟଙ୍କା ରୋଜଗାର କରି ପାରୁନଥାଏ। କିନ୍ତୁ ଯାହାବି ରୋଜଗାର କରୁଥିଲା ସେଥିରୁ କିଛି ଟଙ୍କା ଲୋକଙ୍କ ସେବାରେ ଲଗେଇଥାଏ। ଦିନେ ତାଙ୍କ ଗାଁରେ ଗୋଟେ ଅଜଣା ମହାମାରୀ ବ୍ୟାପିବାରେ ଲାଗିଲା। କୃଷକର ଗୋଟେ ବୋଲି ପୁଅ ଥିଲା। ସିଏ ଏହି ମହାମାରୀର ଶିକାର ହୋଇ ବୀମାର ହୋଇଗଲା। ସେହି ଗାଁରେ ଏହି ରୋଗର ଚିକିତ୍ସା ପାଇଁ ଭଲ ଡକ୍ଟର ନଥିଲେ। ତାଙ୍କର ପୁଅ ଦେହ ଅଧିକ ଖରାପ ହେବା କାରଣରୁ ପାଖ ସହରକୁ ଆମ୍ବୁଲେନ୍ସରେ ଧରି ନେଇଗଲେ। ସହରର ବଡ଼ ହସ୍ପିଟାଲରେ ବଡ଼ ଚିକିତ୍ସା ହେଲା। ସେହି ହସ୍ପିଟାଲର ଖର୍ଚ୍ଚ ଅଧିକ ଟଙ୍କା ଥିଲା ବିଚରା କୃଷକ ପାଇଁ। ହସ୍ପିଟାଲର ଡକ୍ଟରର ଅଧା ଟଙ୍କା ଦେବା ଭାରି କଷ୍ଟ ହେଉଥିଲା। କୃଷକ ଧୀରେ ଧୀରେ ପ୍ରତିଦିନ ଅସହାୟ ହୋଇ ସାହସ ତାର କମାଇବାରେ ଲାଗିଥିଲା। ଦିନେ ହସ୍ପିଟାଲରେ ବସି ବସି ସେ ଏକଦମ ହତାଶ ହୋଇଗଲା। ଏବଂ ସେ ଜୋର ଜୋରରେ କାନ୍ଦିବାକୁ ଲାଗିଲା। ଆଉ କହୁଥିଲା କଣ ପାଇଁ ଭଗବାନ ମୋର ଏତେ ପରୀକ୍ଷା ନେଉଛନ୍ତି। କେଉଁ କର୍ମର ବଦଲା ନେଉଛନ୍ତି। କେତେବେଳେ ସେ ନିଜକୁ ଦାୟୀ କରୁଥିଲା ତ କେତେବେଳେ ସେ ଭଗବାନଙ୍କୁ। କିନ୍ତୁ କୃଷକର ସ୍ତ୍ରୀଙ୍କୁ ବିଶ୍ୱାସ ଥିଲା ଭଗବାନଙ୍କ ଉପରେ। ଭଗବାନ ଏହି ସମୟରେ ସାହାର୍ଯ୍ୟ କରିବାକୁ ନିଶ୍ଚୟ ଆସିବେ। କିନ୍ତୁ କୃଷକକୁ ନିଜର ଆଶାର କୌଣସି କିରଣ ନଜର ଆସୁନଥିଲା। ହସ୍ପିଟାଲ ପାଖରେ ଗୋଟିଏ ମନ୍ଦିର ଥିଲା। କୃଷକର ସ୍ତ୍ରୀ ପ୍ରତିଦିନ ସେହି ମନ୍ଦିରରେ ପ୍ରାର୍ଥନା କରିବା ପାଇଁ ଯାଉଥିଲା। କିନ୍ତୁ କୃଷକ ପ୍ରାର୍ଥନା କରିବା ପାଇଁ ଯାଉନଥିଲା। ଡକ୍ଟର ଆସି କୃଷକକୁ କହିଲେ ପୁଅର ଚିକିତ୍ସା ପାଇଁ ୧୦ ହଜାର ଟଙ୍କାର ଆବଶ୍ୟକତା ପଡିବ। ତମେ ଜଲଦି ଟଙ୍କାର ବ୍ୟବସ୍ଥା କର। କୃଷକ ପାଇଁ ଏତେ ଶୀଘ୍ର ୧୦ହଜାର ଟଙ୍କା ସଂଗ୍ରହ କରିବା ଅସମ୍ଭବ ଅଟେ। କୃଷକର ସ୍ତ୍ରୀ ଏବେବି ମନ୍ଦିର ଯାଇ ପୂଜା ପାଠ କରୁଥିଲା। ଭଗବାନଙ୍କ ଆଗରେ ହାତ ଯୋଡି ପ୍ରାର୍ଥନା କରୁଥିଲା। ତାଙ୍କର ପୁଅ ଜଲଦି ଠିକ ହୋଇଯାଉ ବୋଲି। ଦିନେ ମନ୍ଦିରକୁ ଗୋଟେ ସେଟ ବା ଧନୀ ବ୍ୟକ୍ତି ଆସିଲେ। ସେ କୃଷକର ସ୍ତ୍ରୀଙ୍କୁ କହିଲେ ସେହି ଦିନ ତମ ସ୍ବାମୀଙ୍କ କଥା ହସ୍ପିଟାଲରେ ଶୁଣିଥିଲି। ଯେଉଁ ଦିନ କୃଷକ କାନ୍ଦୁଥିଲା। ସେ ବ୍ୟକ୍ତି କହିଲେ ସେହି ଦିନ ମୋର ସ୍ତ୍ରୀ ମଧ୍ୟ ହସ୍ପିଟାଲରେ ଥିଲେ। ସେ ଏବେ ଠିକ ହୋଇଯାଇଛନ୍ତି। ଏବଂ ଘରକୁ ଚାଲି ଯାଇଛନ୍ତି। ଧନୀ ବ୍ୟକ୍ତି କଥା କଥାରେ ଜାଣିବାକୁ ପାଇଲେ କୃଷକକୁ ୧୦ ହଜାର ଟଙ୍କାର ଆବଶ୍ୟକ ଅଛି। ତେବେ ଧନୀ ବ୍ୟକ୍ତି ତୁରନ୍ତ ତାର ପକେଟରୁ ପଇସା ବାହାର କରି ଦେବା ସମୟରେ କହିଲେ ଏହି ସମୟରେ ୧୦ ହଜାର ଟଙ୍କା ହିଁ ଅଛି। ତୁମେ ଏହି ଟଙ୍କାକୁ ରଖ ଏବଂ ତା ସହିତ ଧନୀ ବ୍ୟକ୍ତି ଗୋଟେ କାଗଜରେ ନିଜର ଠିକଣା ଲେଖି କହିଲେ ଯଦି ତାଙ୍କୁ ଆଉ ଟଙ୍କାର ଆବଶ୍ୟକ ହୁଏ ତ ଚିନ୍ତା ନକରି ମତେ ଟଙ୍କା ମାଗିବ।କୃଷକର ସ୍ତ୍ରୀ ଖୁସି ମନରେ ୧୦ ହଜାର ଟଙ୍କା ନେଲେ ଆଉ କହିଲେ ମତେ ଏହି କାଗଜର ଆବଶ୍ୟକତା ନାହିଁ। ସେ ଜାଣିଛନ୍ତି ଏହି ପଇସା ତାଙ୍କୁ କିଏ ପଠେଇଛନ୍ତି ଯିଏ ପଠେଇଛନ୍ତି ସିଏ ଭଗବାନ ଅଟନ୍ତି। ଓ ଭଗବାନ ତାଙ୍କର ସର୍ବଦା ଧ୍ୟାନ ରଖିବେ। ବନ୍ଧୁଗଣ ଏହାକୁ କୁହାଯାଏ ଭଗବାନଙ୍କ ସହ ଅତୁଟ ବିଶ୍ୱାସ। ଭଗବାନଙ୍କ ସହ ଆନ୍ତରିକ ପ୍ରେମ। ଏବଂ ଏହା ସବୁଠାରୁ ଆବଶ୍ୟକ ଜିନିଷ ଅଟେ। ଯାହାକୁ ଆମେ ସବୁବେଳେ ଭୁଲି ଯାଇଥାଉ। ଆମର ଖରାପ ସମୟରେ। କିନ୍ତୁ ସେହି ସ୍ତ୍ରୀ ଭଗବାନଙ୍କୁ ଭୁଲି ନଥିଲେ। ସେତ ସେହି ଧନୀ ବ୍ୟକ୍ତିର ଠିକଣା ଲେଖିଥିବା କାଗଜଟି ଧରିଲେ ନାହିଁ। କାରଣ ସେ ଜାଣିଛନ୍ତି ଭଗବାନ ତାଙ୍କ ସହ ସର୍ବଦା ଅଛନ୍ତି। ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ ନବମ ଅଦ୍ଧ୍ୟାୟ ୨୨ ନମ୍ବର ଶ୍ଲୋକରେ କୁହନ୍ତି ଯେଉଁ ବ୍ୟକ୍ତି ମୋ ଉପରେ ମନ ଲଗେଇଥାନ୍ତି ମୋର ଧ୍ୟାନ କରିଥାନ୍ତି ମୁଁ ତାଙ୍କୁ ସେହି ଜିନିଷ ପ୍ରଦାନ କରିଥାଏ ଯାହା ତାଙ୍କ ପାଖରେ ନଥାଏ। ଆଉ ସବୁ ଯାହା ତାଙ୍କ ପାଖରେ ଅଛି ସେସବୁର ରକ୍ଷା ମୁଁ କରିଥାଏ। ଏଥିପାଇଁ ଏହା ବହୁତ ଜରୁରୀ ଅଟେ ଖରାପ ସମୟରେ ଭଗବାନଙ୍କ ଠାରେ ଦୁରେଇ ରୁହନ୍ତୁ ନାହିଁ।

Google

ଦ୍ୱିତୀୟ ଜିନିଷ ଯାହା ଆମକୁ ଖରାପ ସମୟରେ କରିବା ଉଚିତ। ଏହାକୁ ଜାଣିବା ପାଇଁ ଏହି କାହାଣୀକୁ ଧ୍ୟାନ ଦେଇ ପଢ଼ନ୍ତୁ। ଗୋଟେ ରାଜାଙ୍କର ଦୁଇଟି ପୁଅ ଥିଲେ ବଡ଼ ପୁଅ ବହୁତ ଲୋଭୀ, ଲାଞ୍ଚୁଆ ଏବଂ ଅହଂକାରୀ ଥିଲା। ଏବଂ ଏହାର ବିପରୀତ ଛୋଟ ପୁଅ ବହୁତ ଆଜ୍ଞକାରୀ ଥିଲେ। ଦିନେ ରାଜାଙ୍କର ମୃତ୍ୟୁ ହୋଇଗଲା ବଡ଼ ଭାଇ ସବୁବେଳେ ଛୋଟ ଭାଇ ସହିତ ଲଢେଇ ଝଗଡା କରୁଥିଲା। ଶେଷରେ ସେମାନଙ୍କ ମଧ୍ୟରେ ଧନ ସମ୍ପତ୍ତିର ଭାଗ ହୋଇଗଲା। ସେମାନଙ୍କର ନିଜ ନିଜର ରାଜ୍ୟର ସୀମା ଅଲଗା ଅଲଗା ହୋଇଗଲା। ସେମାନଙ୍କ ମଧ୍ୟରେ ନିଷ୍ପତି ଜଣେ ଅନ୍ୟ ଜଣଙ୍କର ସୀମାକୁ ଆସିବ ନାହିଁ। ସେମାନଙ୍କ ରାଜ୍ୟରେ ଗୋଟିଏ ନଦୀ ପଡିଥାଏ। ଏହି ନଦୀରୁ ରାଜ୍ୟର ସମସ୍ତ ଲୋକଙ୍କୁ ପାଣି ମିଳୁଥିଲା। ଏହି ନଦୀକୁ କୌଣସିବି ମୂଲ୍ୟରେ ଛୋଟ ଭାଇକୁ ଦେବା ପାଇଁ ଚାହୁଁନଥିଲା ବଡ଼ ଭାଇ। ଯାହା ଦ୍ୱାରା ସ୍ଥିତି ଏମିତି ହେଲା ଦୁଇ ଭାଇଙ୍କ ମଧ୍ୟରେ ଯୁଦ୍ଧର ସ୍ଥିତି ଆସିଗଲା। ଦୁଇ ଭାଇ ଜଣେ ମାହାତ୍ମାଙ୍କୁ ବହୁତ ମାନନ୍ତି। ତାଙ୍କର ଆଦର କରନ୍ତି। ଦୁଇ ଜଣ ଭାଇ ଯୁଦ୍ଧ ପୂର୍ବରୁ ସେହି ମହାତ୍ମାଙ୍କ ଆଶୀର୍ବାଦ ନେବା ପାଇଁ ଭାବିଲେ। ଆଉ ସେହି ମହାତ୍ମାଙ୍କ ଆଗରେ ପହଞ୍ଚି ଗଲେ। ମହାତ୍ମା ଜଣଙ୍କ ଦୁଇ ଭାଇଙ୍କୁ କହିଲେ ଯଦି ଯୁଦ୍ଧ ହୁଏ ତେବେ ତୁମେ ହିଁ ଜିତିବ। ଆଉ ଛୋଟ ଭାଇଙ୍କୁ ମଧ୍ୟ ସିଧା କହିଲେ ତୁମର ପରାଜୟ ନିଶ୍ଚୟ ଅଟେ। ଛୋଟ ଭାଇ ପ୍ରଥମେ ଏହା ଶୁଣି ଚକିତ ହୋଇଗଲା। ପୁଣି ସେ ଭାବିଲେ ଜଡ ହାରିବା କିସମତରେ ଲେଖା ହୋଇଛି ତେବେ ଯୁଦ୍ଧ ଲଢ଼ିକି ହାରିବେ। କମସେକମ ଲୋକେ ତ କହିବେ ଯୁଦ୍ଧାଙ୍କ ପରି ଯୁଦ୍ଧ ଲଢ଼ି ସାନ ଭାଇ ହାରିଥିଲା। ସେପଟେ ବଡ଼ ଭାଇ ବହୁତ ଖୁସିରେ ଥିଲା। ବିଜୟତ ତାଙ୍କର ନିଶ୍ଚୟ ଅଟେ। ଦେଖୁ ଦେଖୁ ଯୁଦ୍ଧର ଦିନ ଆସିଗଲା।ଛୋଟ ଭାଇ ଏହା ଭାବି ଭାବି ଯୁଦ୍ଧ କରୁଥିଲା ଯଦି କିସମତରେ ପରାଜୟ ଲେଖା ହୋଇଛି ତାହେଲେ କିଛି କଥା ନାହିଁ। କିନ୍ତୁ ମୁଁ ବିନା ଯୁଦ୍ଧରେ ହାରିବେ ନାହିଁ। ସେପଟେ ବଡ଼ ଭାଇ ଏହା ଭାବି ଭାବି ଲଢ଼ୁଥିଲା ବିଜୟ ତ ତାର ନିଶ୍ଚୟ ଅଟେ। ତେବେ ଡରିବାରେ କଣ ଅଛି। ଲଢୁ ଲଢୁ ବଡ଼ ଭାଇ ବସିଥିବା ଘୋଡ଼ାର ଗୋଡ଼ରେ ନଖରେ ଲାଗିଥିବା ନାଲ ବାହାରି ଗଲା। ବଡ଼ ଭାଇ ତ ଏହା ଭାବି ଯୁଦ୍ଧ କରୁଥିଲା ଯେବେ ଭାଗ୍ୟରେ ବିଜୟ ଲେଖା ହୋଇଛି, ତାହେଲେ ଚିନ୍ତା କାହିଁକି। କିଛି ସମୟ ପରେ ଘୋଡା ଛୋଟେଇ ଛୋଟେଇ ତଳେ ପଡ଼ିଗଲା। ଆଉ ଛୋଟ ଭାଇର ବିଜୟ ହେଲା। ଏହିପରି ଆମେ ମଧ୍ୟ ଭୁଲ କରିଥାଉ। ଖରାପ ସମୟରେ ଆମେ କର୍ମ କରିବା ଛାଡିଦେଇଥାଉ। ଶ୍ରୀମଦ ଭଗବତ ଗୀତାରେ ଦ୍ୱିତୀୟ ଅଧ୍ୟୟର ୩୩ ନମ୍ବର ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଅର୍ଜୁନ ଯଦି ତମେ ଯୁଦ୍ଧ କରିବ ନାହିଁ ତାହେଲେ ତୁମେ ତମର ଧର୍ମ ଓ କୀର୍ତି ଠାରୁ ଭ୍ରଷ୍ଟ ହୋଇ ପାପର ଭାଗିଦାର ହୋଇଯିବ। ଆମର ଖରାପ ସମୟରେ କେବେବି ପରାଜୟ ଗ୍ରହଣ କରି ବସିବା ଉଚିତ ନୁହେଁ। ସେଠାରେ ଆମକୁ ସାହସ କରି ଆମର କର୍ତ୍ତବ୍ୟକୁ ପୂରଣ କରିବା ଉଚିତ। ଆମକୁ ଏହିଭଳି ଭାବିବା ଅନୁଚିତ ଅଟେ କି ଆମକୁ ଫଳ ମିଳିବ ନାହିଁ। ବାସ କର୍ମ କରିଯିବା ଉଚିତ। ହଁ ସବୁଠାରୁ ଭଲ କଥା ଶ୍ରୀମଦ ଭଗବତ ଗୀତାରେ ଚତୁର୍ଥ ଅଧ୍ୟୟର ୧୪ ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ସୁଖ ଓ ଦୁଃଖର ମୂଲ୍ୟ ଇନ୍ଦ୍ରିୟଙ୍କ ଠାରୁ ଉତ୍ପନ ହୋଇଥାଏ। ଏହି ଶୀତ ଏବଂ ଗ୍ରୀଷ୍ମ ଋତୁ ବା ପାଣି ପାଗ ପରି ସମାନ ହୋଇଥାଏ। ଏହି ସୁଖ ଏବଂ ଦୁଃଖ ଦୁଇଜଣ ସବୁବେଳେ ସମାନ ଏକାଠି ରହିବେ ନାହିଁ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଆମକୁ ସୁଖ ଏବଂ ଦୁଃଖକୁ ଆମେ ନଡ଼ରି ଆମେ ବିଚଳିତ ନହୋଇ ସମାନ ଭାବରେ ସହିଯିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *