Excuse Me Odisha

ଯାହା କହିବୁ ସତ କହିବୁ

କେଶ ଝଡ଼ିବା ସମ୍ପୂର୍ଣ୍ଣ ବନ୍ଦ କରି ଦିଏ ଏହିସବୁ ଖାଦ୍ୟ, ଆଜି ହିଁ ଜାଣି ନିଅନ୍ତୁ, କେଶ ଝଡ଼ିବା ବନ୍ଦ ହୋଇ ଯିବ

ସେୟାର୍ କରନ୍ତୁ

ଆଜି ଆମେ ଆପଣଙ୍କୁ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଉପଯୁକ୍ତ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ । ଆଜିକାଲି ଲୋକଙ୍କ ଠାରେ ଏହି କେଶ ଝଡ଼ିବା ସମସ୍ୟା ଖୁବ ସାଧାରଣ ହୋଇ ଗଲାଣି । ପୁଅ ପିଲାଙ୍କ ଅପେକ୍ଷା ଝିଅ ପିଲାଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖା ଯାଇଥାଏ । ଯାହା ଜଙ୍କ ଫୁଡ଼ , ଅତ୍ୟାଧୁନିକ ସାମ୍ପୂ ଏବଂ ତେଲର ବ୍ୟବହାର ସାଙ୍ଗକୁ ହେୟାର କଲର ଏବଂ ହେୟାର ଷ୍ଟ୍ରେଟନିଂ କରିବା ଦ୍ୱାରା କେଶ ଦୁର୍ବଳ ହେବାରେ ଲାଗିଥାଏ । ଏହା ବ୍ୟତୀତ ପ୍ରଦୂଷଣ , ଅତ୍ୟଧିକ ଚିନ୍ତା ଏବଂ ଇମବାଲାନ୍ସ ଡାଏଟ ଯୋଗୁଁ ଏବଂ ଶରୀରରେ ହର୍ମୋନର ଇମବାଲାନ୍ସ ଯୋଗୁଁ କେଶ ଝଡ଼ିବା ସମସ୍ୟା ଦେଖା ଦେଇଥାଏ । ଶରୀରର ଅନ୍ୟ ଅଙ୍ଗ କୁ ଠିକ ରଖିବା ପାଇଁ ସୁଷମ ଖାଦ୍ୟର ଅବଶ୍ୟକତା ରହିଛି । ସେହିପରି ଉତ୍ତମ କେଶ ପାଇଁ ମଧ୍ୟ ଉତ୍ତମ ଖାଦ୍ୟର ଆବଶ୍ୟକତା ରହିଛି । ଯଦି ଆପଣ ଉତ୍ତମ ସମ୍ପର୍କ ଖାଦ୍ୟ ଗ୍ରହଣ କରୁ ନାହାଁନ୍ତି ତେବେ ଏହା ଯୋଗୁଁ କେଶ ଉପରେ ଖରାପ ପ୍ରଭାବ ପଡ଼ିଥାଏ । କିନ୍ତୁ ଏହା ଏତେ ଶୀଘ୍ର ଜାଣି ହୁଏ ନାହିଁ । କାରଣ ଏହି ପ୍ରଭାବ ଜଣା ପଡ଼ିବା ପାଇଁ ଗୋଟିଏ ମାସ ଲାଗିଥାଏ । ଯଦି ଆପଣ ଧୁମ ପାନ କରୁଛନ୍ତି ଏବଂ ଉପଯୁକ୍ତ ନିଦ୍ରା ନେଉ ନାହାଁନ୍ତି ତେବେ କେଶ ଝଡ଼ିଥାଏ । ଯଦି ଆପଣଙ୍କ କେଶକୁ ପ୍ରବାହିତ ହେଉଥିବା ରକ୍ତର ପରିମାଣ କମିବାକୁ ଲାଗେ ତେବେ ମଧ୍ୟ କେଶ ଝଡ଼ିଥାଏ । କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହାର ସେବନ ଦ୍ୱାରା ଆପଣ ପ୍ରାକୃତିକ ଉପାୟରେ କେଶକୁ ରକ୍ତ ପ୍ରବାହ ବଢ଼ାଇ ପାରିବେ । ଏହାଦ୍ବାରା କେଶକୁ ଉପଯୁକ୍ତ ପୋଷକ ତତ୍ତ୍ୱ ମିଳି ପାରିବ ଏବଂ କେଶ ଝଡ଼ିବା ସମସ୍ୟା ମଧ୍ୟ ଦୂରେଇ ଯିବ । ତେଣୁ ଚାଲନ୍ତୁ ଜାଣିନେବା ସେହି ଖାଦ୍ୟ ଗୁଡ଼ିକ ବିଷୟରେ ।

Google

୧ . ବ୍ଲୁ ବେରୀ :-

ବ୍ଲୁ ବେରୀରେ ଭିଟାମିନ ସୀ ଉପଯୁକ୍ତ ପରିମାଣରେ ଥାଏ । ଏହା କେଶ ମୂଳରେ ରକ୍ତ ପ୍ରବାହରେ ସାହାଯ୍ୟ କରିଥାଏ । ଏହା ସହିତ କେଶ ଫଳିକିଲସ ଅର୍ଥାତ କେଶ ମୂଳକୁ ପୋଶୋକ ତତ୍ତ୍ୱ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କ ଶରୀରରେ ଭିଟାମିନ ସୀ ର ମାତ୍ରା କମିବାକୁ ଲାଗେ ତେବେ କେଶ ଭାଙ୍ଗିବା ସମସ୍ୟା ଦେଖା ଦେଇଥାଏ । ଯଦି ଆପଣ ବ୍ଲୁ ବେରୀ ପାଉ ନାହାଁନ୍ତି ତେବେ ଏହା ବଦଳରେ ବିଲାତି ( ଟମାଟୋ) କିମ୍ବା ଷ୍ଟ୍ରବେରୀ ମଧ୍ୟ ସେବନ କରି ପାରିବେ । ତେଣୁ କେଶ ଝଡ଼ିବା ସମସ୍ୟା ରୁ ମୁକ୍ତି ପାଇବା ପାଇଁ ପ୍ରଚୁର ମାତ୍ରାରେ ଭିଟାମିନ ସୀ ଥିବା ଖାଦ୍ୟ ସେବନ କରନ୍ତୁ ।

Google

୨ . ପାଳଙ୍ଗ ଶାଗ :-

ପାଳଙ୍ଗ ଶାଗ ରେ ଫୋଲେଟ , ବିଟା କେରୋଟିନ , ଆଇରନ ଏବଂ ଭିଟାମିନ ସୀ ପ୍ରଚୁର ମାତ୍ରାରେ ଥାଏ । ଏହି ପୋଶୋକ ଗୁଡ଼ିକ କେଶ ଫଳିକିଲସ କୁ ସୁସ୍ଥ ରଖିବା ସହିତ କେଶକୁ ରକ୍ତ ପ୍ରବାହରେ ସାହାଯ୍ୟ କରିଥାଏ । ଯଦି ଆପଣ ପାଳଙ୍ଗ ଶାଗ ପାଉ ନାହାଁନ୍ତି ତେବେ ଅନ୍ୟ କିଛି ସବୁଜ ପତ୍ର ଶାଗ ଯେପରିକି କୋବିର ସେବନ ମଧ୍ୟ କରି ପାରିବେ ।

Google

୩ . ମଶୁର ଡାଲି :-

ମଶୁର ଡାଲି ପ୍ରୋଟିନ ରେ ଭରପୁର ହୋଇଥାଏ । ଏହାବ୍ୟତୀତ ଏଥିରେ ଆଇରନ ଜୀଙ୍କ ଏବଂ ବାୟୋଟିନ ଥାଏ । ଏହା ଉଭୟ ମାଂସହାରି ଏବଂ ଶକାହାରି ଲୋକଙ୍କ ପାଇଁ ନ୍ୟୁଟ୍ରିସନ ଅଟେ । ଯଦି ଆପଣ ମଶୁର ଡାଲି ପାଉ ନାହାଁନ୍ତି ତେବେ ଅନ୍ୟ ଡାଲି ଯେପରିକି ଶିମ୍ବ ମଞ୍ଜି ଏବଂ ସୋୟାବିନର ସେବନ କରି ପାରିବେ ।

Google

୪ . ସାଲମନ ମାଛ :-

ସାଲମନ ମାଛ ପିଙ୍କ ଏବଂ ମାଂସଳ ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ଅମେଗା 3 , ଫ୍ୟାଟି ଏସିଡ଼ ଭିଟାମିନ ଡି ଏବଂ ପ୍ରୋଟିନ ଥାଏ । ଏହି ସମସ୍ତ ଉପାଦାନ କେଶ କୁ ମଜବୁତ କରିବା ପାଇଁ ଆବଶ୍ୟକ ହୋଇଥାଏ । ଆମ ଶରୀରର କିଛି ଅଂଶ ଏହି ଅମେଗା 3 ଫ୍ୟାଟି ଏସିଡରେ ତିଆରି ହୋଇଥାଏ । ଏହା ଆମ ଖପୁରୀ ର କୋଷଝିଲ୍ଲୀ ରେ ମଧ୍ୟ ରହିଥାଏ । ନିଜ ଭଜନ ରେ ସାଲମନ ମାଛକୁ ସ୍ଥାନ ଦେଲେ ଏହା ଫ୍ୟାଟିଏସିଡ଼ କୁ ଶରୀରରେ ବଢ଼ାଇ ଥାଏ । ଯାହାଦ୍ୱାରା କେଶ ନଝଡ଼ିବା ସହିତ କେଶକୁ ମଜବୁତ କରିଥାଏ ।ଯଦି ଆପଣ ସାଲମନ ମାଛ ଆପଣଙ୍କର ପସନ୍ଦ ନଥାଏ ତେବେ ଅନ୍ୟ ମାଛ ଖାଇ ପାରିବେ

Google

୫ . ଅଖରୁଟ :-

ଅଖରୁଟରେ ଅନେକ ପୋଶୋକ ତତ୍ତ୍ୱ ରହିଥାଏ ଏବଂ ଏହାବ୍ୟତୀତ ଭିଟାମିନ ଡି ଏବଂ ଅମେଗା 3 ଫ୍ୟାଟି ଏସିଡ଼ ମଧ୍ୟ ଥାଏ । ଏଥିରେ ବାୟୋଟିନ ଥାଏ । ବାୟୋଟିନ କେଶ ପାଇଁ ଖୁବ ଲାଭକାରୀ ଅଟେ । ଶରୀରରେ ଏହାର ମାତ୍ର କମ ହେଲେ କେଶ ଝଡ଼ିବା ସମସ୍ୟା ଦେଖା ଦେଇଥାଏ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *